1. ମତ୍ସ୍ୟ ଓ ପଶୁ ପାଳନ

Fish Farming: ମାଛ ଚାଷରେ ରୋଗ ନିରାକରଣ !

କାହାଦ୍ଵାରା ହୋଇଥାଏ ମାଛଙ୍କୁ ରୋଗ ? କେଉଁ ପ୍ରକାର ରୋଗ ହୋଇଥାଏ ଏବଂ ଏହାର ଲକ୍ଷଣ କ’ଣ ?

Tanushree Mahapatra
Tanushree Mahapatra
Fish farming care , image source - pexels

Fish farming care , image source - pexels

ମାଛ ଚାଷ ଏକ ଲାଭଜନକ ଚାଷ l କିନ୍ତୁ ମାଛ ଚାଷର ସଠିକ ପରିଚାଳନା ଆବଶ୍ୟକ ହୋଇଥାଏ l କାରଣ ସଠିକ ପରିଚାଳନା ନ ହେବା ଦ୍ୱାରା ବେଳେବେଳେ ମାଛ ମୃତ୍ୟୁର ଶିକାର ହୋଇଥାନ୍ତି l ମାଛକୁ କେଉଁ  ପରିସ୍ଥିତିରେ ରୋଗ ହୋଇଥାଏ ତାହା ଜାଣିବା ଆବଶ୍ୟକ l କାହାଦ୍ଵାରା ହୋଇଥାଏ ମାଛଙ୍କୁ ରୋଗ ? କେଉଁ ପ୍ରକାର ରୋଗ ହୋଇଥାଏ ଏବଂ ଏହାର ଲକ୍ଷଣ କ’ଣ ? ତାହାର ପ୍ରତିକାର ମଧ୍ୟ ଜାଣିବା ଆବଶ୍ୟକ l ଏ ସମସ୍ତ ବିଷୟ ଉପରେ ଚାଷୀ ଆଲୋକପାତ କରିବା ଆବଶ୍ୟକ l

ମାଛ ରୋଗ :-

ମାଛ ଚାଷ କରିବା ପୂର୍ବରୁ ଦେଖିବା ଆବଶ୍ୟକ ଯେ ପୂର୍ବରୁ ରୋଗାକ୍ରାନ୍ତ ହୋଇଥିବା ଯାଆଁଳ ଯେପରି ପୋଖରୀରେ ଛଡ଼ା ନ ଯାଏ । ମାଛଚାଷରେ ବ୍ୟବହୃତ ହେଉଥିବା ଜାଲ, ବାଲଟି ଇତ୍ୟାଦିକୁ ପୂର୍ବରୁ ସଫା ରହିବା ଆବଶ୍ୟକ । କୌଣସି ରୋଗାକ୍ରାନ୍ତ ମାଛ ପୋଖରୀ ଯେପରି ପୁନଃ ବ୍ୟବହାର ନ ହୁଏ l ପୋଖରୀର ଜଳର ପରିମାଣ ନ ପରଖି ଅଧିକ ସଂଖ୍ୟାରେ ଯାଆଁଳ ଛାଡ଼ିଥିଲେ ରୋଗ ହେବାର ଆଶଙ୍କା ଅଧିକ ହୋଇଥାଏ । ମାଛମାନେ ଉଚିତ୍ ପରିମାଣରେ ଏବଂ ଉତ୍ତମମାନର ପ୍ରାକୃତିକ ଖାଦ୍ୟ ନ ପାଇଲେ କିମ୍ବା ମାଛକୁ ଉଚିତ ପରିମାଣର କୃତ୍ରିମ ସୁଷମ ଖାଦ୍ୟ ଯୋଗାଇ ଦିଆ ନ ଗଲେ ମାଛ ବିଭିନ୍ନ ପ୍ରକାର ରୋଗରେ ପଡ଼ିଥାନ୍ତି ।

ମାଛ ପୋଖରୀରେ ଯଦି ଦୁର୍ଗନ୍ଧ ନାଳୀ ନର୍ଦ୍ଦମା ପାଣି ପଶିଥାଏ ତେବେ ମାଛଙ୍କୁ ରୋଗ ହୋଇଥାଏ । ମାଛ ପୋଖରୀରେ ଆବଶ୍ୟକ ପରିମାଣରୁ ଅଧିକ ରାସାୟନିକ ସାର ପ୍ରୟୋଗ କରିବା ମାଛ ରୋଗର ଅନ୍ୟ ଏକ କାରଣ ହୋଇଥାଇପାରେ । ମାଛ ପୋଖରୀ ଜଳରେ ଉତ୍ତାପ, ଅମ୍ଳଜାନ, ଅଙ୍ଗାରକାମ୍ଳଜାନ ସହିତ ଜଳସ୍ତରରେ ଅସ୍ଵାଭାବିକ ପରିବର୍ତ୍ତନ ହେବା । ମାତ୍ର ଯେଉଁ ମୂହୁର୍ତ୍ତରେ ପ୍ରତିକୂଳ ପରିବେଶ ଉପୁଜିଥାଏ ସେହି ସମୟରେ ମାଛର ଶରୀର ଦୁର୍ବଳ ହୋଇପଡ଼େ ଏବଂ ରୋଗ ପ୍ରତିରୋଧ ଶକ୍ତି କମିଆସେ ସେହି ମୂହୁର୍ତ୍ତରେ ମାଛ ଶରୀରରେ ଜୀବାଣୁ ପ୍ରବେଶ କରି ରୋଗ ସୃଷ୍ଟି କରିଥାନ୍ତି ।

ମାଛ ରୋଗ ନିରାକରଣ :-

-ଦଳପୂର୍ଣ୍ଣ ପୋଖରୀକୁ ସଫା କରିବା l ଆବର୍ଜନାମୟ ପାଣି ପୋଖରୀ ମଧ୍ୟକୁ ନିଷ୍କାସନ ନ କରିବା ।

-ଆବଶ୍ୟକ ପରିମାଣଠାରୁ ଅଧିକ ଜୈବିକ ଖତ, ରାସାୟନିକ ସାର ଏବଂ କୃତ୍ରିମ ମାଛଖାଦ୍ୟର ପ୍ରୟୋଗ ନ କରିବା ।

-ପୋଖରୀରେ ଆବଶ୍ୟକ ପରିମାଣଠାରୁ ଅଧିକ ଯାଆଁଳ ନ ଛାଡ଼ିବା । ଦୁର୍ବଳ ବା ରୋଗୀଣା ମାଛ ଯାଆଁଳର ବ୍ୟବହାର ଯେପରି ନ କରିବା ।

-ଯଦି ମାଛକୁ କୌଣସି ରୋଗ ହୋଇଥାଏ ତେବେ ମାଛ ଅଣ ନିଶ୍ଵାସୀ ହୋଇ ପାଣି ଉପର ସ୍ତରକୁ ଆସି ମୁହଁ ଓ ଗାଲିସିକୁ ଓସାରିଆ କରି ନିଶ୍ଵାସ ପ୍ରଶ୍ବାସ କରୁଥାଏ । ଏହିପରି ସମୟରେ କୃଷି ବୈଜ୍ଞାନିକଙ୍କ ସହ ଆଲୋଚନା କରି ଔଷଧ ବ୍ୟବହାର କରିଥାଏ l

-ମାଛ ଶରୀରରେ ଉଁଙ୍କୁଣି କିମ୍ବା ପୋକ ମଧ୍ୟ ହୋଇଥାନ୍ତି ଯେଉଁଥିପାଇଁ ମାଛ କୂଳକୁ ଆସି ଶରୀରକୁ କୌଣସି ଏକ ସ୍ଥାନରେ ଘଷି ହୋଇଥାନ୍ତି l ତେବେ ଏହା ଅନ୍ୟ ମାଛଙ୍କୁ ମଧ୍ୟ ଡେଇଁବାର ସମ୍ଭାବନା ରହିଥାଏ l ତୁରନ୍ତ ଏହାର ନିରାକରଣ କରିବା ଆବଶ୍ୟକ l

ଚାଷ ଉପଯୋଗୀ ପୋଖରୀର ମାନ କିପରି ହେବା ଆବଶ୍ୟକ ?

୧) ପୋଖରୀ ମାଟି ସମ୍ପୂର୍ଣ୍ଣ ଦୋରସା କିମ୍ବା ବାଲିଆ ମଟାଳି ମିଶା ହୋଇଥିବା ଆବଶ୍ୟକ ।

୨) ପୋଖରୀ ପାଣିର ଗୁଣ-ଉତ୍ତାପ ୨୪ ରୁ ୩୪ ଡିଗ୍ରୀ ମଧ୍ୟରେ ରହିବା ଜରୁରୀ ।

୩) ଅମ୍ଳତା ୭  ରୁ ୮.୫ ପିଏଚ୍ ରହିବା ଆବଶ୍ୟକ l

୪) ପାଣିର ସ୍ୱଚ୍ଛତା ୭୦ ରୁ ୩୫ ସେ.ମି ରହିବା ଉଚିତ l

୫) ଦ୍ରବିଭୂତ ଅମ୍ଳଜାନ ୪ ପିପିଏମ୍ ରୁ ଅଧିକ ରହିବା ଆବଶ୍ୟକ l

୬) ପୋଖରୀର ଗଭୀରତା ପ୍ରାୟ ୧.୨ ରୁ ୧.୫ ମି. ରହିବା ଉଚିତ l

୭) ପୋଖରୀରେ ପାଣି ସଫା କରି ବିଷ୍କାଶିତ କରିବା ପାଇଁ ବାଟ ରହିବା ଆବଶ୍ୟକ l

୮) ପୋଖରୀରେ ବର୍ଷ ସାରା ଜଳ ଯୋଗାଇବା ପାଇଁ ଗଭୀର ନଳକୂପ ରହିଲେ ଭଲ ହୋଇଥାଏ ।

ଅଧିକ ପଢ଼ନ୍ତୁ

ବିଦେଶରେ ବଢ଼ିଲା ଭାରତୀୟ ମସଲା ଚାହିଦା

ମଧ୍ୟାହ୍ନ ଭୋଜନରେ ସାମିଲ କରନ୍ତୁ, ମିଳିବ 5 ଟି ବଡ଼ ଲାଭ

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments

ଆମ ନ୍ୟୁଜଲେଟରକୁ ସବସ୍କ୍ରାଇବ୍ କରନ୍ତୁ । ଆପଣ ଆପଣଙ୍କ ଆଗ୍ରହ ଥିବା ଟପିକ୍‌ ବାଛିବେ ଏବଂ ଆମେ ଆପଣଙ୍କୁ ବଛା ବଛା ନ୍ୟୁଜ ଓ ଆପଣଙ୍କ ପସନ୍ଦ ଅନୁଯାୟୀ ଲାଟେଷ୍ଟ ଅପଡେଟ୍‌ ପଠାଇଦେବୁ ।

ନ୍ୟୁଜଲେଟର ସବସ୍କ୍ରାଇବ୍‌ କରନ୍ତୁ