1. କୃଷି ପ୍ରଶିକ୍ଷଣ

କାହିଁକି କରିବେ ବିହନ ଉପଚାର

ବିହନ ବିଶୋଧାନା କରିବା ର ଏକ ସହଜ ,ଖର୍ଚ୍ଚାବିହନ ଓ ସୁବିଧାଜନକ ଉପାୟ ହେଉଛି ବିହନ ଉପଚାର |ବିହନକୁ ଜଳରେ ବତୁରା ଯାଏ |ବିହନ ଜଳ ଶୋଷି ପ୍ରଥମ ପର୍ଯ୍ୟାୟ ଅଙ୍କୁରୋଦଗମ ପାଇଁ ପ୍ରସ୍ତୁତ ହୁଏ |କିନ୍ତୁ ମଞ୍ଜି ରୁ ପ୍ରଥମ ମୂଳ ,ଚୋପାକୁ ଫଟାଇ ବାହାରି ନଥାଏ |ବିହନ ର ଅଙ୍କୁରୋଦଗମ ପାଇଁ ଜଳ ଏକ ଆବଶ୍ୟକ ଓ ମୁଖ୍ୟ ପ୍ରାକୃତିକ କାରକ |ଜଳ ମଞ୍ଜିରେ ଥିବା ବିଭିନ୍ନ ଏଞ୍ଜାଇମ କୁ କ୍ରିୟାଶୀଳ କରିଥାଏ |ଏକ ନିର୍ଦ୍ଧିଷ୍ଟ ସମୟ ଅବଧି ପାଇଁ ଜଳ ମଧ୍ୟରେ ନିମଜ୍ଜିତ ହେବାପରେ ବିହନକୁ ଛାଇ ରେ ଶୁଖିଲା ପରେ ଜମିରେ ବୁଣାଯାଏ |

KJ Staff
KJ Staff

ବିହନ ବିଶୋଧାନା କରିବା ଏକ ସହଜ ,ଖର୍ଚ୍ଚାବିହନ ସୁବିଧାଜନକ ଉପାୟ ହେଉଛି ବିହନ ଉପଚାର |ବିହନକୁ ଜଳରେ ବତୁରା ଯାଏ |ବିହନ ଜଳ ଶୋଷି ପ୍ରଥମ ପର୍ଯ୍ୟାୟ ଅଙ୍କୁରୋଦଗମ ପାଇଁ ପ୍ରସ୍ତୁତ ହୁଏ |କିନ୍ତୁ ମଞ୍ଜି ରୁ ପ୍ରଥମ ମୂଳ ,ଚୋପାକୁ ଫଟାଇ ବାହାରି ନଥାଏ |ବିହନ ଅଙ୍କୁରୋଦଗମ ପାଇଁ ଜଳ ଏକ ଆବଶ୍ୟକ ମୁଖ୍ୟ ପ୍ରାକୃତିକ କାରକ |ଜଳ ମଞ୍ଜିରେ ଥିବା ବିଭିନ୍ନ ଏଞ୍ଜାଇମ କୁ କ୍ରିୟାଶୀଳ କରିଥାଏ |ଏକ ନିର୍ଦ୍ଧିଷ୍ଟ ସମୟ ଅବଧି ପାଇଁ ଜଳ ମଧ୍ୟରେ ନିମଜ୍ଜିତ ହେବାପରେ ବିହନକୁ ଛାଇ ରେ ଶୁଖିଲା ପରେ ଜମିରେ ବୁଣାଯାଏ |

ନିୟମ

ବିହନ ଜଳରେ ନିମଜ୍ଜିତ ହେବାମାତ୍ରେ ଜଳ ଶୋଷି ଥାଏ |ଜଳରେ ଭିଜିବା ସମୟରେ ମଞ୍ଜିର ଆବରଣ ନରମ ଧରେ ଏବଂ ଜଳ ମଞ୍ଜି ଭିତରକ ପ୍ରବେଶ କରେ |ମଞ୍ଜି ମଧ୍ୟ ଫୁଲିଯାଏ |ଅବଶୋସିତ ଜଳ ମଞ୍ଜିରେ ଥିବା ନିଷ୍କ୍ରିୟ ଏଞ୍ଜାଇମ କୁ ସକ୍ରିୟ କରାଏ ତାହା ବିହନ ଭିତରେ ଥିବା ଅଙ୍କୁରର ଖାଦ୍ୟ ପ୍ରସ୍ତୁତରେ ସାହାଯ୍ୟ କରେ |ତାପରେ ଅଙ୍କୁରୋଦଗମ ପ୍ରକ୍ରିୟା ଆରମ୍ଭ ହୋଇଥାଏ |କିନ୍ତୁ ଯଦି ମଞ୍ଜିକୁ ସିଧାସଳଖ ମୃତ୍ତିକାରେ ବୁଣାଯାଏ ,ମୃତ୍ତିକାରୁ ଧୀରେ ଧୀରେ ସ୍ୱଳ୍ପ ପରିମାଣରେ ଜଳ ଅବସୋସଣ କରିବା ପରେ ଅଙ୍କୁରୋଦଗମ ପ୍ରକ୍ରିୟା ଆରମ୍ଭ ହୋଇଥାଏ |କିନ୍ତୁ ବିହନ କୁ ଉପଚାର କରି ପ୍ରୟୋଗ କଲେ ମଞ୍ଜି ସକ୍ରିୟ ହୋଇଥାଏ ଏବଂ ଦ୍ରୁତବେଗରେ ଅଙ୍କୁରୋଦଗମ ପ୍ରକ୍ରିୟା ହୋଇଥାଏ |

ଆବଶ୍ୟକ ପଦାର୍ଥ

-ବିହନ

-ଜଳ

-ପତ୍ର

-ଛାଇ ଚଟାଣ

 


ବିହନ ବିଶୋଧନ ପ୍ରଣାଳୀ ଓ ସତରକର୍ତ୍ତା କାଲି ପ୍ରକାଶ  ପାଇବ

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments