1. କୃଷି ବିଶ୍ବକୋଷ

କ’ଣ ଏହି ମିଲେଟ ମିଶନ ? କାହିଁକି ଚାଲିଛି ଏତେ ପ୍ରଚାର ପ୍ରସାର ?

ମିଲେଟ(Millet) ଯାହାକୁ ହିନ୍ଦୀରେ ମୋଟା ଅନାଜ କୁହାଯାଏ (ବାଜ୍ରା, ଜୋୱାର, କାଙ୍ଗନି, ରାଗି ଇତ୍ୟାଦି) ।ଏଗୁଡ଼ିକ ପୁଷ୍ଟିକର(Nutrient) ଶସ୍ୟ ଯାହା ଫାଇବର, ମିନେରାଲ୍ସ ଏବଂ ଅନ୍ୟାନ୍ୟ ଜରୁରୀ ପୋଷକ ତତ୍ତ୍ୱରେ ଭରପୂର ଅଟେ । ମିଲେଟଗୁଡିକ ପ୍ରାୟତଃ ବିଭିନ୍ନ ଖାଦ୍ୟରେ ବ୍ୟବହୃତ ହୋଇଥାଏ ଏବଂ ଏହା ଦଲିଆ, ବ୍ରେଡ଼ ଏବଂ ବିଭିନ୍ନ ସାଇଡ୍ ଡିସ ଭାବରେ ମଧ୍ୟ ବ୍ୟବହାର କରାଯାଇଥାଏ । ମିଲେଟର ଉତ୍ପାଦନ ବିଶ୍ୱର ବିଭିନ୍ନ ଦେଶରେ କରାଯାଇଥାଏ ।

Priyambada Rana
Priyambada Rana
What is Millet Mission?

What is Millet Mission?

ଏହି ମିଲେଟ ?

ମିଲେଟ(Millet) ଯାହାକୁ ହିନ୍ଦୀରେ ମୋଟା ଅନାଜ କୁହାଯାଏ (ବାଜ୍ରା, ଜୋୱାର, କାଙ୍ଗନି, ରାଗି ଇତ୍ୟାଦି) ।ଏଗୁଡ଼ିକ ପୁଷ୍ଟିକର(Nutrient) ଶସ୍ୟ ଯାହା ଫାଇବର, ମିନେରାଲ୍ସ ଏବଂ ଅନ୍ୟାନ୍ୟ ଜରୁରୀ ପୋଷକ ତତ୍ତ୍ୱରେ ଭରପୂର ଅଟେ । ମିଲେଟଗୁଡିକ ପ୍ରାୟତଃ ବିଭିନ୍ନ ଖାଦ୍ୟରେ ବ୍ୟବହୃତ ହୋଇଥାଏ ଏବଂ ଏହା ଦଲିଆ, ବ୍ରେଡ଼ ଏବଂ ବିଭିନ୍ନ ସାଇଡ୍ ଡିସ ଭାବରେ ମଧ୍ୟ ବ୍ୟବହାର କରାଯାଇଥାଏ । ମିଲେଟର ଉତ୍ପାଦନ ବିଶ୍ୱର ବିଭିନ୍ନ ଦେଶରେ କରାଯାଇଥାଏ ।

ମିଲେଟ ମିଶନ ୨୦୨୩ କ ?

ଭାରତର ଦାବି ଅନୁଯାୟୀ ମିଳିତ ଜାତିସଂଘ ୨୦୨୩କୁ 'ଅନ୍ତର୍ଜାତୀୟ ମିଲେଟ ବର୍ଷ'(International Year of Millet-2023) ଭାବରେ ଘୋଷଣା କରିଥିଲେ ​​ଏବଂ ଭାରତର ଏହି ଚାହିଦାକୁ ବିଶ୍ୱ ପାଖାପାଖି ୭୨ଟି ଦେଶ ସମର୍ଥନ ଜଣାଇଥିଲେ ।  ୨୦୨୧ ମାର୍ଚ୍ଚରେ ଆୟୋଜିତ ମିଳିତ ଜାତିସଂଘର ସାଧାରଣ ବୈଠକରେ ଗ୍ରହଣ କରାଯାଇଥିବା ନିଷ୍ପତ୍ତି ଅନୁସାରେ ୨୦୨୩କୁ 'ଆନ୍ତର୍ଜାତୀୟ ମିଲେଟ୍ ବର୍ଷ' ଭାବରେ ଘୋଷଣା କରିବାକୁ ନିଷ୍ପତ୍ତି ନିଆଯାଇଛି। ମିଳିତ ଜାତିସଂଘର ଖାଦ୍ୟ ଏବଂ କୃଷି ସଂଗଠନ (FAO) କିଛି ଦିନ ପୂର୍ବରୁ ଇଟାଲୀର ରୋମରେ 'ଆନ୍ତର୍ଜାତୀୟ ବର୍ଷ ମିଲେଟ୍-୨୦୨୩ (IYM-2023)' ଆରମ୍ଭ କରିଛି ।

ଭାରତରେ ମିଲେଟରେ ସ୍ଥିତି:

ଭାରତରେ ମୋତି ମିଲେଟ (ବାଜ୍ରା), ଫିଙ୍ଗର ମିଲେଟ (ରାଗି), ଫକ୍ସଟେଲ ମିଲେଟ (କାଙ୍ଗନି), ପ୍ରୋସୋ ମିଲେଟ (ବାରଗୁ), ସୋରିମ୍ (ଜୱାର), ଲିଟିଲ ମିଲେଟ (ସାମାଇ), କୋଡୋ ଇତ୍ୟାଦି ୬ ରୁ ୭ ପ୍ରକାରର ମିଲେଟ ଚାଷ କରାଯାଏ ।FAO ତଥ୍ୟରେ ଦର୍ଶାଯାଇଛି ଯେ, ୨୦୨୦-୨୧ ମସିହାରେ ଭାରତ ୧୨ ନିୟୁତ ଟନ୍ କଠିନ ଶସ୍ୟ ବା ମୋଟା ଅନାଜ ଉତ୍ପାଦନ କରିଥିଲା ​​ଏବଂ ୪୧ ପ୍ରତିଶତ ଅଂଶଧନ ସହ ଭାରତ ବିଶ୍ୱର ସବୁଠାରୁ ଅଧିକ ଉତ୍ପାଦକ ଦେଶ ଅଟେ। ପରିସଂଖ୍ୟାନରୁ ଏହା ମଧ୍ୟ ଦର୍ଶାଯାଇଛି ଯେ ଭାରତ ହେଉଛି ବିଶ୍ୱର ୫ମ ବୃହତ୍ତମ ଶସ୍ୟ ରପ୍ତାନକାରୀ ଦେଶ। ୨୦୨୧-୨୨ରେ ଭାରତ ୬୪.୨୮ ମିଲିୟନ ଡ଼ଲାରର କଠିନ ଶସ୍ୟ ରପ୍ତାନି କରିଥିଲା ​​ଯାହାକି ୨୦୨୦-୨୧ ବର୍ଷରେ ୫୯.୭୫ ମିଲିୟନ ଡ଼ଲାର ଥିଲା। ସମଗ୍ର ଏସିଆ ମହାଦେଶରେ କଠିନ ଶସ୍ୟ ଉତ୍ପାଦନରୁ ୮୦% ଉତ୍ପାଦନ ଭାରତ ଭାରତରେ ହଇଥାଏ । ଯଦି ଆମେ ଦେଶର ସବୁଠାରୁ ଅଧିକ ଶସ୍ୟ ଉତ୍ପାଦନ କରୁଥିବା ରାଜ୍ୟମାନଙ୍କ ବିଷୟରେ ଆଲୋଚନା କରିବା, ତେବେ ସେଗୁଡ଼ିକ ହେଉଛି ରାଜସ୍ଥାନ, ମହାରାଷ୍ଟ୍ର, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, ହରିୟାଣା, ଉତ୍ତରପ୍ରଦେଶ, ବିହାର ଏବଂ ମଧ୍ୟପ୍ରଦେଶ ।

ବିଶ୍ୱରେ ମିଲେଟର ସ୍ଥିତି:

ମିଲେଟ ଏପରି ଏକ ଶସ୍ୟ ଯାହା ବିଶ୍ୱର ଅନେକ ସ୍ଥାନରେ ଏହାର ଚାଷ କରାଯାଇଥାଏ । ବିଶେଷ ଭାବରେ ଶୁଷ୍କ ଅଞ୍ଚଳ(ଯେଉଁଠି ଅନ୍ୟ ଶସ୍ୟ ଉତ୍ପାଦନ ସମ୍ଭବପର ହୋଇନଥାଏ ) ସେପରି ସ୍ଥାନରେ ଏହି ଫସଲ କରାଯିବା ସମ୍ଭବପର ହୋଇଥାଏ । ମିଳିତ ଜାତିସଂଘର ଖାଦ୍ୟ ଏବଂ କୃଷି ସଂଗଠନ (FAO) ର ତଥ୍ୟ ଅନୁଯାୟୀ, ମିଲେଟର ମୁଖ୍ୟ ଉତ୍ପାଦକ ଭାରତ, ଚୀନ୍, ନାଇଜର, ଆଫ୍ରିକା, ନାଇଜେରିଆ, ଋଷ, ଆମେରିକା ଅନ୍ତର୍ଭୁକ୍ତ। କଠିନ ଶସ୍ୟର ଉତ୍ପାଦନ ବର୍ଷକୁ ବର୍ଷ ବୃଦ୍ଧି ପାଉଛି, ୨୦୨୧ ମସିହାରେ ମୋଟ ଶସ୍ୟର ଉତ୍ପାଦନ ୪୫ ନିୟୁତ ଟନ୍ ଥିଲା ।

ଆନ୍ତର୍ଜାତୀୟ ମିଲେଟ ବର୍ଷ-2023ର କିପରି ପ୍ରଚାର କରୁଛି ସରକାର ?

କେନ୍ଦ୍ର କୃଷି ମନ୍ତ୍ରୀ କହିଛନ୍ତି ଯେ ୬୬ରୁ ଅଧିକ ଷ୍ଟାର୍ଟଅପ୍ ୬.୨୫ କୋଟିରୁ ଅଧିକ ଟଙ୍କା ଦିଆଯାଇଥିବାବେଳେ ୨୫ଟି ଷ୍ଟାର୍ଟଅପର ବ୍ୟବହାର ଏହର ମାର୍କେଟିଂ ଏବଂ ମିଲେଟ ବିଷୟରେ ସଚେତନତା ପାଇଁ ଅଧିକ ଅର୍ଥ ପ୍ରଦାନ ପାଇଁ ଅନୁମୋଦନ କରାଯାଇଛି। ଭାରତରେ ମିଲେଟର ମୂଲ୍ୟ ଶୃଙ୍ଖଳରେ ୫୦୦ରୁ ଅଧିକ ଷ୍ଟାର୍ଟଅପ୍ କାର୍ଯ୍ୟ କରୁଛି ଏବଂ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମିଲେଟସ୍ ରିସର୍ଚ୍ଚ (IIMR) ରାଷ୍ଟ୍ରିୟ କୃଷିର ବିକାଶ ଯୋଜନା ଅଧୀନରେ ୨୫୦ ଷ୍ଟାର୍ଟଅପ୍ ଉଦ୍ଭାବନ କରିଛି। ମିଲେଟକୁ ପ୍ରୋତ୍ସାହିତ କରିବା ପାଇଁ ରେଳବାଇ ଏବଂ ବିମାନ ଚଳାଚଳ ସମୟରେ ମିଲେଟ ପରିବେଷଣ କରାଯିବ ଏବଂ ବିଭିନ୍ନ ଦେଶରେ ଥିବା ଭାରତୀୟ ଦୂତାବାସ ମଧ୍ୟ ମିଲେଟ ଖାଦ୍ୟ ଉତ୍ସବର ଆୟୋଜନ କରିବେ। ମିଲେଟ ଫୁଡ ଫେଷ୍ଟିଭାଲର ଆୟୋଜନ ପାଇଁ ସରକାର ଦେଶର ସମସ୍ତ ରାଜ୍ୟକୁ ଚିଠି ମଧ୍ୟ ଲେଖିଛନ୍ତି। ମିଲେଟର ପ୍ରଚାର ପାଇଁ ସରକାର ଅନେକଗୁଡ଼ିଏ ଉଦ୍ୟମ କରୁଥିବା ଦେଖିବାକୁ ମିଳିଛି।

ଚଳିତ ବର୍ଷ ଦୁବାଇ ଓ ୟୁଏଇକୁ ଓଡ଼ିଶାରୁ ୯୭୫ କେ.ଜି ମିଲେଟ ରପ୍ତାନି

Like this article?

Hey! I am Priyambada Rana. Did you liked this article and have suggestions to improve this article? Mail me your suggestions and feedback.

Share your comments

ଆମ ନ୍ୟୁଜଲେଟରକୁ ସବସ୍କ୍ରାଇବ୍ କରନ୍ତୁ । ଆପଣ ଆପଣଙ୍କ ଆଗ୍ରହ ଥିବା ଟପିକ୍‌ ବାଛିବେ ଏବଂ ଆମେ ଆପଣଙ୍କୁ ବଛା ବଛା ନ୍ୟୁଜ ଓ ଆପଣଙ୍କ ପସନ୍ଦ ଅନୁଯାୟୀ ଲାଟେଷ୍ଟ ଅପଡେଟ୍‌ ପଠାଇଦେବୁ ।

ନ୍ୟୁଜଲେଟର ସବସ୍କ୍ରାଇବ୍‌ କରନ୍ତୁ