
three breeds are the best cow for business...pic credit: www.pexels.com
ବର୍ତ୍ତମାନ ଦୁଗ୍ଧ ବ୍ୟବସାୟ ଭାରତରେ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ଲୋକମାନେ କ୍ଷୀର ବ୍ୟବସାୟରୁ ଏକ ମାସ ମଧ୍ୟରେ ଲକ୍ଷ ଲକ୍ଷ ଟଙ୍କା ଲାଭ ପାଉଛନ୍ତି । ତେବେ ଏହି ବ୍ୟବସାୟ କରିବାକୁ ଟେକ୍ନୋଲୋଜି ଏବଂ ଉଚିତ୍ ଜ୍ଞାନ ମଧ୍ୟ ଆବଶ୍ୟକ ।ଯଦି ଆପଣ ଏହି ବ୍ୟବସାୟକୁ ସଠିକ୍ ପଶୁମାନଙ୍କ ସହିତ ଆରମ୍ଭ କରନ୍ତି ଆପଣଙ୍କୁ ଭଲ ଲାଭ ମିଳିପାରିବ, ନଚେତ୍ ଆପଣ ସେଥିରେ ଏତେ ଭଲ ରୋଜଗାର କରିବାରେ ସମର୍ଥ ହେବେ ନାହିଁ । ଆଜି ଆମେ ଆପଣଙ୍କୁ କହିବୁ ଯେ କେଉଁ ତିନୋଟି ପ୍ରଜାତିର ଗାଈ ପାଳିବା ଦ୍ୱାରା ଆପଣ ଗୋଟିଏ ମାସ ମଧ୍ୟରେ ଭଲ ଅର୍ଥ ଉପାର୍ଜନ କରିପାରିବେ । ବର୍ତ୍ତମାନ ଗୋପାଳନ ପାଇଁ ସରକାର ଗୋପାଳକଙ୍କୁ ଆର୍ଥିକ ସହାୟତା ଯୋଗାଉଛନ୍ତି ।ଅର୍ଥାତ୍ ଏହି ବ୍ୟବସାୟ ଆରମ୍ଭ କରିବା ପାଇଁ ଆପଣଙ୍କୁ ଅଧିକ ଟଙ୍କା ବିନିଯୋଗ କରିବାକୁ ପଡିବ ନାହିଁ ।
ଗିର୍ ଗାଈ ହେଉଛି ପ୍ରଥମ ପ୍ରଜାତି-
ଏହା ହେଉଛି ଭାରତର ସବୁଠାରୁ ଅଧିକ ଦୁଗ୍ଧ ଦେଉଥିବା ଗାଈ । ଏହି ପ୍ରଜାତିର ଗାଈର ଛୁଆମାନେ ବହୁତ ବଡ଼ । ଏହି ଗାଈ ଗୁଜୁରାଟର ଗିର ଜଙ୍ଗଲରେ ଦେଖିବାକୁ ମିଳିଥାଏ । ତେବେ ବର୍ତ୍ତମାନ ଏହି ପ୍ରଜାତିର ଗାଈକୁ ସମଗ୍ର ଭାରତରେ ଗୋପାଳକମାନେ ପାଳୁଥିବା ଦେଖିବାକୁ ମିଳୁଛି ।ଏହି ଗାଈ ପ୍ରତିଦିନ ହାରାହାରି ୧୨ ରୁ ୨୦ ଲିଟର କ୍ଷୀର ଦେଇଥାଏ । କିନ୍ତୁ ଯଦି ଆପଣ ଭଲ ଭାବେ ଏହି ଗାଈର ଯତ୍ନ ନିଅନ୍ତି, ତେବେ ଏହି ଗାଈ ପ୍ରତିଦିନ ୫୦ ରୁ ୬୦ ଲିଟର କ୍ଷୀର ମଧ୍ୟ ଦେଇପାରେ । ତେଣୁ ଭାବନ୍ତୁ, ଯଦି ଆପଣ ତିନିରୁ ଚାରିଟି ଗାଈ ଘରେ ପାଳନ୍ତି ତେବେ ଗୋଟିଏ ମାସରେ କେବଳ ସେମାନଙ୍କର କ୍ଷୀର ବିକ୍ରୟ କରି ଆପଣ କେତେ ଲାଭ କରିପାରିବେ ।
ଦ୍ୱିତୀୟ ନମ୍ବରରେ ଲାଲ୍ ସିନ୍ଧି ଗାଈ-
ନିଜର ନାଁ ଅନୁସାରେ ଏହି ଲାଲ୍ ସିନ୍ଧି ଗାଈ ସିନ୍ଧ୍ ଅଞ୍ଚଳରେ ଦେଖିବାକୁ ମିଳିଥାଏ । ଏହି ଗାଈଟି ସାମାନ୍ୟ ଲାଲ ରଙ୍ଗର, ସେଥିପାଇଁ ଏହି ଗାଈକୁ ଲାଲ୍ ସିନ୍ଧି ଗାଈ ନାମରେ ନାମିତ କରାଯାଇଛି । ବର୍ତ୍ତମାନ ଏହି ଗାଈ ହରିୟାଣା, କର୍ଣ୍ଣାଟକ, କେରଳ, ଓଡିଶା ଏବଂ ପଞ୍ଜାବରେ ମଧ୍ୟ ବହୁ ପରିମାଣରେ ପାଳିତ ହେଉଛି। ୟୁପି ଏବଂ ବିହାରର କିଛି କୃଷକ ମଧ୍ୟ ଏହି ଗାଈ ପାଳିବା କାମ କରୁଛନ୍ତି। ଏହି ଗାଈ ପ୍ରତିଦିନ ୧୫ ରୁ ୨୦ ଲିଟର କ୍ଷୀର ଦେଇଥାଏ । ଯଦି ଆପଣ ଏହାର ଭଲ ଯତ୍ନ ନିଅନ୍ତି, ତେବେ ଏହା ପ୍ରତିଦିନ ୪୦ ରୁ ୫୦ ଲିଟର କ୍ଷୀର ଦେଇପାରେ ।
ସାହିୱାଲ ଗାଈ ତୃତୀୟ ସ୍ଥାନରେ ଅଛି-
ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ ଏବଂ ହରିୟାଣା ଆଦି ରାଜ୍ୟରେ ସାହିୱାଲ ଗାଈକୁ ଅଧିକ ମାତ୍ରାରେ ପାଳନ କରାଯାଇଥାଏ । ଏହି ଗାଈ ଏହି ରାଜ୍ୟଗୁଡିକର କୃଷକମାନଙ୍କ ମଧ୍ୟରେ ସବୁଠାରୁ ଅଦିକ ଲୋକପ୍ରିୟ । ଏହି ଗାଈ ପ୍ରତିଦିନ ହାରାହାରି ୧୦ ରୁ ୧୫ ଲିଟର କ୍ଷୀର ଦେଇଥାଏ, କିନ୍ତୁ ଯଦି ଆପଣ ଏହି ଗାଈର ଭଲ ଯତ୍ନ ନିଅନ୍ତି, ତେବେ ଏହା ଆପଣଙ୍କୁ ପ୍ରତିଦିନ ୩୦ ରୁ ୪୦ ଲିଟର କ୍ଷୀର ଦେଇପାରେ ।ଏହି ଗାଈ ବିଷୟରେ ସବୁଠୁ ଭଲ କଥା ହେଉଛି ଏହାକୁ କମ୍ ଜାଗାରେ ମଧ୍ୟ ପାଳନ କରାଯାଇପାରିବ ଏବଂ ଏହାର ଯତ୍ନ ନେବା ଆବଶ୍ୟକ ନାହିଁ ।
ଗୋପାଳକଙ୍କ ପାଇଁ ଖୁସି ଖବର, ଏହି ବ୍ୟବସାୟ କରି ଏବେ ବଢ଼ାଇପାରିବେ ଆୟ...
Share your comments