
A special plan for doubled income of the farmers , image source - @Horticultureod1
କେନ୍ଦ୍ର ସହିତ ରାଜ୍ୟ ସରକାର ମଧ୍ୟ ଚାଷୀଙ୍କ ପାଇଁ ଅନେକ ଯୋଜନା କାର୍ଯ୍ୟକାରୀ କରୁଛନ୍ତି l ଚାଷୀଙ୍କୁ କେଉଁଠି ବିହନ ତ ଆଉ କେଉଁଠି ଟଙ୍କା ଅନୁଦାନ ଭାବେ ପ୍ରଦାନ କରାଯାଉଛି l ଆଉ ଏବେ ଆଗାମୀ ୩ ବର୍ଷ ମଧ୍ୟରେ ରାଜ୍ୟର ଏକ ଲକ୍ଷ ଚାଷୀଙ୍କ ଆୟକୁ ଦ୍ୱିଗୁଣିତ କରିବାକୁ ଲକ୍ଷ ରଖିଛନ୍ତି ରାଜ୍ୟ ସରକାର l
ରାଜ୍ୟ ସରକାରଙ୍କ ତରଫରୁ ଆର୍ଥିକ ସହାୟତା ଯୋଗାଇଦେବାକୁ ନୀତିଗତ ନିଷ୍ପତ୍ତି ନିଆଯାଇଛି । ଏନେଇ ରାଜ୍ୟର ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖି ଏଥିପାଇଁ ଚୟନ ହୋଇଥିବା ହିତାଧିକାରୀଙ୍କ ତାଲିକା ପଠାଇବାକୁ ନିର୍ଦ୍ଦେଶ ଦେଇଥିଲେ । ସେହିଭଳି ଆସନ୍ତା ମେ ୨୫ ତାରିଖ ସୁଦ୍ଧା ଚାଷୀ ଓ ନିର୍ଦ୍ଦିଷ୍ଟ ଚାଷ ସମ୍ପର୍କିତ ବିବରଣୀର ସଠିକ ଯାଞ୍ଚ ଶେଷ କରିବାକୁ ସରକାର ଯୋଜନା ରଖିଛନ୍ତି ।
ସରକାର ପୁରୁଷଙ୍କ ସହିତ ମହିଳା ଚାଷୀଙ୍କୁ ମଧ୍ୟ ଗୁରୁତ୍ୱ ଦେଉଛନ୍ତି ଚାଷ କ୍ଷେତ୍ରରେ l ସୂଚନା ଯୋଗ୍ୟ ଯେ ୫-ଟି ଉପକ୍ରମରେ ରାଜ୍ୟର ଚାଷୀଙ୍କ ଆୟ ଦ୍ୱିଗୁଣିତ କରିବା ଲକ୍ଷ୍ୟରେ ସରକାର ସବୁ ଜିଲ୍ଲାକୁ ଏକ ପ୍ରକାର ନିର୍ଦ୍ଧାରିତ ଲକ୍ଷ୍ୟ ପ୍ରଦାନ କରିଥିଲେ କିଛି ଦିନ ପୂର୍ବରୁ । ତେବେ ଇଣ୍ଟଗ୍ରେଟେଡ୍ ଫାର୍ମିଂ ବ୍ୟବସ୍ଥା ଓ ବିବିଧ କୃଷିକୁ ପ୍ରୋତ୍ସାହିତ କରିବା ପାଇଁ ରାଜ୍ୟ ସରକାର ସଂପୃକ୍ତ ଚାଷୀଙ୍କୁ ଆର୍ଥିକ ସହାୟତା ଯୋଗାଇଦେବେ ଏଥିରେ । ତେବେ ଏହି ତାଲିକାରେ ୩୩ ପ୍ରତିଶତ ମହିଳା ଚାଷୀ ରହିବା ବାଧ୍ୟତାମୂଳକ କରିଛନ୍ତି ରାଜ୍ୟ ସରକାର । ଚାଷୀଙ୍କ କାର୍ଯ୍ୟଦକ୍ଷତାକୁ ପରଖିବା ପରେ ସେମାନେ କେଉଁ ଚାଷକୁ ସଠିକ ଧରଣରେ କରି ହେଵ ସେନେଇ ସେମାନଙ୍କୁ ସୂଚାଇ ଦିଆଯିବ । ଯାହା ତାଙ୍କୁ ସରକାରଙ୍କ ଏହି ଯୋଜନାରେ ଲାଭ ଉଠାଇବାକୁ ସହଜ କରିବ l
ଏହାପରେ ରାଜ୍ୟରେ ବିଭିନ୍ନ ସରକାରୀ ଯୋଜନା ଯେପରି, ସ୍ପେଶାଲ ପ୍ରୋଗାମ୍ ଫର୍ ଇଣ୍ଟିଗ୍ରେଟେଡ୍ ଫାର୍ମିଂ, ଭାରତୀୟ ପ୍ରାକୃତିକ କୃଷି ପଦ୍ଧତି, ଓଡ଼ିଶା ମିଲେଟ ମିଶନ, ରେନଫେଡ୍ ଏରିଆ ଡେଭଲପମେଣ୍ଟ, ନ୍ୟାସନାଲ ମିଶନ ଅନ୍ ଇଡେବୁଲ ଅଏଲ୍, ରିଜୁଭେନେଟିଂ ୱାଟରସେଡ୍ ଫର୍ ଏଗ୍ରିକଲଚର ରେଜିଲେନ୍ସ ଥ୍ରୁ ଇନୋଭେଟିଭ୍ ଡେଭଲପମେଣ୍ଟ୍, ରୁରାଲ ବାକୟାର୍ଡ ପଲ୍ୟୁଟ୍ରି ଓ ମତ୍ସ୍ୟ ପୋଖରୀ ଯୋଜନା ଭଳି ୫୦ରୁ ଊଦ୍ଧ୍ୱର୍ ଯୋଜନାରେ ସରକାରୀ ସହାୟତା ପ୍ରଦାନ କରାଯିବ । ଏବେ ଚାଷୀଙ୍କୁ ଚାଷ କ୍ଷେତ୍ରରେ ଆଉ ପାଦେ ଆଗକୁ ଯିବାରେ ସାହାଯ୍ୟ କରିବ ରାଜ୍ୟ ସରକାର l
ଏବେ ଏହି ଯୋଜନାରେ ଚାଷୀମାନେ ଅଧିକ ଆୟ କରିବାକୁ ସକ୍ଷମ ହୋଇ ପାରିବେ । ଅନ୍ୟପଟେ ସେହିଭଳି ସରକାର ଚାଷ କାର୍ଯ୍ୟକୁ ଦେଖି ରାଜ୍ୟକୁ ବିଭିନ୍ନ କୃଷି ଜଳବାୟୁ ଜୋନ୍ରେ ବିଭକ୍ତ କରିଛନ୍ତି ଯାହା ଚାଷୀଙ୍କୁ ଚାଷ କରିବ ପୂର୍ବରୁ ଚାଷ ଅନୁକୂଳ ପାଗ ବିଷୟରେ ଅବଗତ କରାଇବ । ସେହିପରି ଏହି ଜଳବାୟୁର ତଥ୍ୟ କେଉଁ ଜିଲ୍ଲାରେ କେଉଁ ଚାଷକୁ ପ୍ରୋତ୍ସାହିତ କରାଯିବା ଉଚିତ ସେନେଇ ତାଲିକା ମଧ୍ୟ ପ୍ରସ୍ତୁତ ହୋଇଛି । ସେଥିପାଇଁ ୧୦ଟି ଆଗ୍ରୋ କ୍ଲାଇମେଟ୍ ଜୋନ୍ ମଧ୍ୟ ଗଠନ ହୋଇଛି । ରାଜ୍ୟର କୃଷି କ୍ଷେତ୍ରରେ ଏଭଳି ପ୍ରଯୁକ୍ତିବିଦ୍ୟାର ପ୍ରୟୋଗ ଚାଷୀଙ୍କ ଆୟକୁ ଦ୍ୱିଗୁଣିତ କରିବା ସହ ଉତ୍ପାଦନକୁ ମଧ୍ୟ ବହୁଗୁଣିତ କରିବ ବୋଲି ଆଶା କରାଯାଉଛି ।
Share your comments