1. ମତ୍ସ୍ୟ ଓ ପଶୁ ପାଳନ

ବ୍ୟବସାୟିକ ଭିତ୍ତିରେ ଏମୁ ପକ୍ଷୀ ଚାଷ

ଏମୁ ପକ୍ଷୀ ବିଶ୍ଵର ଦ୍ଵିତୀୟ ବୃହତ ଉଚ୍ଚତା ବିଶିଷ୍ଟ ପକ୍ଷୀଭାବେ ଜଣାଶୁଣା । ଏହି ପକ୍ଷୀର ଅଣ୍ଡା, ଚମଡା ଏବଂ ତେଲରେ ଅନେକ ଔଷଧୀୟ ଗୁଣ ଭରି ରହିଛି । ଏଥିପାଇଁ ଏବେ ଏମୁ ଚାଷ ପ୍ରତି ଚାଷୀଙ୍କ ଆଗ୍ରହ ଦିନକୁ ଦିନ ବଢିବାରେ ଲାଗିଛି ।

Tanushree Mahapatra
Tanushree Mahapatra
Emu farming on a commercial basis

Emu farming on a commercial basis

ଏମୁ ପକ୍ଷୀ ( emu bird )ବିଶ୍ଵର ଦ୍ଵିତୀୟ ବୃହତ ଉଚ୍ଚତା ବିଶିଷ୍ଟ ପକ୍ଷୀଭାବେ ଜଣାଶୁଣା । ଏହି ପକ୍ଷୀର ଅଣ୍ଡା, ଚମଡା ଏବଂ ତେଲରେ ଅନେକ ଔଷଧୀୟ ଗୁଣ ଭରି ରହିଛି । ଏଥିପାଇଁ ଏବେ ଏମୁ ଚାଷ ପ୍ରତି ଚାଷୀଙ୍କ ଆଗ୍ରହ ଦିନକୁ ଦିନ ବଢିବାରେ ଲାଗିଛି । ଓଡ଼ିଶାର ବିଭିନ୍ନ ସ୍ଥାନରେ ଚାଷୀ ଏହାକୁ ସଫଳତାର ସହ ଚାଷ  କରି ବେଶ୍  ଲାଭବାନ୍ ହୋଇଥିବା ଦେଖିବାକୁ ମଧ୍ୟ ମିଳିଛି ।  ଅଷ୍ଟ୍ରେଲିଆରୁ ( australia ) ଜାତ ଏହି ପକ୍ଷୀଟି ଦୌଡିପାରୁଥିବା ବେଳେ ଉଡିପାରେ ନାହିଁ ।

ଏମୁର ମାଂସ ( emu meat ) ସ୍ଵାସ୍ଥ୍ୟ ପ୍ରତି ହିତକର ଏବଂ ସ୍ଵାଦଯୁକ୍ତ ମଧ୍ୟ  । ଏହାର ଚର୍ବିରେ କୋଲେଷ୍ଟରଲ, କମ୍ ଥିବା ବେଳେ ପ୍ରୋଟିନ୍ ଅଧିକ ରହି ଥାଏ । ଏମୁର ଅଣ୍ଡା, ଚମଡା ଏବଂ ତୈଳରେ ଓଷଧୀୟ ଗୁଣ ରହିଛି ଯାହା ଖୁବ ଉପକାରୀ  । ଏମୁ ପକ୍ଷୀ କମ୍ ଖାଦ୍ୟ ଗ୍ରହଣ କରିଥାଏ । ଏହାର ବୟସ ସୀମା ମାତ୍ର ୩୦ ରୁ ୩୫ ବର୍ଷ ପର୍ଯ୍ୟନ୍ତ  । ଏହାର ଉଚ୍ଚତା ୫ ରୁ ୬ ଫୁଟ ଏବଂ ଓଜନ ୪୫ ରୁ ୬୦ କେଜି ହୋଇଥାଏ  । ମାଇ ଏମୁ ପକ୍ଷୀ ୨୦ ରୁ ୨୫ ବର୍ଷ ଜୀବନ କାଳ ଭିତରେ ଅଣ୍ଡା ଦେବାରେ ସକ୍ଷମ ହୋଇଥାଏ । ଏମୁ ଅଣ୍ଡାର ଓଜନ ୪୭୫ ରୁ ୬୫୦ ଗ୍ରାମ୍ ଭିତରେ ହୋଇଥାଏ ଏବଂ ରଙ୍ଗ ସବୁଜ, ଧୁଷୁରିଆ ଦେଖିବାକୁ  । ମାଈ ଏମୁ ପକ୍ଷୀ ଅକ୍ଟୋବରରୁ ଫେବ୍ରୁଆରୀ ମାସ ମଧ୍ୟରେ ଅଣ୍ଡା ଦେଇଥାଏ । ଏମାନେ ବର୍ଷକୁ ପାଖାପଖି ପ୍ରାୟ ୨୫ଟି ଅଣ୍ଡା ଦେଇଥାନ୍ତି  । ଓଡିଶାର ଗଞ୍ଜାମ ଓ ସମ୍ବଲପୁର ଜିଲ୍ଲାର ଚାଷୀ ଏହାକୁ ବ୍ୟାବସାୟିକ ଭିତ୍ତିରେ ଚାଷ କରୁଥିବା ଦେଖିବାକୁ ମିଳିଛି । ଆଉ ଏହି ଚାଷ କରି ସେମାନେ ଖୁବ ଲାଭବାନ ମଧ୍ୟ ହୋଇଛନ୍ତି l

ଏମ୍ମୁ ପକ୍ଷୀର ଗୋଡ, ମାଂସ ଚର୍ବି ରୁ  ଜାତ ତେଲର ଚାହିଦା ବଜାରରେ ଅଧିକ । ଏମୁ ଚର୍ବି ତେଲ ମଣିଷର ଚର୍ବିଜାତୀୟ ରୋଗର ଉପଚାର ପାଇଁ ବ୍ୟବହୃତ  ହୋଇଥାଏ  । ଏମୁ ତେଲ ଖାଇଲେ କଫ, ଆଲର୍ଜି ଏବଂ ଚର୍ବି କମିଥାଏ । ଏହାର ତେଲକୁ ଗଣ୍ଠିବାତ, ବ୍ୟଥା ଏବଂ ଦେହର କୌଣସି ଅଂଶ ଫୁଲିଥୁଲେ ଲଗାଇଲେ ଉପଶମ ମିଳିଥାଏ । ଏହି ତେଲ ବ୍ୟବହାର କଲେ ଚର୍ମରୋଗ ତଥା ତ୍ଵଚାର ଶୁଷ୍କତା ଦୂର ହୋଇଥାଏ ।

ଏମୁ ପକ୍ଷୀ ସବୁ ପ୍ରକାର ଜଳବାୟୁ ସହିତ ଖାପଖୁଆଇ ରହିପାରେ । ତେଣୁ ଏହାକୁ ଯେ କୌଣସି ସ୍ଥାନରେ ଚାଷ କରିବା ସମ୍ଭବ  ଯେଉଁ ସ୍ଥାନରେ ପକ୍ଷୀମାନଙ୍କ ରହିବା ବ୍ୟବସ୍ଥା କରାଯିବ ସେହି ସ୍ଥାନରେ ପାନୀୟ ଜଳ, ଉତ୍କୃଷ୍ଟ ଚରାଣ ଭୂମି, ସ୍ଥାନାନ୍ତରଣ ବ୍ୟବସ୍ଥା ରହିବା ଆବଶ୍ୟକ । ୨୦ଟି ଏମୁ ପକ୍ଷୀ ପାଇଁ ୧୦୦ X ୫୦ ଫୁଟ ଜାଗା ଏବଂ  ଲୁହା ଜାଲି ଆବଶ୍ୟକ ପଡିଥାଏ । ତାହାଛଡା ଚଟାଣ ମୋରମରେ ତିଆରି କରିବା ଦରକାର ।

ଏମୁ ପକ୍ଷୀ ୧୮ରୁ ୨୪ ମାସ ମଧ୍ୟରେ କ୍ଷମତାଶୀଳ ହୋଇଥାଏ । ଏମୁ ପକ୍ଷୀର ପ୍ରଜନନ ମାଇ ଏବଂ ଅଣ୍ଡିରାର ଅନ୍ତର ୧:୧ ହେବା ଉଚିତ । ପ୍ରଜନନ ସମୟରେ ୧୦୦X୨୫ ଜାଗା ରଖାଯିବା ଆବଶ୍ୟକ । ସାଧାରଣତଃ ପ୍ରଜନନ ଋତୁରେ ୩ ରୁ ୪ ସପ୍ତାହ ପୂର୍ବରୁ ଉତ୍ତମ ଖାଦ୍ୟସାରଯୁକ୍ତ ଦାନା ଖାଇବାକୁ ଦେବା ଉଚିତ । ଯାହା ଦ୍ଵାରା ଅଣ୍ଡାରୁ ଉତ୍ତମ ଶିଶୁ ଜନ୍ମ ହେବାରେ ସହାୟକ ହୋଇଥାଏ । ଏମୁ ଖାଦ୍ୟରେ ମକା, ସୋୟାବିନ୍, ସୁର୍ଯ୍ୟମୁଖୀ, କ୍ୟାଲସିୟମ୍, ଫସଫେଟ୍, କ୍ୟାଲସିୟମ୍ ପାଉଡର, ଲବଣ, ମିନେରାଲ୍ ଓ ଭିଟାମିନ୍ ସଠିକ୍ ଅନୁପାତରେ ରହିବା ଦରକାର । ଗୋଟିଏ ଏମୁ ପକ୍ଷୀ ଛୁଆ ୬୦୦ ରୁ ୮୦୦ ଗ୍ରାମ୍ ଦାନା ଦିନକୁ ଖାଇଥାଏ । ଏମାନଙ୍କ ଖାଦ୍ୟ ଠିକ ସମୟରେ ଏବଂ ଠିକ ଅନୁପାତ ରେ ଦେଲେ ବେଶ ଲାଭ ହୋଇଥେ ଚାଷ କରିବା ପାଇଁ l ଏମାନଙ୍କ ଓଜନ ଠିକ ରହିବା ସହିତ ଏମାନେ ସୁସ୍ଥ ରହିଥାନ୍ତି l

ଏମୁ ପକ୍ଷୀର ରୋଗ ପ୍ରତିରୋଧକ ଶକ୍ତି ଅଧିକ ଥିବାରୁ ଏମାନଙ୍କ ମୃତ୍ଯୁହାର ବହୁତ କମ୍ । କେତେକାଶଂରେ ବା ଜାଣୁ ଜନିତ ଏବଂ କୃମିଜନିତ ରୋଗରେ ଆକ୍ରାନ୍ତ ହୋଇଥାନ୍ତି । କୃମିଜାତୀୟ ରୋଗରୁ ରକ୍ଷା କରିବା ପାଇଁ ଆଇଭରମେକ୍ସିନ୍ ୧ ମାସ ବୟସରେ ଆରମ୍ଭ କରି ପ୍ରତି ମାସ ଦେବା ଉଚିତ । ରାଣୀକ୍ଷେତ ରୋଗରୁ ରକ୍ଷା କରିବା ପାଇଁ ଲାସୋଟା ପ୍ରତିଷେଧକ ଟୀକା ଦେବା ଆବଶ୍ୟକ ।  ତେଣୁ ଏମୁ ଚାଷୀ । ଯାନ୍ଧିକ ଉପାୟରେ ଚିଆଁ ସୃଷ୍ଟି କରିବା ଆବଶ୍ୟକ । ଏମୁ ଅଣ୍ଡାରୁ ପିଲା ଜନ୍ମ ହେବାର ବ୍ୟବଧାନ ୫୨ ଦିନ । ତେଣୁ ଅଣ୍ଡା ସଂଗ୍ରହ କରି ଇନକ୍ୟୁବେଟର୍ ୪୮ ଦିନ ପର୍ଯ୍ୟନ୍ତ ଅଣ୍ଡାର ପ୍ରତି ଭାଗକୁ ଚୂଲାଇବା ଆବଶ୍ୟକ । ଯାହା ଦ୍ଵାରା ଅଣ୍ଡାର ଖୋଳପା ସଠିକ୍ ଭାବରେ ଗଠିତ ହୋଇଥାଏ । ପ୍ରଜନନ ସମୟରେ ପ୍ରତ୍ୟେକ ଦିନ ଅଣ୍ଡା ସଂଗ୍ରହ କରିବା ଉଚିତ୍ । ଅଣ୍ଡାରେ ଯେପରି କାନ୍ଦୁଆ କିମ୍ବା ମାଟି ନଲାଗେ ସେଥିପ୍ରତି ଧାନ ଦେବା ଉଚିତ । ତାହାଛଡା ଅଣ୍ଡାକୁ ୩-୪ ଦିନରୁ ଅଧିକ ସମୟ ପର୍ଯ୍ୟନ୍ତ ବାହାରେ ନରଖୁ ଇନକ୍ୟୁବେଟରରେ ରଖିବାଉଚିତ୍।

ସୁଆଦିଆ ଏମୁ ପକ୍ଷୀ

ବତକ :ଏକ ଲାଭଜନକ ଗୃହପାଳିତ ପକ୍ଷୀ

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments