1. ମତ୍ସ୍ୟ ଓ ପଶୁ ପାଳନ

ବୃସେଲୋସିସ୍ ରୋଗ ବିଷୟରେ ଆସନ୍ତୁ ଜାଣିବା!!

ବୃସେଲୋସିସ୍ ରୋଗ ଗାଈ, ମଇଁଷି, ଛେଳି, ମେଣ୍ଢା, ଘୁଷୁରି ଓ କୁକୁରମାନଙ୍କୁ ସଂକ୍ରମଣ କରୁଥିବା ଏକ ରୋଗ ଅଟେ । ଯାହା କି ପଶୁଙ୍କ ଠାରୁ ମଣିଷକୁ ଏବଂ ମଣିଷମାନଙ୍କ ଠାରୁ ପଶୁମାନଙ୍କୁ ବ୍ୟାପିଥାଏ ।

Sudesna Nayak
Sudesna Nayak
Brucellosis disease of cattle

Brucellosis disease of cattle

ବୃସେଲୋସିସ୍ ରୋଗ (Brucellosis disease)ଗାଈ, ମଇଁଷି, ଛେଳି, ମେଣ୍ଢା, ଘୁଷୁରି ଓ କୁକୁରମାନଙ୍କୁ ସଂକ୍ରମଣ କରୁଥିବା ଏକ ରୋଗ ଅଟେ । ଯାହା କି ପଶୁଙ୍କ ଠାରୁ ମଣିଷକୁ ଏବଂ ମଣିଷମାନଙ୍କ ଠାରୁ ପଶୁମାନଙ୍କୁ ବ୍ୟାପିଥାଏ ।

ବୃସେଲୋସିସ୍ ରୋଗ ବିଷୟରେ ଜାଣନ୍ତୁ...

ବୃସେଲୋସିସ୍ ରୋଗ (Brucellosis disease)ରୋଗରେ ଆକ୍ରାନ୍ତ ହୋଇଥିବା ପଶୁମାନଙ୍କର ୭-୯ ମାସର ଗର୍ଭ ବି ନଷ୍ଟ ହୋଇଯାଏ । ଏହି ରୋଗ ପଶୁଶାଳାରେ ଥିବା ପଶୁମାନଙ୍କୁ ଅଧିକ ମାତ୍ରାରେ ସଂକ୍ରମଣ କରି ବ୍ୟାପିଥାଏ ଏବଂ ଗର୍ଭପାତ ଦ୍ଵାରା ଅଧିକ ମାତ୍ରାରେ କ୍ଷତି ଘଟିଥାଏ । ଏହି ରୋଗ ମନୁଷ୍ୟମାନଙ୍କର ସ୍ୱାସ୍ଥ୍ୟ ଏବଂ ଆର୍ଥିକ ଦୃଷ୍ଟିକୋଣରୁ ବଡ଼ ଗମ୍ଭୀର ସମସ୍ୟା ଅଟେ । ବିଶ୍ଵ ସ୍ତରରେ ହାରାହାରି ୫ ଲକ୍ଷ ମନୁଷ୍ୟ ଏହି ରୋଗରେ ପ୍ରତିବର୍ଷ ପୀଡିତ ହୋଇଥାନ୍ତି ।

ବୃସେଲୋସିସ୍ ରୋଗର କାରଣ ବିଷୟରେ ଜାଣନ୍ତୁ...

ଗାଈ ଓ ମଇଁଷିମାନଙ୍କ ଠାରେ ଏହି ରୋଗ ବୃସେଲ୍ଲା ଏବୋରଟସ ନାମକ ଏକ ଜୀବାଣୁ ଦ୍ଵାରା ହୋଇଥାଏ । ଏହି ଜୀବାଣୁ ଗର୍ଭଣୀ ଗାଈମାନଙ୍କ ଜରାୟୁରେ ରହିଥାଏ ଏବଂ ଏହା ଗର୍ଭପାତ କରାଇ ଦେଇଥାଏ । କୌଣସି ପଶୁ ଏହି ରୋଗରେ ଥରେ ସଂକ୍ରମିତ ହେଲେ ସେହି ପଶୁ ପୁରା ଜୀବନକାଳ ପର୍ଯ୍ୟନ୍ତ ନିଜ କ୍ଷୀର ତଥା ଗର୍ଭାଶୟ ସଂକ୍ରମିତ ହୋଇଥାଏ । ପଶୁମାନଙ୍କ ଠାରେ ବୃସେଲୋସିସ୍ ରୋଗ (Brucellosis disease)ର ସଂକ୍ରମଣ ଖାଦ୍ୟ ପଦାର୍ଥ ମାଧ୍ୟମରେ, ଅନ୍ୟ ସଂକ୍ରମିତ ପଶୁମାନଙ୍କ ମାଧ୍ୟମରେ, ତଥା ସଂକ୍ରମିତ ବୀର୍ଯ୍ୟର କୁତ୍ରିମ ଉପାୟରେ ହିଁ ଗର୍ଭ ଧାରଣ କରିବା ସମୟରେ ବ୍ୟାପିଥାଏ ।

 

ମନୁଷ୍ୟମାନଙ୍କ ଠାରେ ଏହି ରୋଗର କାରଣ ବିଷୟରେ ଜାଣନ୍ତୁ...

ବୃସେଲୋସିସ୍ ରୋଗରେ (Brucellosis disease)ସଂକ୍ରମିତ ଥିବା ପଶୁମାନଙ୍କ କ୍ଷୀରକୁ କଞ୍ଚା ପିଇବା ଦ୍ଵାରା ମଣିଷମାନଙ୍କ ଠାରେ ବୃସେଲୋସିସ୍ ରୋଗର ହେଇଥାଏ । ଗର୍ଭପାତ ସମୟରେ ପଶୁପାଳକ କିମ୍ବା ପଶୁ ଚିକିତ୍ସା ଅଧିକାରୀ ଅସାବଧାନରେ ଗର୍ଭାଶୟକୁ ଛୁଇଁବା ଦ୍ଵାରା ବୃସେଲୋସିସ୍ ରୋଗ (Brucellosis disease)ର ଜୀବାଣୁ ଶରୀରର କୌଣସି କ୍ଷତ, କଟା ବା ‘ଘା’ମାଧ୍ୟମରେ ଶରୀରକୁ ପ୍ରବେଶ କରିଥାଏ ।

ବୃସେଲୋସିସ୍ ରୋଗର ଲକ୍ଷଣ ବିଷୟରେ ଜାଣନ୍ତୁ...

ପଶୁମାନଙ୍କର ଗର୍ଭାବସ୍ଥାରେ ଅନ୍ତିମ ତିନି ମାସରେ ଗର୍ଭପାତ ହେବା ଏହି ରୋଗର ମୁଖ୍ୟ ଲକ୍ଷଣ । ପଶୁମାନଙ୍କ ଗର୍ଭାଶୟରେ ‘ଘା’ ହେବା ଏବଂ ଅଣ୍ଡିରା ପଶୁମାନଙ୍କ ଅଣ୍ଡକୋଷ ଫଳିଯିବା ଏହି ରୋଗର ମୁଖ୍ୟ ଲକ୍ଷଣ ଅଟେ । ଗୋଡ଼ର ଆଣ୍ଠୁ ଫଳି ଯାଇଥାଏ । ମନୁଷ୍ୟମାନଙ୍କୁ ଏହି ରୋଗର ସଂକ୍ରମଣରେ ଭୀଷଣ ଜ୍ବର ହେଇଥାଏ, ବାରମ୍ବାର ଜ୍ବର ବଢିଥାଏ ଆଉ କମିଥାଏ ଏବଂ ଏହା ସହିତ ଆଣ୍ଠୁ ଓ ଅଣ୍ଟାରେ ଭୀଷଣ ଦରଜ ରହିଥାଏ ।

ବୃସେଲୋସିସ୍ ରୋଗର ପରୀକ୍ଷା ବିଷୟରେ ଜାଣନ୍ତୁ...

ବୃସେଲୋସିସ୍ ରୋଗରେ (Brucellosis disease)ର ପରୀକ୍ଷା ପାଇଁ ପଶୁମାନଙ୍କର କ୍ଷୀର, ରକ୍ତ ଓ ପାଟି ନାଳର ଅଂଶକୁ ନିଆଯାଏ ଏବଂ ମନୁଷ୍ୟମାନଙ୍କ ଠାରେ ଏହା ସେମାନଙ୍କର ବୀର୍ଯ୍ୟ/ରକ୍ତ ପରୀକ୍ଷା ମାଧ୍ୟମରେ ଜଣାପଡିଥାଏ ।

ଲାଭଦାୟକ ବାୟୋଫ୍ଲକ୍ ମାଛ ଚାଷ

କରନ୍ତୁ ପିଞ୍ଜରା ମାଛ ଚାଷ, ଲାଭବାନ ହୁଅନ୍ତୁ

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments