1. କୃଷି ଉପକରଣ

Tractor Ke Khiladi: ୩୦୦ ରୁ ୪୦୦ ଚାଷୀ ସାମିଲ

କୃଷକମାନଙ୍କ ପାଇଁ Tractor Ke Khiladi ପ୍ରତିଯୋଗିତା ଆୟୋଜନ ....

Tanushree Mahapatra
Tanushree Mahapatra
Tractor Ke Khiladi competition arranged by mahindra tractors

Tractor Ke Khiladi competition arranged by mahindra tractors

୪୦ ଲକ୍ଷରୁ ଅଧିକ ଗ୍ରାହକ ସଂଯୋଗ ଏବଂ ୬୦ ବର୍ଷ ପୂର୍ତ୍ତି ହେବା ସହିତ ମହିନ୍ଦ୍ରା ଟ୍ରାକ୍ଟର ଆଜି କୃଷକମାନଙ୍କ ପାଇଁ Tractor Ke Khiladi ପ୍ରତିଯୋଗିତା ଆୟୋଜନ କରିଥିଲେ । ଏହି ପ୍ରତିଯୋଗିତା ଅମ୍ବାଲା (ହରିୟାଣା) ରାଧା ସ୍ୱାମୀ ସତସଙ୍ଗ ଭବନ ସମ୍ମୁଖରେ ବାଲନା ଗ୍ରାମରେ ଆୟୋଜିତ ହୋଇଥିଲା l

ଯେଉଁଥିରେ ପ୍ରାୟ ୩୦୦ ରୁ ୪୦୦ କୃଷକ ଅଂଶଗ୍ରହଣ କରିଥିଲେ । Tractor Ke Khiladi ପ୍ରତିଯୋଗିତା ସକାଳ ପ୍ରାୟ ୧୦ ଟାରୁ ଆରମ୍ଭ ହୋଇ ସନ୍ଧ୍ୟା ୪ ଟାରେ ଶେଷ ହୋଇଥିଲା l ମହିନ୍ଦ୍ରା ଟ୍ରାକ୍ଟର ଦ୍ୱାରା ଆୟୋଜିତ ଏହି ପ୍ରତିଯୋଗିତାରେ ୭୯ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ l ଯେଉଁଥିରେ ୩ ପ୍ରତିଯୋଗୀ ୧୧ ହଜାରରୁ ୫୧ ହଜାର ଟଙ୍କା ପର୍ଯ୍ୟନ୍ତ ପୁରସ୍କାର ପାଇଥିଲେ l ଏହି ପ୍ରତିଯୋଗିତାରେ ଛୋଟ ରୁ ଆରମ୍ଭ କରି ସମସ୍ତ ପ୍ରକାର ମହିନ୍ଦ୍ରା ଟ୍ରାକ୍ଟର ପ୍ରଦର୍ଶିତ ହୋଇଥିଲା କମ୍ପାନୀ ଦ୍ୱାରା  l

ମହିନ୍ଦ୍ରା ଟ୍ରାକ୍ଟର ଯାହା ଆଜି ଅନେକ ବର୍ଷ ଧରି ଚାଷୀଙ୍କ ବିଶ୍ୱାସ ରଖିଛି l ବିଭିନ୍ନ ସମୟରେ ଚାଷୀଙ୍କ ଅସୁବିଧାକୁ ନଜରରେ ରଖି ଏହି କମ୍ପାନୀ ନିଜର ଟ୍ରାକ୍ଟର ଉତ୍ପାଦନ କରିଥାଏ ଯାହା ସମ୍ପୂର୍ଣ୍ଣ ନୂତନ ଜ୍ଞାନ କୌଶଳ ଉପରେ ଆଧାରିତ ହୋଇଥାଏ l ଖୁବ ଅଳ୍ପ ସମୟରେ ଅଧିକ କାମ କରିବା ପାଇଁ ସକ୍ଷମ ଏହାର ସମସ୍ତ ଟ୍ରାକ୍ଟର l ଯାହା ସମସ୍ତଙ୍କୁ ଆକୃଷ୍ଟ କରୁଛି l ଦେଖିବାକୁ ଯେପରି ସୁନ୍ଦର କାର୍ଯ୍ୟରେ ମଧ୍ୟ ସେତିକି ଦକ୍ଷ l ସର୍ବଦା ନିଜର ନୂତନ ଜ୍ଞାନକୌଶଳ ପାଇଁ ଏହା କେବଳ ଦେଶ ଭାରତରେ ନୁହେଁ ବରଂ ବିଦେଶରେ ମଧ୍ୟ ନିଜର ଚାହିଦା ସୃଷ୍ଟି କରିଛି l ତେବେ ଆଜି ଆୟୋଜିତ ହୋଇଥିବା Tractor Ke Khiladi କାର୍ଯ୍ୟକ୍ରମରେ ଅନେକ ଚାଷୀ ସାମିଲ ହୋଇ ଟ୍ରାକ୍ଟରର କୌଶଳ ଓ କାର୍ଯ୍ୟଦକ୍ଷତାକୁ ପରଖି ଥିଲେ l ଯାହା ଆଗାମୀ ଭବିଷ୍ୟତରେ ତାଙ୍କ ଚାଷ ଜମିରେ ସହାୟତା ଦେବ l ଆଜି ଏହି କାର୍ଯ୍ୟକ୍ରମରେ କୃଷି ଜାଗରଣ କର୍ମଚାରୀ ସାମିଲ ହୋଇ ଚାଷୀଙ୍କୁ ଏହା କିପରି ପ୍ରେରଣା ପ୍ରଦାନ କରିଥିଲା ତାହା ଉପରେ ଆଲୋକପାତ କରିଥିଲେ l

ସଂକ୍ଷେପରେ ମହିନ୍ଦ୍ରା ବିଷୟରେ -

୧୯୪୫ ମସିହାରେ ପ୍ରତିଷ୍ଠିତ ହୋଇଥିବା ମହିନ୍ଦ୍ରା ଗ୍ରୁପ୍ ହେଉଛି ୧୦୦ ରୁ ଅଧିକ ଦେଶରେ ୨୬୦,000 କର୍ମଚାରୀଙ୍କ ସହିତ ସର୍ବ ବୃହତ ତଥା ପ୍ରଶଂସିତ ବହୁରାଷ୍ଟ୍ରୀୟ ଫେଡେରେସନ୍ l ଏହା ଭାରତରେ ଫାର୍ମ ଉପକରଣ, ୟୁଟିଲିଟି ଯାନ, ସୂଚନା ପ୍ରଯୁକ୍ତିବିଦ୍ୟା ଏବଂ ଆର୍ଥିକ ସେବାରେ ଏକ ନେତୃତ୍ୱ ସ୍ଥିତିକୁ ଉପଭୋଗ କରେ ଏବଂ ପରିମାଣ ଅନୁଯାୟୀ ବିଶ୍ୱର ସର୍ବବୃହତ ଟ୍ରାକ୍ଟର କମ୍ପାନୀ ଅଟେ l ଅକ୍ଷୟ ଶକ୍ତି, କୃଷି, ଲଜିଷ୍ଟିକ୍ସ, ଆତିଥ୍ୟ ଏବଂ ରିଏଲ୍ ଇଷ୍ଟେଟ୍ ରେ ଏହାର ଏକ ଦୃଢ଼ ଉପସ୍ଥିତି ଅଛି l ମହିନ୍ଦ୍ରା ଗୋଷ୍ଠୀର ସର୍ବଭାରତୀୟ ସ୍ତରରେ ESG କୁ ଆଗେଇ ନେବା, ଗ୍ରାମାଞ୍ଚଳର ସମୃଦ୍ଧତା ତଥା ସହରୀ ଜୀବନ ବୃଦ୍ଧିରେ ଏକ ସ୍ପଷ୍ଟ ଧ୍ୟାନ ରହିଛି, ଯାହା ଦ୍ୱାରା ସମ୍ପ୍ରଦାୟ ତଥା ହିତାଧିକାରୀଙ୍କ ଜୀବନରେ ସକରାତ୍ମକ ପରିବର୍ତ୍ତନ ଆଣିବା ଲକ୍ଷ୍ୟ ରହିଛି ।

ଅଧିକ ପଢ଼ନ୍ତୁ

Mahindra Tractor Sales Report: ୩୫୮୦୫ ୟୁନିଟ୍ ବିକ୍ରି ସହିତ, ବିକ୍ରୟ ୧%କୁ ବୃଦ୍ଧି

Mahindra OJA: ଭାରତର ସବୁଠାରୁ ଲୋକପ୍ରିୟ ଟ୍ରାକ୍ଟର

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments