1. ସରକାରୀ ସ୍କିମ

ମହଙ୍ଗା ଭତ୍ତାରେ ବୃଦ୍ଧି, ମାର୍ଚ୍ଚରେ ମିଳିବ ୯୦,୦୦୦ ଟଙ୍କା !

ସରକାରଙ୍କ ମହଙ୍ଗା ଭତ୍ତା ବୃଦ୍ଧି କୁ ସର୍ବଦା ଚାହିଁ ବସିଥାନ୍ତି ସରକାରୀ କର୍ମକଚାରୀ l ଏହି ମହଙ୍ଗା ଭତ୍ତା ପ୍ରତିବର୍ଷ ଦୁଇ ଥର ବଢାଇଥାନ୍ତି କେନ୍ଦ୍ର ସରକାର l ତେବେ ଜାନୁଆରୀ ୨୦୨୩ରୁ କେନ୍ଦ୍ର କର୍ମଚାରୀମାନେ (Central Government Employees) ମହଙ୍ଗା ଭତ୍ତା (Dearness Allowance) ବୃଦ୍ଧି ପାଇଁ ଅପେକ୍ଷା କରିଛନ୍ତି ଯାହା କୁ ନେଇ ସରକାର ଏବେ ବଡ ନିଷ୍ପତ୍ତି ନେଇଛନ୍ତି ।

Tanushree Mahapatra
Tanushree Mahapatra
7th pay commission da hike central government employees

7th pay commission da hike central government employees

ସରକାରଙ୍କ ମହଙ୍ଗା ଭତ୍ତା ବୃଦ୍ଧି କୁ ସର୍ବଦା ଚାହିଁ ବସିଥାନ୍ତି ସରକାରୀ କର୍ମକଚାରୀ l ଏହି ମହଙ୍ଗା ଭତ୍ତା ପ୍ରତିବର୍ଷ ଦୁଇ ଥର ବଢାଇଥାନ୍ତି କେନ୍ଦ୍ର ସରକାର l ତେବେ ଜାନୁଆରୀ ୨୦୨୩ରୁ କେନ୍ଦ୍ର କର୍ମଚାରୀମାନେ (Central Government Employees) ମହଙ୍ଗା ଭତ୍ତା (Dearness Allowance) ବୃଦ୍ଧି ପାଇଁ ଅପେକ୍ଷା କରିଛନ୍ତି ଯାହା କୁ ନେଇ ସରକାର ଏବେ ବଡ ନିଷ୍ପତ୍ତି ନେଇଛନ୍ତି ।   ଆମେ ଏଠାରେ ଆପଣଙ୍କୁ କହି ରଖୁଛୁ ଯେ , କେନ୍ଦ୍ର ତଥା ରାଜ୍ୟ ସରକାରୀ କର୍ମଚାରୀଙ୍କୁ ସେମାନଙ୍କର ଜୀବନଧାରଣର ମୂଲ୍ୟରେ ଉନ୍ନତି ଆଣିବା ପାଇଁ ମହଙ୍ଗା ଭତ୍ତା ଦିଅ ଯାଇଥାଏ  ।

ମୁଦ୍ରାସ୍ଫୀତି ବୃଦ୍ଧି ସତ୍ତ୍ୱେ କର୍ମଚାରୀଙ୍କ ଜୀବନଧାରଣରେ କୌଣସି ପାର୍ଥକ୍ୟ ରହିବା ଉଚିତ ନୁହେଁ ବୋଲି କେନ୍ଦ୍ରର ମତ  । ଏହି କାରଣରୁ ଏହି ଭତ୍ତା ଦିଆଯାଉଛି କେନ୍ଦ୍ରୀୟ କର୍ମଚାରୀଙ୍କୁ । କେନ୍ଦ୍ର କର୍ମଚାରୀ ଙ୍କ ସପ୍ତମ ବେତନ ଆୟୋଗ ଅନ୍ତର୍ଗତ ବର୍ଷକୁ ଦୁଇଥର ହିଁ ମହଙ୍ଗା ଭତ୍ତା ବୃଦ୍ଧି କରାଯାଏ ।

କେନ୍ଦ୍ର ସରକାର ନିକଟରେ ଗୋଟେ ପରେ ଗୋଟେ ସୁବିଧା କରି ଚାଲିଛନ୍ତି ଦେଶ ବାସୀଙ୍କ ପାଇଁ l ଯାହା କି ଦେଶ ବାସୀଙ୍କୁ ସାହାଯ୍ୟ ଦେଇ ପାରୁଛି l ଆଉ ଏବେ ପୁଣି କେନ୍ଦ୍ର ସରକାର କର୍ମଚାରୀଙ୍କୁ ଖୁବଶୀଘ୍ର ଏକ ବଡ଼ ଉପହାର ଦେବାକୁ ଯାଉଛନ୍ତି । ଯାହା କୁ ନେଇ କର୍ମଚାରୀ ମହଲ ରେ ଖୁସି ର ମାହୋଲ ଦେଖିବାକୁ ମିଳିଛି l ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବାବଦରେ ଏକ ବଡ଼ ନିଷ୍ପତ୍ତି ହୋଇପାରେ ଆଗକୁ ।

ତେବେ ଏବେ ସମସ୍ତ କେନ୍ଦ୍ର ସରକାରୀ କର୍ମଚାରୀମାନଙ୍କ  ପାଇଁ ଏକ ଖୁସି ଖବର ରହିଛି ଯାହା । ଯଦି ଆପଣ ବର୍ଦ୍ଧିତ ଦରମା ପାଇଁ ଅପେକ୍ଷା କରୁଛନ୍ତି ତେବେ ଖବରଟି ଆପଣଙ୍କୁ ଖୁସି କରିଦେବ  । ତେବେ ଆପଣଙ୍କ ଆକାଉଣ୍ଟରେ ଏକ ମୋଟା ଅଙ୍କର ଅର୍ଥ ଆସିବାକୁ ଯାଉଛି କାରଣ ସରକାର ମହଙ୍ଗା ଭତ୍ତା ବଢାଇବା ପାଇଁ ନିଷ୍ପକୁଟ୍ଟୀ ନେଉଛନ୍ତି  । ଲକ୍ଷ ଲକ୍ଷ କର୍ମଚାରୀ ଓ ପେନସନଭୋଗୀଙ୍କୁ କେନ୍ଦ୍ର ସରକାର ଏକ ବଡ଼ ଖବର ଦେଇଛନ୍ତି ଯାହା ତାଙ୍କ ଭତ୍ତାକୁ ଦ୍ବିଗୁଣିତ କରିବ । ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧି କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି । ଏହା ପରେ କେନ୍ଦ୍ର କର୍ମଚାରୀଙ୍କ ମହଙ୍ଗା ଭତ୍ତା ୩୮ ପ୍ରତିଶତରୁ ବୃଦ୍ଧି ଘଟି ୪୨ ପ୍ରତିଶତକୁ ବଢ଼ିଯିବ । ବର୍ତ୍ତମାନ ସୁଦ୍ଧା ଏହା ଆଧିକାରୀକ ଭାବେ ଘୋଷଣା ହୋଇନଥିଲେ ହେଁ ଏହା ଶୁଣିବାକୁ ମିଳୁଛି ଯେ ଆଗକୁ ସରକାର ଏହି ବଡ ନିଷ୍ପତ୍ତି ନେବେ ।

ତେବେ ସପ୍ତମ ବେତନ ଆୟୋଗ (7th Pay Commission) ତରଫରୁ ମିଳିଥିବା ସୂଚନା ଅନୁଯାୟୀ, କର୍ମଚାରୀଙ୍କ ଡିଏ ବୃଦ୍ଧି (DA Hike) ପରେ ଯଦି ଜଣେ କର୍ମଚାରୀଙ୍କ ଦରମା ୩୦,୦୦୦ ଟଙ୍କା ହୁଏ, ତା’ହେଲେ ତାଙ୍କର ମୋଟ ଦରମା ପ୍ରାୟ ୧,୦୮,୦୦୦ ଟଙ୍କା ବୃଦ୍ଧି ହୋଇଯିବ । ଅନ୍ୟପକ୍ଷରେ, ଯଦି ଆମେ ସଚିବ ସ୍ତର କର୍ମଚାରୀଙ୍କ ବିଷୟରେ ଆଲୋଚନା କରିବା, ତେବେ କର୍ମଚାରୀଙ୍କ ବାର୍ଷିକ ଦରମାରେ ୯୦,୦୦୦ ଟଙ୍କା କିମ୍ବା ତା’ଠାରୁ ଅଧିକ ମଧ୍ୟ ବୃଦ୍ଧି ହୋଇପାରେ । ତେବେ କେନ୍ଦ୍ରର ଏହି ନିଷ୍ପତ୍ତିକୁ ଅନେକ କର୍ମଚାରୀ ଅପେକ୍ଷା କରିଛନ୍ତି l

ତେବେ ଆଉ ଏକ ଖବର ଶୁଣିବାକୁ ମିଳୁଛି ମହଙ୍ଗା ଭତ୍ତା ସହିତ ମହଙ୍ଗା ରିଲିଫରେ ବୃଦ୍ଧି ଯୋଗୁଁ  କେନ୍ଦ୍ର ପେନସନଭୋଗୀଙ୍କ ପେନସନ ବୃଦ୍ଧି ହେବାକୁ ଯାଉଛି । ଯଦି ପେନସନଭୋଗୀଙ୍କ DR ୪୨ ପ୍ରତିଶତ ହୋଇଥାଏ, ତେବେ ଏହି ଲୋକମାନେ ପ୍ରତି ମାସରେ ୧୪,୮୬୮ ଟଙ୍କା ପାଇବେ ବୋଲି ଆଶା କରାଯାଉଛି  । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ବର୍ଦ୍ଧିତ ମହଙ୍ଗା ଭତ୍ତା ମାର୍ଚ୍ଚ ବେତନରେ ପ୍ରଦାନ କରାଯାଇପାରେ  । ଏହା ସହିତ କର୍ମଚାରୀମାନେ ଜାନୁଆରୀ ଓ ଫେବୃଆରୀ ମାସ ପାଇଁ ବକେୟା ହିସାବରେ ଦରମା ମଧ୍ୟ ପାଇବେ । ଯଦି ଆପଣଙ୍କର ବେସିକ୍ ଦରମା ୧୮,୦୦୦ ଟଙ୍କା ଅଛି । ତେବେ ସେହି ଅନୁସାରେ ଆପଣଙ୍କ DA ପ୍ରତି ମାସରେ ୭୨୦ ଟଙ୍କା ବୃଦ୍ଧି ପାଇବ । ଅନ୍ୟ ପଟେ, ଯେତେବେଳେ ଆପଣ ୨ ମାସର ଟଙ୍କା ବକେୟା ଭାବରେ ପାଇବେ, ତେବେ ଆପଣଙ୍କ ଆକାଉଣ୍ଟରେ ୧୪୪୦ ଟଙ୍କା ଅଧିକ ଆସିବ । ଯାହା ଆପଣଙ୍କୁ ସାହାଯ୍ୟ କରିବ l ତେବେ ଅପେକ୍ଷା ସରକାରଙ୍କ ନିଷ୍ପତ୍ତି କେତେଦୂର କାର୍ଯ୍ୟ କରୁଛି l

ପୁଣି ତେଜିଲା କୃଷକ ଆନ୍ଦୋଳନ, ରାଜରାସ୍ତାରେ ଲକ୍ଷ ଲକ୍ଷ ଚାଷୀ...

ଜରୁରୀ ପୋଷକ ତତ୍ତ୍ୱରେ ଭରପୂର ମିଲେଟ

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments