1. କୃଷି ଉପକରଣ

କୃଷି କ୍ଷେତ୍ର ରେ ଉପଯୋଗୀ ଯନ୍ତ୍ରପାତି(ଭାଗ -୨ )

କୃଷି କ୍ଷେତ୍ର ରେ ଉପଯୋଗୀ ଯନ୍ତ୍ରପାତି(ଭାଗ -୨ )

KJ Staff
KJ Staff

କୃଷି କ୍ଷେତ୍ର ରେ ଉପଯୋଗୀ ଅନ୍ୟ  କେତେକ ଯନ୍ତ୍ରପାତି  ବିଷୟରେ ଜଣାନ୍ତୁ |ଗତ ସପ୍ତାହ ରେ ପ୍ରକାଶ  ପାଇଥିବା  କୃଷି କ୍ଷେତ୍ର ରେ ଉପଯୋଗୀ ଯନ୍ତ୍ରପାତି ବିଷୟରେ ଜାଣିବା ଲାଗି  ଏଠାରେ କ୍ଲିକ କରନ୍ତୁ |

ଜଳସେଚନ ନାଳୀ ପ୍ରସ୍ତୁତକାରୀ:

ଜଳସେଚନ ପାଇଁ ନାଳୀ ନିୟମିତ ବ୍ୟବଧାନରେ କରାଯାଏ ଏବଂ ତାହା ପରେ ଆବଶ୍ୟକ ଅନୁପାତରେ ଜଳସେଚନ ପାଇଁ ଶଯ୍ୟା ପ୍ରସ୍ତୁତ କରାଯାଏ । ଟ୍ରାକ୍ଟର ଦ୍ଵାରା ସଞ୍ଚାଳିତ ହେଉଥିବା ଜଳସେଚନ ନାଳୀ ପ୍ରସ୍ତୁତକାରୀ ଯନ୍ତ୍ର ଦ୍ଵାରା କୃଷି ଶ୍ରମିକକୁ ବଦଳ କରାଯାଇପାରିବ, ଯାହା ଦ୍ଵାରା ଆଗରୁ ଅଧିକ ଖର୍ଚ୍ଚ ଓ ସମୟ ସାପେକ୍ଷ ହେଉଥିଲା । ପ୍ରତ୍ୟେକ ୟୁନିଟ ବାବଦରେ ୧୨୦୦୦ ଟଙ୍କା ଖର୍ଚ୍ଚ ହୋଇଥାଏ ଏବଂ ପ୍ରତିଦିନ ୯ ହେକ୍ଟର ଜମିରେ ୫ ମିଟର ବ୍ୟବଧାନରେ ନାଳୀ ପ୍ରସ୍ତୁତ ହୋଇଥାଏ ।

ମେଢକାରୀ :

ଟ୍ରାକ୍ଟର ଦ୍ଵାରା ସଞ୍ଚାଳିତ ମେଢକାରୀଯନ୍ତ୍ର ଦ୍ଵାରା ମେଢ ଆଉ ଶିଆର ଅତିସହଜରେ ଓ ଶସ୍ତାରେ କରିହୋଇଥାଏ । ଧାଡିକୁ ଧାଡି ଏବଂ ଗଛକୁ ଗଛ ଦୂରତ୍ଵ ଏଥିରେ ନିୟନ୍ତ୍ରଣ କରାଯାଇ ପାରିଥାଏ ଏବଂ ଏହା ଏକପଂକ୍ତି କିମ୍ବା ଯୁଗଲ ପଂକ୍ତି ପାଇଁ ଉପଯୁକ୍ତ । ଏହା ଦ୍ଵାରା ପ୍ରତିଦିନ ୩.୫ ହେକ୍ଟର ଜମି ପ୍ରସ୍ତୁତ କରିହୁଏ ।ଏହି ଯନ୍ତ୍ର ଦେଶୀ ପଦ୍ଧତି ଠାରୁ ୨୪% ଖର୍ଚ୍ଚ ଓ ୯୦% ସମୟ ବଞ୍ଚାଇଥାଏ । ଏହି ଯନ୍ତ୍ରର ଦାମ ୩୦,୦୦୦ ଟଙ୍କା ଅଟେ ।

 

 

ରୋଟାଭେଟର:

ପି.ଟି.ଓ. ଦସ୍ତା ରୋଟାରୀ ଡ୍ରାଇଭକୁ ଟିଲର ସାଙ୍ଗରେ ଯୋଡିବା ପାଇଁ ଲାଗିଥାଏ । ଯେତେବେଳେ ଟ୍ରାକ୍ଟରକୁ ଆଗକୁ ଗତି କରାଯାଏ ସେତେବେଳେ ଟିଲରର ରୋଟାରୀ ଗତି କାରଣରୁ ମାଟି ଗୁଣ୍ଡହୋଇଥାଏ । ରୋଟାଭେଟର ମାଧ୍ୟମିକ ହଳ ଓ ଫଳ ବଗିଚା ଏବଂ ବୃକ୍ଷ ରୋପଣ ଜାଗାରେ କୋଡାଖୁସା ପାଇଁ ମଧ୍ୟ ବ୍ୟବହାର କରାଯାଇଥାଏ । ରୋଟାଭେଟର ବିଭିନ୍ନ ପ୍ରକାରର ବ୍ଲେଡ ସହିତ ମିନି ଟ୍ରାକ୍ଟର ପାଇଁ ମଧ୍ୟ ଉପଲବ୍ଧ ।

ବିହନ ଓ ସାର ବୁଣା ଯନ୍ତ୍ର:

ଏହି ଉପକରଣ ଟ୍ରାକ୍ଟର ଦ୍ଵାରା ସଞ୍ଚାଳିତ କଲ୍ଟିଭେଟରରେ ସଂଯୋଗ କରିହୋଇଥାଏ ଯାହା ବ୍ୟବସାୟିକ ରୂପେ ଉପଲବ୍ଧ । ଏହା ବିହନକୁ ଧାଡିରେ ବୁଣିବା ପାଇଁ ଓ ସାରକୁ ଗଛର ଚେରା ପାଖରେ ଉପଲବ୍ଧ କରାଇବା ପାଇଁ ବ୍ୟବହାର କରାଯାଏ । ଏହି ଯନ୍ତ୍ରଦ୍ଵାରା ଧାନ, ଗହମ, ମକା, ଚିନାବାଦାମ, ଡାଲି ଜାତୀୟ ବିହନ ବୁଣାଯାଇପାରେ । ଶୁଷ୍କ ଅଞ୍ଚଳରେ ଆଦ୍ରତ୍ତା କମିବାପୂର୍ବରୁ ଅଧିକ ଜମିରେ କମ ସମୟରେ ବୁଣିବା ପାଇଁ ଉପଯୁକ୍ତ । ଚାଷୀ ଏହାର ଦାନ୍ତୀକୁ ବଦଳାଇ ଗଛକୁ ଗଛ ଓ ଧାଡିକୁ ଧାଡି ଦୁରତ୍ତ୍ଵକୁ ବଦଳାଇପାରେ । ମିଟରିଙ୍ଗ ସାଫ୍ଟରେ ଦିଆଯାଇଥିବା ସ୍ପୋକେଟକୁ ମଧ୍ୟ ବଦଳାଇ ବିହନରୁ ବିହନର ଦୁରତ୍ତ୍ଵକୁ ମଧ୍ୟ ବଦଳା ଯାଇପାରେ । ଏହି ଯନ୍ତ୍ର ଦ୍ଵାରା ପ୍ରତିଦିନ ୩.୫ ହେକ୍ଟର ପର୍ଯ୍ୟନ୍ତ କାର୍ଯ୍ୟ ସମ୍ପାଦନ କରିଥାଏ

 

ପାୱାର ରୋଟାରୀ ୱିଡର:

ପନିପରିବା, କପା,ଚିନାବାଦାମ,ମକା, ଆଖୁ, ଫଳବଗିଚା, ନଡିଆ, ଗୁଆ ଆଦି ଫସଲରେ ଧାଡି ମଧ୍ୟରେ କୋଡାଖୁସା କରିବା ପାଇଁ ପାୱାର ୱିଡର ଅତି ଫଳପ୍ରଦ ଯନ୍ତ୍ର । କୃଷି ଶ୍ରମିକର ଅଭାବ ପୂରଣରେ ଓ ଠିକ ସମୟରେ କୃଷି କାର୍ଯ୍ୟ ସମ୍ପାଦନ କରିବାରେ ପାୱାର ୱିଡରର ଭୂମିକା ଅତି ଗୁରୁତ୍ତ୍ଵପୂର୍ଣ୍ଣ । ସମୟରେ ଘାସ ବଛା ସର୍ବଦା କେତେଥର ଘାସ ବଛା ଠାରୁ ଗୁରୁତ୍ତ୍ଵପୂର୍ଣ୍ଣ । ଇଞ୍ଜିନ ଦ୍ଵାରା ସଞ୍ଚାଳିତ ପାୱାର ୱିଡରରେ ଡିଜେଲ କିମ୍ବା ପେଟ୍ରୋଲ ଇଞ୍ଜିନ ଲାଗିଥାଏ । ସେଥିରେ ଲାଗିଥିବା ଚକାକୁ ଧାଡିକୁ ଧାଡି ଦୂରତା ଅନୁସାରେ ପରିବର୍ତ୍ତନ କରିହୁଏ ।


ଗାତଖୋଳା ଯନ୍ତ୍ର:

ଫଳଚାରା ଆଦି ଲାଗାଇବା ପାଇଁ ବିଭିନ୍ନ ଆକାରାର ଓ ବିଭିନ୍ନ ଗଭୀରର ଗାତ ଖୋଳିବା ପାଇଁ ଗାତ ଖୋଳା ଯନ୍ତ୍ର ବ୍ୟବହାର କରାଯାଏ । ଏଥିରେ ଏକ ଭଅଁର ଥାଏ ଯାହା ଟ୍ରାକ୍ଟରର ପି.ଟି.ଓ ସାଫ୍ଟ ଦ୍ଵାରା ଟାଣି ହୋଇଥାଏ । ଭଅଁର ବିଭିନ୍ନ ଆକାରର ଆସିଥାଏ ଯାହାର ବ୍ୟାସ୧୫ ସେଣ୍ଟିମିଟର ରୁ ୬୦ ସେଣ୍ଟି ମିଟର ପର୍ଯ୍ୟନ୍ତ ହୋଇଥାଏ । ଅଧିକତମ ବ୍ୟାସ ୬୦ ସେଣ୍ଟି ମିଟରଏବଂ ଗହିରା ୯୦ ସେଣ୍ଟି ମିଟର ପର୍ଯ୍ୟନ୍ତ କରାଯାଇ ପାରିଥାଏ । ପାୱାର ଟିଲର ସଞ୍ଚାଳିତ ଗାତଖୋଳା ଯନ୍ତ୍ର ୪୦,୦୦୦ ଟଙ୍କାରେ ଉପଲବ୍ଧ ।

ସିଂଚନ ଯନ୍ତ୍ର:

କ୍ଷେତରେ ଆକାର ଏବଂ କ୍ଷେତ୍ରରେ ଲଗାଯାଇଥିବା ଫସଲ ଅନୁସାରେ ଆପଣଙ୍କୁ ସିଂଚନ ଯନ୍ତ୍ରର ଆବଶ୍ୟକ ହୋଇଥାଏ । ଏହା ନାପସ୍ୟାକ ସିଂଚନ ଯନ୍ତ୍ର, ମୋଟର ଚାଳିତ ସିଂଚନ ଯନ୍ତ୍ର, ପାୱାର ସ୍ପ୍ରେୟର, ପାୱାର ଟିଲର ସଞ୍ଚାଳିତ ବୃମ ସିଂଚନ ଯନ୍ତ୍ର ଭାବେ ଉପଲବ୍ଧ ।


ବହୁ ଫସଲ ଥ୍ରେସର:

ଏହି ଯନ୍ତ୍ର ବିଭିନ୍ନ ପ୍ରକାରର ଫସଲ ଯଥା-ମକା, ସର୍ଗମ, ବାର୍ଲି,ଧାନ, ଡାଲିଜାତୀୟ,ସୂର୍ଯ୍ୟମୁଖୀ ଆଦିର ବିହନକୁ ଅମଳ କରିବାରେ ବ୍ୟବହାର କରାଯାଇଥାଏ । ଜୀବନର ମାନ ବୃଦ୍ଧି କରିବା ପାଇଁ, ଉତ୍ପାଦର ମୂଲ୍ୟ ବଢାଇବା ପାଇଁ ଏବଂ କମ ଖର୍ଚ୍ଚ ଓ କମ ସମୟରେ ନିର୍ମଳ ଖାଦ୍ୟଶସ୍ୟ ଉତ୍ପାଦନକରି ଖାଦ୍ୟ ସୁରକ୍ଷାରେ ସାହାଯ୍ୟ କରେ ।


ନଡିଆ ଗଛଚଢା ଯନ୍ତ୍ର:

ନଡିଆ ଗଛଚଢା ଯନ୍ତ୍ରର ଦୁଇଟି ଅଂଶ ଥାଏ । ଉପରପଟଅଂଶଟି ହାତ ଦ୍ଵାରା ଚାଳିତ ଓ ତଳପଟ ଅଂଶଟି ପାଦ ଦ୍ଵାରା ଚାଳିତ । ଦୁଇଟିଯାକ ଅଂଶ ଏକ ନିୟନ୍ତ୍ରଣ କରାଯାଇପାରୁଥିବା ବେଲ୍ଟ ଦ୍ଵାରା ସଂଯୋଗ ହୋଇଥାଏ । ଯନ୍ତ୍ରଟିର ଉପର ଅଂଶଟି ନଡିଆ ଗଛରେ ସ୍ଥାପିତ କରାଯାଏ । ତଳ ଅଂଶଟିରେ ଠିଆ ହୋଇ ଯନ୍ତ୍ରଟିର ଉପର ଅଂଶଟିକୁ ଗଛରେ ଉପର ତଳ କରିହୁଏ । ସେହିପରି ଉପର ଅଂଶଟିରେ ବସିକରି ତଳ ଅଂଶଟିକୁ ଗଛରେ ଉପର ତଳ କରିହୁଏ । ତେଣୁ, ଗଛ ଚଢାଳୀ ଯନ୍ତ୍ରଟିର ଉପର ଓ ତଳ ଅଂଶକୁ ଚାଳନା କରି ଗଛରେ ଚଢି ଓ ଓଲାହି ପାରେ । ଏଥିରେ ଗଛ ଚଢାଳୀ ଗଛରୁ ପଡିଯିବାର କୌଣସି ସମ୍ଭାବନା ନଥାଏ । ଏହି ଯନ୍ତ୍ରର ଓଜନ ୧୩ କିଲୋଗ୍ରାମ ଓ ଏହାର ଦାମ ୩୦,୦୦୦ ଟଙ୍କା ।


 ଭବିଷ୍ୟତରେ ଉଚ୍ଚ କ୍ଷମତା ଥିବା ଫସଲ ଉତ୍ପାଦନ ପାଇଁ କୃଷି ଯନ୍ତ୍ରପାତିର ଆବଶ୍ୟକତା ସର୍ବଦା ବଢିବାରେ ଲାଗିଛି ଯାହା ମୁଖ୍ୟତଃ ବ୍ୟବସାୟ ଭିତ୍ତିକ କୃଷି ଏବଂ ଭଡାସୂତ୍ରରେ ବ୍ୟବହାର ହେବ । କୃଷି ଯାନ୍ତ୍ରିକିକରଣକୁ ନିର୍ଦ୍ଦିଷ୍ଟ ସ୍ଥାନ, ଫସଲ ଆଉ ଚାଷୀର ଆବଶ୍ୟକତା ଅନୁସାରେ ପ୍ରୋତ୍ସାହିତ କରାଯାଇପାରେ । କୃଷି ଯାନ୍ତ୍ରିକିକରଣକୁ ବଢାଇବାର ଦ୍ଵିତୀୟ ଉପାୟ ହେଉଛି ସମବାୟ ସଂସ୍ଥା ଏବଂ କୃଷକ ଉତ୍ପାଦକ ସଂଘଙ୍କୁ ରୁଣ ସୁବିଧାକୁ ସମ୍ପ୍ରସାରିତ କରିବା ।

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments