1. କୃଷି ବିଶ୍ବକୋଷ

କେଉଁ ସମୟରେ କରିବେ ଖରାଟିଆ ଚାଷ, ଜାଣନ୍ତୁ...

ଚୈତ୍ର ଓ ବୈଶାଖ ମାସରେ କିଛି କିଛି ବର୍ଷା ହୁଏ । ଏହାଦ୍ଵାରା ମାଟି ବତର ହୁଏ । ଏହି ସମୟରେ ଜମିକୁ ୨ରୁ ୩ ଓଡ ଚାଷକରି ଛାଡିଦିଆଯାଏ । ଏହି ଚାଷକୁ ଖରାଟିଆ ଚାଷ କୁହନ୍ତି ।

Shuvanshu Kar
Shuvanshu Kar
Why is summer ploughing useful

Why is summer ploughing useful

ଖରାଟିଆ ଚାଷ(Summer Ploughing) ପ୍ରାଥମିକ କର୍ଷଣର ଏକ ପର୍ଯ୍ୟାୟ । ଓଡିଶାରେ ସାଧାରଣତଃ ଶାରଦ ଧାନ କଟା ହେବା ପରେ ଜମି ପଡିଆ ପଡେ କିମ୍ବା ବତର ଥିଲେ ହଳ କରାଯାଇ ମୁଗ, ବିରି, ଧନିଆ, ଚଣା ଇତ୍ୟାଦି ରବି ଫସଲ ବୁଣାଯାଏ । ଚୈତ୍ର ଓ ବୈଶାଖ ମାସରେ କିଛି କିଛି ବର୍ଷା ହୁଏ । ଏହାଦ୍ଵାରା ମାଟି ବତର ହୁଏ । ଏହି ସମୟରେ ଜମିକୁ ୨ରୁ ୩ ଓଡ ଚାଷକରି ଛାଡିଦିଆଯାଏ । ଏହି ଚାଷକୁ ଖରାଟିଆ ଚାଷ କୁହନ୍ତି ।

ଏହାଦ୍ଵାରା ମୃତ୍ତିକାର ଭୌତିକ, ରାସାୟନିକ ଓ ଜୈବିକ ପରିବର୍ତ୍ତନ ହୋଇଥାଏ । ପରବର୍ତ୍ତୀ ଫସଲ ଏଥିରୁ ଯଥେଷ୍ଟ ଉପକାର ପାଇ ଭଲ ଅମଳ ଦେଇଥାଏ ।

ଖରାଟିଆ ଚାଷର ଉପକାରିତା !!

ସୂର୍ଯ୍ୟମୁଖୀ ଚାଷ ବିଷୟରେ ଆପଣ ଜାଣନ୍ତି କି ??

ଭୌତିକ ପରିବର୍ତ୍ତନ

ଖରାଟିଆ ଚାଷ(Summer Ploughing) ହେତୁ ମାଟି ହାଲୁକା ରହେ । କିଆରୀରେ ଶାନବଦ ଡେଣୁଆ ଥାଏ ।

ଡେଣୁଆଗୁଡିକ ମଧ୍ୟରେ ଫାଙ୍କ ଥାଏ । ଏହି ଫାଙ୍କ ଦେଇ ବାୟୁ ସହଜରେ ଚଳାଚଳ କରିପାରେ । ତଳମାଟି ଉପରକୁ ଆସେ ଓ ଉପର ମାଟି ତଳକୁ ଯାଏ । ମାଟି ଜ୍ୟେଷ୍ଠ ମାସ ଶେଷ ଯାଏ ପ୍ରଚଣ୍ଡ ଖରାରେ ଶୁଖି ରହେ । ଏହି ସମୟରେ ବାଯୁମଣ୍ଡଳର ତାପମାନ ୩୮ରୁ ୪୦ ଡିଗ୍ରୀ ଏବଂ ମୃତ୍ତିକା ତାପମାନ ୪୨ରୁ ୪୪ ଡିଗ୍ରୀ ସେଲସିୟସ ରହିଥାଏ । ଏହି ଖରାରେ ମାଟି ଆପେ ଆପେ ବିଶୋଧିତ ହୋଇଯାଏ ।

ରାସାୟନିକ ପରିବର୍ତ୍ତନ

ମୃତ୍ତିକାର ତାପମାନ ଖରାରେ ବୃଦ୍ଧି ପାଇବାରୁ ଏହା ଉତ୍ତପ୍ତ ହୋଇ ରହିଥାଏ । ବୃଷ୍ଟିଜଳ ହେତୁ ଆର୍ଦ୍ରତା ବୃଦ୍ଧି ପାଇବାରୁ ଏଥିରେ ଥିବା ଜୈବିକ ଅଂଶର ବିଘଟନ ଘଟେ । ନାଇଟ୍ରେଟ ପରିମାଣ ବୃଦ୍ଧିପାଏ । ବର୍ଷା ହେତୁ ଏହି ନାଇଟ୍ରେଟ କଣିକା ଦେହରୁ ଝରି ଆସେ । ଗଛ ଚେର ଏହାକୁ ସହଜରେ ଶୋଷି ବଢେ । ମାଟି ଯେତେ ପ୍ରଖର ତାପରେ ଯେତେ ବେଶି ଶୁଖି ରହିଥିବ ବର୍ଷାଜଳ ହେତୁ ସେଥିରୁ ସେତେ ବିଶେ ଯବକ୍ଷାର ନିର୍ଗତ ହେବ । ବର୍ଷାର ପରିମାଣ ବଢିଲେ ତାପମାନ ହ୍ରାସ ପାଇବା ହେତୁ କ୍ରମେ ଏହି ପରିମାଣ ହ୍ରାସ ପାଇଥାଏ । ଏଣୁ ଖରୁଡି ବୁଣା ପାଇଁ ଖରାଟିଆ ଚାଷ ଅତି ଆବଶ୍ୟକ । ଖରାଟିଆ ଚାଷ ହେତୁ ହେକ୍ଟର ପିଚ୍ଛା ହାରାହାରି ୩୦ – ୪୦ କି.ଗ୍ରା. ଯବକ୍ଷାରଜାନ ମିଳିଥାଏ ।

ଜୈବିକ ପରିବର୍ତ୍ତନ

ମାଟି ଭିତରେ ବିଭିନ୍ନ ପ୍ରକାର ପୋକଜୋକ , କବକ କିରଣ କବକ, ଭୂତାଣୁ ଓ ଅନ୍ୟାନ୍ୟ କୀଟାଣୁ ଥାନ୍ତି । ଖରାଟିଆ ଚାଷହେତୁ ଏ ତଳ ମାଟି ଉପରକୁ ଚାଲିଆସୁଥିବାରୁ ଏଗୁଡିକ ବାହାରକୁ ଆସିଯାନ୍ତି ଏବଂ ଖରାରେ ମରିଯାନ୍ତି ଅଥବା ଏମାନଙ୍କର ସକ୍ରିୟତା ହ୍ରାସ ପାଇଥାଏ । ଏଣୁ ଖରାଟିଆ ଚାଷ ହୋଇଥିବା କିଆରୀରେ ବେଶି ରୋଗ ପୋକ ଦେଖାଯାନ୍ତି ନାହିଁ । ଫସଲ ନିରୋଗ ହୋଇଯାଏ ।

କାହିଁକି ଆବଶ୍ୟକ ଖରାଟିଆ ଚାଷ

  • ଖରାଟିଆ ଚାଷ କଲେ ମାଟିର ଉର୍ବରତା ବଢେ
  • ଭଲଭାବରେ ବାୟୁ ଚଳାଚଳ କରେ
  • ମାଟିର ଜଳ ଧାରଣ କ୍ଷମତାରେ ବୃଦ୍ଧି ହୁଏ
  • ମାଟିରେ ଥିବା ଅନାବଶ୍ୟକ ଜୀବାଣୁ ଓ ଅଣ୍ଡାଗୁଡିକ ନଷ୍ଟ ହୋଇଯାଏ । ଏହାଫଳରେ ଫସଲରେ ରୋଗ ପୋକର ପାଦୁର୍ଭାବ କମିଯାଏ ।

ଖରାଟିଆ ଚାଷ କେଉଁ ସମୟରେ କରିବା ଉଚିତ

ଖରାଟିଆ ଚାଷ(Summer Ploughing) ଖରାଦିନେ ହେଉଥିବା ବର୍ଷା ଉପରେ ନିର୍ଭର କରି କରାଯାଏ । ଏପ୍ରିଲ ଓ ମେ ମାସରେ ଅସରାଏ ଦୁଇ ଅସରା ବର୍ଷା ପରେ ଖରାଟିଆ ଚାଷ କରିବା ଉଚିତ

Like this article?

Hey! I am Shuvanshu Kar. Did you liked this article and have suggestions to improve this article? Mail me your suggestions and feedback.

Share your comments