Animal Husbandry

ଆଜି ଠୁ ଚିଲିକାରେ ଆରମ୍ଭ ହୋଇଛି ପକ୍ଷୀ ଗଣନା

ଆଜିଠୁ ଚିଲିକା (chilika)ରେ ଆରମ୍ଭ ହୋଇଛି ପକ୍ଷୀ ଗଣନା (bird counting)। ଚିଲିକା ବନ୍ୟପ୍ରାଣୀ ଡିଭିଜନ ପକ୍ଷରୁ ସମଗ୍ର ଚିଲିକାରେ ଦେଶୀ-ବିଦେଶୀ ପକ୍ଷୀଙ୍କ କାଉଣ୍ଟିଂ ଆରମ୍ଭ ହୋଇଯାଇଛି ।

04 January, 2022 10:34 AM IST By: Sudesna Nayak

ଆଜିଠୁ ଚିଲିକା (chilika)ରେ ଆରମ୍ଭ ହୋଇଛି ପକ୍ଷୀ ଗଣନା (bird counting) । ଚିଲିକା ବନ୍ୟପ୍ରାଣୀ ଡିଭିଜନ ପକ୍ଷରୁ ସମଗ୍ର ଚିଲିକାରେ ଦେଶୀ-ବିଦେଶୀ ପକ୍ଷୀଙ୍କ କାଉଣ୍ଟିଂ ଆରମ୍ଭ ହୋଇଯାଇଛି । ଏହି ଗଣନା କାର୍ଯ୍ୟରେ ୧୯ ଟି ଡଙ୍ଗା ସହ ବନ୍ୟପ୍ରାଣୀ ବିଭାଗର ଅଧିକାରୀ ଓ କର୍ମଚାରୀ, ପକ୍ଷୀ ବିଷାରଦ , ପକ୍ଷୀ ସୁରକ୍ଷା ବାହିନୀ , ଏବଂ ପକ୍ଷୀ ସୁରକ୍ଷା ସଂଗଠନର କର୍ମକର୍ତ୍ତାମାନେ ମଧ୍ଯ ସାମିଲ ହୋଇଛନ୍ତି ।

ସୂଚନା ଅନୁଯୀୟୀ, ତେବେ ପକ୍ଷୀ ଗଣନା ପାଇଁ ଚିଲିକା ବନ୍ୟପ୍ରାଣୀ ଡିଭିଜନ ଅଧିନରେ ଥିବା ୫ ଟି ରେଞ୍ଜ ଚିଲିକା, ସାତପଡ଼ା, ରମ୍ଭା , ନୂଆପଡା , ଟାଙ୍ଗୀରେ ମୋଟ କହିବାକୁ ଗଲେ ୨୧ ଟି ଟିମ ନିୟୋଜିତ ହୋଇଛନ୍ତି । ପ୍ରତି ଟିମ ରେ ୪ ରୁ ୫ ଜଣ ଲେଖାଏଁ ଗଣନାକାରୀ ଅଛନ୍ତି । ବାଇନାକୁଲାର୍ ,ବାର୍ଡସ୍ ଗାଇଡ୍ ବୁକ୍ , ବାର୍ଡ ଏକ୍ସପର୍ଟଙ୍କ ସାହାଯ୍ୟରେ ପକ୍ଷୀ ଗଣନା କରାଯାଉଛି ।

ଏହି ଗଣନା କାର୍ଯ୍ୟ ପାଇଁ ମୋଟ ୧୦୦ ଜଣ ନିୟୋଜିତ ହୋଇଛନ୍ତି । ୧୯ ଟି ଟିମ ଜଳ ଭାଗରେ ଏବଂ ୨ ଟି ଟିମ ସ୍ଥଳ ଭାଗରେ ଗଣନା କରୁଛନ୍ତି । ସକାଳ ୬ ଟା ସମୟରୁ ଆରମ୍ଭ ହୋଇଥିବା ଏହି ପକ୍ଷୀ ଗଣନା ଦିନ ୧୧ ଟା ଯାଏଁ ଚାଲିବ ।

ସେହିପରି ପକ୍ଷୀ ଗଣନା ସମୟରେ ଚିଲିକା ମଧ୍ୟକୁ ପର୍ଯ୍ୟଟକମାନଙ୍କୁ ବାରଣ କରାଯାଇଛି । ଏପରିକି ପକ୍ଷୀ ଥିବା ଏରିଆରେ ମତ୍ସ୍ୟଜୀବୀମାନଙ୍କ ମାଛଧରା ଉପରେ ମଧ୍ୟ ରୋକ ଲଗାଇଛି ବନ୍ୟପ୍ରାଣୀ ବିଭାଗ । ଏହି ଗଣନା କାର୍ଯ୍ୟରେ ୧୯ ଟି ଡଙ୍ଗା ସହ ବନ୍ୟପ୍ରାଣୀ ବିଭାଗର ଅଧିକାରୀ ଓ କର୍ମଚାରୀ, ପକ୍ଷୀ ବିଷାରଦ, ପକ୍ଷୀ ସୁରକ୍ଷା ବାହିନୀ , ଏବଂ ପକ୍ଷୀ ସୁରକ୍ଷା ସଂଗଠନର କର୍ମକର୍ତ୍ତା ମଧ୍ୟ ସାମିଲ ହୋଇଛନ୍ତି ।

ପ୍ରକାଶ ଥାଉ ଯେ,କହିବାକୁ ଗଲେ, ସେପଟେ OUAT କର୍ମଚାରୀ, ଛାତ୍ରଛାତ୍ରୀ , CDAର କର୍ମଚାରୀମାନେ ମଧ୍ୟ ଗଣନା କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି । ଚିଲିକା ବନ୍ୟପ୍ରାଣୀ ଡିଭିଜନର DFO ଜ୍ୟୋତି କୋଟାଲ ଏବଂ ACF ଶରତ କୁମାର ମିଶ୍ର ପ୍ରମୁଖ ଏହାର ମନିଟରିଂ କରୁଛନ୍ତି ।

୧୦ ଦିନ ପାଇଁ ବନ୍ଦ ହେଲା ଭିତରକନିକା

ମଇଁଷିର ଦାମ୍ ୮୦ ଲକ୍ଷ

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)