1. ସରକାରୀ ସ୍କିମ

ଚାଷରେ କ୍ଷତି ହେଲେ କୃଷକଙ୍କ ସହ ଶ୍ରମିକଙ୍କୁ ମିଳିବ କ୍ଷତିପୂରଣ !

କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାର ଚାଷୀଙ୍କ ଅପଚୟ ପାଇଁ କ୍ଷତିପୂରଣ ପ୍ରଦାନ କରୁଛନ୍ତି। କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ କେବଳ କୃଷକମାନେ କ୍ଷତିପୂରଣ ରାଶି ପାଇଛନ୍ତି। ବର୍ତ୍ତମାନ ପଞ୍ଜାବ ସରକାର ଏହି ଦିଗରେ ଏକ ବଡ ପଦକ୍ଷେପ ନେଇଛନ୍ତି। ଏହି ପଦକ୍ଷେପ ସହିତ କୃଷି କ୍ଷେତ୍ରରେ କାର୍ଯ୍ୟ କରୁଥିବା ଶ୍ରମିକମାନେ ମଧ୍ୟ ଅନେକ ଲାଭ ପାଇପାରିବେ ।

Priyambada Rana
Priyambada Rana
compensation to farmer

compensation to farmer

ବର୍ଷା, ବନ୍ୟା, ମରୁଡ଼ି ପରି ବିପର୍ଯ୍ୟୟ ପ୍ରତିବର୍ଷ ଚାଷୀଙ୍କୁ କ୍ଷତି ପହଞ୍ଚାଉଛି । ମାର୍ଚ୍ଚ ଓ ଏପ୍ରିଲରେ ଅଯଥା ବର୍ଷା ହେତୁ ଚାଷୀମାନଙ୍କୁ ଲକ୍ଷ ଲକ୍ଷ ଟଙ୍କାର କ୍ଷତି ସହିବାକୁ ପଡ଼ୁଛି ।ଏ ନେଇ କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାର ଚାଷୀଙ୍କ ଅପଚୟ ପାଇଁ କ୍ଷତିପୂରଣ ପ୍ରଦାନ କରୁଛନ୍ତି। କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ କେବଳ କୃଷକମାନେ କ୍ଷତିପୂରଣ ରାଶି ପାଇଛନ୍ତି। ବର୍ତ୍ତମାନ ପଞ୍ଜାବ ସରକାର ଏହି ଦିଗରେ ଏକ ବଡ ପଦକ୍ଷେପ ନେଇଛନ୍ତି। ଏହି ପଦକ୍ଷେପ ସହିତ କୃଷି କ୍ଷେତ୍ରରେ କାର୍ଯ୍ୟ କରୁଥିବା ଶ୍ରମିକମାନେ ମଧ୍ୟ ଅନେକ ଲାଭ ପାଇପାରିବେ ।

୧୦% କ୍ଷତିପୂରଣ ପାଇବେ ଶ୍ରମିକ-

ଶ୍ରମିକମାନେ ଫସଲ ବୁଣିବା ଏବଂ ଅମଳ କରିବାରେ କୃଷକଙ୍କ ସହ ଜଡ଼ିତ ।ଚାଷ କାର୍ଯ୍ୟରେ ନିୟୋଜିତ ହୋଇ କୃଷକ ଓ ଶ୍ରମିକମାନେ ଭଲ ଦୁଇ ପଇସା ରୋଜଗାର କରିଥାନ୍ତି ।ମାତ୍ର ବର୍ଷା କିମ୍ବା ଖରାପ ପାଗ ହେତୁ ଯେବେ ଫସଲ ନଷ୍ଟ ହୋଇଯାଏ ସେବେ କୃଷକମାନଙ୍କୁ ଅନେକ କ୍ଷତି ସହିବାକୁ ପଡ଼ିଥାଏ । ଜୀବିକା ନିର୍ବାହ କରିବା ସେମାନଙ୍କ ପାଇଁ କାଠିକର ପାଠ ହୋଇଯାଏ । ବର୍ତ୍ତମାନ ପଞ୍ଜାବ ସରକାର ଏ ସମ୍ପର୍କରେ ଏକ ବଡ ପଦକ୍ଷେପ ନେଇଛନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ବର୍ତ୍ତମାନ କୃଷକମାନେ ଫସଲ ବିଫଳତା ଏବଂ ନିଯୁକ୍ତ ଶ୍ରମିକଙ୍କ ପାଇଁ ମୋଟ କ୍ଷତିପୂରଣର ୧୦% ଦେବା ପାଇଁ ବ୍ୟବସ୍ଥା କରିଛନ୍ତି । ଯଦ୍ୱାରା କୃଷକମାନେ କୃଷି କାର୍ଯ୍ୟରୁ ବିମୂଖ ହେବେ ନାହିଁ ।

କ୍ୟାବିନେଟ ବୈଠକରେ ନିଆଯାଇଛି ନିଷ୍ପତ୍ତି-

ଶ୍ରମିକମାନଙ୍କୁ ସହାୟତା ଯୋଗାଇବା ପାଇଁ ପଞ୍ଜାବ ସରକାର ଏକ କ୍ୟାବିନେଟ ବୈଠକ ଜରିଆରେ କୃଷକମାନଙ୍କୁ କ୍ଷତିପୂରଣ ଦିଆଯିବା ନେଇ ନିଷ୍ପତ୍ତି ନିଆଯାଇଛି ।

ଶ୍ରମିକମାନେ ଏପରି ପାଇବେ କ୍ଷତିପୂରଣ-

ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ କହିଛନ୍ତି ଯେ କୃଷି ଶ୍ରମିକମାନଙ୍କୁ କୌଣସି ପରିସ୍ଥିତିରେ ଭୋକିଲା ଶୋଇବାକୁ ଦିଆଯିବ ନାହିଁ। ବର୍ତ୍ତମାନ କେବଳ ସେମାନଙ୍କ ପାଇଁ ବ୍ୟବସ୍ଥା କରାଯାଇଛି। ବର୍ତ୍ତମାନ ଫସଲ କ୍ଷତିପୂରଣର ମାତ୍ର ୧୦ ପ୍ରତିଶତ ଶ୍ରମିକମାନଙ୍କୁ ଦିଆଯିବ ।ଉଦାହରଣ ସ୍ୱରୂପ, ଯଦି ଜଣେ କୃଷକ କ୍ଷତି ବଦଳରେ ୧୦,୦୦୦ ଟଙ୍କା ପାଆନ୍ତି, ତେବେ ଶ୍ରମିକଙ୍କୁ ୧ହଜାର ଟଙ୍କା ଦିଆଯିବ । ଏମାନେ କୃଷକଙ୍କ କ୍ଷେତରେ କାମ କରୁଥିବା ଶ୍ରମିକ ହୋଇଥିବା ଉଚିତ୍ । ଏଭଳି ଶ୍ରମିକମାନଙ୍କର ପଞ୍ଜିକରଣ ଶୀଘ୍ର ଆରମ୍ଭ ହେବ ।

ମାଛ ଚାଷ ପାଇଁ ସରକାର ଦେବେ ୭୦ ପ୍ରତିଶତ ସବସିଡି..

Like this article?

Hey! I am Priyambada Rana. Did you liked this article and have suggestions to improve this article? Mail me your suggestions and feedback.

Share your comments