1. ମତ୍ସ୍ୟ ଓ ପଶୁ ପାଳନ

ଖରାଦିନରେ କୁକୁଡ଼ାଙ୍କ ଯତ୍ନ କିପରି ନେବେ ?

କୁକୁଡ଼ା ପାଳନ (poultry farming)ରେ ଖର୍ଚ୍ଚ କମ୍ ଓ କମ୍ ସମୟରେ ଚାଷୀ ତାର ଲାଭା°ସ ପାଇପାରିଥାଏ । କୁକୁଡ଼ାମାନଙ୍କର ଗ୍ରୀଷ୍ମ ଋତୁରେ ଅଂଶୁଘାତ ହେବାର ଆଶଙ୍କା ରହିଥାଏ । ଅଂଶୁଘାତ ହେଲେ କୁକୁଡ଼ାମାନେ କିଛି ଖାଆନ୍ତି ନାହିଁ । କୁକୁଡ଼ା ଚାଷୀମାନେ ଗ୍ରୀଷ୍ମ ଋତୁରେ ଅଧିକ ଯତ୍ନଶୀଳ ହେବା ଉଚିତ ।

Sudesna Nayak
Sudesna Nayak
Summer Maintenance on Your Poultry Farm

Summer Maintenance on Your Poultry Farm

ଆଜିକାଲି ଆମ ରାଜ୍ୟରେ ବହୁତ ଚାଷୀ ଓ କେତେକ ଯୁବକ, ଯୁବତୀମାନେ କୁକୁଡ଼ା ପାଳନକୁ ପ୍ରଧାନ ବ୍ୟବସାୟ ରୂପେ ଆଦରି ନେଲେଣି । କୁକୁଡ଼ା ପାଳନ (poultry farming)ରେ ଖର୍ଚ୍ଚ କମ୍ ଓ କମ୍ ସମୟରେ ଚାଷୀ ତାର ଲାଭା°ସ ପାଇପାରିଥାଏ । କୁକୁଡ଼ାମାନଙ୍କର ଗ୍ରୀଷ୍ମ ଋତୁରେ ଅଂଶୁଘାତ ହେବାର ଆଶଙ୍କା ରହିଥାଏ । ଅଂଶୁଘାତ ହେଲେ କୁକୁଡ଼ାମାନେ କିଛି ଖାଆନ୍ତି ନାହିଁ । କୁକୁଡ଼ା ଚାଷୀମାନେ ଗ୍ରୀଷ୍ମ ଋତୁରେ ଅଧିକ ଯତ୍ନଶୀଳ ହେବା ଉଚିତ ।

ସୂଚନା ଥାଉ ଯେ, ଅଧିକ ଗରମ ସହ୍ୟ କରି ପାରନ୍ତି ନାହିଁ କୁକୁଡ଼ାମାନେ । ଅତ୍ୟାଧିକ ଖରା ହେଲେ କୁକୁଡ଼ା (poultry)ମାନଙ୍କ ଖାଦ୍ୟ ଖାଇବାର ଇଚ୍ଛା କମିଯାଏ ଏବଂ ଅଣ୍ଡା ଉତ୍ପାଦନ ମଧ୍ଯ କମିଯାଏ ।

ଖରାଦିନରେ କୁକୁଡ଼ାଙ୍କ ଯତ୍ନ କିପରି ନେବେ ଚାଲନ୍ତୁ ଜାଣିବା...

-କୁକୁଡ଼ା ଘରର ଜାଲ ଗୁଡିକୁ ଭଲ ଭାବରେ ସଫା କରି ରଖନ୍ତୁ ।

-କୁକୁଡ଼ା ଘରର ଝରକାରେ ଏବଂ ଜାଲିରେ ଓଦା ଅଖା ଝୁଲାଇ ମଝିରେ ମଝିରେ ପାଣି ସିଞ୍ଚନ କରନ୍ତୁ ।

-ଖରାଦିନରେ ଘର ଆଜବେଷ୍ଟସ କିମ୍ବା ଟିଣ ଛପର ଉପରେ ନଡ଼ା ଓ ଡାଳ ପତ୍ର ବିଛାଇ ରଖନ୍ତୁ ।

-କୁକୁଡ଼ା (poultry) ଫାର୍ମ ପରିସର ମାନଙ୍କରେ ଗଛ ଲଗାଇଲେ ପରିବେଶ ଥଣ୍ଡା ରହିବ ।

-ଦିନର ୧୨ ଟା ରୁ ୪ ଟା ପର୍ଯ୍ୟନ୍ତ ଅଧିକ ଗରମର ପ୍ରକୋପ ରହିଥିବା ହେତୁ ସେ ସମୟରେ କୁକୁଡ଼ାମାନଙ୍କୁ ଦାନା ଖାଇବାକୁ ଦିଅନ୍ତୁ ନାହିଁ , ସନ୍ଧ୍ୟା ସମୟରେ ଦାନା ଦେବା ଉଚିତ ।

-ଫାର୍ମରେ ଯଥେଷ୍ଟ ଖୋଲା ପବନ ଚଳାଚଳର ସୁଯୋଗ ସୁବିଧା ଦିଅନ୍ତୁ । ଯାହା ଫଳରେ ଖୋଲା ପବନ ଫାର୍ମ ଭିତରକୁ ପଶିପାରୁଥିବ ।

-କୁକୁଡ଼ାମାନଙ୍କୁ ଯେମିତି ଘୁମାରୋଗ ନ ହୁଏ , ସେଥିପ୍ରତି ସତର୍କ ରୁହନ୍ତୁ।

-କୁକୁଡ଼ାମାନଙ୍କରେ କିଛି ବି ଲକ୍ଷଣ ଦେଖା ଗଲେ ସ୍ଥାନୀୟ ପ୍ରାଣୀ ଚିକିତ୍ସକଙ୍କ ପରାମର୍ଶ ନିଅନ୍ତୁ ।

ପ୍ରକାଶ ଥାଉ ଯେ, କୁକୁଡ଼ା ପାଳନ (poultry farming)କରିବା ପାଇଁ ଅଳ୍ପ ଜାଗା ଦରକାର ହୋଇଥାଏ । ତେଣୁ କ୍ଷୁଦ୍ର ଚାଷୀ, ନାମମାତ୍ର ଚାଷୀ, ଘରେ ରହୁଥିବା ଲୋକମାନେ କୁକୁଡ଼ା ପାଳନ ସହଜରେ କରିପାରିବେ ।

ଟୀକାକରଣ ଦ୍ୱାରା ଗୃହପାଳିତ ପଶୁଙ୍କ ଯତ୍ନ କିପରି ନେବେ ?

ମାଛ ଚାଷରେ ଲାଭ ଏବଂ ଆମ ଖାଦ୍ୟରେ ଏହାର ଗୁରୁତ୍ୱ...

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments

ଆମ ନ୍ୟୁଜଲେଟରକୁ ସବସ୍କ୍ରାଇବ୍ କରନ୍ତୁ । ଆପଣ ଆପଣଙ୍କ ଆଗ୍ରହ ଥିବା ଟପିକ୍‌ ବାଛିବେ ଏବଂ ଆମେ ଆପଣଙ୍କୁ ବଛା ବଛା ନ୍ୟୁଜ ଓ ଆପଣଙ୍କ ପସନ୍ଦ ଅନୁଯାୟୀ ଲାଟେଷ୍ଟ ଅପଡେଟ୍‌ ପଠାଇଦେବୁ ।

ନ୍ୟୁଜଲେଟର ସବସ୍କ୍ରାଇବ୍‌ କରନ୍ତୁ