1. କୃଷି ବିଶ୍ବକୋଷ

ଚାଷ ଆରମ୍ଭ ପୂର୍ବରୁ ଥରୁଟେ କରାଇ ନିଅନ୍ତୁ ମାଟି ପରୀକ୍ଷା…

ଭଲ ଫସଲ ଅମଳ ପାଇଁ ସାର, କିଟନାଶକ, ରୋଗପୋକ ନିଧନର ଯେତିକି ଆବଶ୍ୟକତା ରହିଛି, ଯେଉଁ ମାଟିରେ ଚାଷ କରାଯାଏ ତାହାର ପରୀକ୍ଷଣର ମଧ୍ୟ ସେତିକି ଆବଶ୍ୟକତା ରହିଛି ।ମୃତ୍ତିକାର ସ୍ଵାସ୍ଥ୍ୟ ଠିକ୍ ଓ ଉର୍ବରିଆ ଥିଲେ ଫସଲର ଅମଳ ଆଶାନୁରୂପ ହୋଇଥାଏ ।

Priyambada Rana
Priyambada Rana
Soil testing is Necessary

Soil testing is Necessary

ଭଲ ଫସଲ ଅମଳ ପାଇଁ ସାର, କିଟନାଶକ, ରୋଗପୋକ ନିଧନର ଯେତିକି ଆବଶ୍ୟକତା ରହିଛି, ଯେଉଁ ମାଟିରେ ଚାଷ କରାଯାଏ ତାହାର ପରୀକ୍ଷଣର ମଧ୍ୟ ସେତିକି ଆବଶ୍ୟକତା ରହିଛି ।ମୃତ୍ତିକାର ସ୍ଵାସ୍ଥ୍ୟ ଠିକ୍ ଓ ଉର୍ବରିଆ ଥିଲେ  ଫସଲର ଅମଳ ଆଶାନୁରୂପ ହୋଇଥାଏ । ମୃତ୍ତିକା କିପରି ଅଛି, ତାହା ପ୍ରଥମେ ଜାଣିବା ଦରକାର । ମୃତ୍ତିକାର ସ୍ଵାସ୍ଥ୍ୟକୁ ଠିକ୍ ରଖ ଫସଲରୁ ଅଧିକ ଅମଳ ପାଇବା ନିମନ୍ତେ ମାଟି ପରୀକ୍ଷା କରାଇ ନେବା ଜରୁରୀ । ଏହି ପରୀକ୍ଷା ଦ୍ଵାରା ମାଟିରେ ଅଭାବ ବା ଅଧିକ ଥିବା ଖାଦ୍ୟସାରର ପରିମାଣ ସମ୍ବନ୍ଧରେ ଜାଣି ଚାଷ ହେବାକୁ ଥିବା ଫସଲରେ କେତେ ଖାଦ୍ୟସାର ଆବଶ୍ୟକ ଏବଂ କେତେ ସାର ପ୍ରୟୋଗ ହେବ ତାହା ଜଣାପଡେ।

ମୃତ୍ତିକାରେ କିସମ ଓ ଗୁଣ ଚିହ୍ନଟ କରି ହୁଏ । ମୃତ୍ତିକାର ଗୁଣାତ୍ମକ ମାନ ଓ ଉର୍ବରତା ରକ୍ଷା କରିବା ସମ୍ଭବ ହୋଇଥାଏ । ଏତଦ୍‌ବ୍ୟତୀତ ଏହି ପରୀକ୍ଷାରୁ ମାଟିଜନିତ ସମସ୍ୟା ଯଥା -ଅମ୍ଳ ପରିମାପକ ଠିକ୍ ନ ଥିବା ବା ଅଶ୍ଵସାର ଉପଲବ୍ଧ ନ ଥିବା ବିଷୟ ଆଦି ଜଣାପଡେ । ପ୍ରତି ୨-୩ ବର୍ଷରେ ଥରେ ମାଟି ପରୀକ୍ଷା କରିବା ଆବଶ୍ୟକ । ମାଟି ପରୀକ୍ଷାର ଫଳାଫଳ ଅନୁଯାୟୀ ମୃତ୍ତିକା ସ୍ଵାସ୍ଥ୍ୟ କାର୍ଡ ଜରିଆରେ ଫସଲ ଚାଷ ନିମିତ୍ତ ଖତସାର, ଜୈବସାର ଓ ମୃତ୍ତିକା ସୁଧାରିବା ସମ୍ବନ୍ଧରେ ଆବଶ୍ୟକ ପରାମର୍ଶ ଦିଆଯାଇଥାଏ ।

ଫସଲ ଚାଷ ପୂର୍ବ ବା ଅମଳ ପରେ ମାଟି ସଂଗ୍ରହ କରାଯାଏ। ୫ ଏକର ପର୍ଯ୍ୟନ୍ତ ମୃତ୍ତିକା ସମାନ ଥିଲେ  ୫୦୦ଗ୍ରାମ୍ ମଧ୍ୟରେ ଏକ ନମୁନା ୧୦-୧୨ଟି ସ୍ଥାନରୁ ସଂଗ୍ରହ କରି ମିଶାଇ ତହିରୁ ପ୍ରସ୍ତୁତ କରାଯାଏ। ଗଛ ଛାଇ, ହିଡଜଡ, ଖତଗଦା ଏବଂ ସନ୍ତସନ୍ତିଆ ଜାଗାରୁ ମାଟି ସଂଗ୍ରହ କରାଯାଇ ନ ଥାଏ। ମାଟି ନମୁନା, ଗୋବର ଖତ, ଜଳସେଚନ ଓ ଜଳ ନିଷ୍କାସନ ନାଳି ପାଖରୁ ନିଆଯାଇ ନ ଥାଏ । ଯଦି ଏକ କ୍ଷେତର ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ଅବସ୍ଥାରେ ଫସଲ।, ଭିନ୍ନ ପ୍ରକାରର ମୃତ୍ତିକା, ଜମି ଖାଲଢ଼ିପା ବା ଭିନ୍ନ ପରିମାଣର ସାର ବ୍ୟବହାର ହୋଇଥାଏ, ତେବେ କ୍ଷେତକୁ ଭାଗ ଭାଗ କରି ପ୍ରତି ଭାଗରୁ ନମୁନା ସଂଗ୍ରହ କରାଯାଏ। ସଂଗୃହୀତ ନମୁନାକୁ ସାର ବା କୀଟନାଶକ ଔଷଧ ମୁଣାରେ ପୁରାଇ ବନ୍ଧାଯାଏ ନାହିଁ। ମାଟି ପରୀକ୍ଷା ଲାଗି ନିଜ ବ୍ଳକ ଓ ପଞ୍ଚାୟତର କୃଷି କର୍ମଚାରୀ ବା କୃଷକ ସାଥଙ୍କ ସହ ଯୋଗାଯୋଗ କରନ୍ତୁ। ଜମିର ଆକାର ଓ ଅବସ୍ଥିତି ଅନୁଯାୟୀ ବିଭିନ୍ନ ସ୍ଥାନରୁ ସଂଗୃହୀତ ମାଟିକୁ ମିଶାଇ ବିଧା ମତେ ବିବରଣୀ ସହ ମିଶ୍ରିତ ମାଟିର ନମୁନା ଦାଖଲ କରିବା ଆବଶ୍ୟକ।

ମାଟି ପରୀକ୍ଷା ପାଇଁ ସମସ୍ତ ମୁଖ୍ୟ ଉପାଦାନ ନିମନ୍ତେ ନମୁନା ପ୍ରତି ୫ଟଙ୍କା, ପ୍ରତି ଗୌଣ ଉପାଦାନ ନିମନ୍ତେ ୧୦-୨୫ଟଙ୍କା ଦେୟ ଓ ମାଟିର ବିବରଣୀ ସହ ନମୁନା ମାଟିକୁ ଏକ ପଲିଥିନ୍ ରେ  ରଖି ତାହାକୁ ସୂତାରେ ବାନ୍ଧି ସହକାରୀ କୃଷି ଅଧିକାରୀ ଅଥବା ମୃତ୍ତିକା ପରୀକ୍ଷାଗାରରେ ନଚେତ କୃଷି ବିଜ୍ଞାନକେନ୍ଦ୍ର, କୃଷି ମହାବିଦ୍ୟାଳୟସ୍ଥ ମୃତ୍ତିକା ରସାୟନ ବିଭାଗର ପରୀକ୍ଷାଗାରରେ ଦାଖଲ କରିପାରିବେ।

  • ମାଟି ଅମ୍ଳୀୟ ଥିଲେ ଏକର ପ୍ରତି ବାର୍ଷିକ ହାରାହାରି ୨ କୁଇଣ୍ଟାଲ କାଗଜକଳ । ମଇଳା (ପିଏମ୍ଏସ୍) ମାଟିରେ ପ୍ରୟୋଗ କରନ୍ତୁ ।
  • ଲୁଣ ମାଟି ପରିଚାଳନା ନିମନ୍ତେ ସେହି ମାଟିରେ ଯଥେଷ୍ଟ ଖତ, ସବୁଜ ସାର ଓ ଫସଲର ଅବଶିଷ୍ଟାବିଂଶ ମିଶାଇ ଦିଆଗଲେ ଲୁଣି ଅଂଶ କମିଯାଏ । ଲୁଣି ଜମିରେ ଲୁଣା ସହଣା ଫସଲ ଯଥା - କପା, ସୂର୍ଯ୍ୟମୁଖୀ, କୁସୁମ, ସୋରିଷ, ପନିପରିବା (ବିଚ୍, ବିଲାତି, ବନ୍ଧାକୋବି ଓ ମୂଳା) ଆଦିର ଚାଷ କରନ୍ତୁ । ବର୍ଷାଦିନରେ ଧାନ ଚାଷ ଲାଗି ଲୁଣି ସହଣୀ ଧାନ ଚାଷ କରିବା ଭଲ ।
  • ମାଟିରେ ଅଧିକ ପାଣି ଜମି ରହୁଥିଲେ । ଦସ୍ତାର ଅଭାବ ଦେଖାଯାଏ । ସେ କ୍ଷେତ୍ରରେ ଏକର ପ୍ରତି ୧୦ କିଗ୍ରା ଢିଙ୍କ ସଲ୍‌ଫେଟ୍ ପ୍ରୟୋଗ କରନ୍ତୁ ।
  • ଲଗାତାର ବା ମରୁଡିର ଆଶଙ୍କା ଥିଲେ । ମାଣ୍ଡିଆ, କପା, ସୂର୍ଯ୍ୟମୁଖୀ, କୁସୁମା, ପେଶୀ, ବୁଟ, ମୁଗ ଓ ଧନିଆ ଫସଲର ଚାଷ କରିବା ଭଲ । ମରୁଡି ସହନଶୀଳ ଧାନ କିସମ ଚାଷରେ ଅମଳ ପ୍ରଭାବିତ ହୋଇନଥାଏ ।
  • ମୃତ୍ତିକାର ସଂରକ୍ଷଣ ଓ ଉପର ଉର୍ବରିଆ ମାଟିର ସ୍ତର ନ ଧୋଇଯିବା ଲାଗି ଆବଶ୍ୟକ ହେଉଥିବା ଚାଷଠାରୁ ଅଧିକ ଥର ନ ଚଷିବା ଭଲ ।
  • ସର୍ବଦା ଫସଲର ଅଂଶାବଶେଷକୁ ଜମି ଉପରେ ଛାଡିଦେଲେ ତାହା ମାଟିରେ ମିଶି ଉର୍ବରତା ବୃଦ୍ଧି ଘଟାଇବା ସହିତ ଉପକାରୀ ଜୀବାଣୁ ଓ ଯୋକଙ୍କ ସଂଖ୍ୟାରେ ବୃଦ୍ଧି ଘଟାଇ ପରିବେଶର ସୁରକ୍ଷା କରିଥାଏ ।

କାହିଁକି କରିବେ ମାଟି ପରୀକ୍ଷା ?

Like this article?

Hey! I am Priyambada Rana. Did you liked this article and have suggestions to improve this article? Mail me your suggestions and feedback.

Share your comments