1. କୃଷି ବିଶ୍ବକୋଷ

ସବୁଠୁ ମହଙ୍ଗା ଟମାଟୋ ମଞ୍ଜି, କ'ଣ ରହିଛି ବିଶେଷ ଗୁଣ.…

ପ୍ରତ୍ୟେକ ଘରର ହାଣ୍ଡିଶାଳର ଏକ ଅପରିହାର୍ଯ୍ୟ ପରିବା ଭାବେ ବିବେଚିତ ଟମାଟୋ l ଏହି ଟମାଟୋ ଦର ଏବେ ଆମ ଦେଶରେ କିଛି ଦିନ ହେଲା ହୁ ହୁ ହୋଇ ବଢ଼ିବାରେ ଲାଗିଛି । ଏହା କିଲୋଗ୍ରାମ୍‌ ପିଛା ୧୦୦ ଟଙ୍କାରୁ ଅଧିକରେ ବିକ୍ରି ହେଉଛି ବିଭିନ୍ନ ସ୍ଥାନରେ ।

Tanushree Mahapatra
Tanushree Mahapatra
World's Most Expensive Tomato Seeds, image source - www.pexels.com

World's Most Expensive Tomato Seeds, image source - www.pexels.com

ପ୍ରତ୍ୟେକ ଘରର ହାଣ୍ଡିଶାଳର ଏକ ଅପରିହାର୍ଯ୍ୟ ପରିବା ଭାବେ ବିବେଚିତ ଟମାଟୋ l ଏହି ଟମାଟୋ ଦର ଏବେ ଆମ ଦେଶରେ କିଛି ଦିନ ହେଲା ହୁ ହୁ ହୋଇ ବଢ଼ିବାରେ ଲାଗିଛି । ଏହା କିଲୋଗ୍ରାମ୍‌ ପିଛା ୧୦୦ ଟଙ୍କାରୁ ଅଧିକରେ ବିକ୍ରି ହେଉଛି ବିଭିନ୍ନ ସ୍ଥାନରେ । ତେଣୁ ଅନେକ ଅଭାବୀ ପରିବାର ପାଇଁ ଟମାଟୋ ଏକ ପ୍ରକାର ଅପହଞ୍ଚ ହୋଇପଡ଼ିଥିବା ଦେଖିବାକୁ ମିଳିଛି । 

ଏବେ ଦିଲ୍ଲୀ, କର୍ଣ୍ଣାଟକ, ଉତ୍ତରପ୍ରଦେଶ ଏବଂ ମୁମ୍ବାଇ ସମେତ ଭାରତର କେତେକ ଅଞ୍ଚଳରେ ମେ ମାସର ତୃତୀୟ ସପ୍ତାହରେ କିଲୋଗ୍ରାମ ପିଛା ୪୦ ଟଙ୍କାରୁ ଏହି ସପ୍ତାହରେ କିଲୋଗ୍ରାମ ପିଛା ୧୨୫ ଟଙ୍କାକୁ ବୃଦ୍ଧି ପାଇଛି । ବଜାରରେ ପ୍ରାୟ ଟମାଟୋ ସବୁବେଳେ ଏକ ଶସ୍ତା ଲୋକପ୍ରିୟ ପରିବା ଭାବେ ସର୍ବତ୍ର ଉପଲବ୍ଧ ହୋଇଥାଏ । ତେବେ ବଜାରକୁ ଆସିଛି ଏକ ନୂଆ କିସମର ଟମାଟୋ ଯାହା ଚାଷୀଙ୍କୁ ଦେବା ଅଧିକ ରୁ ଅଧିକ ଲାଭ l ତେବେ ଏକ ନିର୍ଦ୍ଦିଷ୍ଟ କିସମ ଟମାଟୋ ମଞ୍ଜିର ମୂଲ୍ୟ ଯେ ଏତେ ଅଧିକ ହୋଇଥିବ, ଏ କଥା ଅବିଶ୍ବସନୀୟ ମନେ ହେଲେ ବି ସତ । ହାଜେରା ଭଳି ସ୍ଥାନରେ ଜେନେଟିକ୍‌ସ ପକ୍ଷରୁ ବିକ୍ରି କରାଯାଉଥିବା ଗ୍ରୀଷ୍ମକାଳୀନ ‘ସନ୍‌ ଟମାଟୋ’ କିସମର ମଞ୍ଜିର ଚାହିଦା ବଢିଛି ବଜାରରେ l ଏହା କିଲୋଗ୍ରାମ ପିଛା ୩ କୋଟି ଟଙ୍କାରୁ ଅଧିକ ବୋଲି ଜଣାପଡିଲା ପରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

ଏହି ନିର୍ଦ୍ଦିଷ୍ଟ ଟମାଟୋ କିସମର ମଞ୍ଜି କୋଡ଼ିଏ କିଲୋଗ୍ରାମ ଟମାଟୋ ଉତ୍ପାଦନ କରିପାରିବ | ଏହା ସହିତ ଏହି ଟମାଟୋ ନିଜେ ଖୁବ ମହଙ୍ଗା | ଏହି ଟମାଟୋକୁ ପୃଥକ କରୁଥିବା ବିଷୟ ହେଉଛି ଏହା ବିହନହୀନ, ପ୍ରତ୍ୟେକ ଫସଲ ପାଇଁ ନୂତନ ବିହନ କିଣିବା ଆବଶ୍ୟକ କରେ | ଅଧିକ ମୂଲ୍ୟ ସତ୍ତ୍ୱେ ଏହି ଟମାଟୋଗୁଡିକ ସେମାନଙ୍କର ଅସାଧାରଣ ସ୍ୱାଦ ପାଇଁ ଖୁବ ଜଣାଶୁଣା | ତୁଳନାତ୍ମକ ଭାବରେ, ଏହି ଅନନ୍ୟ ଟମାଟୋ କିସମର ମୂଲ୍ୟ ତୁଳନାରେ ଆପଣଙ୍କ ଅଞ୍ଚଳରେ ବିକ୍ରି ହେଉଥିବା ନିୟମିତ ଟମାଟୋ ଯଥେଷ୍ଟ ଶସ୍ତା ଅଟେ l ଏହା ବିହନ ଅଧିକ ଦର ଥିବାବେଳେ ଏହା ପ୍ରତି ଗୋଟିଏ ଗଛରେ ପାଖାପାଖି ୨୦ କିଗ୍ରା ଟମାଟୋ ଅମଳ ଦେବାରେ ସକ୍ଷମ l

ବିଶେଷ କରି ଏହି ଟମାଟୋର ୟୁରୋପୀୟ ବଜାରରେ ଚାହିଦା ଅଧିକ ରହିଛି । ଏହି ଟମାଟୋର ରହିଛି ବିଶେଷ ଗୁଣ । ବଡ଼ କଥା ହେଲା ଏହି କିସମର ଟମାଟୋର ଗୋଟିଏ ମଞ୍ଜିରୁ ଗଛ ହେଲେ ତାହା ୨୦ କେଜି ଯାଏ ଟମାଟୋ ଅମଳ ଦେଇଥାଏ  । ସେହିପରି ଏହି ଗଛରେ ଫଳୁଥିବା ଟମାଟୋ ହେଉଛି ଖୁବ ମାଂସଳ ଏବଂ ମଞ୍ଜିହୀନ । ତେଣୁ ଚାଷୀଙ୍କୁ ପ୍ରତି ଥର ଚାଷ ପାଇଁ ନୂଆ ମଞ୍ଜି କିଣିବାକୁ ପଡ଼ିଥାଏ । ଏହାର ସ୍ବାଦ ଓ ବାସ୍ନା ହିଁ ଅଧିକ ଆକର୍ଷିତ କରିଥାଏ । ଥରେ ଯିଏ ଏହି  ‘ସନ୍‌ ଟମାଟୋ’ର ସ୍ୱାଦ ପାଇଛି, ସେ ଆଉ ଅନ୍ୟ କୌଣସି ପ୍ରକାର ଟମାଟୋ ପ୍ରତି ମନ ବଳାଇବ ନାହିଁ । ତେଣୁ ଏପରି ଉଚ୍ଚ ଦର ସତ୍ତ୍ବେ ଏହାର ଚାହିଦା ଅଧିକ ରହିଛି ବଜାରରେ ।

ହେଜେରା ଜେନେଟିକ୍ସ ସର୍ବୋତ୍ତମ ଟମାଟୋ ମଞ୍ଜି ତିଆରି କରିବା ଦିଗରେ କାର୍ଯ୍ୟ କରିଥାଏ । ଏହି ଲକ୍ଷ୍ୟ ପୂରଣ ଲାଗି ହେଜେରା ଉଚ୍ଚତର ଗବେଷଣା, ପ୍ରୋସେସିଂ, ଉତ୍ପାଦନ ଓ ଗୁଣବତ୍ତା ରକ୍ଷା ଉପରେ ସର୍ବାଧିକ ଗୁରୁତ୍ୱ ଦେଇଥାଏ । ଏହାଦ୍ୱାରା ଗ୍ରାହକ ଓ କର୍ମଚାରୀ ଉଭୟଙ୍କୁ ଫାଇଦା ହୋଇଥାଏ । ହାଜେରାର ଲକ୍ଷ୍ୟ ଉତ୍ପାଦକ ଓ କୃଷକ ଉଭୟଙ୍କ ଲାଗି ନୂତନ କିସମର ମଞ୍ଜି ଉତ୍ପାଦନ କରିବା । ମଞ୍ଜି ଉତ୍ପାଦନ ପରେ ଏହା ଜଟିଳ କ୍ୱାଲିଟି କଣ୍ଟ୍ରୋଲ ଟେଷ୍ଟ କରିଥାଏ । ଏହି ଟେଷ୍ଟରେ ପାସ୍ ହୋଇଗଲା ପରେ ମଞ୍ଜିକୁ ଡେଲିଭରୀ ଲାଗି ପ୍ରୋସେସିଂ କରାଯାଏ । ତେବେ ଏହାର ଦାମ୍ ଏପରି ଆଶ୍ଚର୍ଯ୍ୟଜନକ ଭାବରେ ଅଧିକ ରହିବା ପଛରେ କିଛି କାରଣ ବି ରହିଛି । 

ଅଧିକ DAP ସାର ବ୍ୟବହାର କରୁଛନ୍ତି କି ?

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments