1. ମତ୍ସ୍ୟ ଓ ପଶୁ ପାଳନ

ଖରାଦିନରେ କିପରି ନେବେ ବ୍ରଏଲର କୁକୁଡ଼ାଙ୍କ ଯତ୍ନ

ଗ୍ରୀଷ୍ମ ଋତୁରେ ପାଣିପାତ୍ର ଗୁଡ଼ିକୁ ସାମାନ୍ୟ ଉଚ୍ଚତାରେ ରଖନ୍ତୁ l ଏହାଦ୍ୱାରା କୁକୁଡ଼ାମାନେ ପାଣି ପିଇବା ବେଳେ ଚୂଳ ଓ ଥଣ୍ଟ ଓଦା ହୋଇଥାଏ l ଯାହା ତାଙ୍କ ଶରୀରକୁ ଥଣ୍ଡା ରଖିବାରେ ସାହାଯ୍ୟ କରେ l

Tanushree Mahapatra
Tanushree Mahapatra
Summer care tips of poultry farm

Summer care tips of poultry farm

ଗ୍ରୀଷ୍ମ ଋତୁରେ ବ୍ରଏଲର କୁକୁଡ଼ାମାନଙ୍କର ଅଂଶୁଘାତ ହେବାର ଆଶଙ୍କା ଥାଏ l ଅଂଶୁଘାତ ହେଲେ କୁକୁଡ଼ାମାନେ କିଛି ଖାଆନ୍ତି ନାହିଁ l ପାଟିବାଟେ ନିଃଶ୍ୱାସ ନେବା ସହିତ ଡେଣାକୁ ମେଲାଇ ପାଟି ମେଲା କରି ଧକେଇ ହୁଅନ୍ତି l ପବନ ଆସୁଥିବା ପଟକୁ କୁକୁଡ଼ାମାନେ ରୁଣ୍ଡ ହୋଇଥାନ୍ତି l କୁକୁଡ଼ାମାନଙ୍କର ଶରୀରର ଉତ୍ତାପ କମିଯାଏ l ପକ୍ଷାଘାତ ହେବାର ସମ୍ଭାବନା ଥାଏ l ବାୟୁମଣ୍ଡଳର ଅତ୍ୟଧିକ ଉତ୍ତାପକୁ ସହ୍ୟ ନ କରି ପାରି ମୃତ୍ୟୁମୁଖରେ ପଡ଼ିଥାନ୍ତି l ଏଥିପାଇଁ ବ୍ରଏଲର କୁକୁଡ଼ା ଚାଷୀମାନେ ଗ୍ରୀଷ୍ମ ଋତୁରେ ଅଧିକ ଯତ୍ନଶୀଳ ହେବା ଉଚିତ l

ଗ୍ରୀଷ୍ମ ଋତୁରେ ଖାଦ୍ୟ ଖାଇବାର ପରିମାଣ ପ୍ରାୟତଃ ୫୦ ରୁ ୬୦ ଭାଗ କମିଯାଏ l ସେଥିପାଇଁ ଅଳ୍ପ ଖାଦ୍ୟରେ ଯେପରି ସମସ୍ତ ପ୍ରକାରର ଖାଦ୍ୟସାର ସନ୍ତୁଳିତ ରହିବ , ସେଥିପ୍ରତି ଧ୍ୟାନ ଦିଅନ୍ତୁ l ମୁଖ୍ୟତଃ ଏହି ସମୟରେ ପ୍ରୋଟିନଯୁକ୍ତ ଖାଦ୍ୟର ପରିମାଣକୁ କମାଇ ଶର୍କରାଜାତୀୟ ଖାଦ୍ୟର ପରିମାଣକୁ ବଢ଼ାଇ ଦିଅନ୍ତୁ l

ଗ୍ରୀଷ୍ମ ଋତୁରେ ପାଣିପାତ୍ର ଗୁଡ଼ିକୁ ସାମାନ୍ୟ ଉଚ୍ଚତାରେ ରଖନ୍ତୁ l ଏହାଦ୍ୱାରା କୁକୁଡ଼ାମାନେ ପାଣି ପିଇବା ବେଳେ ଚୂଳ ଓ ଥଣ୍ଟ ଓଦା ହୋଇଥାଏ l ଯାହା ତାଙ୍କ ଶରୀରକୁ ଥଣ୍ଡା ରଖିବାରେ ସାହାଯ୍ୟ କରେ l

ବ୍ରଏଲର କୁକୁଡ଼ା ଚିଆଁମାନଙ୍କୁ ଇଲେକ୍ଟ୍ରୋଲାଇଟ ମିଶ୍ରିତ ପାଣି ପିଇବାକୁ ଦିଅନ୍ତୁ l କୁକୁଡ଼ାମାନଙ୍କୁ ଭିଟାମିନ ବି କମ୍ପ୍ଲେକ୍ସ ସହିତ କ୍ୟାଲସିୟମ ସପ୍ତାହରେ ଥରେ ବା ଦୁଇ ଥର ଦିଅନ୍ତୁ l ଗ୍ରୀଷ୍ମ ଋତୁରେ କୁକୁଡ଼ାମାନଙ୍କର ନାଳ ରକ୍ତ ଝାଡ଼ା ହେବାର ଆଶଙ୍କା ଥାଏ l

କୁକୁଡ଼ା ଘରର ଛାତ ଉପରେ ବହଳିଆ ଚୂନ ଲେପନ କରନ୍ତୁ l ଘରର ଖୋଲାପଟେ ଓଦା ଝୋଟ ଅଖା ବାନ୍ଧନ୍ତୁ ଯାହା ଫଳରେ ଘର ଭିତରକୁ ଥଣ୍ଡା ପବନ ଚଳାଚଳ ହେବ l ଫର୍ମ ଭିତରକୁ ଖରା ନ ପଡ଼ିବା ପାଇଁ ଝୁଲା ଛପରର ଚଉଡ଼ା ୪ ଫୁଟ ପର୍ଯ୍ୟନ୍ତ ରଖନ୍ତୁ l

ଘରର ଆଜବେଷ୍ଟସ , ଛପର କିମ୍ବା ଟିଣ ଉପରେ ନଡ଼ିଆ ବାହୁଙ୍ଗା , ନଡ଼ା , ଡାଳପତ୍ର ଇତ୍ୟାଦି ବିଛାଇ ରଖନ୍ତୁ l ସେଥିରେ ପାଣି ସ୍ପ୍ରେ କରନ୍ତୁ , ଯାହାଦ୍ୱାରା ଘର ଥଣ୍ଡା ରହିବ l ଘର ଛପର ଉପର ଭାଗରେ ପବନ ଚଳାଚଳ ବ୍ୟବସ୍ଥା କରନ୍ତୁ l  ଗ୍ରୀଷ୍ମ ଋତୁର ଲିଟରର ଉଚ୍ଚତା ୩ ଇଞ୍ଚ ବଦଳରେ ଦେଢ଼ ଇଞ୍ଚ ରଖନ୍ତୁ l ଅଧିକ କୁକୁଡ଼ା କମ ଜାଗାରେ ରଖନ୍ତୁ ନାହିଁ l ଅତ୍ୟଧିକ ଗରମ ହେଲେ କୁକୁଡ଼ାଙ୍କ ଉପରେ ପାଣି ସ୍ପ୍ରେ କରନ୍ତୁ  l ଫାର୍ମ ପରିସରରେ ଉଚ୍ଚ ଗଛ ଲଗାନ୍ତୁ l ଏହାଦ୍ୱାରା ପରିବେଶ ଥଣ୍ଡା ରହେ l

Read more 

8th Pay Commission: ବେସିକ୍‌ ଦରମା ଓ ପେନସନ୍‌ ହୋଇପାରେ ବୃଦ୍ଧି !

ଗ୍ରୀଷ୍ମକାଳୀନ ମୁଗ କିସମ ଦେବ ଲକ୍ଷ ଲକ୍ଷ ରୋଜଗାର...

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments

ଆମ ନ୍ୟୁଜଲେଟରକୁ ସବସ୍କ୍ରାଇବ୍ କରନ୍ତୁ । ଆପଣ ଆପଣଙ୍କ ଆଗ୍ରହ ଥିବା ଟପିକ୍‌ ବାଛିବେ ଏବଂ ଆମେ ଆପଣଙ୍କୁ ବଛା ବଛା ନ୍ୟୁଜ ଓ ଆପଣଙ୍କ ପସନ୍ଦ ଅନୁଯାୟୀ ଲାଟେଷ୍ଟ ଅପଡେଟ୍‌ ପଠାଇଦେବୁ ।

ନ୍ୟୁଜଲେଟର ସବସ୍କ୍ରାଇବ୍‌ କରନ୍ତୁ