1. ସରକାରୀ ସ୍କିମ

ଏବେ ଝିଅଙ୍କୁ ମିଳିବ ୬୫ ଲକ୍ଷ ଟଙ୍କା

ଭାରତର କନ୍ୟାମାନଙ୍କ ସମୃଦ୍ଧି ଯଥା କନ୍ୟାର ଶିକ୍ଷା ଏବଂ ବିବାହ ଖର୍ଚ୍ଚ ଭରଣା ପାଇଁ ଏକ ସଞ୍ଚୟ ଯୋଜନା କରିଛନ୍ତି କେନ୍ଦ୍ର ସରକାର । ନା ହେଉଛି ସୁକନ୍ୟା ସମୃଦ୍ଧି ଯୋଜନା (SUKANYA SAMRIDDHI YOJANA) l ଏହି ଯୋଜନା ଅନ୍ତର୍ଗତ ପିତାମାତା କିମ୍ବା ଆଇନଗତ ଅଭିଭାବକମାନେ ୧୦ ବର୍ଷରୁ କମ ଝିଅମାନଙ୍କ ପାଇଁ ଏକ ବ୍ୟାଙ୍କ ଆକାଉଣ୍ଟ ଖୋଲିବାର ସୁଯୋଗ ପାଉଛନ୍ତି ।

Tanushree Mahapatra
Tanushree Mahapatra
Central government scheme Sukanya samriddhi yojana

Central government scheme Sukanya samriddhi yojana

ଭାରତର କନ୍ୟାମାନଙ୍କ ସମୃଦ୍ଧି ଯଥା କନ୍ୟାର ଶିକ୍ଷା ଏବଂ ବିବାହ ଖର୍ଚ୍ଚ ଭରଣା ପାଇଁ ଏକ ସଞ୍ଚୟ ଯୋଜନା କରିଛନ୍ତି କେନ୍ଦ୍ର ସରକାର । ନା ହେଉଛି ସୁକନ୍ୟା ସମୃଦ୍ଧି ଯୋଜନା (SUKANYA SAMRIDDHI YOJANA)  l ଏହି ଯୋଜନା ଅନ୍ତର୍ଗତ ପିତାମାତା କିମ୍ବା ଆଇନଗତ ଅଭିଭାବକମାନେ ୧୦ ବର୍ଷରୁ କମ ଝିଅମାନଙ୍କ ପାଇଁ ଏକ ବ୍ୟାଙ୍କ ଆକାଉଣ୍ଟ ଖୋଲିବାର ସୁଯୋଗ ପାଉଛନ୍ତି । ଏହି ଯୋଜନା ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୦୧୫ ଜାନୁଆରୀ ୨୨ ତାରିଖରେ ଉଦ୍ଘାଟନ କରିଥିଲେ ।

ଏହା ନରେନ୍ଦ୍ର ମୋଦୀଙ୍କର ବେଟି ବଚାଓ ବେଟି ପଢ଼ାଓ ପ୍ରଚାରର କାର୍ଯ୍ୟକ୍ରମର ଅଂଶବିଶେଷ ଅଟେ । ଏହା ବିତ୍ତ ମନ୍ତ୍ରଣାଳୟ ଅଧିସୂଚନା ସଂଖ୍ୟା G.S.R.୮୬୩ (E)  ତା ୨/୧୨/୨୦୧୪ ରିଖ ଏହି ଯୋଜନା ସୁକନ୍ୟା ସମୃଦ୍ଧି ଯୋଜନା ନିୟମ,୨୦୧୪ ଅଧିନରେ ଅଛି । ଏହି ଯୋଜନା କନ୍ୟା ସନ୍ତାନକୁ ପରିବାରର ସମ୍ପତି ଏବଂ ମୋଟ ସଞ୍ଚୟରେ ଯଥାର୍ଥ ଅଂଶ ପାଇବାରେ ସହାୟକ ହେବ । ଯେଉଁଠାରେ ସାଧାରଣତଃ ସେ ଏକ ପୁତ୍ର ସନ୍ତାନ ସହ ଭେଦଭାବର ଶିକାର ହୋଇପରେ ।

ଏହି ଯୋଜନାରେ ୧୦ ବର୍ଷରୁ କମ କନ୍ୟାମାନଙ୍କ ଅଭିଭାବକମାନେ ଆକାଉଣ୍ଟ ଖୋଲିବା ପାଇଁ ଯୋଗ୍ୟ ହେବେ । କନ୍ୟା ସନ୍ତାନର ମୃତ୍ୟୁ ସ୍ଥଳେ ମୃତ୍ୟୁ ପ୍ରମାଣପତ୍ର ସହ ଆକାଉଣ୍ଟ ଅପରିପକ୍ୱ ଅବସ୍ଥାରେ ସମାପ୍ତି କରାଯାଇପାରିବ । ଅତ୍ୟନ୍ତ ଦାରୁଣ ପରିସ୍ଥିତି ଯଥା ଭୟାନକ ରୋଗବ୍ୟାଧି, ମେଡିକାଲ ସହାୟତା ଆଦିରେ ଅଭିଭାବକଙ୍କ ଲିଖିତ ଅନୁରୋଧ କ୍ରମେ ଯଦି କେନ୍ଦ୍ର ସରକାର ହୃଦବୋଧ କରନ୍ତି ତେବେ ଆକାଉଣ୍ଟ ସମାପ୍ତିକୁ ମଞ୍ଜୁର କରିପାରନ୍ତି । ତେବେ ଏହି ଯୋଜନା ରେ ଅନେକ ଲାଭ ଅଛି  l

ସମୟ ସମୟରେ ଲୋକଙ୍କ ସୁବିଧା ପାଇଁ ରାଜ୍ୟ ତଥା କେନ୍ଦ୍ର ସରକାର ଏଭଳି ଯୋଜନା ପ୍ରସ୍ତୁତ କରୁଛନ୍ତି, ଯାହା ଆପଣଙ୍କ ଟଙ୍କାକୁ ସୁରକ୍ଷିତ ରଖିବା ସହିତ ଆପଣଙ୍କୁ ଭଲ ରିଟର୍ଣ୍ଣ ମଧ୍ୟ ଦେବ । ଏବେ ସରକାର ଆପଣଙ୍କ ଝିଅ ପାଇଁ ମଧ୍ୟ ଏକ ବଡ ରିଟର୍ଣ୍ଣ ଲାଗୁ କରିଛନ୍ତି, ଯେଉଁଥିରେ କି ଆପଣ ନିଜ ଝିଅର ପାଠପଢ଼ା ସହିତ ବାହାଘର ଚିନ୍ତାରୁ ମଧ୍ୟ  ମୁକ୍ତି ପାଇପାରିବେ । ସବୁଠାରୁ ବଡ କଥା ହେଉଛି ଏହି ଯୋଜନାରେ ଆପଣ ମାତ୍ର ୨୫୦ ଟଙ୍କା ନିବେଶ କରି ୫ ଲକ୍ଷ ଟଙ୍କା ପାଇପାରିବେ । ଆସନ୍ତୁ ଜାଣିବା ଏହି ଯୋଜନାର କ’ଣ କ'ଣ ରହିଛି ଅନ୍ୟ ଫାଇଦା l

ସୁକନ୍ୟା ସମୃଦ୍ଧି ଯୋଜନା ହେଉଛି ସରକାରଙ୍କ ଦ୍ୱାରା ପ୍ରସ୍ତୁତ ଏକ ଫାଇଦାଯୁକ୍ତ ଯୋଜନା, ଯାହାକି ଆପଣଙ୍କ ଝିଅ ର ଭବିଷ୍ୟତ ପାଇଁ ପ୍ରସ୍ତୁତ କରାଯାଇଛି । ଏଥିରେ ଝିଅର ଭବିଷ୍ୟତକୁ ସୁରକ୍ଷିତ କରାଯାଇପାରିବ ଆଉ ଅଭିଵାବକ ଭାବେ ଆପଣ ମଧ୍ୟ ଚିନ୍ତା ମୁକ୍ତ ରହିବେ । ଏହି ଯୋଜନାରେ ଆପଣ ଅଳ୍ପ ପରିମାଣରେ ଏକ ଆକାଉଣ୍ଟ ଖୋଲିପାରିବେ ଯାହା କି ଅଧିକ ଲାଭ ଦେବା ଆପଣଙ୍କୁ । ଏହି ଯୋଜନାରେ ଆପଣ ଏକ ଆକାଉଣ୍ଟ ଖୋଲିବା ସହ ନିଜ ଝିଅ ନାଁରେ ଅଳ୍ପ ଟଙ୍କା ଜମା କରିପାରିବେ ଯାହାର ରିଟର୍ନ ଆପଣଙ୍କୁ ଭଲ ମିଳିବ ।

ସୁକନ୍ୟା ସମ୍ରିଦ୍ଧି ଯୋଜନାରେ ଅଧୀନରେ ୧୦ ବର୍ଷରୁ କମ୍ ବୟସର ବାଳିକାର ଆକାଉଣ୍ଟ ତାଙ୍କ ପିତାମାତାଙ୍କ ଦ୍ୱାରା ଖୋଲାଯାଇପାରିବ । ଏଥିରେ ଆପଣ ମାତ୍ର ୨୫୦ ଟଙ୍କା ନିବେଶ କରି ଏକ ଆକାଉଣ୍ଟ ଖୋଲିପାରିବେ । ଆପଣ ଏହି ଯୋଜନା ଅଧୀନରେ ଯେକୌଣସି ବ୍ୟାଙ୍କ କିମ୍ବା ଡାକଘରେ ଆକାଉଣ୍ଟ ଖୋଲିପାରିବେ । ଏଥିରେ, ଆପଣ ୭.୬ ପ୍ରତିଶତ ପର୍ଯ୍ୟନ୍ତ ସୁଧ ପାଇବେ । କିନ୍ତୁ ମାନେ ରଖିବା ଉଚିତ ଯେ , ଜଣେ ଝିଅ ନାମରେ କେବଳ ଗୋଟିଏ ଆକାଉଣ୍ଟ ହିଁ ଖୋଲାଯାଇପାରିବ । ଗୋଟିଏ ଘରେ କେବଳ ୨ ଝିଅଙ୍କର ଆକାଉଣ୍ଟ ଖୋଲାଯାଇପାରିବ ।

ସୁକନ୍ୟା ସମୃଦ୍ଧି ଯୋଜନା ଉପରେ ପ୍ରାପ୍ତ ସମସ୍ତ ସୁଧ ସରକାର ସ୍ଥିର କରିଥାନ୍ତି  । ଏହି ଯୋଜନାରେ ଆପଣ  ୭.୬ ପ୍ରତିଶତ ସୁଧ ପାଇବେ । ଏହି ଯୋଜନାରେ ଆପଣ ସର୍ବାଧିକ ୧.୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜମା କରିପାରିବେ ଝିିଅକୁ ୧୮ ବର୍ଷ ପୂରଣ ହେବା ପରେ କିମ୍ବା ଝିଅର ଦଶମ ଶ୍ରେଣୀ ପରୀକ୍ଷା ସରିବା ପରେ ହିଁ ଆପଣ ସେହି ଆକାଉଣ୍ଟରୁ ଟଙ୍କା ଉଠାଇ ପାରିବେ । ଏହି ଯୋଜନା ମାଧ୍ୟମରେ ଆପଣ ଆୟକର କ୍ଷେତ୍ରରେ ମଧ୍ୟ ରିହାତି ପାଇବେ । ଯଦି ଆପଣ ଏହି ଯୋଜନାରେ ପ୍ରତିଦିନ ୨୫୦ ଟଙ୍କା ଜମା କରୁଛନ୍ତି , ତେବେ ଆପଣ ଏକ ମାସରେ ୧୨,୫୦୦ ଟଙ୍କା ପର୍ଯ୍ୟନ୍ତ ଜମା କରିବେ ଏବଂ ଗୋଟିଏ ବର୍ଷରେ ଆପଣ ୨୨.୫୦ ଲକ୍ଷ ଟଙ୍କା ଜମା କରି ପାରିବେ । ୧୫ ବର୍ଷ କିମ୍ବା ଆପଣଙ୍କ ଝିଅର ମ୍ୟାଚୁରିଟୀ ସମୟରେ ତଥା ୨୧ ବର୍ଷ ବୟସରେ ଆପଣଙ୍କୁ ୬୫ ଲକ୍ଷ ଟଙ୍କା ମିଳିବ । ଏଥିରେ ଆପଣ ପ୍ରାୟ ୪୧.୧୫ ଲକ୍ଷ ଟଙ୍କା ସୁଧ ପାଇବେ । ଏଥିରେ ଝିଅର ବିବାହ ହେଉ ବା ଉଚ୍ଚ ଶିକ୍ଷା ଆପଣ ଚିନ୍ତାମୁକ୍ତ ହୋଇ କରି ପାରିବେ l

ଖୁସି ଖବର ! ଏବେ ସରକାରୀ ସ୍କୁଲ ପିଲାଙ୍କୁ ମିଳିବ ହଜାରେ ଟଙ୍କା

ମିଲେଟ୍ ମିଶନ ପରେ, ମାଣ୍ଡିଆରୁ ପ୍ରସ୍ତୁତ ଖାଦ୍ୟର ବଢିଛି ଚାହିଦା

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments