1. କୃଷି ବିଶ୍ବକୋଷ

ସୌରଚାଳିତ ପମ୍ପ : ବିଦ୍ୟୁତ ଶକ୍ତି ପୁରା ମାଗଣା

ସୌର ଶକ୍ତି ବ୍ୟବସାୟରେ ସବୁଠାରୁ ଭଲ ଜିନିଷଟି ହେଲା ଯେ ଏହା ପରିବେଶ ପ୍ରଦୂଷଣ କରେନାହିଁ ଓ ଏହା ସବୁଠାରୁ ଶସ୍ତା ଅଣପାରମ୍ପରିକ ଶକ୍ତିର ଉତ୍ସ । ଭାରତ ସରକାର ସୌରଚାଳିତ ପାଣିପମ୍ପକୁ ଉତ୍ସାହିତ କରୁଛନ୍ତି । ଯାହାକୁ ନେଇ ସରକାର ୫୭,୦୦୦per KWP ରେ ହିଁ ୩୦% ରିହାତି/ ସବସିଡ ମଧ୍ଯ ରଖାଯାଇଛି ।

Sudesna Nayak
Sudesna Nayak
solar pump yojana

solar pump yojana

ସୌର ଶକ୍ତି ବ୍ୟବସାୟରେ ସବୁଠାରୁ ଭଲ ଜିନିଷଟି ହେଲା ଯେ ଏହା ପରିବେଶ ପ୍ରଦୂଷଣ କରେନାହିଁ ଓ ଏହା ସବୁଠାରୁ ଶସ୍ତା ଅଣପାରମ୍ପରିକ ଶକ୍ତିର ଉତ୍ସ । ଭାରତ ସରକାର ସୌରଚାଳିତ ପାଣିପମ୍ପ (solar pump yojana)କୁ ଉତ୍ସାହିତ କରୁଛନ୍ତି । ଯାହାକୁ ନେଇ ସରକାର ୫୭,୦୦୦per KWP ରେ ହିଁ ୩୦% ରିହାତି/ ସବସିଡ ମଧ୍ଯ ରଖାଯାଇଛି ।

ସୂଚନା ଅନୁଯାୟୀ, ସୌରଚାଳିତ ପମ୍ପ ଦ୍ବାରା ବିଦ୍ୟୁତ ବିଲ କମ୍ ହୋଇଥାଏ । ସୋଲାର ପମ୍ପ (solar pump)ର ସମୟସୀମା ୨୦-୩୦ ବର୍ଷ। ରକ୍ଷଣାବେକ୍ଷଣା ଖର୍ଚ୍ଚ ନଥାଏ । ଦୁର୍ଗମ ଅଞ୍ଚଳ ଯେଉଁଠାରେ ବିଦ୍ୟୁତଶକ୍ତିର ବ୍ୟବହାର ନଥାଏ । ସେଠାରେ ଏହା କାମ ଦିଏ । ଡିଜେଲ ପରିବେଶକୁ ପ୍ରଦୂଷିତ କରିଥାଏ ଏବଂ ଏହାର ଦର ମଧ୍ୟ ଦିନକୁ ଦିନ ବଢିବାରେ ଲାଗିଛି । କିନ୍ତୁ ସୌରଶକ୍ତି ସେ ତୁଳନାରେ ଶସ୍ତା ଓ ପରିବେଶ ଅନୁକୁଳ,ଆରମ୍ଭ ବେଳେ ଟଙ୍କାଖର୍ଚ୍ଚ କରିବାକୁ ପଡେ ତାପରେ ବିଦ୍ୟୁତଶକ୍ତି ପୁରା ମାଗଣା ।

କେନ୍ଦ୍ର ସରକାର (Central Government)ସୌର କାରଖାନା ସ୍ଥାପନ କରିବା ପାଇଁ ଲୋକଙ୍କୁ ଉତ୍ସାହିତ କରୁଛନ୍ତି । କେତେକ ରାଜ୍ୟ ଶିଳ୍ପ କ୍ଷେତ୍ରରେ ସୌର କାରଖାନାକୁ ବାଧ୍ୟତାମୂଳକ କରିଛନ୍ତି । ସୌର ଦ୍ରବ୍ୟ ବିକ୍ରୟ କରିବାର ବ୍ୟବସାୟ ଆରମ୍ଭ କରିବା ପାଇଁ ଆପଣଙ୍କ ପାଇଁ ବି ଏକ ବଡ଼ ସୁଯୋଗ ଅଛି । ଏଥି ମଧ୍ୟରେ ଆପଣ ସୋଲାର୍‌ ପିଭି, ସୋଲାର ଥର୍ମାଲ ସିଷ୍ଟମ୍‌, ସୋଲାର୍‌ ଆଟିକ୍ ଫ୍ୟାନ୍ ଓ ସୋଲାର କୁଲିଂ ସିଷ୍ଟମର ବ୍ୟବସାୟ ଆରମ୍ଭ କରିପାରିବେ ।

ପ୍ରକାଶ ଥାଉ ଯେ, ଓଡ଼ିଶାରେ ଅକ୍ଷୟ ଶକ୍ତି କ୍ଷେତ୍ରର ଅଭିବୃଦ୍ଧି ପାଇଁ ୨୦୨୨ରେ ରାଜ୍ୟ ସରକାର (STATE Government)ଓଡ଼ିଶା ଅକ୍ଷୟ ଶକ୍ତି ନୀତି(ଓଆରଇପି) ପ୍ରସ୍ତୁତ କରିଛନ୍ତି। ଏହି ନୀତି ଅନୁଯାୟୀ ୨୦୨୯-୨୦୩୦ ଆର୍ଥିକ ବର୍ଷ ସୁଦ୍ଧା ଓଡ଼ିଶା (ODISHA)ରେ ୨୧ ହଜାର ୭୦୦ ମେଗାୱାଟ୍‌ ଅକ୍ଷୟ ଶକ୍ତି କ୍ଷମତା ଆବଶ୍ୟକ କରୁଛି ।

ଘରର ଛାତରେ ଆରମ୍ଭ କରନ୍ତୁ ଏହି ବିଜନେସ, ମିଳିବ ଲକ୍ଷ ଲକ୍ଷ ଟଙ୍କା

ଏବେ ପ୍ରତି ମାସରେ ସିନିୟର ସିଟିଜେନଙ୍କୁ 20 ହଜାର ଟଙ୍କା

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments