1. ସରକାରୀ ସ୍କିମ

ଜୈବିକ ଚାଷ କଲେ କୃଷକଙ୍କୁ ପ୍ରତି ଏକର ପିଛା ମିଳୁଛି ୬,୫୦୦/-

ପ୍ରାକୃତିକ ଉପାୟରେ ଫସଲ ଚାଷ କରିବାକୁ ଜୈବିକ ଚାଷ କୁହାଯାଏ । ଜୈବିକ ଚାଷ ଦ୍ୱାରା ପରିବେଶ ନଷ୍ଟ ହୋଇ ନଥାଏ l ଜୈବିକ ଚାଷ ପାଇଁ କିଛି ଦିଗ ଉପରେ ଧ୍ୟାନ ଦେବା ଆବଶ୍ୟକ l

Tanushree Mahapatra
Tanushree Mahapatra
Farmers get rs 6500 per acre for adopting organic farming

Farmers get rs 6500 per acre for adopting organic farming

ପ୍ରାକୃତିକ ଉପାୟରେ ଫସଲ ଚାଷ କରିବାକୁ ଜୈବିକ ଚାଷ କୁହାଯାଏ । ଜୈବିକ ଚାଷ ଦ୍ୱାରା ପରିବେଶ ନଷ୍ଟ ହୋଇ ନଥାଏ l ଜୈବିକ ଚାଷ ପାଇଁ କିଛି ଦିଗ ଉପରେ ଧ୍ୟାନ ଦେବା ଆବଶ୍ୟକ l ପ୍ରାକୃତିକ ପଦାର୍ଥ ବ୍ୟବହାର କରି ଖାଦ୍ୟ ଉତ୍ପାଦନ କରିବାକୁ ଜୈବିକ ଚାଷ କୁହାଯାଏ । ପୃଷ୍ଟିକର ଓ ପ୍ରଦୂଷଣ ମୁକ୍ତ ଖାଦ୍ୟ ଯଥେଷ୍ଟ ପରିମାଣରେ ଉତ୍ପାଦନ ହୋଇଥାଏ ।

ମାଟିରେ ଥିବା କ୍ଷୁଦ୍ରଜୀବ ଜନ୍ତୁ ମାନଙ୍କର ସଂରକ୍ଷଣ ଓ ସମୃଦ୍ଧି ଘଟାଇ ପ୍ରାକୃତିକ ପ୍ରକ୍ରିୟା ତ୍ୱରାନ୍ୱିତ କରିବା ସହ ପ୍ରକୃତିର ବିବିଧତାକୁ ବଜାୟ ରଖିବା ହେଉଛି ଜୈବିକ ଚାଷର ଉଦେଶ୍ୟ । ଜଳ, ସ୍ଥଳ ଓ ବାୟୁର ସ୍ଵଚ୍ଛତା ସନ୍ତୁଳିତ ରଖିବା ସହ ସେଥିରେ ବାସ କରୁଥିବା ଜୀବମାନଙ୍କରେ ଦାୟିତ୍ଵ ବଜାୟ ରଖିବାରେ ମଧ୍ୟ ସାହାଯ୍ୟ କରିଥାଏ       । ମୃତ୍ତିକା, ଜଳ ଓ ପରିବେଶ ସଂରକ୍ଷଣ । ଅସରନ୍ତି ଓ ଅକ୍ଷୟ ଶକ୍ତିରୁ ବିଭିନ୍ନ ଜୈବିକ ପ୍ରକ୍ରିୟା ଦ୍ଵାରା ଶୀଘ୍ର ନଷ୍ଟ ହେଉଥିବା ଅଣଖାଦ୍ୟ ପ୍ରସ୍ତୁତି ଓ ବ୍ୟବହାର କରାଯାଏ ଏହି ଚାଷରେ ।

ଯେଉଁ ଜମିରେ ରାସାୟନିକ ସାର ବା ପୋକ ମରା ଔଷଧ ଆଦୌ ପକାଯାଇନାହିଁ ସେଥିରେ ଜୈବିକ ଚାଷ ପ୍ରଣାଳୀ ସିଧାସଳଖ ପ୍ରୟୋଗ କରାଯାଇ ଜୈବିକ ଫସଲ ଅମଳ କରାଯାଇ ପାରିବ। କିନ୍ତୁ ଜମିରେ ରାସାୟନିକ ସାର ଓ ପୋକମାରା ଔଷଧ ବ୍ୟବହାର କରାଯାଇଥିଲେ ଜୈବିକ ଚାଷକୁ ପରିବର୍ତ୍ତନ କରିବା ପାଇଁ କେତେକ ନିୟମ ମାନିବାକୁ ହେବ ।  ସାଧାରଣତଃ ଚାଷ ଜମିରେ ରାସାୟନିକ ପିଡିଆ ପଡିବା ହେତୁ ମାଟିର ଉର୍ବରତା କମି କମି ଯାଉଛି । ଏହି କାରଣରୁ ସରକାର ଜୈବିକ ପିଡିଆର ବିଶେଷତା ଉପରେ ଗୁରୁତ୍ୱ ଦେଇଛନ୍ତି । କୃଷକମାନେ ଫସଲରେ ରାସାୟନିକ ପଦାର୍ଥ ପରିବର୍ତ୍ତେ ଏହି ଜୈବିକ ପଦାର୍ଥର ଉପଯୋଗ କରିବା ପାଇଁ ସରକାର ଉପଦେଶ ଦେଇଛନ୍ତି । ବିହାର ସରକାର କୃଷକମାନଙ୍କୁ ଜୈବିକ ଜମି ଅପଣେଇବା ପାଇଁ ଆର୍ଥିକ ସହାୟତା ଦେବାକୁ  ମଧ୍ୟ ଘୋଷଣା କରିଛନ୍ତି ।

ଜଙ୍ଗଲ ଉପରେ ନିର୍ଭର କରୁଥିବା ଆଦିବାସୀଙ୍କ ରୋଜଗାରର ପନ୍ଥା ପାଲଟିଛି ପରିବା ଚାଷ ଯାହା ଏବେ ଜୈବିକ ଉପାୟରେ କରି ଲାଭବାନ ହେଉଛନ୍ତି । ଗାଁର ଲୋକେ ଆଗରୁ ନିଜ ନିଜ ଜମିରେ ବର୍ଷାଦିନେ କେବଳ ଧାନଚାଷ କରୁଥିଲେ ଓ ବର୍ଷର ଅନ୍ୟ ଋତୁଗୁଡ଼ିକରେ ବଣ ଜଙ୍ଗଲରୁ ଜଙ୍ଗଲଜାତ ଦ୍ରବ୍ୟ ସହ କାଠପତ୍ର ସଂଗ୍ରହ କରି ପରିବାର ପ୍ରତିପୋଷଣ କରୁଥିଲେ । ଏମାନଙ୍କ ପାଖରେ ନା ଥିଲା ଅନ୍ୟ ଚାଷ କରିବାର ଉପାୟ, ନା ଥିଲା ଜଳସେଚନର ସୁବିଧା । କୃଷି ବିଭାଗର ସହାୟତାରେ ଚାଷୀମାନଙ୍କୁ ଉତ୍ତମ କିସମର ବିହନ ଯୋଗାଇ ଦିଆଯାଇଛି ତା ସହିତ ବିଭିନ୍ନ ଯୋଜନା ମଧ୍ୟ । ଏଥିସହ ଉନ୍ନତମାନର ତାଲିମ ପ୍ରଦାନ କରାଯିବା ପରେ ଅନେକ ଅଂଚଳରେ ଜୈବିକ ଚାଷ କରାଉଛନ୍ତି ଚାଷୀ l ଆଉ ଏବେ ଜୈବିକ ଚାଷ କଲେ ମିଳିବ ସରକାରଙ୍କ ତରଫରୁ ଟଙ୍କା l

ତେବେ ଏବେ ବିହାର କୃଷି ବିଭାଗ ମୁତାବକ ପ୍ରତି ଏକର ଜମିରେ ଜୈବିକ ଚାଷ କରିବା ପାଇଁ କୃଷକଙ୍କୁ ୬,୫୦୦ ଟଙ୍କା ମିଳିବ । କୃଷକଙ୍କୁ ଏହି ରାଶି ଜୈବିକ ପ୍ରୋତ୍ସାହନ ଯୋଜନା ସାହାଯ୍ୟରେ ଦିଆଯିବ ଯାହା ତାଙ୍କୁ ତାଙ୍କ ଚାଷ ଖେତରେ ସାହାଯ୍ୟ କରିବ । କିନ୍ତୁ ଏହି ରାଶିକୁ ପାଇବା ପାଇଁ କୃଷକଙ୍କୁ ୨.୫ ଏକର ଜମି ଥିବା ଆବଶ୍ୟକ । ତେବେ ୨.୫ ଏକର ଜମି ପାଇଁ କୃଷକଙ୍କୁ ସମୁଦାୟ ୧୬ ହଜାର ୨୫୦ ଟଙ୍କା ପ୍ରୋତ୍ସାହନ ରାଶି ମିଳିବ । ତେବେ ଯେକୌଣସି ସୂଚନା ପାଇଁ ବିହାର ସରକାର ଟୋଲ ଫ୍ରୀ ନମ୍ବର ମଧ୍ୟ ଜାରି କରିଛନ୍ତି l 

ଯଦି ଗୋଟେ ଏକର ଜମିରେ ରାସାୟନିକ ଦ୍ରବ୍ୟ ବ୍ୟବହୃତ ହେଉଛି ତେବେ ତା ଉପରେ ୩୦ ହଜାର ଟଙ୍କା ଖର୍ଚ୍ଚ ହେଉଛି । ସେହିପରି ଜୈବିକ ସାର ବ୍ୟବହୃତ ହେଲେ ମାତ୍ର ଏଥିପାଇଁ ୫୦୦୦ ଟଙ୍କା ହେବ ଖର୍ଚ୍ଚ ହେବ । ତେବେ ରାସାୟନିକ ଏବଂ ଜୈବିକ ମଧ୍ୟରେ ପାର୍ଥକ୍ୟ ୨୦ ପ୍ରତିଶତ କମ ଜୌବିକ ସାର । ଏବେ ଅନେକ ଜୈବିକ ଚାଷ କରି ଅନେକ ଚାଷୀ ଲାଭବାନ ହେଉଛନ୍ତି ଆଉ ଏଥିପାଇଁ ଅନେକ ରାଜ୍ୟରେ ସବସିଡି ମଧ୍ୟ ମିଳୁଛି l

ସରକାରଙ୍କ ବଡ ଘୋଷଣା, ୩୧ ମାର୍ଚ୍ଚ ୨୦୨୪ ଯାଏଁ ମିଳିବ ୫୦ ହଜାର ଟଙ୍କା

DA Hike: ୪ ପ୍ରତିଶତ ବଢ଼ିଲା ମହଙ୍ଗା ଭତ୍ତା

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments