1. ମତ୍ସ୍ୟ ଓ ପଶୁ ପାଳନ

୧୦ ଦିନ ପାଇଁ ବନ୍ଦ ହେଲା ଭିତରକନିକା

କୁମ୍ଭୀର ଗଣନା ଲାଗି ଜାନୁୟାରୀ ୨ ରୁ ବନ୍ଦ ରହିବ ଭିତରକନିକା, ପର୍ଯ୍ୟଟକଙ୍କୁ ୧୦ ଦିନ ଆସିବା ମନା ।

Sudesna Nayak
Sudesna Nayak
bhitarkanika national park to remain closed for 10 days

bhitarkanika national park to remain closed for 10 days

କୁମ୍ଭୀର ଗଣନା ଲାଗି ଜାନୁୟାରୀ ୨ ରୁ ବନ୍ଦ ରହିବ ଭିତରକନିକା, ପର୍ଯ୍ୟଟକଙ୍କୁ ୧୦ ଦିନ ଆସିବା ମନା ।

ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଜାନୁଆରୀ ୨ ତାରିଖରୁ ପର୍ଯ୍ୟଟକମାନଙ୍କ ପାଇଁ ଭିତରକନିକା ବନ୍ଦ ରହିବ ବୋଲି ସୂଚନା ମିଳିଛି । ବିରଳ ବଉଳା କୁମ୍ଭୀରମାନଙ୍କ ଏନ୍ତୁଡିଶାଳ ଭିତରକନିକାରେ କୁମ୍ଭୀର ଗଣନା କରାଯିବ ।

କୁମ୍ଭୀର ଗଣନା ପାଇଁ ୧୦ ଦିନ ଭିତରକନିକା ବନ୍ଦ । ଜାନୁୟାରୀ ୨ ତାରିଖରୁ ଭିତରକନିକା ଜାତୀୟ ଉଦ୍ୟାନରେ ଆରମ୍ଭ ହେବ ବଉଳା କୁମ୍ଭୀର ଗଣନା । କୁମ୍ଭୀର ଗଣନା ସମୟରେ ଭିତରକନିକା ଜାତୀୟ ଉଦ୍ୟାନ ଦେଶ ବିଦେଶର ପର୍ଯ୍ୟଟକମାନଙ୍କ ପାଇଁ ବନ୍ଦ ରହିବ । ସେପଟେ ଇକୋଟୁରିଜିମ୍‌ ମାଧ୍ୟମରେ ହେଉଥିବା ବୁକିଙ୍ଗ ମଧ୍ୟ ବନ୍ଦ ରହିବ । ଜାନୁୟାରୀ ୨ ତାରିଖରୁ ୧୧ ତାରିଖ ଯାଏଁ ୧୦ ଦିନ ଧରି ବଉଳା କୁମ୍ଭୀରମାନଙ୍କର ଗଣନା କରାଯିବ । ଏଥିପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି ।

ଜାନୁଆରୀ ୨ ତାରିଖରୁ ୫ ତାରିଖ ଯାଏଁ ନଦୀ ଶାନ୍ତ ପଡ଼ିପାରେ । ଜାନୁଆରୀ ୬ ତାରିଖ ଠାରୁ ଭିତରକନିକାରେ ଥିବା ନଦୀ ଓ ନାଳମାନଙ୍କରେ ହୁଲିଡଙ୍ଗା ସାହାର୍ଯ୍ୟରେ କୁମ୍ଭୀର ଗଣନା କରାଯିବ । ଏହି ଗଣନା ୧୦ ଦିନ ଧରି କରାଯିବ ଏବଂ ଏହି ସମୟରେ ଭିତରକନିକାକୁ କୌଣସି ପର୍ଯ୍ୟଟକ ପ୍ରବେଶ କରିପାରିବେ ନାହିଁ ବୋଲି ସୂଚନା ଦେଇଛନ୍ତି ରାଜନଗର ବନଖଣ୍ଡ ଅଧିକାରୀ ଡା. ଯଜ୍ଞଦତ୍ତ ପତି ।

ଜାନୁଆରୀ ୨୦୨୧ ବା ଗତବର୍ଷ ଗଣନା ଅନୁସାରେ ଭିତରକନିକାରେ ୧୭୬୮ ଟି ବଉଳା କୁମ୍ଭୀର ଅଛନ୍ତି । କୁମ୍ଭୀର ବିଶାରଦ ଡା ସୁଧାକର କରଙ୍କ ନେତୃତ୍ୱରେ ବନ କର୍ମଚାରୀମାନଙ୍କୁ ନେଇ କୁମ୍ଭୀର ଗଣନା କରାଯିବ । ଦିନ ଓ ରାତ୍ରି ସମୟରେ କୁମ୍ଭୀର ଗଣନା କାର୍ଯ୍ୟ କରାଯିବା ନେଇ ସୂଚନା ଦେଇଛନ୍ତି ରାଜନଗର ବନଖଣ୍ଡ ଅଧିକାରୀ ଡା ଯଜ୍ଞଦତ୍ତ ପତି ।

ମଇଁଷିର ଦାମ୍ ୮୦ ଲକ୍ଷ

ରାଜ୍ୟରେ ବଢୁଛି ବନ୍ୟଜନ୍ତୁ ଶିକାର, ୫ ବର୍ଷରେ ଶିକାର ହୋଇଛନ୍ତି ୮୦୨ ହାତୀ

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments