ପ୍ରାୟତଃ ଦେଶରେ ତଥା ଅନେକ ରାଜ୍ୟ ରେ ଆଳୁଚାଷ କରାଯାଏ । ଏହା ୟୁରୋପୀୟ ଦେଶମାନଙ୍କରେ ମୁଖ୍ୟ ଖାଦ୍ୟ ଏବଂ ଆମ ଦେଶରେ ମୁଖ୍ୟ ପରିବା ଫସଲ ରୂପେ ପରିଗଣିତ ହୁଏ । ଆଉ ଏବେ ଆଳୁ ଚାଷକୁ ଅର୍ଥକାରୀ ଫସଲ ଭାବେ ବିବେଚନା କରାଯାଉଛି । ଆଳୁରେ ଶ୍ଵେତସାର ବ୍ୟତୀତ ଉଚ୍ଚ ମାନର ପ୍ରୋଟିନ୍, ଧାତବ ଲବଣ ଓ ଭିଟାମିନ୍ ଇତ୍ୟାଦି ରହିଛି ( potato farmng ) ।
ଚିତା ରୁ ବଡ ସମସ୍ତଙ୍କୁ ଏହି ଆଳୁ ପସନ୍ଦ l ଆଳୁ ବିନା ଯେମିତି ଖାଦ୍ୟ ଅଧା ରହିଯାଏ l ବିଶ୍ୱ ଖାଦ୍ୟ ସଂସ୍ଥା ଏହି ଫସଲକୁ ଭବିଷ୍ୟତର ଖାଦ୍ୟ ରୂପେ ଅଭିହିତ କରିଛନ୍ତି । ଆମ ଦେଶରେ ୧.୯ ମିଲିୟନ୍ ହେକ୍ଟର ଜମିରେ ଆଳୁ ଚାଷ ହୁଏ ଆଉ ଏଥିରୁ ୪୬ ମିଲିୟନ୍ ଟନ୍ ଆଳୁ ଉତ୍ପାଦନ ହୋଇଥାଏ । ଓଡ଼ିଶାରେ ପ୍ରାୟ ୩୦ଟି ଜିଲ୍ଲାରେ ୧୫ହଜାର ହେକ୍ଟର ଜମିରେ ଶୀତଦିନେ ଆଳୁଚାଷ ହୋଇଥାଏ । ଆଳୁ ଚାଷ ଏକ ପ୍ରକାର ଲାଭକାରୀ ଚାଷ ମଧ୍ୟ l
ଦେଶର ହେକ୍ଟର ପିଛା ଉତ୍ପାଦନ ୨୩୦ କୁଇଣ୍ଟାଇ ହୋଇଥିଲାବେଳେ ରାଜ୍ୟରେ ଏହା ୧୬୦ କୁଇଣ୍ଟାଲ ହୋଇଥାଏ । ଆଳୁ ଫସଲର ଉତ୍ପାଦନ ଶକ୍ତି ବଢାଇବା ପାଇଁ ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଉଛି । ରାଜ୍ୟ ରେ ସରକାର ମଧ୍ୟ ଅନେକ ଯୋଜନା ହାତକୁ ନେଇଛନ୍ତି ଆଳୁ ଚାଷ l ଆଳୁ ଫସଲରେ ବିଶ୍ଵବ୍ୟାପୀ ପୋକ ଓ ସୂତ୍ରଜୀବ ଯୋଗୁଁ ଶତକଡା ୧୮ ପ୍ରତିଶତ ଓ ରୋଗ ଯୋଗୁଁ ୧୨ ପ୍ରତିଶତ କ୍ଷତି ହୋଇଥାଏ । ଆମ ଦେଶରେ ଉଛୁର ପତ୍ରପୋଡା ଯୋଗୁଁ ୧୦ ରୁ ୭୦%, ବିଭିନ୍ନ ପ୍ରକାରର ଭୂତାଣୁ ଦ୍ଵାରା ୫ରୁ ୬୦%, ବୀଜାଣୁ ଜନିତ ଝାଉଁଳା ଯୋଗୁଁ ୩୦ ପ୍ରତିଶତ ଓ ଆଳୁ କନ୍ଦ ପ୍ରଜାପତି ଦ୍ଵାରା ୫୦ ପ୍ରତିଶତ କ୍ଷତି ହୋଇଥାଏ । ବେଳେ ବେଳେ ଏହାର ପରିମାଣ ବଢି ଯାଇଥାଏ ଯାହାର ଖେତୀ ଚାଷୀ ସହିଥାଏ l
ଆମ ରାଜ୍ୟରେ ଆଳୁ ଫସଲରେ ଫିମିଜନିତ ଉଛୁର ପତ୍ରପୋଡା, ସଅଳ ପତ୍ରପୋଡା, ଟିଟିପ୍ତ ପତ୍ରଦାଗ, ଶୁଷ୍କସଢ଼ା, ବୀଜାଣୁଜନିତ ଝାଉଁଳା , କଳାମୁଳିଆ , ଯାଦୁରା, ଭୂତାଣୁଜନିତ ପତ୍ରମୋଚା, କୋଢ଼ି ରୋଗ ଏବଂ ଜଉପୋକ, ଆଳୁ ମଥ, ଧବଳ ଭୁଙ୍ଗ, କଭିକ କୀଟ, କାଙ୍କଡିଆ, ଅଷ୍ଟପଦୀ ଇତ୍ୟାଦି କୀଟ ଲାଗିଥାଏ । ସଂକ୍ରମିତ ପତ୍ର ଓ ଆଳୁରେ ରୋଗର ଲକ୍ଷଣ ଦେଖାଯାଏ । ପ୍ରଥମେ ଗଛର ତଳା ବୁଢ଼ାପତ୍ର ଆକ୍ରାନ୍ତ ହୁଏ ! ସେଗୁଡିକରେ ୧-୨ ମି.ମି. ଗୋଲାକାରଠାରୁ ଅଣ୍ଡାକୃତି ବାଦାମୀ ଦାଗ ଦେଖିବାକୁ ମିଳେ । ସେଗୁଡ଼ିକ କ୍ରମଶଃ ବଢ଼ି କୋଣାକାର ହୁଏ । ସଂକ୍ରମିତ ଅଂଶ ପତ୍ର ର ବାଦାମୀ ପଡିଯାଏ । ସେଥିରେ ଗାଢ ଓ ଫିକା ରଙ୍ଗର ରେଣୁ ବଳୟ ଦେବାକୁ ମିଳେ । ସମଗ୍ର ପତ୍ରଟି ବାଦାମି ପଡି ପରେ ଶୁଖିଯାଇଥାଏ । ସଂକ୍ରମିତ ଆଳୁ ଚୋପାର ଠିକ୍ ତଳ ଅଂଶ ବାଦାମୀ ପଡ଼ି ଶକ୍ତ ହୋଇ ଶୁଖି ଯାଇଥାଏ ।
ଏଥିପାଇଁ ରୋଗମୁକ୍ତ ବିହନ ବ୍ୟବହାର କରନ୍ତୁ । ସନ୍ତୁଳିତ ସାର ପ୍ରୟୋଗ କରନ୍ତୁ ଯାହା ଆପଣଙ୍କ ଫସଲ କୁ ସବୁଜ ସୁନ୍ଦର କରିବ । କୁଫ୍ରୀ ଚିସୋନା-୧, କୁଫ୍ରୀ ଚିପସୋନା- ୨, କୁଫ୍ରୀ ଚିପ୍ରସୋନା-୩ ଆଦି ରୋଗ ସହଣୀ କିସମ ବ୍ୟବହାର କରନ୍ତୁ । ଆଳୁ ଲଗାଇବାର ୪୫ ଦିନରେ ଥରେ ୧% ୟୁରିଆ ଏବଂ ଠିକ ଏହାର ୧୦ ଦିନ ପରେ ଆଉଥରେ ଏହାକୁ ଛିଞ୍ଚନ କରନ୍ତୁ । ଫସଲରେ ୫% ସଂକ୍ରମଣ ଦେଖିଲେ ମାକୋଜେନ୍ କିମ୍ବା କପରିଅକ୍ସି ସ୍କୋରାଇଡ୍ ୦.୩% ସିଞ୍ଚନ କରନ୍ତୁ । ଏବେ ବଜାରରେ ଫିମ୍ପିନାଶକ ରାସାୟନିକ ଔଷଧ ମିଳୁଛି । ତାକୁ ମଧ୍ୟ ୦.୩% ହିସାବରେ ସିଞ୍ଚନ କରିପାରିବେ, ଯାହାଦ୍ଵାରା ବେଶୀ ସୁଫଳ ମିଳିବ ।
ଜୈବିକ ଉପାୟରେ 'ରୁଫଟପ୍ ଗାର୍ଡ଼େନିଙ୍ଗ' ଯାହା ଛାତକୁ କରେ ଦ୍ବିଗୁଣିତ ସୁନ୍ଦର
Share your comments