
increasing of milk production
ଆମ ଦେଶ ଭାରତ ଏକ କୃଷି ପ୍ରଧାନ ଦେଶ ।ପ୍ରାଚୀନ କାଳରୁ ଆମ ଦେଶର ଅଧିକାଂଶ ଲୋକ କୃଷି ସହିତ ପଶୁପାଳନ(Animal Husbandry) କରୁଆସୁଛନ୍ତି । ଆଜି ମଧ୍ୟ କୃଷକମାନେ ଆୟ ବୃଦ୍ଧି ପାଇଁ କୃଷି ସହିତ ପଶୁପାଳନ କରୁଥିବା ଦେଖିବାକୁ ମିଳିଥାଏ। ଭାରତର ଦୁଗ୍ଧ ଶିଳ୍ପ, ବିଶ୍ୱର ବୃହତ୍ତମ ଦୁଗ୍ଧ ଉତ୍ପାଦନକାରୀ ହୋଇଥିଲେ ମଧ୍ୟ ଲୋକମାନଙ୍କ ମଧ୍ୟରେ କ୍ଷୀରର ଚାହିଦା ପୂରଣ କରିବାର ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଛି । ଏଥିପାଇଁ ମୁଖ୍ୟତଃ ଦେଶରେ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ଜନସଂଖ୍ୟା ହିଁ ଦାୟୀ । ଏଭଳି ପରିସ୍ଥିତିରେ ଗୋରୁ ପାଳକଙ୍କ ସମ୍ମୁଖରେ ସବୁଠାରୁ ବଡ ସମସ୍ୟା ହେଉଛି ଦୁଗ୍ଧ ଉତ୍ପାଦନ ବୃଦ୍ଧି କରିବା।
ଅନେକ ଥର ଦେଖାଯାଇଛି ଯେ ଗୋରୁ ପାଳକମାନେ ସେମାନଙ୍କ ପଶୁମାନଙ୍କଠାରୁ ଅଧିକ ଦୁଗ୍ଧ ପାଇବା ପାଇଁ ସେମାନଙ୍କ ଗାଈ ଏବଂ ମଇଁଷିଙ୍କୁ ହରମୋନ୍ ଇଞ୍ଜେକ୍ସନ୍ ଦିଅନ୍ତି, ଯେଉଁଥିପାଇଁ ସେମାନେ ଅଧିକ କ୍ଷୀର ଦେବା ଆରମ୍ଭ କରନ୍ତି । କିନ୍ତୁ ଏଠାରେ ଆମେ କହି ରଖିବାକୁ ଚାହିଁବୁ ଯେ ଏହା କରିବା କେବଳ ପଶୁଙ୍କ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇବ ନାହିଁ, ବରଂ ଏହିପରି କ୍ଷୀର ଖାଇବା ଅନ୍ୟମାନଙ୍କ ପାଇଁ ବିପଜ୍ଜନକ ମଧ୍ୟ ହୋଇପାରେ। ତେବେ ଜାଣନ୍ତୁ ଯେ କିପରି ବଢ଼ାଇବେ ଗାଈ, ମଇଁସିଙ୍କ ଦୁଗ୍ଧ ।ଜାଣନ୍ତୁ ଏହାର ଆୟୁର୍ବେଦିକ ଚିକିତ୍ସା....
ଗାଈ ଏବଂ ମଇଁଷିଙ୍କ କ୍ଷୀର ବୃଦ୍ଧି ପାଇଁ ଘରୋଇ ଉପଚାର:
ଦୁଗ୍ଧ ଦେଉଥିବା ପଶୁମାନଙ୍କର କ୍ଷୀର ଅର୍ଥାତ୍ ଗାଈ ଓ ମଇଁଷିଙ୍କ ଦୁଗ୍ଧ ଉତ୍ପାଦନ ବୃଦ୍ଧି ପାଇଁ ଆମେ ସର୍ବଦା ଠିକ୍ ପଦକ୍ଷେପ ଗ୍ରହଣ କରିବା ଉଚିତ୍ ଯାହାଦ୍ୱାରା ପଶୁମାନଙ୍କର ସ୍ୱାସ୍ଥ୍ୟ ଉପରେ କୌଣସି କୂପ୍ରଭାବ ପଡ଼ିବ ନାହିଁ ଏବଂ ବହୁ ପରିମାଣରେ କ୍ଷୀର ମଧ୍ୟ ମିଳିପାରିବ । ଏହିପରି ପଦକ୍ଷେପ ଗ୍ରହଣ କରି ବହୁ ପରିମାଣରେ ଗୁଣାତ୍ମକ ଦୁଗ୍ଧ ମଧ୍ୟ ମିଳିପାରିବ । ଏଥିପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଯେ ଗାଈ ଓ ମଇଁସିଙ୍କ ଖାଦ୍ୟ ପ୍ରତି ମଧ୍ୟ ଧ୍ୟାନ ଦେବା ଉଚିତ୍ ।ଏହା ସହିତ ସେମାନଙ୍କର ରକ୍ଷଣାବେକ୍ଷଣ ଏବଂ ଯତ୍ନ ପ୍ରତି ବିଶେଷ ଧ୍ୟାନ ଦେବା ଉଚିତ୍ ।
ପଶୁମାନଙ୍କ କ୍ଷୀର ବୃଦ୍ଧି ପାଇଁ ଲୋବିଆ ଖାଇବାକୁ ଦିଅନ୍ତୁ-
ପଶୁପାଳନ ବିଭାଗ ଅନୁଯାୟୀ ଲୋବିଆ ଘାସ ଖାଇବା ଦ୍ୱାରା ଗାଈର ଦୁଗ୍ଧ ଉତ୍ପାଦନ କ୍ଷମତା ବୃଦ୍ଧି ପାଇଥାଏ । । ଲୋବିଆ ଘାସରେ ଥିବା ଔଷଧୀୟ ଗୁଣ ଗାଈର ଦୁଗ୍ଧ ଉତ୍ପାଦନ କ୍ଷମତା ବୃଦ୍ଧି କରଥାଏ । ଏଥି ସହିତ ଏହା ଖାଇବା ଦ୍ୱାରା ଗାଈ, ମଇଁସିଙ୍କ ସ୍ୱାସ୍ଥ୍ୟ ଉପରେ କୌଣସି ପ୍ରତିକୂଳ ପ୍ରଭାବ ପଡ଼ିନଥାଏ । ଏଥିରେ ଥିବା ପ୍ରଚୁର ପରିମାଣର ପ୍ରୋଟିନ୍ ଏବଂ ଫାଇବରରେ ଗାଈ, ମଇଁସିଙ୍କ କ୍ଷୀର ବୃଦ୍ଧି କରିଥାଏ ।
ସୋରିଷ ତେଲ ଏବଂ ଅଟାରେ ନିର୍ମିତ ଘରୋଇ ଔଷଧ:
ଅଟା ଏବଂ ଶୁଦ୍ଧ ସୋରିଷ ତେଲରୁ ଘରୋଇ ଔଷଧ ତିଆରି କରି ଗାଈ ଓ ମଇଁସିଙ୍କୁ ଖାଇବାକୁ ଦେଲେ ସେମାନଙ୍କ କ୍ଷୀରର ପରିମାଣ ବୃଦ୍ଧି ପାଇପାରିବ । ଏହି ଔଷଧ ପ୍ରସ୍ତୁତ କରିବା ପାଇଁ ନିମ୍ନଲିଖିତ ପଦ୍ଧତି ଆପଣାନ୍ତୁ-
ସର୍ବପ୍ରଥମେ ଆପଣଙ୍କୁ ସୋରିଷ ତେଲ ପ୍ରାୟ 200-300 ଗ୍ରାମ ଏବଂ ଗହମ ଅଟା ପ୍ରାୟ 250 ନିଅନ୍ତୁ । ବର୍ତ୍ତମାନ ଅଟା ଏବଂ ସୋରିଷ ତେଲକୁ ଭଲ ଭାବରେ ମିଶାଇ ଗାଈ ଏବଂ ବଳଦକୁ ଖାଇବାକୁ ଦିଅନ୍ତୁ । ଆପଣଙ୍କୁ ବିଶେଷ ଯତ୍ନ ନେବାକୁ ପଡିବ ଯେ ଏହି ଔଷଧ ଖାଇବାକୁ ଦେବା ପରେ ସେମାନଙ୍କୁ ଆଦୌ ପାଣି ଦେବେ ନାହିଁ । ଏହା ମଧ୍ୟ ମନେରଖନ୍ତୁ ଯେ ଏହି ଔଷଧକୁ ପାଣି ସହିତ ଦିଆଯିବା ଉଚିତ୍ ନୁହେଁ । ପାଣି ସହିତ ଏହି ଔଷଧ ଦେବା ଦ୍ୱାରା ପଶୁମାନଙ୍କଠାରେ କାଶଜନିତ ସମସ୍ୟା ଦେଖାଦେଇଥାଏ ।
ଏଥି ସହିତ ଜାଣନ୍ତୁ ଅନ୍ୟ କିଛି ଉପଚାର ବିଷୟରେ:
-ସର୍ବପ୍ରଥମେ ଆପଣଙ୍କୁ ୧୦୦ ଗ୍ରାମ ଗୁଡ଼ ୨୫୦ ଗ୍ରାମ ଦଲିଆ ଏବଂ ୫୦ଗ୍ରାମ ମେଥି ନେଇ ନିଆଁରେ ରାନ୍ଧନ୍ତୁ । ଏହା ପରେ ନଡ଼ିଆକୁ ଗ୍ରାଇଣ୍ଡ୍ରିଙ୍ଗ କରି ସେଥିରେ ମିଶାଇ ଦିଅନ୍ତୁ ଯେତେବେଳେ ଏହି ମିଶ୍ରଣ ସଂପୂର୍ଣ୍ଣ ଥଣ୍ଡା ହୋଇଯିବା ପରେ ଏହାକୁ ଗାଈ ଓ ମଇଁଷିଙ୍କୁ ଖାଇବାକୁ ଦିଅନ୍ତୁ ।
- ଆପଣଙ୍କୁ ଏହି ମିଶ୍ରଣକୁ ସକାଳେ ଖାଲି ପେଟରେ ମାତ୍ର ୨ ମାସ ଧରି ଖୁଆଇବାକୁ ପଡିବ
- ମନେରଖନ୍ତୁ ଯେ ଏହି ଔଷଧ ପଶୁଙ୍କୁ ଛୁଆ ଜନ୍ମ କରିବାର ୧ ମାସ ପୂର୍ବରୁ ଖୁଆଇବା ଆବଶ୍ୟକ ଏବଂ ପ୍ରସବ କରିବାର ୧ ମାସ ପର୍ଯ୍ୟନ୍ତ ନିୟମିତ ଖାଇବାକୁ ଦିଆଯିବା ଆବଶ୍ୟକ ।
- ଗାଈ ଜନ୍ମ ଦେବା ପରେ ୨୫ ଗ୍ରାମ ଜୁଆଣି ଏବଂ ଜିରା କେବଳ ୩ ଦିନ ପାଇଁ ଖୁଆଇବାକୁ ପଡିବ । ଏହା କରିବା ଦ୍ୱାରା ଆପଣ ଖୁବ୍ ଶୀଘ୍ର ଭଲ ଫଳାଫଳ ପାଇବା ଆରମ୍ଭ କରିବେ ।
ମତ୍ସ୍ୟ ଚାଷୀଙ୍କୁ ମିଳୁଛି ସରକାରୀ ସହାୟତା, ନେଇ ପାରିବେ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ
Share your comments