1. ମତ୍ସ୍ୟ ଓ ପଶୁ ପାଳନ

Fish Farming: ମାଛଚାଷୀ କରନ୍ତୁ ଏହି କାର୍ଯ୍ୟ, ନଚେତ୍ ବିପୁଳ କ୍ଷତି

ଉତ୍ତାପ ଯୋଗୁଁ ପୋଖରୀରେ ମରିବା ଆରମ୍ଭ କରନ୍ତି ମାଛ.....

Tanushree Mahapatra
Tanushree Mahapatra
fisherman use these tips in summer season, image source - pexels

fisherman use these tips in summer season, image source - pexels

ଦିନକୁ ଦିନ ତାପମାତ୍ରା ବଢୁଛି । ଏଥି ସହିତ ଗ୍ରୀଷ୍ମ ଋତୁରେ ମତ୍ସ୍ୟ ଚାଷୀଙ୍କ ଚିନ୍ତା ବଢ଼ିଥାଏ l କାରଣ ଏହି ଋତୁରେ ପୋଖରୀର ଜଳ ଶୀଘ୍ର ଶୁଖିଯାଏ l ଏଭଳି ପରିସ୍ଥିତିରେ କୃଷକମାନେ ସେମାନଙ୍କ ପୋଖରୀଗୁଡ଼ିକର ବିଶେଷ ଯତ୍ନ ନେବା ଆବଶ୍ୟକ କରନ୍ତି । ଯଦି ମାଛମାନଙ୍କର ଯତ୍ନ ନେବାରେ ଟିକିଏ ଅସାବଧାନତା ଥାଏ, ତେବେ ସେମାନଙ୍କର ମୃତ୍ୟୁ ହାର ବଢ଼ିଯାଏ l ଜଳର ଶୀଘ୍ର ଗରମ ହେତୁ ଏଥିରେ ଥିବା ଅମ୍ଳଜାନର ପରିମାଣ ମଧ୍ୟ କମିଯାଏ l ଯେଉଁ କାରଣରୁ ମାଛ ମଧ୍ୟ ଅତ୍ୟଧିକ ଉତ୍ତାପ ଯୋଗୁଁ ପୋଖରୀରେ ମରିବା ଆରମ୍ଭ କରନ୍ତି l

ମାଛ ଚାଷରେ ଅଧିକ ଲାଭ l ବିଭିନ୍ନ ପ୍ରଜାତିର ମାଛ ଚାଷ କରି ଆୟ ଅଧିକ କରିପାରୁଛନ୍ତି ଚାଷୀ l ଖାଲି ଏତିକି ନୁହେଁ ଆଧୁନିକ ପ୍ରଣାଳୀରେ ମଧ୍ୟ ଚାଷ କରାଯାଇପାରୁଛି l ଯାହାଦ୍ୱାରା ମହିଳା ମଧ୍ୟ ଏହାକୁ ଘରେ ଚାଷ କରି ପାରୁଛନ୍ତି l ଯାହାଦ୍ୱାରା ମହିଳା ମଧ୍ୟ ଆୟ କରିପାରୁଛନ୍ତି l ରୋଜଗାରକ୍ଷମ ହୋଇପାରୁଛନ୍ତି l ସରକାର ଏଥିପାଇଁ ସହାୟତା ମଧ୍ୟ ଦେଉଛନ୍ତି l ତେବେ ଧ୍ୟାନ ରଖିବା ଉଚିତ ଯେ ମାଛ କରୁଥିବା ପାଣି ସଫା ରହିବା ଉଚିତ ନଚେତ ମାଛଙ୍କୁ ରୋଗ ହେବାର କାରଣ ହୋଇପାରେ ତାହା l ଜଣେ ମାଛ ଚାଷୀର ଏହା ଗୁରୁଦାୟିତ୍ତ୍ଵ l ମାଛଙ୍କୁ ରୋଗ ହୋଇ ମାଛ ମରିଯିବାର ଭୟ ମଧ୍ୟ ରହିଛି l

ମାଛ ଚାଷ କରୁଥିବା ପୋଖରୀ ଜଳସ୍ତର ଅତି କମରେ ୬ ଫୁଟ ରହିବା ଆବଶ୍ୟକ । ଯଦି ପୋଖରୀରୁ ବାରମ୍ବାର ଜଳସ୍ତର କମିଯାଉଛି ତେବେ ଚାଷୀମାନେ ଅନ୍ୟ କୌଣସି ଉପାୟରେ ପୋଖରୀରେ ପାଣି ଭରିଦେବା ଉଚିତ । ଯେଉଁ ଚାଷୀ ଭାଇଙ୍କ ପାଖରେ ଏହି ସୁବିଧା ନଥିବ ସେମାନେ ପୋଖରୀରୁ ବଡ଼ ମାଛ ଧରି ବିକ୍ରି କରିଦେବା ଆବଶ୍ୟକ କାରଣ ଏହା ଅଧିକ ଦୂଷିତ କରିଥାନ୍ତି ପାଣିକୁ । ବଡ଼ ମାଛ ଧରି ବିକ୍ରି କରିଦେଲେ ଚାଷୀମାନେ ହଠାତ୍ ମାଛ ମରିବା କିମ୍ବା ଜଳାଭାବ ଜନିତ ହାନିରୁ ମୁକ୍ତି ପାଇଥାନ୍ତି । ତେବେ ଏହାକୁ ଧ୍ୟାନ ଦେବା ଉଚିତ l

ତେବେ ଖରାଦିନେ ତାପମାତ୍ରା ବୃଦ୍ଧି ହେବା ଯୋଗୁଁ ଜଳାଶୟରେ ଅମ୍ଳଜାନ ଅଭାବର କାରଣ ଦେଖିବାକୁ ମିଳେ। ପରିବେଶର ଉତ୍ତାପ ବୁଦ୍ଧି ଦ୍ଵାରା ପୋଖରୀର ଉତ୍ତାପ ମଧ୍ୟ ବଢ଼ିଥାଏ । ଏହା ଦ୍ରବୀଭୂତ ଅମ୍ଳଜାନ ଉପରେ ପ୍ରଭାବ ପକାଇଥାଏ ଯାହା ଚାଷୀଙ୍କ ପୋଖରୀ ପାଇଁ ଆଦୌ ଭଲ ନୁହେଁ । ଏ ସମସ୍ତ ସମସ୍ୟା ଦୂର କରିବା ପାଇଁ ଚାଷୀମାନେ ପୋଖରୀରେ ଜଳ ସଂଚାଳନ କରିବା ନିହାତି ଦରକାର l  ଜଳର ଉଚ୍ଚତା ସର୍ବଦା ବଢ଼ାଇ ଦେବା ଦରକାର । ଏଥିସହିତ ପାଖରେ ବାୟୁ ସଂଚାଳନ ଯନ୍ତ୍ର ଦ୍ଵାରା ପୋଖରୀ ମଧ୍ୟରେ ଜଳ ସଂଚାଳନ କରିବା ଦରକାର ଯାହା ମାଛଚାଷ ପାଇଁ ନିହାତି ଆବଶ୍ୟକ । ଏହା କରିବା ଫଳରେ ଜଳରେ ଥିବା ଦ୍ରବୀଭୂତ ଅମ୍ଳଜାନର ପରିମାଣ ବଢ଼ିଯିବ ଏବଂ ମାଛମାନଙ୍କର ମୃତ୍ୟୁ ହେବ ନାହିଁ । ଅମ୍ଳଜାନ ପାଉଡ଼ର, ଟାବଲେଟ୍ , କ୍ୟାଲସିୟମ୍ ପେରଅକ୍ସାଇଡ ବ୍ୟବହାର କରନ୍ତୁ ।

କିପରି କରିବେ ପ୍ରତିକାର :-

ଯଦି ଆପଣ ପୋଖରୀର ତଳସ୍ତରର ମାନ ବୃଦ୍ଧି କରିବାକୁ ଚାହୁଁଛନ୍ତି ତେବେ ଏଥିରେ ଜିଓଲାଇଟ୍ ଏକର ପିଛା ୩୦୪୦ କେ.ଜି ସହିତ ୧୦ କେ.ଜି ବାଲି ମିଶାଇ ପ୍ରୟୋଗ କରନ୍ତୁ । ନର୍ସରୀ ପୋଖରୀରେ ବର୍ଷାଦିନେ ସାଧାରଣତଃ ପରଜୀବି ସଂକ୍ରମଣ ଦେଖିବାକୁ ମିଳିଥାଏ । ପରଜୀବିମାନେ ମାଛର ଗାଲିରେ ସଂକ୍ରମଣ କରିଥା'ନ୍ତି ଯାହା ମାଛ ପାଇଁ ଭଲ ନୁହେଁ । ଏହି ସମୟରେ ପୋଖରୀରୁ ଯାଆଁଳ ଏକାଠି କରି ଧରିବା ସମୟରେ, ଯାଆଁଳ ମାନେ ଅଧିକ ମରିଯା'ନ୍ତି । ତେଣୁ ମାଛଚାଷର ଗୁଣାତ୍ମକ ମାନ ବୃଦ୍ଧି କରିବା ପାଇଁ ପରଜୀବି ଦମନ କରିବାର ଔଷଧ ଓ ବଗଡ଼ା ଲୁଣ ୩୦୪୦ କେଜି ଏକର ପିଛା ପ୍ରୟୋଗ କରି ପରଜୀବିଙ୍କଠାରୁ ମାଛଙ୍କୁ ରକ୍ଷା କରିବା ଆବଶ୍ୟକ । ଏହା ବ୍ୟତୀତ ପୋଖରୀରେ ଗୋଳି ପାଣିକୁ ପରିଷ୍କାର କରିବାକୁ ପଡିବ l ପୋଖରୀରେ ଚୂନ, ଜିଓଲାଇଟ, ଫିଟିକିରି ଇତ୍ୟାଦି ପ୍ରୟୋଗ କଲେ ପୋଖରୀର ଗୁଣାତ୍ମକ ମାନ ବୃଦ୍ଧି ହୋଇଥାଏ । ପାଣି ସଫା ରହିଥାଏ l ଉତ୍ତମ ମାଛଚାଷ ପାଇଁ ପାଣିର ମାନ ସଠିକ ରହିବା ଆବଶ୍ୟକ l

ଅଧିକ ପଢ଼ନ୍ତୁ

Brinjal Farming: ବୈଜ୍ଞାନିକ ପ୍ରଣାଳୀରେ କରନ୍ତୁ ଚାଷ

Onion Storage Tips: ପିଆଜ ଷ୍ଟୋରେଜରେ ନଷ୍ଟ ହେଉଛି କି ?

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments