1. ସରକାରୀ ସ୍କିମ

Pm kisanର ଲାଭ ଉଠାଇ ନାହାଁନ୍ତି କି ? ତେବେ ଏହା ଗୁରୁତ୍ୱପୂର୍ଣ୍ଣ...

ଦେଶର ୧୧ କୋଟିରୁ ଅଧିକ ଚାଷୀ ପ୍ରଧାନମନ୍ତ୍ରୀ କିଷାନ ଯୋଜନା ସହିତ ଜଡିତ। ଏହି ଯୋଜନା ଅଧୀନରେ, ପ୍ରତିବର୍ଷ ଚାଷୀମାନଙ୍କୁ ୬,000 ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦିଆଯାଏ । ଏହା ଏକ କେନ୍ଦ୍ରୀୟ ଯୋଜନା ଯାହା ଅଧୀନରେ ଚାଷୀମାନଙ୍କୁ ପ୍ରତି ଚାରି ମାସରେ ୨୦୦୦ ଟଙ୍କାର କିସ୍ତି ପ୍ରଦାନ କରାଯାଏ।

Tanushree Mahapatra
Tanushree Mahapatra
Advantage of pm kisan yojana, image source - pexels

Advantage of pm kisan yojana, image source - pexels

ଆପଣ କ’ଣ ଜଣେ ଚାଷୀ ? କୌଣସି କାରଣରୁ ଆପଣ ପ୍ରଧାନମନ୍ତ୍ରୀ କିଷାନ ଯୋଜନାର ଲାଭ ଉଠାଇ ନାହାଁନ୍ତି କି ? ତେବେ ଏହି ଗୁରୁତ୍ୱପୂର୍ଣ୍ଣ ଖବର ଏପରି ଚାଷୀଙ୍କ ପାଇଁ କାରଣ, ଏହି ଯୋଜନା ପାଇଁ ନୂତନ ଯୋଗ୍ୟ ଚାଷୀମାନଙ୍କୁ ଲାଭ ପ୍ରଦାନ କରିବାକୁ  ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି।

ଦେଶର ୧୧ କୋଟିରୁ ଅଧିକ ଚାଷୀ ପ୍ରଧାନମନ୍ତ୍ରୀ କିଷାନ ଯୋଜନା ସହିତ ଜଡିତ। ଏହି ଯୋଜନା ଅଧୀନରେ, ପ୍ରତିବର୍ଷ ଚାଷୀମାନଙ୍କୁ ୬,000 ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦିଆଯାଏ । ଏହା ଏକ କେନ୍ଦ୍ରୀୟ ଯୋଜନା ଯାହା ଅଧୀନରେ ଚାଷୀମାନଙ୍କୁ ପ୍ରତି ଚାରି ମାସରେ ୨୦୦୦ ଟଙ୍କାର କିସ୍ତି ପ୍ରଦାନ କରାଯାଏ। ଏହି ଯୋଜନା ଅଧୀନରେ, ଡିବିଟି ମାଧ୍ୟମରେ ହିତାଧିକାରୀ ଚାଷୀମାନଙ୍କୁ ବର୍ଷକୁ ତିନିଥର ସମାନ ପରିମାଣର କିସ୍ତି ସିଧାସଳଖ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟରେ ପ୍ରଦାନ କରାଯାଏ। ଏହି ଯୋଜନା ଫେବୃଆରୀ ୨୦୧୯ ରେ ଆରମ୍ଭ ହୋଇଥିଲା ଏବଂ ସେବେଠାରୁ କୋଟି କୋଟି ଚାଷୀ ଏହା ଦ୍ୱାରା ଉପକୃତ ହୋଇଛନ୍ତି।

ଏବେ ପୁଣି ଥରେ ସରକାର ନୂତନ ଯୋଗ୍ୟ ଚାଷୀମାନଙ୍କୁ ଏହି ଯୋଜନା ସହିତ ଯୋଡ଼ିବା ପାଇଁ ୧୫ ଏପ୍ରିଲ ୨୦୨୫ ଠାରୁ ଏକ ନୂତନ ପଞ୍ଜିକରଣ ଅଭିଯାନ ଆରମ୍ଭ କରିଛନ୍ତି। କୃଷି ମନ୍ତ୍ରୀ ଶିବରାଜ ସିଂହ ଚୌହାନ ସମ୍ପ୍ରତି ଲୋକସଭାରେ କହିଥିଲେ ଯେ ସରକାରଙ୍କ ଲକ୍ଷ୍ୟ ହେଉଛି ଯେ କୌଣସି ଯୋଗ୍ୟ ଚାଷୀ ଏହି ଯୋଜନାର ଲାଭରୁ ବଞ୍ଚିତ ନ ହୁଅନ୍ତି। ଏଥିପାଇଁ, ତିନୋଟି ସ୍ୱତନ୍ତ୍ର ଅଭିଯାନ ପୂର୍ବରୁ ଚାଲିସାରିଛି, ଯେଉଁଥିରେ ଲକ୍ଷ ଲକ୍ଷ ଚାଷୀଙ୍କୁ ସାମିଲ କରାଯାଇଛି। ଏବେ ଚତୁର୍ଥ ଅଭିଯାନ ୧୫ ଏପ୍ରିଲରୁ ଆରମ୍ଭ ହୋଇଛି।

PM Kisan ୱେବସାଇଟ୍ ଅନୁଯାୟୀ, PM Kisan ରେ ପଂଜିକୃତ ଯୋଗ୍ୟ କୃଷକମାନଙ୍କ ପାଇଁ eKYC ବାଧ୍ୟତାମୂଳକ l PM Kisan ପୋର୍ଟାଲରେ ଏକ OTP- ଆଧାରିତ eKYC ଉପଲବ୍ଧ l ବାୟୋମେଟ୍ରିକ୍ ଆଧାରିତ eKYC ପାଇଁ କୃଷକମାନେ ନିକଟତମ CSC କେନ୍ଦ୍ରଗୁଡିକ ମଧ୍ୟ ଯାଇପାରିବେ l ଯଦି କୃଷକମାନେ ଚାହାଁନ୍ତି, ସେମାନେ ଘରେ ବସି ନିଜେ ଅନଲାଇନରେ ମଧ୍ୟ  eKYC କାର୍ଯ୍ୟ କରିପାରିବେ l

Read more 

ଏହି ଗଛର ପତ୍ର ଓ ଫଳରେ ରହିଛି ଔଷଧୀୟ ଗୁଣ !

ନୂତନ ଇଲେକ୍ଟ୍ରୋନିକ୍ସ ଉପାଦାନ ଉତ୍ପାଦନ ଯୋଜନା....

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments

ଆମ ନ୍ୟୁଜଲେଟରକୁ ସବସ୍କ୍ରାଇବ୍ କରନ୍ତୁ । ଆପଣ ଆପଣଙ୍କ ଆଗ୍ରହ ଥିବା ଟପିକ୍‌ ବାଛିବେ ଏବଂ ଆମେ ଆପଣଙ୍କୁ ବଛା ବଛା ନ୍ୟୁଜ ଓ ଆପଣଙ୍କ ପସନ୍ଦ ଅନୁଯାୟୀ ଲାଟେଷ୍ଟ ଅପଡେଟ୍‌ ପଠାଇଦେବୁ ।

ନ୍ୟୁଜଲେଟର ସବସ୍କ୍ରାଇବ୍‌ କରନ୍ତୁ