1. କୃଷି ଖବର

ମିଲେଟ୍ ମିଶନ ପରେ, ମାଣ୍ଡିଆରୁ ପ୍ରସ୍ତୁତ ଖାଦ୍ୟର ବଢିଛି ଚାହିଦା

ନାରୀ ର ଅବଦାନ ସମାଜ ସୁରକ୍ଷା ଏବଂ ସଭ୍ୟ ସମାଜ ନିର୍ମାଣ ରେ ଅବର୍ଣ୍ଣନୀୟ ଯାହା ଅଛପା ନୁହଁ | ନାରୀ ର ସୁରକ୍ଷା ଏବଂ ସଶକ୍ତିକରଣ ରେ ହିଁ ଦେଶର ଉନ୍ନତି ମଧ୍ୟ | ତେଣୁ ନାରୀଙ୍କୁ ସ୍ୱତନ୍ତ୍ର କରିବା ଲାଗି ଏବଂ ତାଙ୍କୁ ଆତ୍ମନିର୍ଭରଶୀଳ କରିବା ଲାଗି ମୁଖ୍ୟମନ୍ତ୍ରୀ ଆରମ୍ଭ କରିଥିଲେ ଏକ ନୂତନ ଯୋଜନା ..ଯାହାର ନା ହେଉଛି ମିଶନ ଶକ୍ତି |

Tanushree Mahapatra
Tanushree Mahapatra
Millet foods make income after millet mission

Millet foods make income after millet mission

ନାରୀ ର ଅବଦାନ ସମାଜ ସୁରକ୍ଷା ଏବଂ ସଭ୍ୟ ସମାଜ ନିର୍ମାଣ ରେ ଅବର୍ଣ୍ଣନୀୟ ଯାହା ଅଛପା ନୁହଁ | ନାରୀ ର ସୁରକ୍ଷା ଏବଂ ସଶକ୍ତିକରଣ ରେ ହିଁ ଦେଶର ଉନ୍ନତି ମଧ୍ୟ | ତେଣୁ ନାରୀଙ୍କୁ ସ୍ୱତନ୍ତ୍ର କରିବା ଲାଗି ଏବଂ ତାଙ୍କୁ ଆତ୍ମନିର୍ଭରଶୀଳ କରିବା ଲାଗି  ମୁଖ୍ୟମନ୍ତ୍ରୀ ଆରମ୍ଭ କରିଥିଲେ ଏକ ନୂତନ ଯୋଜନା ..ଯାହାର ନା ହେଉଛି ମିଶନ ଶକ୍ତି | ଏହା ଦ୍ୱାରା ସମାଜ ରେ ନାରୀ କୁ ତିରସ୍କାରର ଶିକାର ହେବାକୁ ପଡିବ ନାହିଁ ବୋଲି ତାଙ୍କର ବିଶ୍ୱାସ |

ସମାଜରେ ପୁରୁଷ ପରି ନାରୀ ମଧ୍ୟ ସମାନ ଅଧିକାରୀ ଭାବେ ସାବ୍ୟସ୍ତ ହୋଇପାରିବ | ଆଉ ଆଜି ଏହି ମିଶନ ଶକ୍ତି ସହିତ ଜଡିତ ଥିବା ସମସ୍ତ ମହିଳା ରୋଜଗାରକ୍ଷମ ହୋଇଛନ୍ତି l ଗୋଟିଏ ପରେ ଗୋଟିଏ ଯୋଜନା ମାଧ୍ୟମରେ ତାଙ୍କୁ ସାହାଯ୍ୟ କରାଯାଉଛି ଆତ୍ମନିର୍ଭରଶୀଳ ହେବା ପାଇଁ l ଆଉ ଏବେ ଏକ ନୂତନ ଯୋଜନା ରେ ସାମିଲ ହୋଇଛନ୍ତି ମହିଳା l

ଆପଣ ସମସ୍ତେ ଜାଣିଛନ୍ତି ଚଳିତ ବର୍ଷ କୁ ମିଲେଟ ବର୍ଷ ଭାବେ ପାଳନ କରଯାଉଛି l ରାଜ୍ୟ ସରକାର ମିଲେଟ ମିଶନ ଉପରେ କାର୍ଯ୍ୟ କରୁଛନ୍ତି l ମିଲେଟ ମିଶନରେ ଓଡିଶାକୁ ବଡ ସଫଳତା ମଧ୍ୟ ମିଳିଛି  । ଜାତୀୟ ସ୍ତରରେ ସମ୍ମାନିତ ହୋଇଛି ଓଡିଶା । ଓଡ଼ିଶା ମିଲେଟ ମିଶନ(Odisha Millet Mission) କ୍ଷେତ୍ରରେ ମିଲେଟ(Millet)ର ବ୍ୟାପକ ପ୍ରଚାର ପ୍ରସାର ପାଇଁ ରାଜ୍ୟକୁ ଜାତୀୟ ପୁରସ୍କାର ମିଳିଛି । ଓଡିଶା ମିଲେଟ ମିଶନ ହେଉଛି କୃଷି ବିଭାଗର ଏକ ନିଆରା ପଦକ୍ଷେପ । ମିଲେଟକୁ ଦୈନଦିନ ଖାଦ୍ୟ ତାଲିକାରେ ସାମିଲ କରିବାକୁ ଓ ସେଥିରୁ ବିଭିନ୍ନ ପ୍ରକାର ସ୍ବାଦିଷ୍ଟ ଖାଦ୍ୟ ପ୍ରସ୍ତୁତ କରିବାକୁ କାମ କରୁଛି ଓଡିଶା ମିଲେଟ ମିଶନ । ନିକଟରେ ମିଲେଟ ମିଶନ(Millets Mission)ର ସଫଳ କାର୍ଯ୍ୟକାରୀତାକୁ ନେଇ ସୁନ୍ଦରଗଡ ଜିଲ୍ଲା ପ୍ରଶାସନକୁ ପ୍ରଶଂସା କରିଛି Niti Aayog । କୁପୋଷଣ ସମସ୍ୟାର ସମାଧାନ ଦିଗରେ ମଧ୍ୟ ମିଲେଟ ମିଶନ ସହାୟକ ହୋଇଛି ।

ଆଉ ଏବେ ମହିଳାଙ୍କୁ ଏଥିରେ ମିଳିଛି ସୁଯୋଗ ଯାହା ହେଉଛି ମିଶନ ଶକ୍ତି କାଫେ l ଯେଉଁ କାଫେ ରେ ସେମାନେ ମିଲେଟ ରେ ପ୍ରସ୍ତୁତ ଖାଦ୍ୟ ବିକ୍ରି କରି ଲାଭ ଗୋଟାଉଛନ୍ତି l ମହିଳାଙ୍କୁ ମାଣ୍ଡିଆ ଦେଉଛି ରୋଜଗାର । ମିଲେଟ୍ ମିଶନ କାର୍ଯ୍ୟକାରୀ  ହେବା ପରେ ମାଣ୍ଡିଆରୁ ପ୍ରସ୍ତୁତ ଖାଦ୍ୟର ଚାହିଦା ବଢ଼ିଛି ଦିନ କୁ ଦିନ । ଏବେ ରାତି ପହିଲେ ଗାଁଠୁ ସହର ସବୁଠି ମିଳୁଛି ମାଣ୍ଡିଆ ଖାଦ୍ୟ । ମାଣ୍ଡିଆରେ ବିଭିନ୍ନ ପ୍ରକାରର ଟିଫିନ୍ ମିଳୁଛି ଯାହା ଲୋକଙ୍କୁ ଅକୃଷ୍ଟ କରିଛି । ଯେପରିକି  ମାଣ୍ଡିଆରୁ ପ୍ରସ୍ତୁତ ମୋମୋସ୍, କାକରା ପିଠା, ଢୋକଲା, ଲଡୁ, ମଣ୍ଡାପିଠା, ବରା, ଆଳୁଚପ, ନିମକି, ମିକ୍ସଚର ଓ ମାଣ୍ଡିଆ ଚା’ ଇତ୍ୟାଦି । ମିଶନ ଶକ୍ତି ରେ ସାମିଲ ଥିବା ଏସଚଜି ମହିଳା ମାନେ ଏହି ଖାଦ୍ୟ ପ୍ରସ୍ତୁତ କରି ବେଶ ଭଲ ରୋଜଗାର କରିପାରୁଛନ୍ତି ।

ଆପଣ ମାନେ ଜାଣିଥିବେ ଆଦିବାସୀ ଅଞ୍ଚଳରେ ମାଣ୍ଡିଆର ବିଶେଷ ଗୁରୁତ୍ୱ ରହିଛି । ଯେପରିକି ବିଶେଷକରି କୋରାପୁଟ, କନ୍ଧମାଳ, ମାଲକାନଗିରି ଅଂଚଳରେ ଏହି ଚାଷ ଅଧିକ ମାତ୍ରାରେ ହୋଇଥାଏ । ଏହାକୁ ଆଦିମ ଜନଜାତି ମାନେ ଅଧିକ ବ୍ୟବହାର କରୁଥିବା ବେଳେ ଏବେ ଏଥିରୁ ପ୍ରସ୍ତୁତ ବିଭିନ୍ନ ପ୍ରକାରର ଖାଦ୍ୟ ସାମଗ୍ରୀ ବିକ୍ରି କରୁଛନ୍ତି ଏସଏଚଜି ମହିଳା । ଦିନକୁ ଦିନ ମାଣ୍ଡିଆରୁ ପ୍ରସ୍ତୁତ ଖାଦ୍ୟର ଚାହିଦା ବଢ଼ୁଛି ରାଜ୍ୟ ଭିତରେ ଏବଂ ଦେଶ ବାହାରେ ମଧ୍ୟ । ଏହାକୁ ଦୃଷ୍ଟିରେ ରଖି ମିଶନ ଶକ୍ତି ରେ ସାମିଲ ଥିବା ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନେ ବିଭିନ୍ନ ପ୍ରକାରର ସ୍ନାକ୍ସ ଆଇଟମ୍ ତିଆରି କରୁଛନ୍ତି । ପ୍ରଥମେ ପ୍ରଥମେ ମହିଳାଙ୍କ ର ଘରକାମରେ ଦିନ ବିତୁଥିଲା । କିନ୍ତୁ ଏବେ ଏହି ସବୁ ଖାଦ୍ୟ ସାମଗ୍ରୀ ବିକ୍ରି କରି ସେମାନଙ୍କ ଆର୍ଥିକ ସ୍ଥିତିରେ ସୁଧାର ଆଣିପାରୁଛନ୍ତି ମହିଳା । ଯେଉଁଥିରେ ତାଙ୍କୁ ରାଜ୍ୟ ସରକାର ସମସ୍ତ ପ୍ରକାର ସାହାଯ୍ୟ କରୁଛନ୍ତି l

ଖାଇବା ପାଇଁ ଭାରି ସ୍ୱାଦିଷ୍ଟ ମାଣ୍ଡିଆ ଖାଦ୍ୟ । ତେବେ ମାଣ୍ଡିଆ ପକୁଡିଠାରୁ ଆରମ୍ଭ କରି ମିଲ୍କସେକ ପର୍ଯ୍ୟନ୍ତ ସମସ୍ତ ପ୍ରକାରର ଖାଦ୍ୟ ପ୍ରସ୍ତୁତ କରୁଛନ୍ତି ଏହି ଏସଏଚଜି ମହିଳାମାନେ  । ସେହିପରି ଖୁବ୍ କମ୍ ଦାମରେ ଲୋକଙ୍କୁ ମାଣ୍ଡିଆ ଖାଦ୍ୟ ମିଳୁଥିବାରୁ ଏହାକୁ କିଣିନେଉଛନ୍ତି ଗ୍ରାହକ ଯାହା ଫାଇଦା ଦେଉଛି ମହିଳାଙ୍କୁ । ଏହି ମିଲେଟ ଜାତୀୟ ଖାଦ୍ୟ କୁ ପ୍ରୋତ୍ସାହିତ କରିବା ପାଇଁ ରାଜ୍ୟ ରେ ଖୋଲୁଛି ମିଶନ ଶକ୍ତି କାଫେ l

ଓଡିଶା ମାଟିରେ ଫଳୁଛି ଥାଇଲାଣ୍ଡ ବରକୋଳି

କାଷ୍ଟର ତଥା ଜଡ଼ା ଚାଷ ଦ୍ୱାରା ପାଆନ୍ତୁ ଦ୍ବିଗୁଣ ଲାଭ

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments