1. କୃଷି ବିଶ୍ବକୋଷ

ଭଲ ଫସଲ ପାଇଁ କୋୟା ପାଳନ୍ତି ସରାସରି ପର୍ବ, ଜାଣନ୍ତୁ କଣ ରହିଛି ପରମ୍ପରା ?

ଓଡିଶା ଏକ କୃଷି ପ୍ରଧାନ ରାଜ୍ୟ । କୃଷି ଭିତ୍ତିକ ପର୍ବ ପର୍ବାଣୀର ବେଶ ପୁରାତନ ଇତିହାସ ରହିଆସିଛି । ଏହା ମଧ୍ୟରୁ ସରାସରି ପର୍ବ ଅନ୍ୟତମ ।

Shuvanshu Kar
Shuvanshu Kar
sarasari festival is celebrated by tribal koya community for a good harvest

sarasari festival is celebrated by tribal koya community for a good harvest

ମୌସୁମୀର ଆଗମନରେ ହସିଉଠିଛି ମାଲକାନଗିରି । ଏଥର ଭଲ ଫସଲ ହେବା ନେଇ ଆଶା ବାନ୍ଧି ବସିଛି ଚାଷୀ । ଓଡିଶା ଏକ କୃଷି ପ୍ରଧାନ ରାଜ୍ୟ । କୃଷି ଭିତ୍ତିକ ପର୍ବ ପର୍ବାଣୀର(Good harvest festivals) ବେଶ ପୁରାତନ ଇତିହାସ ରହିଆସିଛି । ଏହା ମଧ୍ୟରୁ ସରାସରି(sarasari) ପର୍ବ ଅନ୍ୟତମ ।

ସରାସରି ପର୍ବ କଣ ?

ଆଦିବାସୀ କୋୟା ସମ୍ପ୍ରଦାୟରେ ପାଳନ ହୁଏ ସରାସରି ପର୍ବ । ସରାସରି ପର୍ବ ପାଳି ଚାଷୀ ଅଖିମୁଠି ଅନୁକୂଳ କରି ଧାନ ଚାଷ ଆରମ୍ଭ କରେ । ଭଲ ଫସଲ ଉତ୍ପାଦନନ ପାଇଁ ଗ୍ରାମଦେବୀଙ୍କ ନିକଟରେ ପୂଜାର୍ଚ୍ଚନା ହୋଇଥାଏ । ଏହି ପର୍ବ ପାଳନ କଲେ ଫସଲ ଅମଳ ଭଲ ହୋଇଥାଏ ବୋଲି କୁହାଯାଏ ।

କେମିତି ପାଳନ କରାଯାଏ ସରାସରି ପର୍ବ ?

ଚଇତି ପର୍ବର ଶେଷରେ ସରାସରି ପର୍ବ ପାଳନର ପରମ୍ପରା ରହିଛି । ଏହି ପର୍ବ ପାଳନ ଅବସରରେ ଆଦିବାସୀ ସମ୍ପ୍ରଦାୟର ଜନଜାତି ଢେମସା ନୃତ୍ୟ କରିଥାନ୍ତି । କେବଳ ସେତିକି ନୁହେଁ, ବାଉଁଶ ଭଙ୍ଗା ପ୍ରତିଯୋଗିତାର ମଧ୍ୟ ଆୟୋଜନ ହୁଏ । ଛୋଟ ପିଲାଙ୍କୁ ବର କନିଆ ବେଶରେ ସଜାଇ ଗାଁ ପରିକ୍ରମାର ପରମ୍ପରା ରହିଛି ।

ଦୁର୍ବଳ ମୌସୁମୀ, କୃଷି ଉପରେ ସଙ୍କଟର କଳା ବାଦଲ

ସୋମବାର ଏହି ସବୁ ଜିଲ୍ଲାରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା,ଜାଣନ୍ତୁ...

ସ୍ବାଭିମାନୀର ବାର୍ତ୍ତା ଦିଅନ୍ତି କୋୟା ସମ୍ପ୍ରଦାୟ

ଭାରତରେ ବସବାସ କରୁଥିବା ବହୁ ଜାତିଗତ ଆଦିବାସୀ ସମ୍ପ୍ରଦାୟ ମଧ୍ୟରୁ କୋୟା ସମ୍ପ୍ରଦାୟ ଅନ୍ୟତମ । ଓଡ଼ିଶାର 62ଟି ଜନଜାତି ରହିଛନ୍ତି । ଏମାନଙ୍କ ମଧ୍ୟରେ କୋୟା ଏକ ଗୁରୁତ୍ୱପୂର୍ଣ୍ଣ ଜନଜାତି । ପରମ୍ପରା, କଳା ଏବଂ ସଂସ୍କୃତିରେ ସମୃଦ୍ଧ କୋୟା । ଓଡିଶାର ମାଲକାନଗିରିରେ ସର୍ବାଧିକ ସଂଖ୍ୟା ରେ କୋୟା ରହିଛନ୍ତି । ଏହା ସହିତ ଆନ୍ଧ୍ରପ୍ରଦେଶ ଏବଂ ଛତିଶଗଡରେ ମଧ୍ୟ ଏମାନେ ବସବାସ କରନ୍ତି । କୋୟା ସମ୍ପ୍ରଦାୟର ଜନଜାତି ମୁଖ୍ୟତଃ କୋଇ ଭାଷାରେ କଥା ହୁଅନ୍ତି ।

Like this article?

Hey! I am Shuvanshu Kar. Did you liked this article and have suggestions to improve this article? Mail me your suggestions and feedback.

Share your comments