1. ସରକାରୀ ସ୍କିମ

୪୦୦୦ଟଙ୍କା ଟ୍ରାନ୍ସଫର କରିବେ ମୋଦି, ଆସିବ ଦୁଇଗୁଣା ଟଙ୍କା

ସବୁ ପ୍ରତୀକ୍ଷାର ଅନ୍ତ ଘଟିଛ l ଚାଷୀଙ୍କ ପାଇଁ ଏବେ ଖୁସି ଖବର...ଖାତାକୁ ଆସିବ ୪୦୦୦ହଜାର ଟଙ୍କା ।

Omkar Mohanty
Omkar Mohanty
14th payment of the PM Kisan Scheme, worth 17,000 crore rupees, will be transferred tomorrow pic credit @pmoindia and pexels.com

14th payment of the PM Kisan Scheme, worth 17,000 crore rupees, will be transferred tomorrow pic credit @pmoindia and pexels.com

ଦେଶର କୋଟି କୋଟି ଚାଷୀଙ୍କ ପାଇଁ ଏକ ବଡ଼ ଖବର। ଆଜି କେନ୍ଦ୍ର ସରକାର ୨୦୦୦ ଟଙ୍କା (pm kisan 14th installment) ର ୧୪ ତମ କିସ୍ତି ଟ୍ରାନ୍ସଫର କରିବାକୁ ଯାଉଛନ୍ତି ବୋଲି ଘୋଷଣା କରାଯାଇଛି । ଅର୍ଥାତ୍ ୮.୫ କୋଟି ଚାଷୀଙ୍କୁ ଆଉ କିଛି ଘଣ୍ଟାର ଅପେକ୍ଷା କରିବାକୁ ପଡ଼ିବ ତା ପରେ ଦେଶର ସମସ୍ତ ଚାଷୀ ପ୍ରଧାନମନ୍ତ୍ରୀ କିସାନ ଟଙ୍କାର ଲାଭ ଉଠାଇପାରିବେ ।

ରାଜସ୍ଥାନ ରାଜ୍ୟରର ସିକରରୁ ଦେଶର ୮.୫ କୋଟି ଚାଷୀଙ୍କ ଆକାଉଣ୍ଟକୁ ସିଧାସଳଖ ପ୍ରଧାନମନ୍ତ୍ରୀ କିସାନ ଟଙ୍କାର ଲାଭ ବ୍ୟାଙ୍କ ଟ୍ରାନ୍ସଫର ମାଧ୍ୟମରେ ପ୍ରଧାନମନ୍ତ୍ରୀ ମୋଦି ପ୍ରାୟ ୧୭,୦୦ କୋଟି ଟଙ୍କା ପଠାଇବେ ବୋଲି ସୂଚନା ମିଳିଛି ।

ଏଣିକି ଦୁଇଗୁଣ ଟଙ୍କା ପାଇବେ ଚାଷୀ

ସବୁଠାରୁ ଖୁସିର କଥା ଯେ ପ୍ରଧାନମନ୍ତ୍ରୀ କିସନ ସମ୍ମାନ ନିଧି ଯୋଜନାର ଫାଇଦା ଉଠାଇଥିବା କୃଷକମାନେ ବର୍ତ୍ତମାନ ଦୁଇଗୁଣ ଲାଭ ପାଇବାକୁ ଯାଉଛନ୍ତି ବୋଲି ସୂଚନା ମିଳିଛି । ଏହା ପୂର୍ବରୁ ୨୦୦୦ ଟଙ୍କl କୃଷକମାନଙ୍କୁ ହସ୍ତାନ୍ତର କରାଯାଇଥିଲା, କିନ୍ତୁ ଏଥର ୨୦୦୦ ବଦଳରେ ଆପଣ ୪୦୦୦ ଟଙ୍କା ସପୂର୍ଣ୍ଣ ପାଇପାରିବେ ବୋଲି ପ୍ରକାଶିତ ହୋଇଛି ।

କିପରି ପାଇବେ ୪୦୦୦ ଟଙ୍କା?

ଅନେକ କୃଷକ ସେମାନଙ୍କର ଯାଞ୍ଚ ପ୍ରକ୍ରିୟା ସଂପୂର୍ଣ୍ଣ କରିବାକୁ ସକ୍ଷମ ହୋଇନଥିଲେ, ଯେଉଁଥିପାଇଁ ସେହି କୃଷକମାନେ ୧୩ ତମ କିସ୍ତି ପାଇଁ ଟଙ୍କା ପାଇନାହାଁନ୍ତି, କିନ୍ତୁ ବର୍ତ୍ତମାନ ବହୁ ସଂଖ୍ୟକ କୃଷକ KYC କରିଛନ୍ତି ବୋଲି ସରକାର ନିଜେ ପ୍ରକାଶ କରିଛନ୍ତି ଏବଂ ଏଥି ସମ୍ପର୍କିତ ଅନେକ ସୂଚନା ଆପଣ ଆମ କୃଷି ଜାଗରଣ ୱେବସାଇଟ ମାଧ୍ୟମରେ ପାଇ ପାରିବେ । ବର୍ତ୍ତମାନ ୧୪ ତମ କିସ୍ତିରେ ସରକାର ୨୦୦୦ ଟଙ୍କା ବଦଳରେ ୪୦୦୦ ଟଙ୍କା ଚାଷୀଙ୍କୁ ସିଧାସଳଖ ଖାତାକୁ ଦେବେ ଏବଂ ସବୁଠାରୁ ବଡ଼ କଥା ହେଲା ଏଥିରେ, ଯେଉଁ କୃଷକମାନେ ୧୩ ତମ କିସ୍ତି ପାଇଁ ଟଙ୍କା ପାଇନାହାଁନ୍ତି। ସେହି କୃଷକମାନେ ମଧ୍ୟ ୧୩ ତମ କିସ୍ତି ପାଇଁ ଟଙ୍କା ପାଇବେ ବୋଲି ମଧ୍ୟ ସୂଚନା ମିଳିଛି ।

୧୩ ତମ କିସ୍ତି ଟଙ୍କା କରାଯିବ ସ୍ଥାନାନ୍ତର

ପ୍ରଧାନମନ୍ତ୍ରୀ କସାନ ଯୋଜନାର ୧୩ ତମ କିସ୍ତିର ଟଙ୍କା ଏପର୍ଯ୍ୟନ୍ତ ପ୍ରାୟ ଦିଆଯାଇଛି। ଚାଷୀଙ୍କ ଆର୍ଥିକ ଅବସ୍ଥାରେ ଉନ୍ନତି ଆଣିବା ପାଇଁ ସରକାର ୬୦୦୦ ଟଙ୍କା ହସ୍ତାନ୍ତର କରିଛନ୍ତି। ସାଧାରଣତଃ ସରକାର ଏହି ଅର୍ଥକୁ ୪ ମାସ ବ୍ୟବଧାନରେ ଦିଆଯାଇଥାଏ । ଏହି ଅର୍ଥ ଚାଷୀଙ୍କୁ ଆର୍ଥିକ ସହାୟତା ଯୋଗାଇବ ଏବଂ ଆୟ ବୃଦ୍ଧି ପାଇଁ କୃଷକମାନଙ୍କୁ ଦିଆଯାଉଥିବା ଏହି ଅର୍ଥ ନିଶ୍ଚିତ ଭାବରେ ଚାଷୀଙ୍କର ଆର୍ଥିକ ମାଣଦଣ୍ଡକୁ ସଦୃଢ଼ କରିବ ।

ଏହି ନମ୍ବରରେ ଯୋଗାଯୋଗ କରନ୍ତୁ

ଯଦି ୧୩ ତମ କିସ୍ତି ପାଇଁ ଟଙ୍କା ଆପଣଙ୍କ ଆକାଉଣ୍ଟରେ ଆସିନାହିଁ, ତେବେ ଆପଣ ହେଲ୍ପଲାଇନ ନମ୍ବର 155261 କିମ୍ବା 1800115526 କିମ୍ବା ଏହି ନମ୍ବର 011-23381092 ରେ ଯୋଗାଯୋଗ କରିପାରିବେ। ଏହା ବ୍ୟତୀତ, ଆପଣ pmkisan-ict@gov.in ସରକାରୀ ଇମେଲରେ ମେଲ୍ କରି ଆପଣଙ୍କର ସମସ୍ୟା ମଧ୍ୟ କହିପାରିବେ ବୋଲି ସରକାରୀ ୱେବସାଇଟ ମାଧ୍ୟମରେ ପ୍ରକାଶ କରାଯାଇଛି l

ଆଜି କୃଷକଙ୍କୁ ପ୍ରଧାନମନ୍ତ୍ରୀ ମୋଦୀ ଦେବେ ଉପହାର

କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଖୁସି ଖବର, ଦରମା ବଢାଇଲେ କେନ୍ଦ୍ର ସରକାର!

 

Like this article?

Hey! I am Omkar Mohanty. Did you liked this article and have suggestions to improve this article? Mail me your suggestions and feedback.

Share your comments