ଆଗକୁ ଆସୁଛି ବର୍ଷା ଋତୁ | ମାଛ ଚାଷ (Fisheries )କରୁଥିବା ଚାଷୀ ଏହି ସମୟରେ ଅଧିକ ଯତ୍ନ ହେବା ଆବଶ୍ୟକ, ଏହି ସମୟରେ ପୋଖରୀର ସଠିକ ପ୍ରଣାଳୀରେ ଯତ୍ନ ନେବା ନିହାତି ଆବଶ୍ୟକ ହୋଇଥାଏ |
ବର୍ଷାଦିନ ମାଛ ଯାଆଁଳ ଉତ୍ପାଦନର ପ୍ରକୃଷ୍ଟ ସମୟ ହୋଇଥାଏ | ଏହି ଋତୁରେ ମାଛ ଚାଷରୁ ଅଧିକ ଲାଭ ପାଇବାକୁ ହେଲେ ଯାଆଁଳ ଛାଡିବା ସମୟରେ ବିଶେଷ ସତର୍କତା ଅବଲମ୍ବନ ସହ ପୋଖରୀର ଉପଯୁକ୍ତ ଯତ୍ନ ନେବା ନିହାତି ଆବଶ୍ୟକ ହୋଇଥାଏ |
ସାଧାରଣତଃ ରୋହି, ଭକୁର ଓ ମିରିକାଳୀ ଓ ଅନ୍ୟାନ୍ୟ କାର୍ପ ଜାତୀୟ ମାଛ ବର୍ଷା ଋତୁରେ(Rainy season pond care) ପ୍ରଜନନକ୍ଷମ ହୋଇଥାନ୍ତି | ଏହି ମାଛ ମାନେ ବର୍ଷା ଦିନେ ପୋଖରୀରେ ସ୍ଵତଃ ପ୍ରବୃତ୍ତଭାବେ ଅଣ୍ଡା ଦେଇ ନଥାଆନ୍ତି ,ଏମାନଙ୍କୁ କୃତ୍ରିମ ପ୍ରଜନନ ଦ୍ଵାରା ପ୍ରଜନନ କରାଯାଇଥାଏ | ଏହି ଦିନରେ ମାଛ ଯାଆଁଳର ବ୍ୟବସାୟ ଅଧିକ ପରିମାଣରେ ହୋଇଥାଏ ଓ ଚାଷୀମାନେ ଏହି ସମୟରେ ପୋଖରୀରେ ଜାଅଁଳା ଛାଡ଼ିଥାନ୍ତି |
ବନ୍ୟା ଆଶଙ୍କା ଥିଲେ ପୋଖରୀରେ ମାଛ (Fisheries) ଛାଡ଼ନ୍ତୁ ନାହିଁ , ଯଦି ଛାଡ଼ୁଛନ୍ତି ପୋଖରୀ ହୁଡ଼ାରେ ମାଛ ନଯିବା ପାଇଁ ଜାଲର ବ୍ୟବସ୍ଥା କରିବା ନିହାତି ଦରକାର ହୋଇଥାଏ | ପୋଖରୀରେ ବର୍ଷା ପାଣି ବହୁତ ଦିନ ଧରି ଲାଗି ରହିଲେ ମାଛ ମାରିବା ଆରମ୍ଭ କରିଦେଇଥାନ୍ତି , କାରଣ ଏହି ସମୟରେ ପୋଖରୀରେ ଦ୍ରବୀଭୂତ ଅମ୍ଳଜାନ କମ୍ ହୋଇଥାଏ | ଓ ମାଛମାନେ ଜଳର ଉପର ସ୍ତରକୁ ଆସି ଅମ୍ଳଜାନ ନେବାକୁ ଚେଷ୍ଟା କରିଥାନ୍ତି |
ଏହି ଅବସ୍ଥାରେ ପୋଖରୀର ଦ୍ରବୀଭୂତ ଅମ୍ଳଜାନର ପରିମାଣ ବଢ଼ାଇବା ପାଇଁ ବ୍ୟବସ୍ଥା କରିବା ଦରକାର | ଏଥିପାଇଁ କେତେକ ଅମ୍ଳଜାନ ବୃଦ୍ଧି ପଦାର୍ଥ ବ୍ୟବହାର କରିପାରିବେ | ଏହା ସହିତ ଯଦି କଦଳୀ ଗଛ ଉପଲବ୍ଧ ହୁଏ ତା’ର ବିଭିନ୍ନ ଅଂଶ କାଟି ତୁରନ୍ତ ପୋଖରୀ ମଧ୍ୟରେ ପକାଇ ଦେବେ। ନିଜେ ମଧ୍ୟ ପୋଖରୀ ମଧ୍ୟକୁ ଯାଇ ଏକ ବାଡ଼ି ଦ୍ଵାରା ପୋଖରୀର ଜଳରାଶିକୁ ବାଡ଼େଇଲେ ପୋଖରୀର ଅମ୍ଳଜାନ ବୃଦ୍ଧି ହୋଇଥାଏ |
ଜୁନ୍ ଓ ଜୁଲାଇ ମାସ ସୁଦ୍ଧା ଚାଷୀମାନେ ପଙ୍କୋଦ୍ଧାର କରିଦିଅନ୍ତୁ | ଦଳ ପରିଷ୍କାର କରନ୍ତୁ, ଅଜାତିଆ ମାଛକୁ ବାହାର କରିଦିଅନ୍ତୁ | ପୋଖରୀରେ ଚୂନ ପ୍ରୟୋଗର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥାଏ | ମାଛ ଚାଷ (Fisheries )ପାଇଁ କ୍ଷାରୀୟ ଜଳ (ପି.ଏଚ୍. ୭.୮-୮.୫) ଅତ୍ୟନ୍ତ ଉପଯୋଗୀ । ଏହା ମାଟି ଓ ପାଣିର ଅମ୍ଳତାକୁ ନଷ୍ଟ କରିବା ସହ ମାଛର କାତି, ଅସ୍ଥି ଓ ଚିଙ୍ଗୁଡ଼ିର ଖୋଳପା ଗଠନରେ ସାହାଯ୍ୟ କରିଥାଏ |
ଏକର ପିଛା ପ୍ରାରମ୍ଭିକ ସ୍ତରରେ ୪୦ କି.ଗ୍ରା. ୟୁରିଆ ଓ ୪୦ କି.ଗ୍ରା. ସିଙ୍ଗଲ୍ ସୁପର୍ ଫସଫେଟର ଦ୍ରବୀଭୂତ ଦ୍ରବଣକୁ (Rainy season pond care)ପୋଖରୀ ଜଳରେ ମିଶାନ୍ତୁ । ପ୍ରତିମାସରେ ୪ କି.ଗ୍ରା. ୟୁରିଆ ଓ ୪ କି.ଗ୍ରା. ଏସ୍.ଏସ୍.ପି. ୧୦ ମାସ ପର୍ଯ୍ୟନ୍ତ ପୋଖରୀରେ (pond care)ପ୍ରୟୋଗ କରିବାକୁ ପଡ଼ିବ | ଖତ ସାର ପଡ଼ିବାର ଏକ ସପ୍ତାହ ପରେ ପୋଖରୀ ଯାଆଁଳ ଛାଡ଼ିବାକୁ ପ୍ରସ୍ତୁତ ହୋଇଥାଏ |