1. ମତ୍ସ୍ୟ ଓ ପଶୁ ପାଳନ

ଗୋପାଳକଙ୍କ ପାଇଁ ସୂବର୍ଣ୍ଣ ସୁଯୋଗ, ପ୍ରତି ମାସରେ ଆକାଣ୍ଟକୁ ଯିବ ୯୦୦ ଟଙ୍କା...

ସରକାର ନିଷ୍ପତ୍ତି ନେଇଛନ୍ତି ଯେ ଯେଉଁମାନେ ଗାଈମାନଙ୍କୁ ପାଳିବେ ଏବଂ ଜୈବିକ ଚାଷ କରିବେ ସେହି ଲୋକଙ୍କୁ ପ୍ରତି ମାସରେ ୯୦୦ ଟଙ୍କା ଦେବେ।

Priyambada Rana
Priyambada Rana
ଗୋପାଳକଙ୍କୁ ସହାୟତା..pic credit: www.pexels.com

ଗୋପାଳକଙ୍କୁ ସହାୟତା..pic credit: www.pexels.com

ଭାରତରେ ଗାଈକୁ ଗୋମାତା ଭାବରେ ପୂଜା କରାଯାଏ। ବିଶେଷ କରି ହିନ୍ଦୁ ଧର୍ମରେ ବିଶ୍ୱାସ କରୁଥିବା ପ୍ରତ୍ୟେକ ବ୍ୟକ୍ତି ଗାଈ-ଗୋରୁଙ୍କୁ ମାତା ଭାବରେ ପୂଜା କରିଥାନ୍ତି । ହିନ୍ଦୁ ଧର୍ମରେ ଗାଈଙ୍କୁ ଏକ ପବିତ୍ର ପ୍ରାଣୀ ଭାବରେ ପୂଜା କରାଯାଏ ।ସନାତନ ଧର୍ମର ଧାର୍ମିକ କାର୍ଯ୍ୟରେ ଗାଈର କ୍ଷୀର, ଗୋବର ଏବଂ ମୂତ୍ର ବ୍ୟବହାର କରାଯାଏ ।କିନ୍ତୁ ବର୍ତ୍ତମାନ ଧୀରେ ଧିରେ ଗୋପାଳନ ସଂସ୍କୃତି ଆମ ଦେଶରେ ହଜି ହଜି ଯାଉଛି । ତେଣୁ ଏହି ସଂସ୍କୃତିର ପୁନଃଉଦ୍ଧାର ପାଇଁ ମଧ୍ୟପ୍ରଦେଶ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ।

ଗୋପାଳନ ପାଇଁ କେତେ ମିଳିବ ଆର୍ଥିକ ସହାୟତା?

ମଧ୍ୟପ୍ରଦେଶ ସରକାର ନିଷ୍ପତ୍ତି ନେଇଛନ୍ତି ଯେ ଯେଉଁମାନେ ଗାଈମାନଙ୍କୁ ପାଳିବେ ଏବଂ ଜୈବିକ ଚାଷ କରିବେ ସେହି ଲୋକଙ୍କୁ ପ୍ରତି ମାସରେ ୯୦୦ ଟଙ୍କା ଦେବେ। ଏହି ଯୋଜନା ଅଧୀନରେ ମଧ୍ୟପ୍ରଦେଶ ସରକାର ୨୨,୦୦୦ ଚାଷୀଙ୍କୁ ପ୍ରଥମ କିସ୍ତି ପ୍ରଦାନ କରିଛନ୍ତି। ଏଥିସହ ସରକାର ରାଜ୍ୟରେ ପ୍ରାଣୀ ଚିକିତ୍ସା ଆମ୍ବୁଲାନ୍ସ ସେବା ମଧ୍ୟ ଆରମ୍ଭ କରିଛନ୍ତି ।

ଏଥିପାଇଁ କିପରି ଆବେଦନ କରିବେ ?

ଯଦି ଆପଣ ମଧ୍ୟ ଏହି ଯୋଜନା ଅଧୀନରେ ପ୍ରତି ମାସରେ ୯୦୦ ଟଙ୍କା ପାଇବାକୁ ଚାହୁଁଛନ୍ତି, ତେବେ ମଧ୍ୟପ୍ରଦେଶର ଅଫିସିଆଲ୍ ୱେବସାଇଟ୍ ପରିଦର୍ଶନ କରି ଆପଣଙ୍କୁ ଏହି ଯୋଜନା ଅଧୀନରେ ପଞ୍ଜିକରଣ କରିବାକୁ ପଡିବ । ଏହା ସହିତ ରାଜ୍ୟ ସରକାର ମଧ୍ୟ ଗାଈ ଗୋବର କିଣିବାକୁ ଯୋଜନା କରୁଛନ୍ତି। ଶିବରାଜ ସିଂ ଚୌହାନ କହିଛନ୍ତି ଯେ ସେ ରାଜ୍ୟରେ ଅନେକ ଗୋବର୍ଦ୍ଧନ କାରଖାନା ସ୍ଥାପନ କରି ଗାଈ ଗୋବରରୁ ସିଏନଜି ତିଆରି କରିବେ।

ପଶୁ ଆମ୍ବୁଲାନ୍ସ କିପରି ଆସିବ?

ତେବେ ମଧ୍ୟପ୍ରଦେଶର ପଶୁପାଳକଙ୍କ ପାଇଁ ଏହା ଏକ ସୂବର୍ଣ୍ଣ ସୁଯୋଗ । ଯଦି ଆପଣଙ୍କ ଗାଈ ଅସୁସ୍ଥ ଥିବାବେଳେ ଆମ୍ବୁଲାନ୍ସକୁ ଡାକିବାକୁ ଚାହାଁନ୍ତି, ତେବେ ଆପଣଙ୍କୁ କିଛି କରିବାକୁ ପଡିବ ନାହିଁ, କେବଳ 1962 ନମ୍ବର ଡାଏଲ୍ କରନ୍ତୁ ।ଏହି ନମ୍ବର ସଂପୂର୍ଣ୍ଣ ଟୋଲ୍ ଫ୍ରି ଏବଂ ଏହାକୁ ଡାଏଲ୍ କରିବା ସମୟରେ ଆପଣଙ୍କ ଫୋନରୁ ଗୋଟିଏ ଟଙ୍କା ମଧ୍ୟ କଟାଯିବ ନାହିଁ ।ଏହା କରିବା ଦ୍ୱାରା କୌଣସି ସମୟରେ ଆପଣଙ୍କ ଘର ବାହାରେ ଏକ ପଶୁ ଆମ୍ବୁଲାନ୍ସ ଉପସ୍ଥିତ ରହିବ ।

ତେବେ ପଶୁପାଳକଙ୍କୁ ପ୍ରୋତ୍ସାହିତ କରିବା ପାଇଁ ମଧ୍ୟପ୍ରଦେଶ ସରକାରଙ୍କର ଏଭଳି ପଦକ୍ଷେପକୁ ବିଭିନ୍ନ ସ୍ଥରରେ ପ୍ରଶଂସା କରାଯାଉଥିବା ବେଳେ ଅନ୍ୟ ରାଜ୍ୟ ସରକାର ଏଭଳି ପ୍ରୋତ୍ସାହିତ ମୂଳକ ପଦକ୍ଷେପ ନେବା ପାଇଁ ମତ ପ୍ରକାଶ ପାଇଛି ।

ଏବେ ପଶୁଙ୍କୁ ମିଳିବ ବିନା ସୁଧରେ ଲୋନ ସହିତ କ୍ରେଡିଟ କାର୍ଡ

Like this article?

Hey! I am Priyambada Rana. Did you liked this article and have suggestions to improve this article? Mail me your suggestions and feedback.

Share your comments