1. ମତ୍ସ୍ୟ ଓ ପଶୁ ପାଳନ

ପଶୁ ବୀମା ଯୋଜନା, ଜାଣନ୍ତୁ କଣ ମିଳିବ ଲାଭ

ଋତୁ ବଦଳିବା ସହ ପଶୁ ମାନେ ବିଭିନ୍ନ ପ୍ରକାର ରୋଗର ଶିକାର ହୋଇଥାନ୍ତି | ଯେଉଁଥିପାଇଁ ଚାଷୀ ଭାଇ ମାନଙ୍କୁ ଏଥିପ୍ରତି ବିଶେଷ ଧ୍ୟାନ ଦେବାର ଆବଶ୍ୟକ ପଡିଥାଏ | ଅନ୍ୟପକ୍ଷେ, ଯେହେତୁ ଚାଷ କାମର ଆୟ ମୌସୁମୀ ଋତୁ ଉପରେ ନିର୍ଭର କରି ଥାଏ ତେଣୁ ପଶୁପାଳନ ଚାଷୀ ଭାଇମାନଙ୍କୁ ଅତିରିକ୍ତ ସାହାଯ୍ୟ କରିଥାଏ |

Rajashree
Rajashree
Know Insurance policy for animal husbandry

Know Insurance policy for animal husbandry

ପଶୁପାଳନ ସର୍ବଦା ଲାଭ ଦେଇଥାଏ | ପଶୁଜାତ ଦ୍ରବ୍ୟର ଚାହିଦା ସବୁବେଳେ ଅଧିକ ଥିବାରୁ ଏହା ଏକ ଲାଭଦାୟକ ଫସଲ ରୂପେ ପରିଗଣିତ ହୋଇଥାଏ | ପଶୁପାଳନ(Animal husbandry)ଯେତିକି ଲାଭଦାୟକ ସେତିକି ଟେନସନ ମଧ୍ୟ | ଋତୁ ବଦଳିବା ସହ ପଶୁ ମାନେ ବିଭିନ୍ନ ପ୍ରକାର ରୋଗର ଶିକାର ହୋଇଥାନ୍ତି | ଯେଉଁଥିପାଇଁ ଚାଷୀ ଭାଇ ମାନଙ୍କୁ ଏଥିପ୍ରତି ବିଶେଷ ଧ୍ୟାନ ଦେବାର ଆବଶ୍ୟକ ପଡିଥାଏ | ଅନ୍ୟପକ୍ଷେ, ଯେହେତୁ ଚାଷ କାମର ଆୟ ମୌସୁମୀ ଋତୁ ଉପରେ ନିର୍ଭର କରି ଥାଏ ତେଣୁ ପଶୁପାଳନ (Animal husbandry)ଚାଷୀ ଭାଇମାନଙ୍କୁ ଅତିରିକ୍ତ ସାହାଯ୍ୟ କରିଥାଏ |

ଏହି ସବୁ ସ୍ଥିତିରେ ଚାଷୀମାନଙ୍କ ପରି ଅନ୍ୟ ପଶୁପାଳକମାନଙ୍କ ଉପକାର ପାଇଁ ସରକାରଙ୍କର ବିଭିନ୍ନ ପ୍ରକାରର ବୀମା ସୁବିଧା ସୁଯୋଗ ରହିଛି | ଯାହା ଫଳରେ କୃଷି ସହ ପଶୁପାଳନରେ ଅଧିକ ଲୋକ ଜଡ଼ିତ ହୋଇପାରିବେ |

ପଶୁପାଳନ ପାଇଁ କେନ୍ଦ୍ରସରକାରଙ୍କ ତରଫରୁ ପଶୁପାଳନ ବିଭାଗ (animal husbandry board)ଗଠିତ କରାଯାଇଛି, ଯାହା ଦ୍ୱାରା ସମସ୍ତ ପଶୁଙ୍କ ବୀମା ସମ୍ବନ୍ଧୀୟ ବିଷୟର ଆକଳନ କରାଯାଇପାରିବ | ବିହାର ସରକାର(Vihar government) ଗୃହପାଳିତ ପଶୁମାନଙ୍କ ମୃତ୍ୟୁରେ ପଶୁପାଳକମାନଙ୍କୁ କ୍ଷତିପୂରଣ ରୂପରେ ଏକ ନିର୍ଦ୍ଧିଷ୍ଟ ପରିମାଣର ଅର୍ଥ ରାଶିର ଅନୁକମ୍ପା ରଖିଛନ୍ତି, ଯାହା ପଶୁପାଳକମାନଙ୍କ ପାଇଁ ଆସ୍ୱସ୍ଥି ଆଣି ଦେଇଛି | ପଶୁପାଳକମାନେ ନିଜର କ୍ଷେତିପୂରଣ ପାଇବାକୁ ହେଲେ ସର୍ବ ପ୍ରଥମେ ଏହି କଥା ନିଶ୍ଚିତ କରିବାକୁ ହେବ ଯେ ତାଙ୍କର ପଶୁର ମୃତ୍ୟୁ ହୋଇଛି |

ଏଥି ପାଇଁ ପଶୁପାଳକମାନେ ପଶୁପାଳନ ବିଭାଗରୁ ଗୋଟେ ଫର୍ମ ପୂରଣ କରିବାକୁ ହେବ | ଏହା ପରେ ପଶୁପାଳନ ବିଭାଗ ତରଫରୁ ପଶୁ ମୃତ୍ୟୁର ପ୍ରମାଣ ଦାଖଲ କରାଯିବ | ଯେବେ ବିଭାଗ ତରଫରୁ ପଶୁର ମୃତ୍ୟୁ ଘଟିଛି ବୋଲି କାଗଜପତ୍ର ଦାଖଲ ହୋଇସାରିଲା ପରେ ପଶୁପାଳକଙ୍କୁ କ୍ଷେତିପୂରଣ ଟଙ୍କା ଦିଆଯିବ | ଏହି ସବୁ ପ୍ରକ୍ରିୟା ସମୟ ଏବଂ ବିଧି ଅନୁଯାୟୀ ସମ୍ପର୍ଣ୍ଣ ହୋଇଥାଏ |

କେଉଁ ପ୍ରକାରର ପଶୁମାନଙ୍କ ମୃତ୍ୟୁରେ ମିଳିବ କେତେ ଟଙ୍କା:

ପଶୁମାନଙ୍କ ମୃତ୍ୟୁକୁ ନେଇ ପଶୁପାଳନ ବିଭାଗ(animal husbandry board) ତରଫରୁ ପଶୁମାନଙ୍କୁ ଦୁଇ ଭାଗରରେ ବିଭକ୍ତ କରାଯାଇଛି | ପ୍ରଥମ ହେଉଛି କ୍ଷୀର ଦେଉଥିବା ପଶୁ ଏବଂ ଦ୍ୱିତୀୟ ହେଉଛି ଭାର ବୋହୁଥିବା ପଶୁ( Animal )| ଯଦି କ୍ଷୀର ଦେଉଥିବା ପଶୁର ମୃତ୍ୟୁ ହୁଏ ତେବେ ନିୟମ ଅନୁସାରେ ୩୦,୦୦୦ ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ସହାୟତା ପଶୁପାଳକଙ୍କୁ ଦିଆଯିବ |

ଏହା ଛଡା ଭାର ବୋହୁଥିବା ପଶୁମାନଙ୍କ ( Animal )ମୃତ୍ୟୁ ହେଲେ ପଶୁପାଳକଙ୍କୁ ୨୫,୦୦୦ ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ସହାୟତା ପ୍ରଦାନ କରାଯିବ | ଏହାପରେ, ପଶୁ ଯଦି କୌଣସି ପ୍ରାକୃତିକ ଘଟଣାର ଶିକାର ହୋଇ ମରିଥାଏ, ତେବେ ବି ଆର୍ଥିକ ଅନୁଦାନ ରାଶି ପ୍ରଦାନ କରାଯାଇ ପାରିବ | ଯଦି କୌଣସି ବଣ୍ୟ ଜନ୍ତୁ କିମ୍ବା ସଡ଼କ ଦୁର୍ଘଟଣା ଦ୍ଵାରା ପଶୁର ଜୀବନ ହାନି ଘଟେ ତେବେ ପଶୁପାଳକଙ୍କୁ କ୍ଷତିପୂରଣ ରାଶି ପାଇବାର ଅଧିକାର ରହିଛି |

ଛେଳି ଚାଷ କରନ୍ତୁ, ସରକାରଙ୍କ ଏହି ଯୋଜନାର ଲାଭ ଉଠାନ୍ତୁ

ପ୍ରତି ମାସ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିବାକୁ ଚାଁହୁଛନ୍ତି କି ? କରନ୍ତୁ ଏହି ବିଜନେସ ; ସରକାର କରିବେ ସାହାଯ୍ୟ

Like this article?

Hey! I am Rajashree . Did you liked this article and have suggestions to improve this article? Mail me your suggestions and feedback.

Share your comments