1. ମତ୍ସ୍ୟ ଓ ପଶୁ ପାଳନ

ଲାଭ ଆପଣଙ୍କର ପଇସା ସରକାରଙ୍କ

ଛେଳି ଚାଷ କରି ହିଁ ଜଣେ ଆତ୍ମନିର୍ଭରଶୀଳ ହୋଇପାରିବ । ସ୍ଵାଭିମାନର ସହ ପରିବାରର ଭରଣପୋଷଣ କରିପାରିବ । ଉତ୍ତମ ସ୍ଵାସ୍ଥ୍ୟରକ୍ଷା ସହ ପୁଷ୍ଟିସାର ଅଭାବକୁ ଦୂରେଇବା ପାଇଁ ମିଶନ୍ ମୋଡରେ ହିଁ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି କେନ୍ଦ୍ର ସରକାର । ଆରମ୍ଭ କରିଛନ୍ତି ହିଁ ଜାତୀୟ ପୁଷ୍ଟିସାର ଯୋଗାଣ ମିଶନ୍ ।

Sudesna Nayak
Sudesna Nayak
How to start Goat Farming Business

How to start Goat Farming Business

ଛେଳି ଚାଷ (Goat Farming)କରି ହିଁ ଜଣେ ଆତ୍ମନିର୍ଭରଶୀଳ ହୋଇପାରିବ । ସ୍ଵାଭିମାନର ସହ ପରିବାରର ଭରଣପୋଷଣ କରିପାରିବ । ଉତ୍ତମ ସ୍ଵାସ୍ଥ୍ୟରକ୍ଷା ସହ ପୁଷ୍ଟିସାର ଅଭାବକୁ ଦୂରେଇବା ପାଇଁ ମିଶନ୍ ମୋଡରେ ହିଁ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି କେନ୍ଦ୍ର ସରକାର (Central Government) । ଆରମ୍ଭ କରିଛନ୍ତି ହିଁ ଜାତୀୟ ପୁଷ୍ଟିସାର ଯୋଗାଣ ମିଶନ୍ ।

ଗତ ୬ ବର୍ଷ ମଧ୍ୟରେ ମିଶନ୍ ନିଜ ଲକ୍ଷ୍ୟ ପୂରଣ ପାଇଁ ଯୋଜନାବଦ୍ଧ ଭାବେ ହିଁ ବହୁ କାର୍ଯ୍ୟକ୍ରମ ହାତକୁ ନେଇଛି । ସଫଳ ମଧ୍ୟ ହୋଇଛି ।

କହିବାକୁ ଗଲେ, ଛେଳି ପାଳନ (Goat farming)ଏକ ଲାଭ ଦାୟକ ବ୍ୟବସାୟୀ । ଛେଳି ଚାଷ (Goat farming) କରି ଏବେ ଆତ୍ମନିର୍ଭରଶୀଳ ହେଉଛନ୍ତି ଅନେକ ବ୍ୟବସାୟୀ । ଏଥିସହିତ ଛେଳି ପାଳନ (Goat farming)ରେ ଭଲ ଲାଭ ହେଉଥିବାରୁ ଅନେକ ଲୋକ ଏହି ବ୍ୟବସାୟୀ ପ୍ରତି ହିଁ ବେଶ ଆଗ୍ରହ ପ୍ରକାଶ କରୁଥିବା ଦେଖିବାକୁ ମିଳୁଛି ସବୁ ଆଡେ ।

ଓଡ଼ିଶାର କେନ୍ଦ୍ରାପଡା ଜିଲ୍ଲା, କଳାହାଣ୍ଡି ଜିଲ୍ଲା , ଗଂଜାମ ଜିଲ୍ଲା, ଗଜପତି , ସମ୍ବଲପୁର ଜିଲ୍ଲା ଆଜି ବିଭିହ୍ନ ଜିଲ୍ଲାରେ ଛେଳି ପାଳନ (Goat farming) ବହୁଳ ଭାବରେ କରାଯାଉଛି । ପୃଷ୍ଟିସାରା ଯୋଗାଣ ମିଶନରେ ଛେଳି ପାଳନକୁ ସାମିଲ କରାଯାଇଛି ଫଳରେ ଅନେକ ବ୍ୟବସାୟୀ ଏହାର ଲାଭ ଉଠାଇପାରିବେ ।

ଜାତୀୟ ପୁଷ୍ଟିସାର ଯୋଗାଣ ମିଶନ୍ ରେ ହିଁ ଜଣେ ଛେଳି ପାଳକ (Goat farm)ମୋଟ ୫୩ଟି ଛେଳି (୫୦ଟି ମାଈ ଓ ୩ଟି ବେଦା)ର ଛୋଟ ଫର୍ମ କିମ୍ବା ୧୦୬ଟି ଛେଳି (୧୦୦ ମାଈ ଓ ୬ଟି ବୋଦା) ବିଶିଷ୍ଟ ବଡ ଫାର୍ମ କରି ହିଁ ଏହାର ଲାଭ (Goat farming profitable)ଉଠାଇପାରିବେ । ଏହି ଉଦ୍ଦେଶ୍ୟରେ ଛୋଟ ଫାର୍ମରେ ସମୁଦାୟ ଖର୍ଚ୍ଚ ଅଟକଳ ୧ ଲକ୍ଷ ୪ ହଜାର ଟଙ୍କା ଥିବା ବେଳେ ବଡ, ଛେଳି, ଫାର୍ମର ଅଟକଳ ୨ ଲକ୍ଷ ଆଠ ହଜାର ଟଙ୍କା ନିର୍ଧାରିତ କରାଯାଇଛି । ମୋଟ ଅଟକଳର ଅଧା ଖର୍ଚ୍ଚ ଚାଷୀମାନ (FARMERS)ଙ୍କୁ କରିବାକୁ ପଡିବ ଓ ବାକି ଅବଶିଷ୍ଟ 50 ପ୍ରତିଶତ ଖର୍ଚ୍ଚ ପାଇଁ ସରକାରୀ (Government)ପ୍ରୋତ୍ସାହନ ହିଁ ମିଳିବ ।

ଛେଳି ଚାଷ ପାଇଁ ସରକାରୀ ଅନୁଦାନ ସମୁଦାୟ ୩ଟି କିସ୍ତିରେ ହିଁ ଚାଷୀକୁ ବିଭିନ୍ନ ପର୍ଯ୍ୟାୟରେ ମିଳିଥାଏ । ପ୍ରାଥମିକ ପର୍ଯ୍ୟାୟରେ ଉତ୍ତମ ଛେଳି ଗୁହାଳ (goat cattle)ନିର୍ମାଣ ପାଇଁ ୨୦,୮୦୦ ଟଙ୍କା ଚାଷୀକୁ ଖର୍ଚ୍ଚ କରିବାକୁ ପଡେ । ଗୁହାଳ (goat cattle)ନିର୍ମାଣ ପରେ ଖର୍ଚ୍ଚ ସମ୍ବନ୍ଧୀୟ ପ୍ରାମାଣିକ ରସିଦ ସ୍ଥାନୀୟ ବ୍ଳକ ପ୍ରାଣୀ ଚିକିତ୍ସା ଅଧକାରୀଙ୍କ ପାଖରେ ପୈଠ କରାଯାଏ । ତା'ପରେ ଚାଷୀଙ୍କୁ ଗୁହାଳ ତିଆରି ପାଇଁ କରିଥିବା ଖର୍ଚ୍ଚ ମିଳିଥାଏ । ପରେ ୨ୟ ଓ ୩ୟ କିସ୍ତିରେ ୨୦,୮୦୦ ଟଙ୍କା ଓ ୧୦,୪୦୦ଟଙ୍କା ଯଥାକ୍ରମେ ଚାଷୀ (FARMERS)କୁ ମିଳିଥାଏ ।

ସବୁଠୁ ବଡ କଥା ହେଲା ଏହି ଋଣ ପାଇଁ ଚାଷୀ (FARMERS)ଙ୍କୁ କୌଣସି ବ୍ୟାଙ୍କର ଦ୍ବାରସ୍ଥ ହେବାକୁ ପଡେନି, ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ସିଧାସଳଖ ଚାଷୀ (FARMERS)ଙ୍କୁ ଟଙ୍କା ଚେକ୍ ଆକାରରେ ହିଁ ୩ଟି ପର୍ଯ୍ୟାୟରେ ପ୍ରଦାନ କରନ୍ତି ।

ପ୍ରକାଶ ଥାଉ ଯେ, ଉନ୍ନତ ପ୍ରଜାତିର ଛେଳିପାଳନ (Goat farming) କଲେ ହିଁ ମାଂସ ଉତ୍ପାଦନ ବୃଦ୍ଧି ହେବାର ସମ୍ଭାବନା ଥାଏ ।

ଲାଭଦାୟକ ବାୟୋଫ୍ଲକ୍ ମାଛ ଚାଷ

ବୃସେଲୋସିସ୍ ରୋଗ ବିଷୟରେ ଆସନ୍ତୁ ଜାଣିବା!!

Share your comments