1. ସରକାରୀ ସ୍କିମ

୧୮ ମାସର ମହଙ୍ଗା ଭତ୍ତା ବକେୟାକୁ ନେଇ ସରକାରଙ୍କ ଅପଡେଟ

ସପ୍ତମ ବେତନ ଆୟୋଗ ଅଧୀନରେ ଡିଏ କର୍ମଚାରୀମାନଙ୍କ ମୌଳିକ ବେତନର ଏକ ସ୍ଥିର ଅଂଶ । ଯାହାକୁ କେନ୍ଦ୍ର ସରକାର ମାହାଙ୍ଗା ଭତ୍ତା ମାଧ୍ୟମରେ କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ପ୍ରଦାନ କରନ୍ତି l ଦେଶରେ ମୁଦ୍ରାସ୍ଫୀତିର ପ୍ରଭାବକୁ ହ୍ରାସ କରିବା ପାଇଁ ସରକାର ନିଜ କର୍ମଚାରୀମାନଙ୍କୁ ଡିଏ ଦିଅନ୍ତି ।

Tanushree Mahapatra
Tanushree Mahapatra
7th pay commission da arrears of central government

7th pay commission da arrears of central government

ସପ୍ତମ ବେତନ ଆୟୋଗ ଅଧୀନରେ ଡିଏ କର୍ମଚାରୀମାନଙ୍କ ମୌଳିକ ବେତନର ଏକ ସ୍ଥିର ଅଂଶ । ଯାହାକୁ କେନ୍ଦ୍ର ସରକାର ମାହାଙ୍ଗା ଭତ୍ତା ମାଧ୍ୟମରେ କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ପ୍ରଦାନ କରନ୍ତି l ଦେଶରେ ମୁଦ୍ରାସ୍ଫୀତିର ପ୍ରଭାବକୁ ହ୍ରାସ କରିବା ପାଇଁ ସରକାର ନିଜ କର୍ମଚାରୀମାନଙ୍କୁ ଡିଏ ଦିଅନ୍ତି ।

ସମୟ ସମୟରେ ଏହା ବୃଦ୍ଧି ମଧ୍ୟ କରାଯାଇଥାଏ । ପେନସନଭୋଗୀମାନେ DR ଆକାରରେ ଏହି ସୁବିଧା ପାଇଥାନ୍ତି । ତେବେ ବେ ସରକାରୀ କର୍ମଚାରୀଙ୍କ ପାଇଁ ଏକ ଖୁସି ଖବର । ଦୀର୍ଘ ସମୟ ପରେ ୧୮ ମାସର ମହଙ୍ଗା ଭତ୍ତା ବକେୟାକୁ ନେଇ ଏକ ବଡ଼ ଅପଡେଟ୍ ଦେଇଛନ୍ତି କେନ୍ଦ୍ର ସରକାର । କିଛି ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, କେନ୍ଦ୍ରର ମୋଦି ସରକାର ଖୁବ ଶୀଘ୍ର ୧୮ ମାସର ଡିଏ ବକେୟା ଟଙ୍କା କର୍ମଚାରୀଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରିବାକୁ ଯାଉଛନ୍ତି ଯାହା କେନ୍ଦ୍ର କର୍ମଚାରୀ ଅନେକ ଦିନରୁ ଅପେକ୍ଷା କରିଛନ୍ତି ।

ଲୋକସଭାରେ ୧୮ ମାସର ଡିଏ ବକେୟା ସମ୍ପର୍କରେ ମଧ୍ୟ ସରକାର ସୂଚନା ଦେଇଛନ୍ତି । କେନ୍ଦ୍ର ସରକାର କହିଛନ୍ତି ଯେ କୋରୋନା ମହାମାରୀ ସମୟରେ କେନ୍ଦ୍ର କର୍ମଚାରୀଙ୍କ ଅଟକାଯାଇଥିବା ମହଙ୍ଗା ଭତ୍ତାରୁ ସରକାର ୩୪,୪୦୨.୩୨ କୋଟି ଟଙ୍କା ଲାଭ କରିଛନ୍ତି । ଆଉ ଏବେ ୪୮ ଲକ୍ଷ କର୍ମଚାରୀ ଓ ୬୮ ଲକ୍ଷରୁ ଅଧିକ ପେନସନଭୋଗୀ ଶୀଘ୍ର DA ବକେୟା ଟଙ୍କା ପାଇପାରନ୍ତି ବୋଲି ସୂଚନା ମିଳିଛି  ।

ସୂଚନା ଅନୁଯାୟୀ ବର୍ତ୍ତମାନ ପର୍ଯ୍ୟନ୍ତ କେନ୍ଦ୍ର ସରକାରଙ୍କ ପକ୍ଷରୁ ଡିଏ ବକେୟା ସମ୍ପର୍କରେ କୌଣସି ସହମତି ହୋଇ ନାହିଁ । କିନ୍ତୁ ଆଶା କରାଯାଉଛି ଯେ ସରକାର ଖୁବ ଶୀଘ୍ର ୧୮ ମାସର ଡିଏ ବକେୟା ନିଷ୍ପତ୍ତି ନେଇପାରନ୍ତି ଯାହାର ଲାଭ ଉଠାଇବେ କେନ୍ଦ୍ର କର୍ମଚାରୀ । ପୂର୍ବରୁ ସରକାର ତିନୋଟି କିସ୍ତି ମହଙ୍ଗା ଭତ୍ତା ଉପରେ ରୋକ ଲଗାଇଥିଲେ ଯାହା ପାଇଁ ଅନେକ କର୍ମଚାରୀ ହଇରାଣ ହରକତ ହୋଇଛନ୍ତି । କିନ୍ତୁ ଏହା ୨୦୨୧ ମସିହା ଜୁନ୍ ମାସରେ ପୁନଃ କାର୍ଯ୍ୟକାରୀ କରାଯାଇଥିଲା । କେନ୍ଦ୍ର ସରକାରୀ କର୍ମଚାରୀ ଙ୍କ ପାଇଁ ଏକ ଖୁସି ଖବର ଅଛି । ଦୀର୍ଘ ସମୟ ପରେ ୧୮ ମାସର ମହଙ୍ଗା ଭତ୍ତା ବକେୟା କୁ ନେଇ ଏକ ବଡ଼ ଅପଡେଟ୍ ଆସିଛି ।

ଉପରେ ସୁପ୍ରିମକୋର୍ଟ ସରକାରଙ୍କୁ ବିଚାର କରିବାକୁ କହିଛନ୍ତି ଯେ ଏହା କର୍ମଚାରୀଙ୍କ ଅଧିକାର, ଏହା ଫ୍ରିଜ୍ ହୋଇପାରେ କିନ୍ତୁ ଏହାକୁ ବନ୍ଦ କରାଯାଇପାରିବ ନାହିଁ । କେନ୍ଦ୍ର କର୍ମଚାରୀଙ୍କ ସପ୍ତମ ବେତନ ଆୟୋଗ ଅନ୍ତର୍ଗତ ବର୍ଷକୁ ଦୁଇଥର ହିଁ ମହଙ୍ଗା ଭତ୍ତା ବୃଦ୍ଧି କରାଯାଏ । ପ୍ରଥମ ଥର ଜାନୁଆରୀରେ ହିଁ ଓ ଦ୍ୱିତୀୟ ଥର ଜୁଲାଇରେ ହିଁ ମହଙ୍ଗା ଭତ୍ତା ବୃଦ୍ଧି ହୁଏ । ମହଙ୍ଗା ଭତ୍ତାରେ ବୃଦ୍ଧିର ଅପେକ୍ଷା ପ୍ରତ୍ୟେକ କେନ୍ଦ୍ର ସରକାରୀ କର୍ମଚାରୀ କରନ୍ତି । ଶ୍ରମ ମନ୍ତ୍ରଣାଳୟରୁ ମିଳିଥିବା ସୂଚନା ଅନୁଯାୟୀ, ଗ୍ରାହକ ମୂଲ୍ୟ ସୂଚକାଙ୍କ ଆଧାରରେ ଡିଏ ଗଣନା କରାଯାଏ । ସେହି ଅନୁଯାୟୀ, କର୍ମଚାରୀଙ୍କ ମହଙ୍ଗା ଭତ୍ତା ମଧ୍ୟ ବୃଦ୍ଧି କରାଯାଇଥାଏ । ସୂଚନାଯୋଗ୍ୟ, ସରକାରଙ୍କ ଦ୍ୱାରା ବର୍ଷକୁ ଦୁଇଥର ମହଙ୍ଗା ଭତ୍ତା ବୃଦ୍ଧି କରାଯାଏ । ଯାହାକି ଜାନୁଆରୀ ଓ ଜୁଲାଇରେ କାର୍ଯ୍ୟକାରୀ ହୋଇଥାଏ । ତେବେ ଏହି ଘୋଷଣା ପ୍ରତିବର୍ଷ ବିଳମ୍ବରେ ହିଁ ହୋଇଥାଏ । ଯେପରି ଜାନୁଆରୀ ପାଇଁ ମହଙ୍ଗା ଭତ୍ତା ନିଷ୍ପତ୍ତି ମାର୍ଚ୍ଚରେ ନିଆଯାଇଛି । ସେହିଭଳି ଜୁଲାଇ ପାଇଁ ନିଷ୍ପତ୍ତି ସେପ୍ଟେମ୍ବର-ଅକ୍ଟୋବରରେ ନିଆଯାଇଥାଏ । କିନ୍ତୁ ଏହା ବଢିବା ଦ୍ୱାରା ସରକାରୀ କର୍ମଚାରୀଙ୍କ ଦରମା ବୃଦ୍ଧି ହୋଇଥାଏ l

ଜୈବିକ ଚାଷ କଲେ କୃଷକଙ୍କୁ ପ୍ରତି ଏକର ପିଛା ମିଳୁଛି ୬,୫୦୦/-

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments