1. ମତ୍ସ୍ୟ ଓ ପଶୁ ପାଳନ

ପାରାଙ୍କ ନାଁରେ ଅମାପ ସମ୍ପତ୍ତି, ବ୍ୟାଙ୍କରେ ଅଛି ଏତିକି ଟଙ୍କା

ଆପଣମାନେ କୋଟିପତି ମଣିଷଙ୍କ ବିଷୟରେ ନିଶ୍ଚୟ ଶୁଣିଥିବେ । କିନ୍ତୁ ଆପଣମାନେ ଜାଣନ୍ତି କି ପଶୁପକ୍ଷୀ ମଧ୍ୟ କୋଟିପତି ହୋଇପାରନ୍ତି ? କଥାଟି ଆଶ୍ଚର୍ଯ୍ୟ କରୁଥିବ ନିଶ୍ଚୟ, କିନ୍ତୁ ଏହା ସତ ।

Sudesna Nayak
Sudesna Nayak
Millionaire pigeon of rajasthan

Millionaire pigeon of rajasthan

ଆପଣମାନେ କୋଟିପତି ମଣିଷଙ୍କ ବିଷୟରେ ନିଶ୍ଚୟ ଶୁଣିଥିବେ । କିନ୍ତୁ ଆପଣମାନେ ଜାଣନ୍ତି କି ପଶୁପକ୍ଷୀ ମଧ୍ୟ କୋଟିପତି ହୋଇପାରନ୍ତି ? କଥାଟି ଆଶ୍ଚର୍ଯ୍ୟ କରୁଥିବ ନିଶ୍ଚୟ, କିନ୍ତୁ ଏହା ସତ ।

ରାଜସ୍ଥାନ (Rajasthan)ର ନାଗୌର ଜିଲ୍ଲାର ଜସନଗର ଗ୍ରାମରେ ପାରା (pigeon)ଙ୍କ ନାମରେ କୋଟି କୋଟି ଟଙ୍କା ମୂଲ୍ୟର ସମ୍ପତ୍ତି ରହିଅଛି । ଯେଉଁଥିରେ ଦୋକାନ ଗୃହ, ଜମି ଏବଂ ନଗଦ ଟଙ୍କା ଅଛି । ପାରାମାନଙ୍କର ୨୭ ଟି ଦୋକାନ, ୭୮ ଏକରରୁ ଅଧିକ ପରିମାଣର ଜମି ଏବଂ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟରେ ପ୍ରାୟ ୩୦ ଲକ୍ଷ ଟଙ୍କା (30 lakhs bank balance) ମଧ୍ଯ ଅଛି ।

ସୂଚନା ଥାଉ କି, ୪୦ ବର୍ଷ ପୂର୍ବେ ନାଗୌର ଜିଲ୍ଲାର ଜସନଗର ଗ୍ରାମର ପୂର୍ବତନ ସରପଞ୍ଚ ରାମଦିନ ଛୋଟିଆଙ୍କ ନିର୍ଦ୍ଦେଶ ଓ ଗ୍ରାମବାସୀମାନଙ୍କ ସହଯୋଗରେ ପାରାମାନଙ୍କ ଟ୍ରଷ୍ଟ ପ୍ରତିଷ୍ଠା କରାଯାଇଥିଲା । ପାରା (pigeon) ସୁରକ୍ଷା ତଥା ନିୟମିତ ଖାଦ୍ୟ, ଜଳ ଯୋଗାଣ ପାଇଁ ଟ୍ରଷ୍ଟ ମାଧ୍ୟମରେ ସହରରେ ୨୭ଟି ଦୋକାନ ନିର୍ମାଣ କରି ସେମାନଙ୍କ ନାମରେ ନାମିତ କରାଗଲା । ବର୍ତ୍ତମାନ ଏହି ରୋଜଗାର ସହିତ ଟ୍ରଷ୍ଟ ଗତ ୩୦ ବର୍ଷ ହେଲା ପାରାମାନଙ୍କୁ ପ୍ରାୟ ୪ ହଜାର ଟଙ୍କା ମୂଲ୍ୟରେ ଦୈନିକ ୩ ବସ୍ତା ଦାନା ଦେଉଛି ।

ପ୍ରକାଶ ଥାଉ କି, ପାରାମାନଙ୍କର ନାମରେ ୧୦ ଟି ବଡ ବଡ ଗୋଶାଳା ଅଛି, ଯେଉଁଠି ପ୍ରାୟ ୪୭୦ ଟି ଗାଈ ରୁହନ୍ତି । ଟ୍ରଷ୍ଟ ଦ୍ୱାରା ଏହି ଗୋଶାଳା ପରିଚାଳିତ ହୁଏ । ଆବଶ୍ୟକ ପଡିଲେ ପାରାମାନଙ୍କ ନାମରେ ଆଦାୟ ଟଙ୍କା ଗାଈଙ୍କ ଦାନା ପାଣି ପାଇଁ ଖର୍ଚ୍ଚ ହୋଇଥାଏ ।

ଦୋକାନରୁ ଭଡା ସୂତ୍ରରୁ ଟ୍ରଷ୍ଟ ସମୁଦାୟ ମାସିକ ପ୍ରାୟ ୮୦ ହଜାର ଟଙ୍କା ଆୟ କରେ । ପାରାମାନଙ୍କର ସ୍ଥାବର ସମ୍ପତ୍ତି ଆକାରରେ ୭୮ ଏକରରୁ ଅଧିକ ପରିମାଣ କୃଷି ଉପଯୋଗୀ ଜମି ମଧ୍ଯ ଅଛି । ପାରାମାନଙ୍କ ସୁରକ୍ଷା ପାଇଁ ରୋଜଗାର ଅର୍ଥ ଖର୍ଚ୍ଚ ହେବା ପରେ ବଳକା ଟଙ୍କାକୁ ଗ୍ରାମର ଏକ ବ୍ୟାଙ୍କରେ ଜମା ହୋଇଥାଏ, ଯାହା ଆଜି ପ୍ରାୟ ୩୦ ଲକ୍ଷ (30 lakhs bank balance)ଟଙ୍କା ହୋଇଯାଇଛି ।

ଆଜି ଠୁ ଚିଲିକାରେ ଆରମ୍ଭ ହୋଇଛି ପକ୍ଷୀ ଗଣନା

୧୦ ଦିନ ପାଇଁ ବନ୍ଦ ହେଲା ଭିତରକନିକା

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments