Gardening

ଘର ଭିତରେ କରି ପାରିବେ ଏହି ପରିବା ଚାଷ

ଆଜିକାଲିର ଜନ ସଂଖ୍ୟା ବୃଦ୍ଧି ଓ ଜାଗା ଅଭାବରୁ ଲୋକମାନେ ଗଛ ଲଗାଇବା ଓ ବଗିଚା କରିବାଠୁ ଦୂରରେ ରହୁଛନ୍ତି | ଆଧୁନିକ ଯୁଗରେ ଲୋକମାନେ ମୁଖ୍ୟତଃ ଫ୍ଲାଟ ନେଇ ରହୁଛନ୍ତି ନାଇଁ ତ ଆପାର୍ଟମେଣ୍ଟ, ତେଣୁ ବଗିଚା ତ ଛାଡ଼ ଛୋଟ ଗଛ ଲଗାଇବା ମଧ୍ୟ କଷ୍ଟକର ହେଇପଡୁଛି |

20 June, 2022 12:53 PM IST By: Rajashree

ମଣିଷ ଜୀବନରେ ଉଦ୍ଭିଦ ସବୁବେଳେ ସକାରାତ୍ମକ ପ୍ରଭାବ ପକାଇଥାଏ | ଘରେ ହେଉ କି ବାହାରେ ଗଛ ଲତାଙ୍କୁ ଦେଖିଲେ ମନ ପ୍ରଫୁଲିତ୍ତ ହୋଇଥାଏ | କିନ୍ତୁ ଆଜିକାଲିର ଜନ ସଂଖ୍ୟା ବୃଦ୍ଧି ଓ ଜାଗା ଅଭାବରୁ ଲୋକମାନେ ଗଛ ଲଗାଇବା ଓ ବଗିଚା କରିବାଠୁ ଦୂରରେ ରହୁଛନ୍ତି | ଆଧୁନିକ ଯୁଗରେ ଲୋକମାନେ ମୁଖ୍ୟତଃ ଫ୍ଲାଟ ନେଇ ରହୁଛନ୍ତି ନାଇଁ ତ ଆପାର୍ଟମେଣ୍ଟ, ତେଣୁ ବଗିଚା ତ ଛାଡ଼ ଛୋଟ ଗଛ ଲଗାଇବା ମଧ୍ୟ କଷ୍ଟକର ହେଇପଡୁଛି | 

ଏହା ବ୍ୟତୀତ ବର୍ତମାନ ବଜାରରେ ପନିପରିବା ମୂଲ୍ୟ ଯେପରି ବୃଦ୍ଧି ପାଉଛି ,ସେହି ତୁଳନାରେ ଯଦି ନିଜ ଘରେ ବଗିଚା ଟେ କରିହୁଅନ୍ତା ତେବେ ଏହି ଖର୍ଚ ରୁ କିଛି ପରିମାଣରେ ମୁକ୍ତି ମିଳିପାରନ୍ତା | ତେବେ ଆଜି ଆସନ୍ତୁ ଜାଣିବା ଘର ଭିତରେ (indoor garden ideas) ବି ଅଳ୍ପ ଜାଗାରେ କିପରି ଗଛ ଲଗାଇପାରିବେ |

- ଘରେ ଯେଉଁଠି ସୂର୍ଯ୍ୟାଲୋକ ପଡୁଥିବ ସେହି ସ୍ଥାନରେ ମାତ୍ର ୨-୩ ଟି କୁଣ୍ଡ ରଖି ତହିଁରେ ଆରମ୍ଭ କରନ୍ତୁ ଗଛ ଲଗାଇବା (tree plantation) | ଗୋଟେ କୁଣ୍ଡ ରେ ଚେରି ଟମାଟୋ (cherry tamato) ସହ ଅନ୍ୟ ଟିରେ କିଛି ଶାଗ ବା ଧନୀୟ ପତ୍ର ଲଗାଇ ପାରିବେ |

- ଲଙ୍କା ଗଛ ,ଚେରି ଟମାଟୋ ,ଶାଗ ,ଧନୀୟ ,ପୁଦିନା ଇତ୍ୟାଦି ଗଛ ଖୁବ ଶୀଘ୍ର ଅମଳ ଦେବା ସହ ବର୍ଷକୁ ବହୁ ଥର ଅମଳ ଦିଅନ୍ତି | ଆପଣ ଏହି ଗଛ ସହ ଅନ୍ୟ କିଛି ଗଛ ମଧ୍ୟ ଏକା ସହ ବାଲକୋନୀରେ ଲଗାଇପାରିବେ (indoor gardening) ଲଗାଇପାରିବେ | ଏହାକୁ ଲଗାଇବା ବେଶ ସହଜ ହୋଇଥିଲା ବେଳେ ଏହା ଅମଳ ମଧ୍ୟ ଅଧିକ ଦେଇଥାଏ |

ସବୁଠୁ ଗୁରୁତ୍ୱପୂର୍ଣ ସୂର୍ଯ୍ୟାଲୋକ | ଗଛରେ ଉଚିତ ସୂର୍ଯ୍ୟାଲୋକ (sunlight) ପଡିବା ଆବଶ୍ୟକ ,ସୂର୍ଯ୍ୟାଲୋକର ଅଭାବ ହେଲେ ଗଛ ଅମଳ ଦେବ ନାହିଁ ଏବଂ ଗଛ ବଢିବା ମଧ୍ୟ କଷ୍ଟକର ହୋଇପଡିବ ଯଦି ସୂର୍ଯ୍ୟାଲୋକ (sunlight) ଉପଯୁକ୍ତ ନ ମିଳେ ତେବେ କୁତ୍ରିମ ଆଲୋକ ର ମଧ୍ୟ ଆପଣ ବ୍ୟବସ୍ଥା କରିପାରିବେ |

- ଗଛ ତୁଳନାରେ କୁଣ୍ଡ କିଣିବା ( tree pot )ଆବଶ୍ୟକ | କେତେକ ଗଛର ବଡ ଚେର ଥାଏ ତେଣୁ ବଡ କୁଣ୍ଡ( tree pot )ଆବଶ୍ୟକ ଏବଂ ଛୋଟ ଚେର ପାଇଁ ଆପଣ ଛୋଟ କୁଣ୍ଡ ବ୍ୟବହାର ହକରିପାରିବେ |

- ଗଛ ବଢିବା ଲାଗି ମାଟିର (soil) ଆବଶ୍ୟକ ଏବଂ ଉଚିତ ଅମଳ ଲାଗି ଉର୍ବର ମାଟି ଅତି ଆବଶ୍ୟକ ହୋଇଥାଏ | ଯଦି ପାରୁଛନ୍ତି ଜିଆ ଖତ ଏବଂ ଜୈବିକ ଖତର ବ୍ୟବହାର କରନ୍ତୁ |ମାଟିରେ ଅଧିକ ପାଣି ଦିଅନ୍ତୁ ନାହିଁ କାରଣ ଅଧିକ ପାଣି ରହିବା ଦ୍ୱାରା ଚେର ପଚିଯାଏ | ଉଚିତ ସମୟରେ ପାଣି ଦିଅନ୍ତୁ , ଯେଉଁ ପାଣି କୁ ଆପଣ ପନିପରିବା (vegetables)ଧୋଇବା ଲାଗି ବ୍ୟବହାର କରୁଛନ୍ତି ସେହି ପାଣି ର ବ୍ୟବହାର ଏଥିରେ କରିପାରିବେ |

ପାକଶାଳା ବଗିଚା ବିଷୟରେ କିଛି ଜାଣନ୍ତୁ

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)