ତେଣୁ ଏହି ବିଦେଶ ମାଛଙ୍କ ପ୍ରାକୃତିକ ପରିବେଶକୁ ଅନୁପ୍ରଦେଶ ଦ୍ୱାରା ଛୋଟ ଛୋଟ ଚୁନା ମାଛ ଯେପରି କଣ୍ଟିଆ ,କେରାଣ୍ଡି ,ଖଣ୍ଦତୋଡ଼ି ,ଗଡ଼ିଶା ଆଦିଙ୍କ ସଂଖ୍ୟା ହ୍ରାସ ପାଇଯାଉଛି |ବର୍ତମାନ ଏହି ମାଛ ଗୁଡିକ ଆମ ଆମ ନଦୀ ନାଳରେ ମଧ୍ୟ ଅନୁପ୍ରବେଶ କରି ଆମ ଜଳକା ପରିବେଶ ରେ ଥିବା ଛୋଟ ଛୋଟ ମାଛ ,ଗେଣ୍ଡା ଶାମୁକା ଇତ୍ୟାଦି ପ୍ରାଣୀଜ ଓ ଉଦ୍ଭିଦ ଖାଇ ପରିବେଶକୁ ଅସନ୍ତୁଳିତ କରିଦେଉଛନ୍ତି |ମାଛ ଚାଷ ହେଉଥିବା ପୋଖରୀ ରେ ଥିବା ଜାଅଁଳା ମାନେ ମଧ୍ୟ ଏହାର ଆହାର ହୋଇଥାନ୍ତି |
ତେବେ ସବୁ ବିଦେଶ ମାଛ ପରିବେଶ ଲାଗି କ୍ଷେତିକାରକ ନୁହନ୍ତି |ଏହି ତାଲିକା ରେ ଅଛନ୍ତି ଗ୍ରାସ କାର୍ପ ,କମନ କାର୍ପ ଇତ୍ୟାଦି |ଗ୍ରାସ କାର୍ପ ଗାଁ ଏବଂ ସିଲଭର କାର୍ପ ପୋଖରୀ ବ ଗାଡ଼ିଆ ରୁ ଦଳ କୁ ଖାଇ ସଫା କରିଦିଅନ୍ତି |
ଯଦି କୌଣସି କାରଣରୁ ଏହି ପାକୁ ମାଛ ର ସଂଖ୍ୟା ନିୟନ୍ତ୍ରଣ ହୋଇପାରିବ ନାହିଁ ତେବେ ଆଗାମୀ ପିଢ଼ି କୁ ଦେଶୀ ମାଛ ଖାଇବା ର ସୌଭାଗ୍ୟ ମଧ୍ୟ ପ୍ରାପ୍ତ ହେବ ନାହିଁ |
Share your comments