1. ମତ୍ସ୍ୟ ଓ ପଶୁ ପାଳନ

କୁକୁଡ଼ା ଓ ଛେଳିଙ୍କ ପାଇଁ ମିଳିବ ଲୋନ୍, ଜାଣନ୍ତୁ କିପରି କରିବେ Apply…

ଭାରତରେ କୃଷକମାନଙ୍କ ସହାୟତା ପାଇଁ ସରକାର ଅନେକ ଯୋଜନା ଚଳାଉଛନ୍ତି, ସେଥି ମଧ୍ୟରୁ ଏକ ଯୋଜନା ହେଉଛି 'ପଶୁ କିସାନ୍ କ୍ରେଡିଟ୍ କାର୍ଟ ଯୋଜନା', ଯେଉଁଥିରେ କୃଷକମାନେ ପଶୁ କ୍ରେଡିଟ୍ କାର୍ଡରେ ବିନା ଗ୍ୟାରେଣ୍ଟିରେ ୧ ଲକ୍ଷ ୮୦ ହଜାର ଟଙ୍କା ପର୍ଯ୍ୟନ୍ତ ଋଣ ପାଇପାରିବେ। ବିଶେଷକରି ଗ୍ରାମୀଣ କୃଷକମାନେ ଯେଉଁମାନେ ପଶୁପାଳନ କରୁଛନ୍ତି ସେମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଏହି ଯୋଜନା ଆରମ୍ଭ କରିଛନ୍ତି । ଏହି ଯୋଜନାର ସାହାଯ୍ୟରେ ସେମାନେ ଗାଈ, ବଳଦ, କୁକୁଡ଼ା ଏବଂ ଛେଳି କିଣିବା ପାଇଁ ଋଣ ନେଇପାରିବେ ।

Priyambada Rana
Priyambada Rana
How to get govt loan on animal husbandry and poultry...pic credit: www.pexels.com

ଋଣ ନେବା ପାଇଁ କେଉଁ ଦଲିଲଗୁଡ଼ିକ ଆବଶ୍ୟକ?

ପଶୁପାଳନ ପାଇଁ ଋଣ ନେବାକୁ ଚାହୁଁଥିବା ଯେକୌଣସି କୃଷକ ଏହି ଯୋଜନା ଅଧୀନରେ ଆବେଦନ କରିପାରିବେ। ଯଦି କୃଷକମାନେ ଚାହାଁନ୍ତି, ସେମାନେ ଅଫଲାଇନ ଏବଂ ଅନଲାଇନ୍ ମାଧ୍ୟମରେ ଏଥି ପାଇଁ ଆବେଦନ କରିପାରିବେ ।ଯଦି ଆପଣ ଅଫଲାଇନରେ ଆବେଦନ କରିବାକୁ ଚାହାଁନ୍ତି, ତେବେ ଆପଣ ନିକଟତମ ବ୍ୟାଙ୍କରୁ ଏକ ଫର୍ମ ଆଣିବାକୁ ପଡ଼ିବ ଏବଂ ଏହାକୁ ଆବଶ୍ୟକ ଡକ୍ୟୁମେଣ୍ଟ ସହ ପୂରଣ କରି ଦାଖଲ କରିବାକୁ ପଡିବ । ଏଥିପାଇଁ ଆବଶ୍ୟକ ଡକ୍ୟୁମେଣ୍ଟଗୁଡିକ ବିଷୟରେ ଆଲୋଚନା କରିବା, ଏଥିରେ ଅନ୍ତର୍ଭୁକ୍ତ- ପଶୁମାନଙ୍କର ସ୍ୱାସ୍ଥ୍ୟ ପ୍ରମାଣପତ୍ର, ବୀମାଭୁକ୍ତ ପଶୁମାନଙ୍କ ଉପରେ ଋଣ, ପଶୁ କ୍ରୟ ଉପରେ ଋଣ, ବ୍ୟାଙ୍କର କ୍ରେଡିଟ୍ ସ୍କୋର/ ଋଣ ହିଷ୍ଟ୍ରୀ, ଆବେଦନକାରୀଙ୍କ ଆଧାର କାର୍ଡ, ପାନ୍ କାର୍ଡ, ଭୋଟର ପରିଚୟ ପତ୍ର, ମୋବାଇଲ୍ ନମ୍ବର ଏବଂ ପାସପୋର୍ଟ ସାଇଜ ଫଟୋ ଆବଶ୍ୟକ ।

ବହୁତ କମ୍ ହାରରେ ଉପଲବ୍ଧ-

ଏହି ଯୋଜନା ଅଧୀନରେ ଉପଲବ୍ଧ ଋଣ ସହିତ ସବୁଠୁ ଭଲ କଥା ହେଉଛି ଆପଣଙ୍କୁ ଏଥିରେ କେବଳ ୪% ସୁଧ ଦେବାକୁ ପଡିବ । ଯଦି ଆପଣ ପଶୁପାଳନ ପାଇଁ ଘରୋଇ ବ୍ୟାଙ୍କରୁ ଋଣ ନିଅନ୍ତି, ତେବେ ଆପଣଙ୍କୁ ୭% ପର୍ଯ୍ୟନ୍ତ ସୁଧ ଦେବାକୁ ପଡିବ ।

କେଉଁ ପଶୁମାନଙ୍କ ଉପରେ କେତେ ଉପଲବ୍ଧ-

ଏହି ଯୋଜନା ଅଧୀନରେ ବିଭିନ୍ନ ପଶୁମାନଙ୍କ ଉପରେ ବିଭିନ୍ନ ପରିମାଣର ଋଣ ପ୍ରଦାନ କରାଯାଇଥାଏ । ଉଦାହରଣ ସ୍ୱରୂପ, ଆପଣ ଗୋଟିଏ ଗାଈ ଉପରେ ୪୦ ହଜାର ପର୍ଯ୍ୟନ୍ତ ଋଣ ପାଇ ପାରିବେ । ଏଥି ସହ ଆପଣ ମଇଁସି ପାଳନ ପାଇଁ ଋଣ ଚାହୁଁଥିଲେ ସରକାର ଏଥିପାଇଁ ୬୦ ହଜାର ପର୍ଯ୍ୟନ୍ତ ଋଣ ପ୍ରଦାନ ନେଇ ବ୍ୟବସ୍ଥା କରିଛନ୍ତି । ଅନ୍ୟ ପଟେ, ଆପଣ ମେଣ୍ଢା ଓ ଛେଳି ଉପରେ ୪ ହଜାରରୁ ଅଧିକ ଋଣ ପାଇ ପାଇବେ ଏବଂ ଆପଣ କୁକୁଡ଼ା ଉପରେ ୭୦୦ ଟଙ୍କାରୁ ଅଧିକ ଋଣ ପାଇବେ ।ଅନ୍ୟ ପଟେ, ଯଦି କେହି ଘୁଷୁରୀ କିଣିବାକୁ ଚାହାଁନ୍ତି, ତେବେ ଏଥିପାଇଁ ତାଙ୍କୁ ୧୬ ହଜାର ଟଙ୍କାରୁ ଅଧିକ ଋଣ ମିଳିବା ନେଇ ବ୍ୟବସ୍ଥା କରାଯାଇଛି ।

ନୂଆ Business Idea: ଗାଈ ଗୋବରରୁ ଟାଇଲ୍ ବଢ଼ାଇବ ଆୟ

Like this article?

Hey! I am Priyambada Rana. Did you liked this article and have suggestions to improve this article? Mail me your suggestions and feedback.

Share your comments