1. କୃଷି ଖବର

ପୁଣି ତେଜିଲା କୃଷକ ଆନ୍ଦୋଳନ, ରାଜରାସ୍ତାରେ ଲକ୍ଷ ଲକ୍ଷ ଚାଷୀ...

ଆଜି ପୁଣି ଥରେ ରାଜ ରାସ୍ତାକୁ ଓହ୍ଲାଇଛନ୍ତି ଚାଷୀ ।ନୂଆଦିଲ୍ଲୀର(New Delhi) ରାମଲିଲା ମଇଦାନରେ ୟୁନାଇଟେଡ୍ କିସାନ୍ ମୋର୍ଚ୍ଚାର କିସାନ୍ ରାଲି ବା କୃଷକ ମହାପଞ୍ଚାୟତ ଆରମ୍ଭ ହୋଇଯାଇଛି। ଏହି ମହା ପଞ୍ଚାୟତରେ ଦେଶର ବିଭିନ୍ନ ସ୍ଥାନରୁ ୨୦ ରୁ ୨୫ ହଜାର କୃଷକ ଏକାଠି ହୋଇଛନ୍ତି । ତେବ ଏମ୍‌ଏସ୍‌ପି (ସର୍ବନିମ୍ନ ସହାୟକ ମୂଲ୍ୟ) ଦାବିରେ କୃଷକମାନେ କିଷାନ ମହାପଞ୍ଚାୟତରେ ଯୋଗ ଦେଇଛନ୍ତି ।

Priyambada Rana
Priyambada Rana
Farmer Protest in Delhi

Farmer Protest in Delhi

 ଆଜି ପୁଣି ଥରେ ରାଜ ରାସ୍ତାକୁ ଓହ୍ଲାଇଛନ୍ତି ଚାଷୀ ।ନୂଆଦିଲ୍ଲୀର(New Delhi) ରାମଲିଲା ମଇଦାନରେ ୟୁନାଇଟେଡ୍ କିସାନ୍ ମୋର୍ଚ୍ଚାର କିସାନ୍ ରାଲି ବା କୃଷକ ମହାପଞ୍ଚାୟତ ଆରମ୍ଭ ହୋଇଯାଇଛି। ଏହି ମହା ପଞ୍ଚାୟତରେ ଦେଶର ବିଭିନ୍ନ ସ୍ଥାନରୁ ୨୦ ରୁ ୨୫ ହଜାର କୃଷକ ଏକାଠି ହୋଇଛନ୍ତି । ତେବ ଏମ୍‌ଏସ୍‌ପି (ସର୍ବନିମ୍ନ ସହାୟକ ମୂଲ୍ୟ) ଦାବିରେ କୃଷକମାନେ କିଷାନ ମହାପଞ୍ଚାୟତରେ ଯୋଗ ଦେଇଛନ୍ତି ।

କୃଷକଙ୍କ ଏହି ସମାବେଶକୁ ଦୃଷ୍ଟିରେ ରଖି ଦିଲ୍ଲୀ ପୋଲିସ ଟ୍ରାଫିକ ବ୍ୟବସ୍ଥାକୁ କଡ଼ାକଡ଼ି କରିଥିବା ଦେଖିବାକୁ ମିଳିଛି ।ସାଧାରଣ ଜନତାଙ୍କ ଯାତାୟତାକୁ ଦୃଷ୍ଟିରେ ରଖି ଟ୍ରାଫିକ୍ ପାଇଁ କେତେକ ମାର୍ଗରେ ଡାଇଭର୍ସନ କାର୍ଯ୍ୟକାରୀ କରାଯାଇଛି । ଦିଲ୍ଲୀ ଟ୍ରାଫିକ ପୋଲିସର ସୂଚନାନୁସାରେ ମହାରାଜା ରଣଜିତ୍ ସିଂ ମାର୍ଗ, ମିରାର୍ଡ ଛକ, ଦିଲ୍ଲୀ ଗେଟ୍, ଜେଏଲ୍ଏନ୍ ମାର୍ଗ, ମିନଟୋ ରୋଡ୍, କମଲା ମାର୍କେଟରୁ ହମଦର୍ଦ ଛକ, ଅଜମେରୀ ଛକ, ଭବହୁତି ମାର୍ଗ, ଚମାନଲାଲ ମାର୍କ ଏବଂ ପାହାଡ଼ଗଞ୍ଜ ଛକ ଉପରେ ଡାଇଭର୍ସନ ଲାଗୁ ହୋଇଛି।

ଏହି ରାଲି ସମ୍ପର୍କିତ ଟ୍ରାଭେଲ ଆଡଭାଇଜରୀରେ କୁହାଯାଇଛି ଯେ ସାଧାରଣ ଜନତାଙ୍କୁ ଏହି ମାର୍ଗରେ ନ ଯିବାକୁ ପରାମର୍ଶ ଦିଆଯାଇଛି। ଯେଉଁ ଯାତ୍ରୀମାନେ ନୂଆଦିଲ୍ଲୀ ରେଳ ଷ୍ଟେସନ, ପୁରୁଣା ଦିଲ୍ଲୀ ରେଳ ଷ୍ଟେସନ, ନିଜାମୁଦ୍ଦିନ ରେଳ ଷ୍ଟେସନ ଏବଂ ଆଇଏସବିଟି ଯିବାକୁ ଚାହୁଁଛନ୍ତି, ସେମାନେ ପର୍ଯ୍ୟାପ୍ତ ସମୟ ପୂର୍ବରୁ ବାହାରିବା ଉଚିତ କାରଣ ଏହି ମାର୍ଗଗୁଡିକ ମାଧ୍ୟମରେ ସେମାନଙ୍କ ଗନ୍ତବ୍ୟ ସ୍ଥଳରେ ପହଞ୍ଚିବାରେ ବିଳମ୍ବ ହୋଇପାରେ ।ରାସ୍ତାରେ ଯାତାୟାତ ନହେବା ପାଇଁ ଲୋକମାନେ ସାଧାରଣ ପରିବହନ ବ୍ୟବହାର କରିପାରିବେ । ଏଥିସହ ଯାତ୍ରୀମାନଙ୍କୁ ନିର୍ଦ୍ଦିଷ୍ଟ ପାର୍କିଂ ସ୍ଥାନରେ ସେମାନଙ୍କ ଗାଡି ପାର୍କିଂ କରିବାକୁ ପରାମର୍ଶ ଦିଆଯାଇଛି।

'କିଷାନ ମହାପଞ୍ଚାୟତ' ପାଇଁ ପ୍ରାୟ ଦୁଇ ହଜାର ସୁରକ୍ଷାକର୍ମୀ ନିୟୋଜିତ ହୋଇଛନ୍ତି। କାର୍ଯ୍ୟକ୍ରମର ସୁରୁଖୁରୁରେ ପରିଚାଳନା ପାଇଁ ବିସ୍ତୃତ ସୁରକ୍ଷା ପ୍ରସ୍ତୁତି ଚାଲିଥିବା ପୋଲିସ କହିଛି। ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି, “କୃଷକ ମହାପଞ୍ଜାୟତ” ପାଇଁ ଆମେ ବିସ୍ତୃତ ସୁରକ୍ଷା ବ୍ୟବସ୍ଥା କରିଛୁ। ଆମେ ଲୋକଙ୍କ ସୁରକ୍ଷା ଏବଂ ନିରାପତ୍ତାକୁ ନିଶ୍ଚିତ କରିବୁ। ଘଟଣାର ଶାନ୍ତିପୂର୍ଣ୍ଣ ଆଚରଣ ଏବଂ ଆଇନ ଶୃଙ୍ଖଳା ସୁନିଶ୍ଚିତ କରିବା ପାଇଁ ଆବଶ୍ୟକ ପଡ଼ିଲେ ଆମେ ୨ହଜାରରୁ ଅଧିକ କର୍ମଚାରୀ ନିୟୋଜିତ କରାଯିବ ବୋଲି ସେ କହିଛନ୍ତି।

ତେବେ ବିଭିନ୍ନ କୃଷକ ସଂଗଠନର ମିଳିତ ଫୋରମ୍ (ଏସକେଏମ୍)କହିଛି ଯେ କୃଷିଜାତ ଦ୍ରବ୍ୟର ସର୍ବନିମ୍ନ ସହାୟତା ମୂଲ୍ୟ (MSP)ର ଆଇନଗତ ଗ୍ୟାରେଣ୍ଟି ପାଇଁ “କୃଷକ ମହାପଞ୍ଚାୟତ” ଆହ୍ୱାନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ବିଭିନ୍ନ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳରୁ ଲକ୍ଷ ଲକ୍ଷ କୃଷକ ଦିଲ୍ଲୀ ଆସୁଛନ୍ତି ବୋଲି ସୂଚନା ମିଳିଛି ।

ମସଲା ଚାଷ କରି ଏବେ ମାଲାମାଲ ଚାଷୀ, ଜାଣନ୍ତୁ କେଉଁ ଉପାୟରେ କରିବେ ଚାଷ.....

Like this article?

Hey! I am Priyambada Rana. Did you liked this article and have suggestions to improve this article? Mail me your suggestions and feedback.

Share your comments