1. କୃଷି ବିଶ୍ବକୋଷ

ଶୀତ ଦିନିଆ ସୂର୍ଯ୍ୟମୁଖୀ ଚାଷ sunflower farming

ସୂର୍ଯ୍ୟମୁଖୀ ଫୁଲ ଏହା ଦେଖିବାକୁ ଖୁବ ସୁନ୍ଦର ସେତିକି ଉପକାରୀ ମଧ୍ୟ ମଣିଷ ଜୀବନ ପ୍ରତି । ସୂର୍ଯ୍ୟମୁଖୀ ମଞ୍ଜି ସ୍ବାସ୍ଥ୍ୟ ପାଇଁ ବହୁତ୍ ଉପକାରୀ । ସୂର୍ଯ୍ୟମୂଖୀ ମଞ୍ଜି ପାଟିକୁ ଭାରି ସୁଆଦିଆ । ଏଥିରେ ଭିଟାମିନ,ମିନେରାଲ , ଭଳି ପୋଷକ ତତ୍ବ ଭରି ରହିଛି । ଯାହା ସ୍ବାସ୍ଥ୍ୟ ପାଇଁ ଲାଭଦାୟକ । ତେଲ ପାଇବା ପାଇଁ ମୁଖ୍ୟତଃ ଏହି ଫୁଲ ଚାଷ କରାଯାଇଥାଏ । ଏଥିରୁ ବାହାରୁଥିବା ତେଲ ଖୁବ ହାଲୁକା ଏବଂ ଖାଇବା ପାଇଁ ମଧ୍ୟ ଖୁବ ସ୍ୱାଦିଷ୍ଟ । ଏହାକୁ ଚାଷ କରୁଥିବା ଚାଷୀମାନେ ଅଳ୍ପ ସମୟ ମଧ୍ୟରେ ବେଶ ଲାଭବାନ ହୋଇପାରୁଛନ୍ତି । ଏହି ଫୁଲ ମୁଖ୍ୟ ତୈଳବୀଜ ଭାବେ ଭାରତରେ ୪ର୍ଥ ସ୍ଥାନ ଅଧିକାର କରିଛି ।

KJ Staff
KJ Staff
the complete guide, how to grow sunflower farming in winter season

the complete guide, how to grow sunflower farming in winter season

ସୂର୍ଯ୍ୟମୁଖୀ ଫୁଲ ( sunflower ) ଏହା ଦେଖିବାକୁ ଖୁବ ସୁନ୍ଦର ସେତିକି ଉପକାରୀ ମଧ୍ୟ ମଣିଷ ଜୀବନ ପ୍ରତି । ସୂର୍ଯ୍ୟମୁଖୀ ମଞ୍ଜି( seeds ) ସ୍ବାସ୍ଥ୍ୟ ପାଇଁ ବହୁତ୍ ଉପକାରୀ । ସୂର୍ଯ୍ୟମୂଖୀ  ମଞ୍ଜି ପାଟିକୁ ଭାରି ସୁଆଦିଆ । ଏଥିରେ ଭିଟାମିନ( vitamin ),ମିନେରାଲ( minerals) , ଭଳି ପୋଷକ ତତ୍ବ ଭରି ରହିଛି । ଯାହା ସ୍ବାସ୍ଥ୍ୟ ପାଇଁ ଲାଭଦାୟକ( health benefits ) । ସୂର୍ଯ୍ୟମୁଖୀ ମଞ୍ଜିକୁ ଭଜା,ସାଲାଡ,ତରକାରୀ କରି ବିଭିନ୍ନ ଉପାୟରେ ସେବନ କରି ପାରିବେ । ଓଡ଼ିଶାରେ( odisha)  ଚାଷ କରାଯାଉଥିବା ତୈଳବୀଜ ଫସଲ ମାନଙ୍କ ମଧ୍ୟରେ ସୂର୍ଯ୍ୟମୁଖୀ ଏକ ଗୁରୁତ୍ତ୍ଵପୂର୍ଣ ଫସଲ । ଏହାକୁ ଜଳସେଚିତ ଜମିରେ ଚାଷ କରାଯାଇଥାଏ ।

ସୂର୍ଯ୍ୟମୁଖୀ ତେଲକୁ ( sunflower oil )ବିଭିନ୍ନ ଖାଦ୍ୟ ପ୍ରସ୍ତୁତି ( food ) , ସାବୁନ୍ଏବଂ( soap ) ପ୍ରସାଧନ( cosmetics ) ସାମଗ୍ରୀ ଇତ୍ୟାଦି ତିଆରି କରିବାପାଇଁ ବ୍ୟବହାର କରାଯାଇଥାଏ । ଏହାର ମଞ୍ଜିରୁ ତେଲ ବାହାରିଯିବା ପରେ ବଳକା ଅଂଶ  ପୁଷ୍ଟିଯୁକ୍ତ ଅଟେ ଏବଂ ସାଧାରଣତଃ, ଗୋଖାଦ୍ୟ ଓ କୁକୁଡା ଦାନା ପ୍ରସ୍ତୁତି ପାଇଁ ବ୍ୟବହୃତ ହୋଇଥାଏ ।

ତେଲ ପାଇବା ପାଇଁ ମୁଖ୍ୟତଃ ଏହି ଫୁଲ ଚାଷ କରାଯାଇଥାଏ । ଏଥିରୁ ବାହାରୁଥିବା ତେଲ ଖୁବ ହାଲୁକା ଏବଂ ଖାଇବା ପାଇଁ ମଧ୍ୟ ଖୁବ ସ୍ୱାଦିଷ୍ଟ । ଏହାକୁ ଚାଷ କରୁଥିବା ଚାଷୀମାନେ ଅଳ୍ପ ସମୟ ମଧ୍ୟରେ ବେଶ  ଲାଭବାନ( benefits of farming ) ହୋଇପାରୁଛନ୍ତି । ଏହି ଫୁଲ ମୁଖ୍ୟ ତୈଳବୀଜ ଭାବେ ଭାରତରେ ୪ର୍ଥ ସ୍ଥାନ ଅଧିକାର କରିଛି । ଏହାର ତେଲରେ ଭିଟାମିନ - ଏ , ଡି , ଇ ( vitamin - A, D , E )ର ମାତ୍ର ଅଧିକ ରହିଛି । ତୈଳବୀଜ ଫସଲ ଭାବେ ଏହାର ଚାହିଦା ଦିନ କୁ ଦିନ ବଢ଼ିବାରେ ଲାଗିଛି । କଲୋଷ୍ଟ୍ରଲ(Cholesterol) ପରିମାଣ କମ ଥିବାରୁ ବଜାରରେ ( market ) ଏହାର ଚାହିଦା ଅଧିକ ରହିଛି । 

ଜଳବାୟୁ , ମୃତ୍ତିକା ଏବଂ କିସମ –

ମଞ୍ଜିରୁ ଗଜା ହେବା ଓ ଚାରା ଗଛ ବଢିବା ସମୟରେ ଏହି ଫସଲ ସାଧାରଣତଃ ଥଣ୍ଡା ଜଳବାୟୁ ( cold weather ) ଆବଶ୍ୟକ କରେ । ଏହାକୁ ଅକଟୋବର( october )  ଓ ନ୍ଵଭେମ୍ବର ( november)ମାସରେ ଚାଷ କଲେ ଏହା ଆବଶ୍ୟକ କରୁଥିବା ଥଣ୍ଡା ଜଳବାୟୁ ପାଇଥାଏ । ସେହିପରି  ଚାରା ଅବସ୍ଥାରୁ ଫୁଲ ହେବା ଯାଏ ଅପେକ୍ଷାକୃତ ଉଷ୍ମ ଏବଂ ଫୁଲ ଠାରୁ ଅମଳ ଯାଏ ଖରାଟିଆ ପାଗ ଆବଶ୍ୟକ କରେ । ସୂର୍ଯ୍ୟମୁଖୀ ହାଲୁକା ନିଗିଡ଼ା ଏବଂ ମଟାଳ ମାଟିରେ ଚାଷ କରାଯାଇଥାଏ । ଭଲ ଫସଲ ହେବା ପାଇଁ ମାଟିର ଅମ୍ଳତା ସର୍ବାଧିକ ୬.୫ ରୁ ୮.୫ ମଧ୍ୟରେ ରହିବା ଆବଶ୍ୟକ । ଏହାର ଅନେକ ପ୍ରକାର କିସମ( types ) ରହିଛି ଯଥା :-  ମୋର୍ଡେନ , ଜ୍ଵାଳାମୁଖୀ, ସନରାଇଜ, ଏମ୍.ଏସ୍.ଏଫ.ଏଚ୍. ୧୭, କେ.ବି.ଏସ୍.ଏଚ୍ ୧, ଇ.ସି. ୧୦୧୪୯୫ , ଏମ୍.ଏସ୍.ଏଫ.ଏଚ୍. ୮, ପି.ଏ.ସି. ୩୬, ଇ.ସି. ୬୮୪୧୫ ଇତ୍ୟାଦି ।

ଜମି ଓ ବିହନ ବୁଣା –

ସୂର୍ଯ୍ୟମୁଖୀ ଫସଲ ପାଇଁ ଚାଷ କରାଯାଇଥିବା ଜମି ଆବଶ୍ୟକ । କିଆରୀରେ ଭଲ ଭାବେ ୨ – ୩ ଥର ହଳ କରନ୍ତୁ ।  ବିହନ ବୁଣିବା ସମୟରେ ମାଟି ଭଲ ଭାବେ ବର୍ଷା ଜଳ କିମ୍ବା ଜଳସେଚନ ଦ୍ଵାରା ପାଣି ଟାଣିଥିଲେ ଆର୍ଦ୍ରତା ବଜାୟ ରହିଥାଏ । ଜମିରେ ବୁଣିବା ସ୍ତର ଠାରୁ ୧୦ ସେ.ମି. ଗଭୀର ଯାଏ ବତର ରହିବା ଭଲ । ଶୀତ ଦିନିଆ ସୂର୍ଯ୍ୟମୁଖୀ ଚାଷ କରୁଥିଲେ, ଅକ୍ଟୋବର ମଧ୍ୟ ଭାଗରୁ ନଭେମ୍ବର ମଧ୍ୟ ଭାଗ ସୁଦ୍ଧା ବୁଣା କାମ ଶେଷ କରନ୍ତୁ ।

ବିଶୋଧନ –

ହେକ୍ଟର ପ୍ରତି ୧୦ କି.ଗ୍ରା. ଓ ଦାନା ପୂରଣ ହୋଇଥିବା ବିହନ ବ୍ୟବହାର କରନ୍ତୁ । ସଅଳ, ଅଧିକ ସଂଖ୍ୟକ ଗଜା ଏବଂ ଭଲ ଫସଲ ହେବା ପାଇଁ, ବୁଣିବା ପୂର୍ବରୁ ୧୨ – ୧୪ ଘଣ୍ଟା ( 14 hrs )ଯାଏ ବିହନକୁ ପାଣିରେ ବତୁରାଇ ଛାଇରେ ଶୁଖାଇବା ଉଚିତ୍ । ବିହନ ବାହିତ ରୋଗ ଓ ଜୀବାଣୁ ଠାରୁ ରକ୍ଷା ପାଇଁ ପ୍ରତି  କି.ଗ୍ରା. ବିହନ ପ୍ରତି ସହ ୫-୧୦ ଗ୍ରାମ ଟ୍ରାଇକୋଡର୍ମା(TRICHODERMA) ମିଶାଇ ବିଶୋଧନ କରନ୍ତୁ । ୫ – ୭ ସେ.ମି. ଗଭୀରରେ ବିହନ ବୁଣିବା ଆବଶ୍ୟକ ଏବଂ ଧାଡ଼ି କୁ ଧାଡ଼ି ୪୫ ସେ.ମି. ସହ ଗଛ କୁ ଗଛ ୩୦ ସେ.ମି. ର ବ୍ୟବଧାନ ରହିବା ଆବଶ୍ୟକ ।

ଜଳସେଚନ –

ବିହନ ବୁଣିବା ପୂର୍ବରୁ  ଜଳସେଚନ କରିବା ଉଚିତ, କଢ , ଫୁଲ ଫୁଟିବା ଓ ଦାନା ପୂରଣ ସମୟରେ ଜଳ ସେଚନ କରିବା ଆବଶ୍ୟକ । ଆବଶ୍ୟକ ସ୍ଥଳେ ଫସଲର ୨ ରୁ ୩ ସପ୍ତାହରେ( 2 to 3  weeks ) ଗଛଗୁଡ଼ିକୁ ଛେଇ ଦିଅନ୍ତୁ ଏବଂ ୩-୪ ସପ୍ତାହ ମଧ୍ୟରେ କୋଡ଼ା ଖୋସା କରି ମେସିନ ଦ୍ଵାରା ଘାସ ନିୟନ୍ତ୍ରଣ କରନ୍ତୁ । ରାସାୟନିକ ନିୟନ୍ତ୍ରଣ ପାଇଁ ବିହନ ବୁଣିବାର ୩ ଦିନ ମଧ୍ୟରେ ପ୍ରତି ଲିଟର ପାଣିରେ ୩ ଗ୍ରାମ ଆଇସୋପ୍ରୋଟରନ୍ ୫୦% ଡବ୍ଲୁ .ପି. କିମ୍ବା, ବୁଣିବାର ୧୫ ଦିନ ପରେ ପ୍ରତି ଲିଟର ପାଣି( water ) ସହ ୨ମି.ଲି. କ୍ଵିଜାଲୋଫପ-ଇଥାଇଲ ୫% ଇ.ସି. ମିଶାଇ ସ୍ପ୍ରେ ( spray )କରନ୍ତୁ । ଯାହାଦ୍ୱାରା ରୋଗପୋକ କୁ  ଦୂରରେ ରଖିବା ସହିତ ଚାଷ ବି ଭଲ ହେବ ।

ଅମଳ -

ମଞ୍ଜି ପେଣ୍ଡୁଳାର ନିମ୍ନ ଭାଗ ହଳଦିଆ ପଡ଼ିଲେ ଫସଲ ଗୁଡିକ କାଟି ନିଅନ୍ତୁ  । ପାକଳ ହୋଇଥିବା ମଞ୍ଜି ପେଣ୍ଡୁଳା ଗୁଡ଼ିକୁ କାଟି ଖରାରେ ଶୁଖାନ୍ତୁ ଏବଂ ଶୁଖିଗଲା ପରେ ମଞ୍ଜି ଗୁଡ଼ିକୁ ସୂତା ଅଖାରେ ସାଇତି ରଖନ୍ତୁ । ସାଧାରଣତଃ, ଅଣ-ଜଳସେଚିତ ଜମିରେ ସୂର୍ଯ୍ୟମୁଖୀ ଫସଲରୁ ହେକ୍ଟର ପ୍ରତି ୩୦୦ ରୁ ୫୦୦ କି.ଗ୍ରା. ଅମଳ ମିଳିଥାଏ ଏବଂ ଜଳସେଚିତ ଜମିରୁ ୮୦୦ ରୁ ୧୨୦୦ କି.ଗ୍ରା. ପର୍ଯ୍ୟନ୍ତ ଅମଳ ମିଳିଥାଏ । ଏହି ଚାଷ କୁ ଚାଷୀ ବର୍ଷସାରା ଅମଳ କରି ଲାଭବାନ ହୋଇପାରିବ  ।

ସୂର୍ଯ୍ୟମୁଖୀ ଚାଷ ବିଷୟରେ ଆପଣ ଜାଣନ୍ତି କି ?

ସୂର୍ଯ୍ୟମୁଖୀ ଫୁଲ ଚାଷ: ସ୍ୱାବଲମ୍ବୀ ଆଦିବାସୀ

 

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments