1. କୃଷି ବିଶ୍ବକୋଷ

ଗୁଡମାରୀ ର ଔଷଧୀୟ ଗୁଣ-ବିଶେଷ

ଆମ ରାଜ୍ୟ ଓଡିଶାରେ ପରିବ୍ୟାପ୍ତ ଶହ ଶହ ଏକର ଜଙ୍ଗଲରେ ଅନେକ ପ୍ରକାର ଔଷଧୀୟ ବୃକ୍ଷ ପ୍ରାକୃତିକ ଭାବରେ ଦେଖାଯାଇଥାଏ । ବହୁ ପ୍ରାଚୀନ କାଳରୁ ଆମ ଦେଶରେ ଔଷଧୀୟ ବୃକ୍ଷକୁ ଉପଯୋଗ କରି ଚିକିତ୍ସା କରାଯିବାର ପରମ୍ପରା ରହିଆସିଛି ।

Tanushree Mahapatra
Tanushree Mahapatra
To know gudamari medicated tree farming and benefits

To know gudamari medicated tree farming and benefits

ଆମ ରାଜ୍ୟ ଓଡିଶାରେ ପରିବ୍ୟାପ୍ତ ଶହ ଶହ ଏକର ଜଙ୍ଗଲରେ ଅନେକ ପ୍ରକାର ଔଷଧୀୟ ବୃକ୍ଷ ପ୍ରାକୃତିକ ଭାବରେ ଦେଖାଯାଇଥାଏ । ବହୁ ପ୍ରାଚୀନ କାଳରୁ ଆମ ଦେଶରେ ଔଷଧୀୟ ବୃକ୍ଷକୁ ଉପଯୋଗ କରି ଚିକିତ୍ସା କରାଯିବାର ପରମ୍ପରା ରହିଆସିଛି । କିନ୍ତୁ ଦିନକୁ ଦିନ ଏହିସବୁ ଔଷଧୀୟ ବୃକ୍ଷ ଗୁଡିକ ନଷ୍ଟ ହୋଇଯାଉଥିବାରୁ ବର୍ତ୍ତମାନ ସ୍ଥିତିରେ ଔଷଧୀୟ ବୃକ୍ଷ ଓ ଏହାର ଆୟୁର୍ବେଦ ଔଷଧ ନିର୍ମାଣକାରୀ ସଂସ୍ଥା ଓ ଅନ୍ୟ କେତେକ ଉଦ୍ୟୋଗୀର ଚାହିଦା ମେଣ୍ଟାଇବା ପାଇଁ ଏହାର କୃଷିକରଣ ଅନିବାର୍ଯ୍ୟ ହୋଇପଡିଛି ।

ଓଡିଶାର ଜଳବାୟୁ ବିଭିନ୍ନ ପ୍ରକାରର ଔଷଧୀୟ ଗଛ ଚାଷ ପାଇଁ ଅନୁକୂଳ ଅଟେ । ରପ୍ତାନିଯୋଗ୍ୟ ଔଷଧୀୟ ଗଛଗୁଡିକ ଏଠାରେ ସୁବିଧାରେ ଚାଷ କରାଯାଇପାରିବ । ସେଥିମଧ୍ୟରୁ ମୁଖ୍ୟ ଗଛଗୁଡିକ ହେଲା –ଅଶ୍ଵଗନ୍ଧା , ସର୍ପଗନ୍ଧା ,ଭୁଇଁନିମ୍ବ, ସଫେଦମସଲି, ସେନା, ଘିକୁଆଁରୀ, ଗୁଡମାରୀ , ଗନ୍ଧଶୁଣ୍ଠି, ଗୋଲମରିଚ ଓ ପିପ୍ପଳୀ ଆଦି ଗୁଟୁତ୍ଵପୂର୍ଣ୍ଣ ଅଟେ । ତେବେ ଆମେ ଆଜି ଜାଣିବା ଗୁଡମାରି ଔଷଧୀୟ ବୃକ୍ଷ ( gudamari medicated tree farming ) ବିଷୟରେ l

ଗୁଡାମାରୀ ଏକ ମୃଦୁଲୋମଶ, ବହୁଶାଖାୟିତ କାଠୁଆ ଲଟା ଅଟେ  । ଏହାର ପତ୍ରକୁ ଚୋବାଇଲେ ବିଭର ସ୍ଵାଦ ଗ୍ରହଣ ଶକ୍ତି ନଷ୍ଟହୋଇଯାଏ , ଯାହାଫଳରେ ୧ରୁ୨ ଘଣ୍ଟା ପର୍ଯ୍ୟନ୍ତ ମଧୁର ତଥା ତିକ୍ତର ସର ସ୍ଵାଦ ଜଣାପଡେ ନାହିଁ  । ଆୟର୍ବେଦ ଓ ହୋମିଓପ୍ୟାଥିକ ଚିକିତ୍ସାରେ ମଧୁମେୟ ରୋଗ ନିୟନ୍ତ୍ରଣ ପାଇଁ ଏହାର ପତ୍ରର ସ୍ବରସ , ଚୂର୍ଣ୍ଣ କିମ୍ବା ଅର୍କ ସେବନ କରିବା ପାଇଁ ପରାମର୍ଶ ଦିଆଯାଯାଇଥାଏ  । ପୂର୍ବରୁ ଏହା ଭାରତୀୟ ଜଙ୍ଗଲମାନଙ୍କରେ ପ୍ରାକୃତିକ ରୂପରେ ପ୍ରଚୁର ପରିମାଣରେ ମିଳୁଥିଲା  । ସାଂପ୍ରତିକ ପରିସ୍ଥିତିରେ ଏହାର ଔଷଧୀୟ ଚାହିଦା କ୍ରମଶଃ ବୃଦ୍ଧି ପାଉଥିବା ଦୃଷ୍ଟିରୁ ଏହାର କୃଷିକରଣ ଏକ ଲାଭଜନକ ବ୍ୟବସାୟ ଭାବରେ ପରିଗଣିତ ହେଉଛି  ।

ଏହାର ପତ୍ରର ରାସାୟନିକ ବିଶ୍ଲେଷଣରୁ ଜଣାଯାଇଛି ଯେ ଏଥିରେ ଜିମ୍ନେମିକ ଏସିଡ ନାମକ ଏକ ପଦାର୍ଥ ଏବଂ ଆନ୍ଥାକ୍ଵିନୋନ କମ୍ଫାଉଣ୍ଡ ଥାଏ  । ଏହାର ପତ୍ର ମଧୁମେୟ ରୋଗର ଚିକିତ୍ସା ପାଇଁ ଅତ୍ୟନ୍ତ ଫଳପ୍ରଦ ଅଟେ  । ମଧୁମେୟ ରୋଗୀ ଏହାର ପତ୍ରକୁ ଚୋବାଇଲେ କିମ୍ବା ଏହାର ଚୂର୍ଣ୍ଣ ୪ ଗ୍ରାମ ମାତ୍ରାରେ ଗୋଦୁଗ୍ଧ ସହ ସେବନ କର ଏହା ରୋଗ ନିୟନ୍ତ୍ରଣ ଦିଗରେ ସାହାଯ୍ୟ କରିଥାଏ । ଏହାଛଡା ଏହାକୁ ଜ୍ଵର , ରକ୍ତବିକାର , ବିସର୍ପ , ବିଷବିକାର ଏବଂ କଣ୍ଠବିକାରରେ ପ୍ରୟୋଗ କରାଯାଏ । ସର୍ପଦଂସ ବା ସାପ କାମୁଡିଥିଲେ ଯଥାଶୀଘ୍ର ଏହାର ମୂଳର କ୍ଵାଥ ରୋଗକୁ ସେବନ କରାଇବା ସହ ଦଂସନ ସ୍ଥାନରେ ଲେପୀଦିଅନ୍ତୁ  । ପତ୍ରକୁ ବାଟି ଫୁଲା ଓ ବ୍ରଣ ସ୍ଥାନରେ ମଧ୍ୟ ଲେପ ଦିଆଯାଏ  ।

ଉଷ୍ଣ ଓ ଶୁଷ୍କ ଜଳବାୟୁରେ ଗୁଡମାରି ଚାଷ କଲେ ଭଲ ଅମଳ ମିଳିଥାଏ । ଜାମ୍ମୁକାଶ୍ମୀର,ହିମାଚଳ ପ୍ରଦେଶ , ଅରୁଣାଚଳ ପ୍ରଦେଶ ପ୍ରଭୁତି ହିମାଳୟ ପର୍ବତର ନିକଟବର୍ତ୍ତୀ ଥଣ୍ଡାପ୍ରବଣ ରାଜ୍ୟଗୁଡିକ ବ୍ୟତୀତ ଭାରତର ଅନ୍ୟ ସମସ୍ତ ଉଷ୍ଣ ଜଳବାୟୁ ବିଶିଷ୍ଟ ରାଜ୍ୟଗୁଡିକରେ ଗୁଡମାରି ଚାଷ କରାଯାଇପାରିବ । ଏଥିପାଇଁ ଖତ ମିଶ୍ରିତ ଦୋରସା ମାଟି ଉପଯୋଗୀ ଅଟେ  । ସାତରୁ ଦଶଦିନ ମଧ୍ୟରେ ଶତକଡା ୪୦ ଭାଗ ମଞ୍ଜି ଗଜା ବାହାରେ  । ଅଗ୍ରସ୍ଥ ୧୫-୨୦ ସେମି ରେ ଡାଳ କଟାଜାଇ ପଲିଥିନ ମୁଣାରେ କିମ୍ବା ସିଧାସଳଖ ମାଟିରେ ପୋତାଯାଏ ।  କଟାଯାଇଥିବା ଡାକରୁ ସାପ୍ତାହିକ ମଧ୍ୟରେ ଚେର ବାହାରେ , ଯଥେଷ୍ଟ ଚେର ବାହାରିଲାପରେ ମାଟିରେ ଲଗାଯାଏ  । ବର୍ଷାଋତୁ ଆରମ୍ଭରୁ ଅଙ୍କୁରିତ ଚାରା ଲଗାଯାଇବାର ପ୍ରକୃଷ୍ଟ ସମୟ ଅଟେ । ଗଛ ମୂଳରେ ଯେପରି ପାଣି ଜମି ନରହେ ସେଥିପ୍ରତି ଦୃଷ୍ଟି ଦେବା ଦରକାର  ।

ଗୁଡମାରୀ ଶୁଷ୍କ ଜଳବାୟୁକୁ ସହନ କରିବାର କ୍ଷମତା ଧାରଣା କରିଥିଲେ ମଧ୍ୟ ଗ୍ରୀଷ୍ମ ଋତୁ ରେ ଓ ଶୀତ ଋତୁରେ ମାସକୁ ଦୁଇଥର ଲେଖାଏଁ ପ୍ରତି ମାସରେ ପାଣି ଦେବାର ବ୍ୟବସ୍ଥା କରିବା ଉଚିତ  । ଏହାଛଡା , ଏହି ଗଛରେ ଯେପରି ରୋଗପୋକ ନ ଲାଗନ୍ତି ସେଥିପ୍ରତି ଧ୍ୟାନ ଦେବା ଅବଶ୍ୟକ  ।  ଏହି ଫସଲରେ ପାଓଡରୀ ମିଲଡିଉ ଦ୍ଵାରା ରୋଗ ହୋଇଥାଏ । ଏହାକୁ ଦୂର କରିବା ପାଇଁ ମୋନୋକ୍ରୋଟୋପଠସ ୧ ମିଳି କୁ ୧ଲି ପାଣିରେ ମିଶାଇ ସିଞ୍ଚନ କରାଯାଏ  । ଗଛ ୫-୬ ଫୁଟ ଉଚ୍ଚତା ବିଶିଷ୍ଟ ହୋଇଗଲେ ୧-୫ ବର୍ଷ ପରେ ଗଛର ଅଗ୍ରଭାଗକୁ କାଟି ଟ୍ରିମିଙ୍ଗ ପ୍ରତିବର୍ଷ କରାଯାଏ । ଏହାଫଳରେ ବେଶୀ ଶାଖା ବାହାରି ସେଥିରେ ଅଧିକ ସଂଖ୍ୟକ ପତ୍ର ବାହାରିଥାଏ  । ୨ ବର୍ଷ ପରେ ଗୁଡମାରିର ପ୍ରଥମ ଫସଲ ଅମଳ କରାଯାଏ । ଦୁଇବର୍ଷଠାରୁ ଆରମ୍ଭ କରି ୨୦-୨୫ ବର୍ଷ ପର୍ଯ୍ୟନ୍ତ ଫସଲ ଅମଳ କରାଯାଇପାରିବ  ।

ପତ୍ରଗୁଡିକ ସଂଗ୍ରହ କରି ୫ ଦିନ ଛାଇରେ ଶୁଖାଇ ଅଖାରେ ବାନ୍ଧି ରଖାଯାଏ । ବର୍ଷକୁ ୨ ଥର ପତ୍ର ସଂଗ୍ରହ କରାଯାଏ । ଗଛ ପ୍ରତି ୫୦୦ ଗ୍ରାମ ଶୁଖିଲା ପତ୍ର ହିସାବରେ ଏକ ଏକରରୁ ୧୭୫୦ କିଗ୍ରା ପତ୍ର ମିଳିପାରିବ  । ଏହି  ପତ୍ରର ଦାମ ଋତୁ ଅନୁସାରେ ଅଲଗା ହୋଇଥାଏ । ଗୁଡାମାରୀ ପତ୍ରର ବିକ୍ରି ପାଇଁ ଔଷଧ ଉତ୍ପାଦନକାରୀ ସଂସ୍ଥାକୁ ଦେଇହେବ  । ଗୁଡମାରୀ ବ୍ୟବସାୟିକ ବଜାର ପ୍ରଶସ୍ତ ଅଛି । ଏହା ମୁଖ୍ୟତଃ ହାଇଦ୍ରାବାଦ , କଲିକତା ଓ ମୁମ୍ବାଇ ପଠାଯାଇପାରିବ । ଜାତୀୟ ସ୍ତରରେ ଏହି ଗଛର ପତ୍ରର ମୂଲ୍ୟ କିଗ୍ରା ପ୍ରତି ୧୫ ଟଙ୍କାରୁ ୫୦ ଟଙ୍କା ଅଟେ ।

କ'ଣ ଏହି ଚତ୍ମକାରୀ କ୍ରାସୁଲା ଗଛ ? ଆସନ୍ତୁ ଜାଣିବା ......

ଜୈବିକ ପଦ୍ଧତିରେ ଚାଷ ବିଷୟରେ ଜାଣିଛନ୍ତି କି ? ଆୟ କରିବେ ଲକ୍ଷ ଲକ୍ଷ ଟଙ୍କା...

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments

ଆମ ନ୍ୟୁଜଲେଟରକୁ ସବସ୍କ୍ରାଇବ୍ କରନ୍ତୁ । ଆପଣ ଆପଣଙ୍କ ଆଗ୍ରହ ଥିବା ଟପିକ୍‌ ବାଛିବେ ଏବଂ ଆମେ ଆପଣଙ୍କୁ ବଛା ବଛା ନ୍ୟୁଜ ଓ ଆପଣଙ୍କ ପସନ୍ଦ ଅନୁଯାୟୀ ଲାଟେଷ୍ଟ ଅପଡେଟ୍‌ ପଠାଇଦେବୁ ।

ନ୍ୟୁଜଲେଟର ସବସ୍କ୍ରାଇବ୍‌ କରନ୍ତୁ