Agripedia

ତୁଳସୀର ଏଭଳି ଚମତ୍କାରୀ ଗୁଣ ବିଷୟରେ ଜାଣିଛନ୍ତି କି ?

ତୁଲସୀ ବୃକ୍ଷ ଭାରତୀୟ ଧର୍ମ ଓ ସଂସ୍କୃତିରେ ଏକ ପବିତ୍ର ସ୍ଥାନ ଅଧିକାର କରିଛି । କେବଳ ସେତିକି ନୁହେଁ ହିନ୍ଦୁ ଜଗତର ଆରାଧ୍ୟ ଦେବତା ଜଗତର ନାଥ ଶ୍ରୀଜଗନ୍ନାଥଙ୍କ ସେବା ପୂଜାରେ ତୁଲସୀର ବ୍ୟବହାର ଏକ ଅତ୍ୟକ୍ତ ମହତ୍ତ୍ଵପୂର୍ଣ୍ଣ ପ୍ରଥାରେ ପରିଣତ ହୋଇଛି ।

10 November, 2021 2:35 PM IST By: KJ Staff

ତୁଲସୀ ବୃକ୍ଷ ଭାରତୀୟ ଧର୍ମ ଓ ସଂସ୍କୃତିରେ ଏକ ପବିତ୍ର ସ୍ଥାନ ଅଧିକାର କରିଛି  । କେବଳ ସେତିକି ନୁହେଁ ହିନ୍ଦୁ ଜଗତର ଆରାଧ୍ୟ ଦେବତା ଜଗତର ନାଥ ଶ୍ରୀଜଗନ୍ନାଥଙ୍କ ସେବା ପୂଜାରେ ତୁଲସୀର ବ୍ୟବହାର ଏକ ଅତ୍ୟକ୍ତ ମହତ୍ତ୍ଵପୂର୍ଣ୍ଣ ପ୍ରଥାରେ ପରିଣତ ହୋଇଛି ।

ତୁଳସୀ ଏକ ଗୁଳ୍ମ ଜାତୀୟ ଉଦ୍ଭିଦ । ଏହା ଭାରତରେ ସର୍ବତ୍ର ଦେଖିବାକୁ ମିଳେ । ଏହା ଭାରତୀୟ ଜନଜୀବନ ସହିତ ଅତି ପରିଚିତ । ଔଷଧୀୟ ବ୍ୟବହାର ପାଇଁ ତୁଳସୀ ମୁଖ୍ୟତଃ କାମରେ ଲାଗିଥାଏ ।

ବହୁ ପ୍ରାଚୀନ କାଳରୁ ତୁଲସୀର ବହୁ ଉପାଦେୟ ଔଷଧୀୟ ମହତ୍ତ୍ଵ ସମ୍ବନ୍ଧରେ ଆମ ଦେଶର ସାଧାରଣ ଜନତା ବହୁତ ପରିଚିତ । ସମ୍ପ୍ରତି ଆୟୁର୍ବେଦୀୟ ଔଷଧ ନିର୍ମାଣ ଉଦ୍ୟୋଗ , ସୁଗନ୍ଧତତୈଳ ଉଦ୍ୟୋଗ ଏବଂ ହାର୍ବାଲ ଟି ପ୍ରସ୍ତୁତକାରୀ ସଂସ୍ଥାମାନେ ତୁଲସୀ ବହୁଳ ମାତ୍ରାରେ ଆବଶ୍ୟକ କରୁଥିବାରୁ ଏହାର ଚାହିଦା ଦିନକୁ ଦିନ ବୃଦ୍ଧି ପାଉଛି  । ତେଣୁ ଏହାକୁ ଉନ୍ନତ ପ୍ରଣାଳୀରେ ବ୍ୟବସାୟିକ ଭିତ୍ତିରେ ଚାଷ କଲେ ଏହା କୃଷକମାନଙ୍କୁ ଆର୍ଥିକ ଦୃଷ୍ଟିରୁ ଲାଭବାନ କରାଇପାରିବ  ।

ତୁଳସୀର ଉପକାରୀ ଗୁଣ- Uses Of Tulsi

  •  ପ୍ରତିଦିନ ସକାଳୁ ଖାଲିପେଟରେ ତୁଲସୀପତ୍ର ଚୋବେଇଖାଇଲେ ଥଣ୍ଡା, କାଶ, ମୁଣ୍ଡ ବଥା,ମୁଖଦୂର ଗନ୍ଧରୁ ମୁକ୍ତି ମୀଳେ ।

  •  ମଧୁମେହ ଓ ହୃଦରୋଗୀ ପାଇଁ ତୁଳସୀ ବହୁତ ଉପକାରୀ

  •  ତୁଳସୀପତ୍ର, ଅଦାରସ ଓ ମହୁ ମିଶାଇ ସେବନ କଲେ,ଶ୍ଵାସନଳୀ, ଗଳାସଂକ୍ରମଣ ଓ ଥଣ୍ଡା ରୁ ଉପସମ ମିଳେ । ଗଳା ପରିସ୍କାର ହୁଏ ।

  •  ତୁଲସୀ ପତ୍ର ଓ ଗୁଜୁରାତିପାଣିରେ ଫୁଟେଇ ସେବନ କଲେ ଜ୍ଵର କମେ ।

  •  ନିୟମିତ ତୁଳସୀପତ୍ର ସେବନ ଦ୍ଵାରା ରୋଗ ପ୍ରତିରୋଧ ଶକ୍ତି ବୃଦ୍ଧିପାଏ ।

  •  ତୁଳସୀ ପାଖରେ ବସି ପ୍ରାଣାୟାମ କଲେ ବଳ,ବୁଦ୍ଧି,ଶକ୍ତି ଓ ଉତ୍ସାହ ବୃଦ୍ଧି ପାଏ । ମନୁଷ୍ୟକୁ ଦୀର୍ଘାୟୁ କରିବାରେ ତୁଳସୀ ଗଛର ଦୃଢ କ୍ଷମତା ରହିଛି ।

  •  ତୁଳସୀ ରକ୍ତଚାପକୁ ନିୟନ୍ତ୍ରଣ କରିବା ସହିତ ହୃତପିଣ୍ଡକୁ ସୁସ୍ଥ ରଖେ ।

  •  ତୁଳସୀ ପତ୍ରକୁ ନିମ୍ବ ଏବଂ ମନ୍ଦାର ପତ୍ର ସହିତ ବାଟି ମୁଣ୍ଡରେ ଲଗାଇଲେ ଏହା କେଶକୁ କୋମଳ କରିଥାଏ  ।

ତୁଳସୀର ଉପକାରିତା- Benefits Of Tulsi

ରକ୍ତକୁ ସଫା ରଖେ ତୁଳସୀ । ପ୍ରତିଦିନ ତୁଳସୀ ସେବନ କରିବା ଦ୍ୱାରା ଚର୍ମ ସମ୍ବନ୍ଧୀୟ ସମସ୍ୟା ଦୂର ହୋଇଥାଏ ।

ତୁଳସୀରେ ଭିଟାମିନ୍- ଏ, ସି, କ୍ୟାଲସିୟମ୍, ଆଇରନ୍, କ୍ଲୋରୋଫିଲ୍ ଏବଂ ଅନ୍ୟାନ୍ୟ ପୋଷକ ତତ୍ତ୍ୱ ରହିଥାଏ । ଯାହା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ ।

ତୁଳସୀ ପତ୍ରକୁ ପାଣିରେ ପକାଇ ବାମ୍ଫ ନେବା ଦ୍ୱାରା ଫୁସଫୁସ ନିରୋଗ ରହେ ।

ସଂକ୍ରମଣ ଦୂର କରେ ତୁଳସୀ ।

ଶରୀରର କ୍ଷତ, ଦାଗ ଚିହ୍ନ ଦୂର କରେ ତୁଳସୀ ।

ଯଦି କୌଣସି କାରଣରୁ ବାୟୁ ପ୍ରଦୂଷିତ ହୋଇଯାଇଥାଏ, ଏହି ବୃକ୍ଷ ବାୟୁକୁ ଶୁଦ୍ଧିକରଣ କରେ ।

ଅଧିକ ପଢନ୍ତୁ...

ଶୀଘ୍ର ପ୍ରସ୍ତୁତ ହେଉଥିବା ପନିପରିବା ଚାଷ କରି ଅଧିକ ଲାଭ ପାଆନ୍ତୁ

ସୋରିଷର ବିଭିନ୍ନ କିସମ ଓ ଉପକାରିତା ବିଷୟରେ ଆସନ୍ତୁ ଜାଣିବା !!

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)