Government Schemes

Pm kisan update: ଗତକାଲି ଆସିବ ୧୬ତମ କିସ୍ତି ଟଙ୍କା

ଗତକାଲି ଆସିବ କିସ୍ତି ଟଙ୍କା l ଆଜି ହିଁ ଯାଞ୍ଚ କରନ୍ତୁ ନାଁ ଅଛି ନା ନାହିଁ ଲିଷ୍ଟରେ ......

27 February, 2024 11:11 AM IST By: Tanushree Mahapatra

ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ହିତାଧିକାରୀଙ୍କ ୧୬ ତମ କିସ୍ତି ଟଙ୍କା ୨୮ ଫେବୃଆରୀରେ ଅର୍ଥାତ ଗତକାଲି ଆସିବ l ହିତାଧିକାରୀଙ୍କ ଆକାଉଣ୍ଟକୁ ଟଙ୍କା ଆସିବା ନେଇ ତାରିଖ ଘୋଷଣା ହୋଇଥିଲା l ଏଥର କିସ୍ତି ଟଙ୍କା ୮ କୋଟିରୁ ଅଧିକ ଚାଷୀଙ୍କ ଆକାଉଣ୍ଟକୁ ସ୍ଥାନାନ୍ତର ହେବ ବୋଲି ସୂଚନା ଦେଇଛନ୍ତି କେନ୍ଦ୍ର ସରକାର l ଏହି କିସ୍ତି ଅଧୀନରେ ୧୮ ହଜାର କୋଟିରୁ ଅଧିକ ଟଙ୍କା ରିଲିଜ୍ ହେବ ବୋଲି ଆକଳନ କରାଯାଇଛି l ଯାହା ସିଧାସଳଖ DBT ମାଧ୍ୟମରେ ହିତାଧିକାରୀଙ୍କ ଆକାଉଣ୍ଟରେ ପହଞ୍ଚିବ ସୂଚନା ରହିଛି l ଏହି ଯୋଜନା ଅନୁଯାୟୀ କୃଷକମାନଙ୍କୁ ବାର୍ଷିକ ୬,୦୦୦ ଟଙ୍କା ଦିଆଯାଉଛି ।

ଅଦ୍ୟାବଧି ପ୍ରଧାନମନ୍ତ୍ରୀ କିସାନ ଯୋଜନା ହିତାଧିକାରୀଙ୍କୁ ୧୫ ଟି କିସ୍ତିରେ ଟଙ୍କା ପ୍ରଦାନ କରାଯାଇଛି ଏ ପର୍ଯ୍ୟନ୍ତ। ହିତାଧିକାରୀ କୃଷକମାନେ ୧୬ ତମ କିସ୍ତି ପାଇଁ ଅପେକ୍ଷା କରିଥିଲେ l ବର୍ତ୍ତମାନ ଏହି ଅପେକ୍ଷା ଶେଷ ହୋଇଛି ବୋଲି କୁହାଯାଇପାରେ l କାରଣ, ୧୬ ତମ କିସ୍ତି ଟଙ୍କା ରିଲିଜ୍ ତାରିଖ ପ୍ରକାଶ ପାଇଛି l ୧୬ ତମ କିସ୍ତି ପାଇଁ ଟଙ୍କା ୨୮ ଫେବୃଆରୀ ୨୦୨୪ ରେ ପ୍ରକାଶ ପାଇବ l ଏହାର ଅଫିସିଆଲ ୱେବସାଇଟରେ ଏ ନେଇ ଘୋଷଣା କରାଯାଇଛି । ଏଥର ମଧ୍ୟ ଏହି ପରିମାଣ ୮ କୋଟିରୁ ଅଧିକ ଚାଷୀଙ୍କ ଆକାଉଣ୍ଟରେ ପହଞ୍ଚିବ ବୋଲି ଆଶା କରାଯାଉଛି l ୨୪ ଫେବୃଆରୀ ୨୦୧୯ ରେ ପ୍ରଧାନମନ୍ତ୍ରୀ କିସାନ ଯୋଜନା ଆରମ୍ଭ ହୋଇଥିଲା କେନ୍ଦ୍ର ସରକାରଙ୍କ ଦ୍ୱାରା ।

ଗତ ବର୍ଷ ନଭେମ୍ବର ୧୫ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଝାଡ଼ଖଣ୍ଡରେ ଏକ ସଭା କାର୍ଯ୍ୟ ସମୟରେ ଦେଶର ୮.୧୧ କୋଟି ଚାଷୀଙ୍କୁ ୧୫ ତମ କିସ୍ତି ଭାବରେ ମୋଟ ୧୮.୬୧ ହଜାର କୋଟି ଟଙ୍କା ମୁକ୍ତ କରାଯାଇଥିଲା। ଏଥି ସହିତ, ୨୦୧୯ ରୁ ବର୍ତ୍ତମାନ ପର୍ଯ୍ୟନ୍ତ, ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନା ଅଧୀନରେ ୧୧ କୋଟିରୁ ଅଧିକ କୃଷକ ପରିବାରକୁ ୧୫ ଟି କିସ୍ତିରେ ୨.୮୦ ଲକ୍ଷ କୋଟି ଟଙ୍କା ପ୍ରଦାନ କରାଯାଇଛି । ବର୍ତ୍ତମାନ କୃଷକମାନେ ୧୬ ତମ କିସ୍ତି ପାଇଁ ଅପେକ୍ଷା କରିଛନ୍ତି ଯାହା ଗତକାଲି ପ୍ରଦାନ କରାଯିବ l

ପ୍ରଧାନମନ୍ତ୍ରୀ କିଷାନ ଯୋଜନା କୃଷକମାନଙ୍କୁ ଆର୍ଥିକ ସ୍ଥିରତା ପ୍ରଦାନ କରିଥାଏ ଏବଂ ସେମାନେ ସେମାନଙ୍କର ଚାଷ ଏବଂ କୃଷି କାର୍ଯ୍ୟରେ ଉନ୍ନତି ଆଣିବାକୁ ସକ୍ଷମ ହୋଇଥାନ୍ତି ଏବଂ ଉତ୍ସାହିତ ମଧ୍ୟ l ପ୍ରଧାନମନ୍ତ୍ରୀ କିସାନ ଦସମ୍ମନ ନିଧି ଅଧୀନରେ କେନ୍ଦ୍ର ସରକାର କୃଷକମାନଙ୍କୁ ବାର୍ଷିକ ୬,୦୦୦ ଟଙ୍କା ପ୍ରଦାନ କରୁଛନ୍ତି । ପ୍ରଧାନମନ୍ତ୍ରୀ କିସାନ ଯୋଜନା ଅଧୀନରେ ପ୍ରତ୍ୟେକ ହିତାଧିକାରୀଙ୍କ ଆକାଉଣ୍ଟକୁ ୨ ହଜାର ଟଙ୍କା ପଠାଯାଏ ପ୍ରତି କିସ୍ତିରେ ।

ଯଦି କୃଷକମାନେ ଚାହାଁନ୍ତି, ସେମାନେ PM Kisan pmkisan.gov.in ର ଅଫିସିଆଲ୍ ୱେବସାଇଟ୍ ରେ ସେମାନଙ୍କର ସ୍ଥିତି ଯାଞ୍ଚ କରିପାରିବେ l ଏଠାରେ, ଆପଣ କେତେ କିସ୍ତି ଗ୍ରହଣ କରିଛନ୍ତି ଏବଂ ଆପଣଙ୍କର ଆଧାର ପ୍ରାମାଣିକିକରଣ ସମାପ୍ତ ହୋଇଛି କି ନାହିଁ ତାହା ମଧ୍ୟ ଆପଣ ଯାଞ୍ଚ କରିପାରିବେ l ଆପଣ ମଧ୍ୟ ଆପଣଙ୍କର KYC, PFMS ସ୍ଥିତି, ଜମି ବିହନ ଏବଂ ଆଧାର ବିହନ ସ୍ଥିତି ସମୀକ୍ଷା କରିପାରିବେ l ଯାହା ତୁରନ୍ତ କରିନେବା ଉଚିତ l

Loan for Business: ଜାଣନ୍ତୁ କିପରି କରିବେ ଆବେଦନ ?

Free Seeds: କେନ୍ଦ୍ର ସରକାର ଦେବେ ଏହି ଜିନିଷ ସମ୍ପୂର୍ଣ୍ଣ ମାଗଣା...

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)