Animal Husbandry

ଛେଳି ଚାଷ କରନ୍ତୁ, ସରକାରଙ୍କ ଏହି ଯୋଜନାର ଲାଭ ଉଠାନ୍ତୁ

ଓଡ଼ିଶାର କେନ୍ଦ୍ରାପଡା , କଳାହାଣ୍ଡି , ଗଂଜାମ , ଗଜପତି , ସମ୍ବଲପୁର ଆଜି ବିଭିହ୍ନ ଜିଲ୍ଲାରେ ଛେଳି ପାଳନ ବହୁଳ ଭାବରେ କରାଯାଉଛି | ପୃଷ୍ଟିସାରା ଯୋଗାଣ ମିଶନରେ ଛେଳି ପାଳନକୁ ସାମିଲ କରାଯାଇଛି ଫଳରେ ଅନେକ ବ୍ୟବସାୟୀ ଏହାର ଲାଭ ଉଠାଇପାରିବେ |

02 June, 2022 4:34 PM IST By: Rajashree

ଛେଳି ପାଳନ (Goat farming)ଏକ ଲାଭ ଦାୟକ ବ୍ୟବସାୟୀ | ଛେଳି ଚାଷ (Goat farming) କରି ଏବେ ଆତ୍ମନିର୍ଭରଶୀଳ ହେଉଛନ୍ତି ଅନେକ ବ୍ୟବସାୟୀ ,ଛେଳି ପାଳନରେ ଭଲ ଲାଭ ହେଉଥିବାରୁ ଅନେକ ଲୋକ ଏହି ବ୍ୟବସାୟୀ ପ୍ରତି ଆଗ୍ରହ ପ୍ରକାଶ କରୁଥିବା ଦେଖିବାକୁ ମିଳୁଛି | ଓଡ଼ିଶାର କେନ୍ଦ୍ରାପଡା , କଳାହାଣ୍ଡି , ଗଂଜାମ , ଗଜପତି , ସମ୍ବଲପୁର ଆଜି ବିଭିହ୍ନ ଜିଲ୍ଲାରେ ଛେଳି ପାଳନ ବହୁଳ ଭାବରେ କରାଯାଉଛି | ପୃଷ୍ଟିସାରା ଯୋଗାଣ ମିଶନରେ ଛେଳି ପାଳନକୁ ସାମିଲ କରାଯାଇଛି ଫଳରେ ଅନେକ ବ୍ୟବସାୟୀ ଏହାର ଲାଭ ଉଠାଇପାରିବେ |

ପୃଷ୍ଟିସାରା ଯୋଗାଣ ମିଶନରେ ଜଣେ ଛେଳି ପାଳକ (Goat farm)ମୋଟ ୫୩ଟି ଛେଳି (୫୦ଟି ମାଈ ଓ ୩ଟି ବେଦା)ର ଛୋଟ ଫର୍ମ କିମ୍ବା ୧୦୬ଟି ଛେଳି (୧୦୦ ମାଈ ଓ ୬ଟି ବୋଦା) ବିଶିଷ୍ଟ ବଡ ଫାର୍ମ କରି ଏହାର ଲାଭ ଉଠାଇପାରିବେ | ଏହି ଉଦ୍ଦେଶ୍ୟରେ ଛୋଟ ଫାର୍ମରେ ସମୁଦାୟ ଖର୍ଚ୍ଚ ଅଟକଳ ୧ ଲକ୍ଷ ୪ ହଜାର ଟଙ୍କା ଥିବା ବେଳେ ବଡ, ଛେଳି, ଫାର୍ମର ଅଟକଳ ୨ ଲକ୍ଷ ଆଠ ହଜାର ଟଙ୍କା ନିର୍ଧାରିତ କରାଯାଇଛି । ମୋଟ ଅଟକଳର ଅଧା ଖର୍ଚ୍ଚ ଚାଷୀକୁ କରିବାକୁ ପଡିବ ଓ ବାକି ଅବଶିଷ୍ଟ ୫୦ ପ୍ରତିଶତ ଖର୍ଚ୍ଚ ପାଇଁ ସରକାରୀ ପ୍ରୋତ୍ସାହନ ମିଳିବ ।

ଛେଳି ଚାଷ ପାଇଁ ସରକାରୀ ଅନୁଦାନ ସମୁଦାୟ ୩ଟି କିସ୍ତିରେ ଚାଷୀକୁ ବିଭିନ୍ନ ପର୍ଯ୍ୟାୟରେ ମିଳିଥାଏ । ପ୍ରାଥମିକ ପର୍ଯ୍ୟାୟରେ ଉତ୍ତମ ଛେଳି ଗୁହାଳ (goat cattle)ନିର୍ମାଣ ପାଇଁ ୨୦,୮୦୦ ଟଙ୍କା ଚାଷୀକୁ ଖର୍ଚ୍ଚ କରିବାକୁ ପଡେ । ଗୁହାଳ (goat cattle)ନିର୍ମାଣ ପରେ ଖର୍ଚ୍ଚ ସମ୍ବନ୍ଧୀୟ ପ୍ରାମାଣିକ ରସିଦ ସ୍ଥାନୀୟ ବ୍ଳକ ପ୍ରାଣୀ ଚିକିତ୍ସା ଅଧକାରୀଙ୍କ ପାଖରେ ପୈଠ କରାଯାଏ । ତା'ପରେ ଚାଷୀଙ୍କୁ ଗୁହାଳ ତିଆରି ପାଇଁ କରିଥିବା ଖର୍ଚ୍ଚ ମିଳିଥାଏ । ପରେ ୨ୟ ଓ ୩ୟ କିସ୍ତିରେ ୨୦,୮୦୦ ଟଙ୍କା ଓ ୧୦,୪୦୦ଟଙ୍କା ଯଥାକ୍ରମେ ଚାଷୀକୁ ମିଳିଥାଏ । ସବୁଠୁ ଭଲ କଥା ହେଲା ଏହି ଋଣ ପାଇଁ ଚାଷୀଙ୍କୁ କୌଣସି ବ୍ୟାଙ୍କର ଦ୍ବାରସ୍ଥ ହେବାକୁ ପଡେନି, ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ସିଧାସଳଖ ଚାଷୀଙ୍କୁ ଟଙ୍କା ଚେକ୍ ଆକାରରେ ୩ଟି ପର୍ଯ୍ୟାୟରେ ପ୍ରଦାନ କରନ୍ତି ।

ଉନ୍ନତ ପ୍ରଜାତିର ଛେଳିପାଳନ (Goat farming) କଲେ। ମାଂସ ଉତ୍ପାଦନ ବୃଦ୍ଧି ହେବାର ସମ୍ଭାବନା ଥାଏ । ପ୍ରତି ଚାଷୀର ଫାର୍ମକୁ ସ୍ଥାନୀୟ ପ୍ରାଣୀ ଚିକିତ୍ସକ ବିଭିନ୍ନ ସମୟରେ ପରିଦର୍ଶନ କରି ରୋଗ ନିରାକରଣ, ସ୍ଵାସ୍ଥ୍ୟରକ୍ଷା, ପ୍ରଜନନ ଓ ଉତ୍ତମ ପରିପାଳନ ବିଷୟରେ ଚାଷୀକୁ ଅବଗତ କରାଇଥାନ୍ତି |

ବୀଟଲ ପ୍ରଜାତିର ଛେଳି ପାଳନ କରନ୍ତୁ, ଅଧିକ ରୋଜଗାର କରନ୍ତୁ !!

ଛେଳି ପାଳନ

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)