1. କୃଷି ଉପକରଣ

ନୂଆ ସିରିଜ୍ ପ୍ରିମିୟମ ଷ୍ଟାଇଲିଂରେ "ୟୁଭୋ ଟେକ ପ୍ଲସ"

ଏହି ଟ୍ରାକ୍ଟରରେ ଥିବା ଅତ୍ୟାଧୁନିକ ଟେକ୍ନୋଲୋଜୀ ଚାଷୀଙ୍କୁ ଚାଷ କ୍ଷେତ୍ରରେ ବିଭିହ୍ନ ପ୍ରକାର ସୁବିଧା ଯୋଗାଇବ | "ୟୁଭୋ ଟେକ ପ୍ଲସ" ଏକ ନୂଆ ସିରିଜ୍ ପ୍ରିମିୟମ ଷ୍ଟାଇଲିଂ, ପ୍ରଗତିଶୀଳ ଟେକ୍ନୋଲୋଜି ଓ ଉଯୁକ୍ତ ଆରାମ ପ୍ରଦାନକାରୀ ଟ୍ରାକ୍ଟର ଅଟେ

Rajashree
Rajashree
Yuvo tech plus tractors made work easy for farmers

Yuvo tech plus tractors made work easy for farmers

ଭାରତର ସର୍ବବୃହତ ଟ୍ରାକ୍ଟର ନିର୍ମାତା କମ୍ପାନୀ ମହିନ୍ଦ୍ରା (mahindra tractor)ନିକଟରେ ଲଞ୍ଚ କରିଛି "ୟୁଭୋ ଟେକ ପ୍ଲସ" (yuvo tech plus)| ଏହି ଟ୍ରାକ୍ଟରରେ ଥିବା ଅତ୍ୟାଧୁନିକ ଟେକ୍ନୋଲୋଜୀ ଚାଷୀଙ୍କୁ ଚାଷ କ୍ଷେତ୍ରରେ ବିଭିହ୍ନ ପ୍ରକାର ସୁବିଧା ଯୋଗାଇବ | "ୟୁଭୋ ଟେକ ପ୍ଲସ" ଏକ ନୂଆ ସିରିଜ୍ ପ୍ରିମିୟମ ଷ୍ଟାଇଲିଂ, ପ୍ରଗତିଶୀଳ ଟେକ୍ନୋଲୋଜି ଓ ଉଯୁକ୍ତ ଆରାମ ପ୍ରଦାନକାରୀ ଟ୍ରାକ୍ଟର ଅଟେ ।

ଦଶନ୍ଧି ଧରି ମହିନ୍ଦ୍ରା (mahindra tractor) ଉଭୟ କୃଷି କ୍ଷେତ୍ରରେ ନିଜର ବିଶ୍ୱାସ, ନିର୍ଭରଯୋଗ୍ୟତା, ଓ ବହୁମୂଖୀତା ପାଇଁ ପରିଚିତ । "ୟୁଭୋ ଟେକ ପ୍ଲସ" (yuvo tech plus) ଆଧୁନିକ ଭାରତର ପ୍ରଗତିଶୀଳ କୃଷକଙ୍କ ପାଇଁ ସେମାନଙ୍କ ନୂଆ ଆକାଂକ୍ଷା ସହ ଅଧିକ ଉତ୍ପାଦକତା ଓ ଆରାମ ଦାୟକ ହେବ । "ୟୁଭୋ ଟେକ ପ୍ଲସ" ସ୍ୱତନ୍ତ୍ର ଏରୋଡାଇନାମିକ ସହ ନୂତନ ପିଢିର ଜ୍ଞାନ କୌଶଳରେ ଡିଜାଇନ କରାଯାଇଛି । ଏହାର ୱାନ୍ ଟଚ୍ ଫ୍ରଣ୍ଟ ୱାନ, ସିଙ୍ଗଲ ପ୍ରିସ୍ ବନେଟ୍ ସହ ଉଚ୍ଚ କ୍ଷମତା ସମ୍ପନ୍ନ ଇଞ୍ଜିନ୍ ରହିଛି ଯାହା ଇନଟେନସିଟି ୩D କୁଲିଙ୍ଗ୍ ଟେକ୍ନୋଲୋଜି ଓ ରାପ୍-ଆରାଉଣ୍ଡ ହେଡ୍ ଲ୍ୟାମ୍ପ ସହ ଏକ ବୋଲ୍ଡ ଗ୍ରିଲ୍ ଏବଂ ସୁନ୍ଦର ଲୁକ ପ୍ରଦାନ କରୁଛି |

"ୟୁଭୋ ଟେକ ପ୍ଲସ" (yuvo tech plus)ଏର୍ଗୋନୋମିକାଲି ଡିଜାଇନ ଏଲିଭେଟେଡ୍ କମ୍ଫି ଲୁ୍ୟକ୍ସ ସିଟିଙ୍ଗ୍ ସହିତ ଏଥିରେ ସର୍ବାଧିକ ସୁରକ୍ଷା ପାଇଁ ଡିଜାଇନ୍ କରାଯାଇଛି । ଏହାର ଅନନ୍ୟ ‘ଲିଡ୍ ମି ହୋମ୍’ ଫିଚର ରାତିରେ ଏକ ଇଲୁମିନେଟେଡ୍ ମାର୍ଗ ପ୍ରଦାନ କରୁଛି ଯାହା ଚାଷ କ୍ଷେତ୍ରରେ ସୁରକ୍ଷାକୁ ସୁନିଶ୍ଚିତ କରୁଛି |

"ୟୁଭୋ ଟେକ ପ୍ଲସ"(yuvo tech plus)ରେ 8 ଫରୱାର୍ଡ ଏବଂ 2 ରିଭର୍ସ ଗିଅର୍, 12V 88 Ah ବ୍ୟାଟେରୀ ଏବଂ 1000 କିଲୋଗ୍ରାମ କ୍ଷମତା ବିଶିଷ୍ଟ ରହୁଛି | ମହିନ୍ଦ୍ରାର ଏହି ଡିଜାଇନ ଟ୍ରାକ୍ଟର ଚାଷ, ଅମଳ ଇତ୍ୟାଦିର ବିଭିନ୍ନ କାର୍ଯ୍ୟ ପାଇଁ ଅତ୍ୟନ୍ତ ଉପଯୁକ୍ତ |

"ୟୁଭୋ ଟେକ ପ୍ଲସ" (yuvo tech plus)ଟ୍ରାକ୍ଟର ସାଧାରଣତଃ ମାଟି ଉଠେଇବା ଏବଂ କୃଷି କ୍ଷେତ୍ରରେ କଠିନ କାର୍ଯ୍ୟ ପାଇଁ ଡିଜାଇନ୍ କରାଯାଇଛି, ବିହନ ବୁଣିବା, ହଳ, ଶସ୍ୟ ଅମଳ ସହିତ ବିଭିନ୍ନ କ୍ଷେତ୍ରରେ ଏହା ବହୁତ ଭଲ ପ୍ରଦର୍ଶନ କରିବ ବୋଲି କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି |

"ୟୁଭୋ ଟେକ ପ୍ଲସ" (yuvo tech plus​)ଟ୍ରାକ୍ଟରରେ 3-ସିଲିଣ୍ଡର ଇଞ୍ଜିନ୍ ଅଛି । ଏହାସହିତ ଏଥିରେ ଚମତ୍କାର ମଲ୍ଟି ସ୍ପିଡ୍ ରିଭର୍ସ ଏବଂ ଫରୱାର୍ଡ PTO, ଡୁଆଲ୍-କ୍ଲଚ୍, ପାୱାର୍ ଷ୍ଟିଅରିଂ ଅଛି ,ଏହି ଟ୍ରାକ୍ଟର କୃଷି କାର୍ଯ୍ୟରେ ଅତ୍ୟଧିକ ଭଲ ପ୍ରଦର୍ଶନ କରିବା ବୋଲି ଆଶା ରଖାଯାଇଛି |

ଗୁଡ ନ୍ୟୁଜ ; ଟ୍ରାକ୍ଟର କିଣିବାକୁ ମିଳିବ ୫୦ ପ୍ରତିଶତ ସବସିଡି, ଫାଇଦା ଜାଣନ୍ତୁ...

ସମସ୍ତ ପ୍ରକାର ଚାଷ ପାଇଁ ସର୍ବୋତ୍ତମ ଏବଂ ଶସ୍ତା ମିନି ଟ୍ରାକ୍ଟର |

Like this article?

Hey! I am Rajashree . Did you liked this article and have suggestions to improve this article? Mail me your suggestions and feedback.

Share your comments