1. ମତ୍ସ୍ୟ ଓ ପଶୁ ପାଳନ

କରନ୍ତୁ ପିଞ୍ଜରା ମାଛ ଚାଷ, ଲାଭବାନ ହୁଅନ୍ତୁ

Sudesna Nayak
Sudesna Nayak
Fish Farming In Cages be profitable

Fish Farming In Cages be profitable

ପିଞ୍ଜରା ଭିତରେ ମାଛ ଚାଷ (Fish Farming In Cages)କରି ଚାଷୀ (Farmers)ମାନେ ଭଲ ରୋଜଗାର କରିପାରିବେ । ପିଞ୍ଜରା ଭିତରେ ମାଛ ଚାଷ (Fish Farming In Cages)କରିବା ଏପରି ଏକ ବ୍ୟବସାୟ ଯେଉଁଥିରେ କମ ଖର୍ଚ୍ଚରେ ଅଧିକ ରୋଜଗାର କରିପାରିବେ ।

ପିଞ୍ଜରା ମାଛ ଚାଷର ଉପକାରିତା ବିଷୟରେ ଜାଣନ୍ତୁ...

1.ମାଛ (Fish)ମାନଙ୍କର ଭଲ ବିକାଶ ହୋଇଥାଏ ।
2.କମ ଦିନ ମଧ୍ୟରେ ମାଛ (Fishବଡ ହେଇଯାନ୍ତି ।
3.ଏହା ଚାଷୀ (Fishମାନଙ୍କୁ ଅଧିକ ଲାଭ (profitable)ଦେଇଥାଏ ।

ଯଦି ଆପଣ କୌଣସି ବ୍ୟବସାୟ କରିବାକୁ ଚାହୁଁଛନ୍ତି, କିନ୍ତୁ ଆପଣଙ୍କୁ କୌଣସି ବିକଳ୍ପ ଦେଖାଯାଉନି ତେବେ ଆପଣମାନଙ୍କ ପାଇଁ ମାଛ ଚାଷର ବ୍ୟବସାୟ ଅତ୍ୟନ୍ତ ଲାଭଦାୟକ ହୋଇପାରିବ । ଆପଣ ବହୁତ କମ ସମୟରେ ମାଛ ଚାଷ କରି ଭଲ ଅର୍ଥ ଉପାର୍ଜନ କରିପାରିବେ ।

ମାଛ ପାଳନ ଦୁଇ ପ୍ରକାରର ପିଞ୍ଜରାରେ ହୋଇଥାଏ,ଜାଣନ୍ତୁ...

1.ପ୍ରଥମତଃ ସେଇ ପିଞ୍ଜରା ଯେ କି ଗୋଟିଏ ସ୍ଥାନରେ ସ୍ଥିର ଥାଏ ଏବଂ ଅନ୍ୟଟି ପାଣିରେ ଭାସିବା ଅବସ୍ଥାରେ ଥାଏ ।
2.ସ୍ଥିର ପିଞ୍ଜରା ତିଆରି କରିବା ପାଇଁ ପାଣି ୫ ମିଟର ଗଭୀର ହେବା ଦରକାର ।
3.ଭାସିବା ଅବସ୍ଥାରେ ଥିବା ପିଞ୍ଜରା ତିଆରି କରିବାକୁ ହେଲେ ପାଣି 5 ମିଟର ରୁ ଅଧିକ ଗଭୀର ହେବା ଦରକାର ।
4.ପାଣିରେ ଅମ୍ଳଜାନର ଭରପୁର ମାତ୍ରା ରହିବା ଆବଶ୍ୟକ ଅଟେ ।
5.ପିଞ୍ଜରା ଭିତରେ ପାଣିର ଗଭୀର 10 ଫୁଟ ରହିବା ଦରକାର ।

କହିବାକୁ ଗଲେ, ମାଛ ଚାଷ (Fish Farming) ଭାରତର ସବୁ ରାଜ୍ୟରେ ହୋଇଥାଏ । ଭାରତରେ 70% ଲୋକ ଏପରି ଅଛନ୍ତି ଯେଉଁମାନେ ମାଛ (Fish)ଖାଆନ୍ତି ।

ପ୍ରକାଶ ଥାଉ ଯେ, କୃଷିକାର୍ଯ୍ୟ ସହ ପିଞ୍ଜରା ମାଛ ଚାଷ (Fish Farming In Cages)ର ଉପକାରିତା ରହିଛି । ଧାନ ଚାଷ କରୁଥିବା ଚାଷୀମାନଙ୍କ ପାଇଁ ଏହା ରୋଜଗାରର ଏକ ବିକଳ୍ପ ଅଟେ । ଚାଷୀମାନେ ଧାନ କ୍ଷେତରେ ଜମା ହୋଇଥିବା ପାଣିରେ ମାଛଚାଷ କରିପାରିବେ । ଯାହାକୁ fish-rice ଫାର୍ମିଙ୍ଗ କୁହାଯାଏ ।

ଭାରତ ଏକ କୃଷି ପ୍ରଧାନ ଦେଶ ଅଟେ । ଏଠାରେ ପ୍ରାୟ ୬୦ ପ୍ରତିଶତ ଜନସଂଖ୍ୟା କୃଷିକାର୍ଯ୍ୟ ଉପରେ ନିର୍ଭର କରନ୍ତି । ଏମିତିରେ ମାଛ ଚାଷ (Fish Farming) ଏକ ଭଲ ଉପାୟ ହୋଇପାରେ ।

ଚିଙ୍ଗୁଡ଼ି କରିବ କୋଟିପତି

jackfruit farming:ସବୁ ମାଟି ପାଇଁ ଚାଷ ଉପଯୋଗୀ ପଣସ...

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments