1. କୃଷି ବିଶ୍ବକୋଷ

ବ୍ୟବସାୟ ବଢାଇବ ଆଖୁ, ଆୟ କରିବେ ଲକ୍ଷ ଲକ୍ଷ ଟଙ୍କା

ଭାରତରେ ଆଖୁକୁ ଏକ ଅର୍ଥକାରୀ ଫସଲ ରୂପେ ବିବେଚନା କରାଯାଏ | ଚିନି, ଗୁଡ ପାଇଁ ଆଖୁର ବ୍ୟବହାର ହଇହୋଇଥାଏ | ସଠିକ ଭାବରେ ଆଖୁ ଚାଷ (sugarcane cultivation)କରିଲେ ଚାଷୀ କମ ବ୍ୟୟରେ ଅଧିକ ଲାଭ ପାଇଥାଏ |

Rajashree
Rajashree
Sugarcane farming tips

Sugarcane farming tips

ଭାରତରେ ଆଖୁକୁ ଏକ ଅର୍ଥକାରୀ ଫସଲ ରୂପେ ବିବେଚନା କରାଯାଏ | ଚିନି, ଗୁଡ ପାଇଁ ଆଖୁର ବ୍ୟବହାର ହଇହୋଇଥାଏ | ସଠିକ ଭାବରେ ଆଖୁ ଚାଷ (sugarcane cultivation)କରିଲେ ଚାଷୀ କମ ବ୍ୟୟରେ ଅଧିକ ଲାଭ ପାଇଥାଏ |

ଭାରତରେ ପ୍ରାୟ ୩.୮ ନିୟୁତ ହେକ୍ଟର ଜମିରେ ଆଖୁଚାଷ (sugarcane farming)କରାଯାଏ ଏବଂ ୨୫୪ ନିୟୁତ ଟନ ଆଖୁ ଉତ୍ପାଦିତ ହୁଏ । ହେକ୍ଟର ପ୍ରତି ହାରାହାରି ୬୬ଟନ ଆଖୁ ଉତ୍ପାଦିତ ହୋଇଥାଏ । ଉତ୍ତର ପ୍ରଦେଶ, ମହାରାଷ୍ଟ୍ର, ତାମିଲନାଡୁ, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, ଗୁଜୁରାଟ, ହରିଆନା, ପଞ୍ଜାବ, ବିହାର, ଓଡିଶା, ମଧ୍ୟପ୍ରଦେଶ, ଆସାମ ପ୍ରଭୃତି ରାଜ୍ୟରେ ମୁଖ୍ୟତଃ ଆଖୁଚାଷ କରାଯାଏ । ଓଡିଶାରେ ପ୍ରାୟ ୪୨ ହଜାର ହେକ୍ଟର ଜମିରେ ଆଖୁଚାଷ କରାଯାଏ ଏବଂ ହେକ୍ଟର ପ୍ରତି ୬୫ ଟନ ଆଖୁ ଉତ୍ପାଦିତ ହୁଏ ।

ଆବଶ୍ୟକ ମୃତ୍ତିକା ;

ଆଖୁ ଚାଷ (sugarcane farming)ପାଇଁ ନିଗିଡା ଦୋରସା ମାଟିର ଆବଶ୍ୟକତା ହୋଇଥାଏ । ପ୍ରଥମେ ମାଟିକୁ ଗୁଣ୍ଡ କରି ଦିଅନ୍ତୁ | ପ୍ରାୟ ୮/୧୦ଥର ହଳ କରି ଜମିକୁ ସମତୁଲ କରି ଅନାବନା ଘାସ ଓ ପୂର୍ବ ଫସଲ ମୂଳ ବାଛି ଦିଅନ୍ତୁ | ଚାଷ ପୂର୍ବରୁ ହେକ୍ଟର ପ୍ରତି ୧୦ ଟନ ସଢା ଗୋବର କ୍ଷତ ବା କପୋଷ୍ଟ ପକାଇ ଭଲ ଭାବରେ ମିଶାଇ ଦିଅନ୍ତୁ | ଟ୍ରେଞ୍ଚ ପ୍ରଣାଳୀରେ ଆଖୁ ଲଗାଇବା ହେଲେ ଜମି ହଳ ନକରି ୭୫ରୁ ୯୦ ସେମି (୨-୩ ଫୁଟ) ବ୍ୟବଧାନରେ ୨୫ ସେମି ଚଉଡାରେ ୩୦ ସେମି ପର୍ଯ୍ୟନ୍ତ ଖୋଲି ଆଉ ୧୦ ସେମି ପର୍ଯ୍ୟନ୍ତ ମାଟି ହାଲୁକା କରି ଦିଅନ୍ତୁ | ଟ୍ରେଞ୍ଚ ଖୋଳି କିଛିଦିନ ଖରା ଖାଇବାକୁ ଛାଡି ଦିଅନ୍ତୁ | ଦଶ ମାସ ମଧ୍ୟରେ ଅମଳ ହେଉଥିବା ସଅଳ ଆଖୁ ପାଇଁ ଧାଡିକୁ ଧାଡି ବ୍ୟବଧାନ ୭୫ ସେମି ରଖନ୍ତୁ |

ବିହନ : ସାକାରମ୍ ଅଫିସିନାରମ୍ସା , କାରମ୍ ସାଇନେନସିସ୍ସା , କାରମ୍ ବାରବେରି ଏହି ତିନୋଟି ଜାତିର ଆଖୁର ଚାଷ (sugarcanefarming tips)ବହୁଳ ଅଟେ । ଏହି ପ୍ରଜାତିର ଗଛ ଡେଙ୍ଗା, ମୋଟା, ଓ ରସାଳ ହେବା ସହ ଚୋବାଇ ଖାଇବାକୁ ମଧ୍ୟ ଭଲ ହୋଇଥାଏ ତେଣୁ ଏହାର ଉତ୍ପାଦନ ହାର ସର୍ବୋଚ୍ଚ ।

ବିହନ ଲଗାଇବା ପ୍ରଣାଳୀ :

୭୫-୯୦ ସେମି ବ୍ୟବଧାନରେ ଟ୍ରେଞ୍ଚ ବା ନାଳୀ କାଟନ୍ତୁ । ନାଳୀରେ ହେକ୍ଟରକୁ ୨୫ କିଗ୍ରା କ୍ଲୋରପାଇରିଫଶ ଗୁଣ୍ଡ କିମ୍ବା ୫୦୦ ଲିଟର ପାଣିରେ ୨ ଲିଟର ଲିଣ୍ଡେନ ମିଶାଇ ଛିଞ୍ଚନ୍ତୁ ଏବଂ ଆବଶ୍ୟକୀୟ ସମସ୍ତ ଫସଫରସ ଓ ପଟାସ ସାର ମାଟିରେ ମିଶାଇ ଦିଅନ୍ତୁ | ମଇଦେଇ ନାଳରେ ମାଟି ଘୋଡାଇ ଦିଅନ୍ତୁ | ଆଖୁ ଖଣ୍ଡ ମାଟିରେ ପ୍ରାୟ ୧ ଇଞ୍ଚ ଗଭୀରରେ ରହିବା ଉଚିତ । ଏହାପରେ ହାଲୁକା ଜଳସେଚନ ଦିଅନ୍ତୁ । ଖରାରୁ ବଞ୍ଚାଇବା ପାଇଁ ଶୁଖିଲା ନଡା କିମ୍ବା ଶୁଖିଲା ପତ୍ରର ଛାଦିକାରଣ କରନ୍ତୁ ।

ସାର ପ୍ରୟୋଗ :

ଆଖୁ (sugarcane farming)ଲଗାଇବା ପୂର୍ବରୁ ମାଟି ପରୀକ୍ଷା କରାନ୍ତୁ ଏବଂ ଏହି ଅନୁସାରେ ସାର ପ୍ରୟୋଗ କରନ୍ତୁ | ଆଖୁ (sugarcane)ଲଗାଇବା ମାସକ ପରେ ଗଜା ଗୁଡିକ ସାର ଗ୍ରହଣ କରିଥାଆନ୍ତି । ତେଣୁ ଲଗାଇବା ସମୟରେ ବେଶି ପରିମାଣରେ ଯବକ୍ଷାରଜାନ ସାର ପ୍ରୟୋଗ କଲେ ଅଧିକାଂଶ ସାର ଫସଲ ଦ୍ଵାରା ଗ୍ରହଣ ନ ହୋଇ ନଷ୍ଟ ହୋଇଯାଏ । ହେକ୍ଟର ପ୍ରତି ୧୦ ଟନ ସଢା ଗୋବର କ୍ଷତ ୧୦୦ କିଗ୍ରା ,ଫସଫରସ ଓ ୬୦ କିଗ୍ରା ପୋଟାସ ପ୍ରୟୋଗ କରନ୍ତୁ | ୨୫୦ କିଗ୍ରା , ଯବକ୍ଷାରଜାନକୁ ୩ ଥରରେ ,୩୦ ଦିନ,୬୦ ଦିନ ଓ ୯୦ ଦିନରେ କୋଢାଖୁସା କରି ପ୍ରୟୋଗ କରନ୍ତୁ | ଆଖୁ ଲଗାଇବାର ୩୦ ଦିନରେ ୨ କିଗ୍ରା, ଫସଫୋବ୍ୟାକ୍ଟର,୨ କିଗ୍ରା ଆଜୋଟୋବ୍ୟାକ୍ଟର ୨୦୦ କିଗ୍ରା , ସଢା ଖତ ସହିତ ମିଶାଇ ପ୍ରୟୋଗ କରନ୍ତୁ | ୨ ମାସର ଫସଲରେ ପୁଣି ୨ କିଗ୍ରା ଆଜୋଟୋବ୍ୟାକ୍ଟର,୨୦୦ କିଗ୍ରା ଖତ ସହିତ ମିଶାଇ ପ୍ରୟୋଗ କରନ୍ତୁ |

ଫସଲ ସଂରକ୍ଷଣ :

ଆଖୁ (sugarcane)ବିହନ ଲଗାଇବା ସମୟରେ ବିହନ ଉପରେ ଓ ସିଆର ଭିତରେ ଏକର ପ୍ରତି ୧୦-୧୨ କିଗ୍ରା , ସନିଜେନ କିମ୍ବା ହିବିକି ୩୦୦-୪୦୦ ମିଲିର ପ୍ରୟୋଗ କାଲେ ଉଈ , ଧବଳ ଭୁଙ୍ଗ ଓ ସଅଳ କାଣ୍ଡବିନ୍ଧା ପୋକ ଆକ୍ରମଣରୁ ରକ୍ଷା ମିଳେ । କାଟି ପୋକ ଦମନ ପାଇଁ ଇସୋଗାସି ୧୪୦ ମିଲି କିମ୍ବା ୧ ଲିଟର ମିଲି ମାଲାଥିଅନ ପ୍ରୟୋଗ କରନ୍ତୁ ।

ଆଖୁଲଗାଇବାର ୨୫-୩୦ ଦିନ ପରେ (ଘାସର ୩-୪ ପତ୍ର ଅବସ୍ଥାରେ ) ତାନୋସୀ ୬୦୦-୧୦୦୦ ଗ୍ରାମ ପ୍ରତି ଏକର ୩୦୦-୪୦୦ ଲିଟର ପାଣି ସହିତ ସିଂଚନ କରନ୍ତୁ । ।

ଅମଳ :- ରସରେ ଶର୍କରା ଅଂଶ ଶତକଡା ୧୮ ଭାଗ ଥିବା ଶାସମୟରେ ଆଖୁ ଅମଳ କରନ୍ତୁ । ଅମଳ ହେବାର ୨୪ ଘଣ୍ଟା ମଧ୍ୟରେ ଚିନିକଳ ନିକଟରେ ଆଖୁ ପହଞ୍ଚାଇବା ନିତାନ୍ତ ଆବଶ୍ୟକ ।

ଆଖୁ ଚାଷ କରନ୍ତୁ, ଲାଭବାନ୍ ହୁଅନ୍ତୁ

ଆଖୁ ଫସଲରେ କାଣ୍ଡବିନ୍ଧା ପୋକ ବ୍ୟାପୁଥିଲେ ତାର ପ୍ରତିକାର ଜାଣନ୍ତୁ

Like this article?

Hey! I am Rajashree . Did you liked this article and have suggestions to improve this article? Mail me your suggestions and feedback.

Share your comments