1. ସରକାରୀ ସ୍କିମ

ସରକାରୀ କର୍ମଚାରୀଙ୍କୁ ଝଟକା: ମୋଦି ସରକାର ଦେବେନି ମହଙ୍ଗା ଭତ୍ତା

ସରକାରଙ୍କ ମହଙ୍ଗା ଭତ୍ତା ବୃଦ୍ଧି କୁ ସର୍ବଦା ଚାହିଁ ବସିଥାନ୍ତି ସରକାରୀ କର୍ମକଚାରୀ l ଏହି ମହଙ୍ଗା ଭତ୍ତା ପ୍ରତିବର୍ଷ ଦୁଇ ଥର ବଢାଇଥାନ୍ତି କେନ୍ଦ୍ର ସରକାର l ତେବେ ଜାନୁଆରୀ ୨୦୨୩ରୁ କେନ୍ଦ୍ର କର୍ମଚାରୀମାନେ (Central Government Employees) ମହଙ୍ଗା ଭତ୍ତା (Dearness Allowance) ବୃଦ୍ଧି ପାଇଁ ଅପେକ୍ଷା କରିଛନ୍ତି ଯାହା କୁ ନେଇ ସରକାର ଏବେ ବଡ ନିଷ୍ପତ୍ତି ନେଇଛନ୍ତି ।

Tanushree Mahapatra
Tanushree Mahapatra
7th pay commission central government employees 18 months da arrears

7th pay commission central government employees 18 months da arrears

ସରକାରଙ୍କ ମହଙ୍ଗା ଭତ୍ତା ବୃଦ୍ଧି କୁ ସର୍ବଦା ଚାହିଁ ବସିଥାନ୍ତି ସରକାରୀ କର୍ମକଚାରୀ l ଏହି ମହଙ୍ଗା ଭତ୍ତା ପ୍ରତିବର୍ଷ ଦୁଇ ଥର ବଢାଇଥାନ୍ତି କେନ୍ଦ୍ର ସରକାର l ତେବେ ଜାନୁଆରୀ ୨୦୨୩ରୁ କେନ୍ଦ୍ର କର୍ମଚାରୀମାନେ (Central Government Employees) ମହଙ୍ଗା ଭତ୍ତା (Dearness Allowance) ବୃଦ୍ଧି ପାଇଁ ଅପେକ୍ଷା କରିଛନ୍ତି ଯାହା କୁ ନେଇ ସରକାର ଏବେ ବଡ ନିଷ୍ପତ୍ତି ନେଇଛନ୍ତି । ଆଜି ତଥା ବୁଧବାର ଅନୁଷ୍ଠିତ ହେବାକୁ ଥିବା କେନ୍ଦ୍ର କ୍ୟାବିନେଟ ବୈଠକରେ ମହଙ୍ଗା ଭତ୍ତା ବୃଦ୍ଧିକୁ ଅନୁମୋଦନ କରାଯାଇପାରେ ବୋଲି ଆଶା କରାଯାଉଛି ।

କିନ୍ତୁ ଏହାରୀ ମଧ୍ୟରେ ପୁରୁଣା ମହଙ୍ଗା ଭତ୍ତା ବକେୟା ଦାବିକୁ ନେଇ କର୍ମଚାରୀମାନଙ୍କୁ ଲାଗିଛି ବଡ ଝଟକା । ଏହି ପୁରୁଣା ମହଙ୍ଗା ଭତ୍ତା ବକେୟା ଦେବାକୁ କେନ୍ଦ୍ର ସରକାର ଙ୍କ ତରଫରୁ ସ୍ପଷ୍ଟ ମନା କରାଯାଇଛି ଯାହା କେନ୍ଦ୍ର କର୍ମଚାରୀଙ୍କୁ ଦେଇଛି ବଡ ଧକ୍କା । ତେବେ ପୂର୍ବରୁ ଅବଶିଷ୍ଟ ୧୮ ମାସର ମହଙ୍ଗା ଭତ୍ତାର ବକେୟା ରାଶି କେନ୍ଦ୍ର କର୍ମଚାରୀଙ୍କୁ ପ୍ରଦାନ କରାଯିବ ନାହିଁ ବୋଲି କେନ୍ଦ୍ରର ମୋଦି ସରକାର ସ୍ପଷ୍ଟ ମନ କରି ଦେଇଛନ୍ତି  ।

ଆମେ ଏଠାରେ ଆପଣଙ୍କୁ କହି ରଖୁଛୁ ଯେ , କେନ୍ଦ୍ର ତଥା ରାଜ୍ୟ ସରକାରୀ କର୍ମଚାରୀଙ୍କୁ ସେମାନଙ୍କର ଜୀବନଧାରଣର ମୂଲ୍ୟରେ ଉନ୍ନତି ଆଣିବା ପାଇଁ ମହଙ୍ଗା ଭତ୍ତା ଦିଅ ଯାଇଥାଏ  । ମୁଦ୍ରାସ୍ଫୀତି ବୃଦ୍ଧି ସତ୍ତ୍ୱେ କର୍ମଚାରୀଙ୍କ ଜୀବନଧାରଣରେ କୌଣସି ପାର୍ଥକ୍ୟ ରହିବା ଉଚିତ ନୁହେଁ ବୋଲି କେନ୍ଦ୍ରର ମତ  । ଏହି କାରଣରୁ ଏହି ଭତ୍ତା ଦିଆଯାଉଛି କେନ୍ଦ୍ରୀୟ କର୍ମଚାରୀଙ୍କୁ । କେନ୍ଦ୍ର କର୍ମଚାରୀ ଙ୍କ ସପ୍ତମ ବେତନ ଆୟୋଗ ଅନ୍ତର୍ଗତ ବର୍ଷକୁ ଦୁଇଥର ହିଁ ମହଙ୍ଗା ଭତ୍ତା ବୃଦ୍ଧି କରାଯାଏ ।

ଲୋକସଭାରେ ଏକ ପ୍ରଶ୍ନର ଉତ୍ତରରେ ସରକାର ଏହି ସୂଚନା ଦେଇଛନ୍ତି  ଯେ ଏଥର କର୍ମଚାରୀଙ୍କୁ ମିଳିବନି ଭତ୍ତା । ମୋଦି ସରକାର କହିଛନ୍ତି ଯେ, କୋରୋନା ଅବଧିରେ କର୍ମଚାରୀଙ୍କ ଅଟକାଯାଇଥିବା ମହଙ୍ଗା ଭତ୍ତା  ରୁ ପ୍ରାୟତଃ ୩୪,୪୦୨.୩୨ କୋଟି ଟଙ୍କା ସଞ୍ଚୟ କରାଯାଇଛି । ଏହି ଟଙ୍କା ମହାମାରୀକୁ ରୋକିବା ପାଇଁ ବ୍ୟବହାର କରାଯାଇଥିଲା । ସୂଚନା ଅନୁଯାୟୀ , ୨୦୨୦ ମସିହାରେ କୋରୋନା ମହାମାରୀ ବ୍ୟାପିବା ପରେ କେନ୍ଦ୍ର କର୍ମଚାରୀଙ୍କ DA ବୃଦ୍ଧିର ତିନି କିସ୍ତି ରୋକା ଯାଇଥିଲା ଦେଶରେ ଲୋକଙ୍କୁ ମହାମାରୀ କବଳରୁ ରକ୍ଷା କରିବା ପାଇଁ  । ଆଗରୁ ମଧ୍ୟ ଜାନୁଆରୀ ୨୦୨୦, ଜୁଲାଇ ୨୦୨୦ ଏବଂ ଜାନୁୟାରୀ ୨୦୨୧ ପର୍ଯ୍ୟନ୍ତ ମହଙ୍ଗା ଭତ୍ତାର ୩ଟି କିସ୍ତି ପ୍ରଦାନ କରାଯାଇ ନଥିଲା । ପରେ ଏହାକୁ ପୁଣି ଠାରେ କେନ୍ଦ୍ର ସରକାର  ଜୁଲାଇ ୨୦୨୧ରେ ପୁନଃ ଲାଗୁ  କରିଥିଲେ ।

ଜାନୁୟାରୀ ୨୦୨୦, ଜୁନ୍ ୨୦୨୦ ଏବଂ ଜାନୁଆରୀ ୨୦୨୧ ପାଇଁ DAରେ ଏକାଥରରେ ୧୭ ପ୍ରତିଶତ ବୃଦ୍ଧି କରିଥିଲେ କେନ୍ଦ୍ର ସରକାର । କିନ୍ତୁ ଏହି ସମୟ ମଧ୍ୟରେ ଅଟକାଯାଇଥିବା ଟଙ୍କା ସରକାରୀ କର୍ମଚାରୀମାନଙ୍କୁ ଦିଆଯାଇନଥିଲା ଯାହା ପାଇଁ ସେମାନେ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥିଲେ । କର୍ମଚାରୀ ସଂଘ ତରଫରୁ ୧୮ ମାସର DA ବକେୟା ପାଇଁ କ୍ରମାଗତ ଭାବେ ଦାବି  କାର୍ଯାଉଥିବା ନଜିର ରହିଛି । କିନ୍ତୁ ଏହା ଉପରେ ମୋଦି ସରକାର ଏବେ କେନ୍ଦ୍ରୀୟ କର୍ମଚାରୀ ଓ ପେନସନଭୋଗୀଙ୍କୁ ମହଙ୍ଗା ଭତ୍ତା  ଓ ମହଙ୍ଗା ରିଲିଫ୍ ପ୍ରଦାନ କରିବାକୁ ସମ୍ପୂର୍ଣ୍ଣ ଭାବେ ମନା କରି ଦେଇଛନ୍ତି ଯାହାର ସିଧାସଳଖ ପ୍ରଭାବ ପଡିଛି ସରକାରୀ କର୍ମଚାରୀଙ୍କ ଉପରେ ।

ଲୋକସଭାରେ ସରକାର ତରଫରୁ ସ୍ପଷ୍ଟ କରାଯାଇଛି ଯେ, ବର୍ତ୍ତମାନ ବଜେଟର ନିଅଣ୍ଟ FRBM ଅଧିନିୟମର ଦୁଇଗୁଣ ଅଟେ  । ତେଣୁ ଡିଏ ବକେୟା ଦେବାର କୌଣସି ପ୍ରସ୍ତାବ ନାହିଁ ଏ ବର୍ଷ  । ଏ ନେଇ ରାଜ୍ୟ ଅର୍ଥମନ୍ତ୍ରୀ ପଙ୍କଜ ଚୌଧୁରୀ କହିଛନ୍ତି ଯେ, ମହାମାରୀ ସମୟରେ ସରକାର ଏହି ବିପର୍ଯ୍ୟୟର ମୁକାବିଲା ପାଇଁ କଲ୍ୟାଣକାରୀ ଯୋଜନା ଆରମ୍ଭ କରିଥିଲେ । ଏଥିପାଇଁ ଟଙ୍କା ଆବଶ୍ୟକ ଥିଲା, ଏହି ଟଙ୍କା ଡିଏ ପେମେଣ୍ଟ ବନ୍ଦ କରି କରାଯାଇଥିଲା l

ଏବେ ଝିଅଙ୍କୁ ମିଳିବ ୬୫ ଲକ୍ଷ ଟଙ୍କା

ମତ୍ସ୍ୟ  ଚାଷୀଙ୍କୁ ମିଳୁଛି ସରକାରୀ ସହାୟତା, ନେଇ ପାରିବେ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments