1. ମତ୍ସ୍ୟ ଓ ପଶୁ ପାଳନ

Poultry Farming: କିପରି କରିବେ କୁକୁଡ଼ା ଛୁଆ ପାଳନ ?

ଚାହୁଁଛନ୍ତି କି କୁକୁଡ଼ା ଚିଆଁ ପାଳନ କରିବାକୁ l ଏହି ଆର୍ଟିକଲରେ ରହିଛି ଟିପ୍ସ l ପଢନ୍ତୁ ପୁରା ଆର୍ଟିକଲ l

Tanushree Mahapatra
Tanushree Mahapatra
How to care chicken chicks ? , images source - pexels.com

How to care chicken chicks ? , images source - pexels.com

ପଶୁପାଳନ କିମ୍ବା କୁକୁଡ଼ା ପାଳନରେ ଅଧିକ ଯତ୍ନ ନେବାକୁ ପଡିଥାଏ l କାରଣ ପଶୁପକ୍ଷୀଙ୍କ ଋତୁ ଅନୁଯାୟୀ ବିଭିନ୍ନ ପ୍ରକାର ରୋଗ ହେବାର ଆଶଙ୍କା ଥାଏ l ତେବେ ସେମାନଙ୍କର ଖାସ ଯତ୍ନ ନେବା ଆବଶ୍ୟକ l ପ୍ରାକୃତିକ ଉପାୟରେ କୁକୁଡ଼ାକୁ ଅଧିକ ଯତ୍ନ ନେବା ଆବଶ୍ୟକ  l ଆଜି ଆମେ ଏହି ଆର୍ଟିକଲରେ କୁକୁଡ଼ା ଛୁଆ କିପରି ପାଳନ କରିବା ସେ ବିଷୟରେ ଅଲାଚନା କରିବା l ମାଇ କୁକୁଡ଼ା ତାର ପେଟ ଓ ଡେଣା ତଳେ  ୨୧ ଦିନ ପର୍ଯ୍ୟନ୍ତ ଅଣ୍ଡା ରଖିଛୁଆ ଫୁଟାଇଥାଏ ।

ଛୁଆ ଫୁଟାଇ ସାରିବା ପରେ ମଧ୍ୟ ସେ ନିଜେ ସେହି ଚିଆଁ ଗୁଡିକର ଲାଳନ ପାଳନ କରିଥାଏ । କୁକୁଡ଼ା ଛୁଆ ଅଣ୍ଡାରୁ ଫୁଟି ବାହାରି ସାରିଲା ପରେ ସଠିକ ପରିମାଣରେ ଉଷ୍ମତା ଆବଶ୍ୟକ କରେ । ମା କୁକୁଡ଼ାର ଡେଣା ଓ ପେଟ ତଳେ ରହି ଚିଆଁମାନେ ଉଷୁମ ପାଇଥାଆନ୍ତି ଯାହା ତାଙ୍କ ପାଇଁ ପ୍ରାଥମିକ ଭାବେ ଖୁବ ଭଲ l ପ୍ରଥମ ୪ ରୁ ୬ ସପ୍ତାହ ପର୍ଯ୍ୟନ୍ତ କୁକୁଡ଼ା ଚିଆଁ ମାନଙ୍କର ଦାୟିତ୍ଵ ବହନ କରିଥାଏ ମାଈ କୁକୁଡ଼ା l

କିନ୍ତୁ ଆଧୁନିକ ଯୁଗରେ ନୂଆ ଉପାୟରେ କୁକୁଡ଼ା ଚିଆଁ ଯତ୍ନ ନିଆଯାଇପାରୁଛି l ଚିଆଁମାନଙ୍କର ଆବଶ୍ୟକତାକୁ ଉପଲବ୍ଧି କରି ବୈଜ୍ଞାନିକମାନେ ବର୍ତ୍ତମାନ ଅନେକ ସଂଖ୍ୟାର କୁକୁଡ଼ାକୁ କୃତ୍ରିମ ଉପାୟରେ ମା କୁକୁଡ଼ାଙ୍କ ବିନା ସହାୟତାରେ ବଢ଼ାଇ ପାରୁଛନ୍ତି । ଯାହାଫଳରେ ଚାଷୀମାନେ କୁକୁଡ଼ା ପାଳନ ଏକ ଲାଭଜନକ ବ୍ୟବସାୟରେ ପରିଣତ କରିଛନ୍ତି l ମନୁଷ୍ୟକୁ ପ୍ରଚୁର ପରିମାଣ ପୁଷ୍ଟିସାର ଓ ସୁସ୍ଵାଦୁ ଖାଦ୍ୟ ଯୋଗାଇ ଦେଇ ପାରିବା ସମ୍ଭବ ହୋଇପାରିଛି ଆଧୁନିକ ଯୁଗରେ ।

ଉତ୍ତାପ:-

କୁକୁଡ଼ା ଛୁଆ ଅଣ୍ଡାରୁ ଫୁଟି ବାହାରିବା ପରେ ପ୍ରଥମ ସପ୍ତାହରେ ପ୍ରାୟତଃ ୯୫ ଫାରେନହାଇଟ୍ ଉତ୍ତାପ ଆବଶ୍ୟକ କରେ ଚିଆଁ  । ସେହିପରି ପ୍ରତି ସପ୍ତାହରେ ୫ ଫାରେନହାଇଟ୍ ହାରରେ କମାଇ ୬ ସପ୍ତାହ ବୟସ ବେଳକୁ ଏହାକୁ ୭୦° ଫାରେନହାଇଟ୍ ଆବଶ୍ୟକ କରେ । ଆମ ରାଜ୍ୟରେ ଅଧିକାଂଶ ସ୍ଥାନରେ ଅଧିକ ଥଣ୍ଡା ହୁଏ ନାହିଁ l ତେଣୁ ସେହି ସ୍ଥାନ ମାନଙ୍କରେ ଶୀତ ଦିନର ଦୁଇ ମାସକୁ ବାଦ ଦେଇ ବର୍ଷର ଅନ୍ୟ ସମୟରେ ୧୫ ରୁ ୨୧ ଦିନ ପର୍ଯ୍ୟନ୍ତ ବ୍ରୁଡିଂ କରିବା ଯଥେଷ୍ଟ । ଏହି ସମୟ ଉଚିତ ସମୟ ହୋଇପାରେ କୁକୁଡ଼ା ପାଳନ ପାଇଁ l

କୁକୁଡ଼ା ଚିଆଁ ପାଳନ:-

କୁକୁଡ଼ାମାନଙ୍କ କୃତ୍ରିମ ଉପାୟରେ ପାଳନ କଲେ ଇନ୍‌ଫ୍ରାରେଡ଼୍ ବଲ୍‌ବ ଆବଶ୍ୟକ l ଯାହା କୁକୁଡ଼ା ଛୁଆମାନଙ୍କୁ ସଠିକ ଉତ୍ତାପ ଯୋଗାଇ ଥାଏ । କୁକୁଡ଼ା ଛୁଆମାନଙ୍କୁ ବ୍ରୁଡିଂ ବେଳେ ଭଲ ଭାବରେ ନିରୀକ୍ଷଣ କରି ଯତ୍ନ ନିଆଯିବା ଆବଶ୍ୟକ l ସେମାନଙ୍କର ଉତ୍ତାପ ପାଇବା ଠିକ୍ ଅଛିକି ନାହିଁ ଜାଣିବା ଆବଶ୍ୟକ । ଯଦି ଚିଆଁମାନେ ତଳେ ରୁଣ୍ଡ ହୋଇ ଯାକି ଯୁକି ହୋଇ ବସୁଥାଆନ୍ତି, ତେବେ ଆପଣ ଜାଣିନେବ ଉଚିତ ଯେ, ଉତ୍ତାପ ଦରକାର କରୁଛନ୍ତି ଆପଣ ବ୍ୟବହାର କରୁଥିବା ମେସିନ ସଠିକ ଉତ୍ତାପ ପ୍ରଦାନ କରୁ ନାହିଁ । ତେଣୁ ଉତ୍ତାପ ବଢ଼ାଇବା ପାଇଁ ଅଧିକ ଇଲେକ୍‌ଟ୍ରିକ୍ ବଲ୍‌ବ କଏଲ ତାର ଲଗାଇବା ଉଚିତ । ଯଦି ଚିଆଁମାନେ ଉତ୍ତାପ ଉତ୍ସ ତଳକୁ ଆଦୌ ଆସୁନାହାନ୍ତି ତେବେ ଜାଣିଦେବା ଉଚିତ ଉତ୍ତାପ ଅଧିକ ହୋଇଯାଇଛି ତେଣୁ ଉତ୍ତାପ କମାଇବା ପାଇଁ ବଲ୍‌ବ ସଂଖ୍ୟା କମାଇବାକୁ ପଡ଼ିବ । ଯତ୍ନ ସମୟରେ କୌଣସି ଜିନିଷ ଅଧିକ ହେବା ଆବଶ୍ୟକ ନାହିଁ l

କୁକୁଡ଼ା ଛୁଆ ଆଣିବା ପୂର୍ବରୁ ଆବଶ୍ୟକ ସମସ୍ତ ଉପକରଣ ଗୁଡ଼ିକ ଭଲଭାବରେ ସଫା କରି ପଟାସିୟମ୍ ପରମାଙ୍ଗାନେଟ ଆଦି ବିଶୋଧକ ସାହାଯ୍ୟରେ ସଫା କରିନେବା ଉଚିତ । ସେ ସମସ୍ତ ଉପକରଣକୁ ଖରାରେ ରଖାଯାଏ । କୁକୁଡ଼ା ଘରର କାନ୍ଥ ଓ ମେଜିଆ ଖରାପ ହୋଇ ଯାଇଥିଲେ, ତାହାକୁ ମରାମତି କରିବା ଉଚିତ୍ । ଯଦି ସୁବିଧା ହୁଏ ତେବେ କୌଣସି କୀଟନାଶକ ସ୍ପ୍ରେ ବ୍ୟବହାର କରନ୍ତୁ ।

ଚିଆଁ ଆଣିବାର ଠିକ ୨୪ ଘଣ୍ଟା ପୂର୍ବରୁ ଚିଆଁଘର ମଝିରେ ଶୁଖିଲା ଓ ବିଶୋଧିତ ଲିଟରକୁ ୨ ଇଞ୍ଚ ବହଳରେ ଖେଳାଇଦିଅନ୍ତୁ । ଚିଆଁଙ୍କ ସଂଖ୍ୟା ଅନୁଯାୟୀ ଚିଆଁ ଘରକୁ ଗୋଲାକାର ଭାବରେ ସଜାଇ ରଖନ୍ତୁ । ଚିଆଁ ରଖିବା ପୂର୍ବରୁ ଲିଟର ଉପରେ ପୁରୁଣା ଖବରକାଗଜ ପକାନ୍ତୁ ନଚେତ , ଚିଆଁମାନେ ଦାନା ଖାଇବା ପରିବର୍ତ୍ତେ ଲିଟର ଖାଇଦିଅନ୍ତି l ଯାହା ଦ୍ୱାରା କେତେକ ଚିଆଁଙ୍କର ମୃତ୍ୟୁ ମଧ୍ୟ ହୁଏ । ଘରର ତଳ ଓ ଗୃହର ଉତ୍ତାପ ସମ ପରିମାଣରେ ଖେଳାଇ ହୋଇ ରହିବା ଆବଶ୍ୟକ । ସେହିପରି ଚିଆଁ ଆଣିବାର ୪ ଘଣ୍ଟା ପୂର୍ବରୁ ଜଳରେ ଆବଶ୍ୟକୀୟ ଔଷଧ ମିଶାଇ ରଖାଯାଏ । ଅଧିକ ତଥ୍ୟ ଜାଣିବାକୁ ହେଲେ ନିକଟସ୍ଥ କୃଷି ବିଜ୍ଞାନ କେନ୍ଦ୍ର ପରିଦର୍ଶନ କରନ୍ତୁ l

Poultry Farm: କିପରି ଆରମ୍ଭ କରିବେ କୁକୁଡ଼ା ଫାର୍ମ Business

Profitable Fish Farming: ଏହି ପ୍ରୟୋଗ ମାଛ ଚାଷୀଙ୍କ ଲାଭ ବୃଦ୍ଧି କରିବ

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments