
agriculture infrastructure fund 9500 crore rupees loan sanctioned for 13000projects
କୃଷି ଭିତ୍ତିଭୂମି ପାଣ୍ଠି(agriculture infrastructure fund) ଯୋଜନାରେ ବର୍ତ୍ତମାନସୁଦ୍ଧା 13 ହଜାର ପ୍ରକଳ୍ପ ପାଇଁ ପାଖାପାଖି 9500 କୋଟି ଟଙ୍କାର ଋୁଣ ମଞ୍ଜୁରୀ ଦିଆଯାଇଥିବା ସୂଚନା ଦେଇଛନ୍ତି କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର(Narendra singh tomar) । ଏଥିରୁ ଚାଷୀଙ୍କ ଅନେକ ଲାଭ ପହଞ୍ଚିବ । ଏହା 1 ଲକ୍ଷ କୋଟି ଟଙ୍କାର ଯୋଜନା ବୋଲି କହିଛନ୍ତି କୃଷିମନ୍ତ୍ରୀ । ଏହି ଟଙ୍କା ଶୀତଳିକରଣ ଭଣ୍ଡାର ଓ ଓୟାରହାଉସ ଭଳି କୃଷି ଭିତ୍ତିଭୂମି ନିର୍ମାଣରେ ଖର୍ଚ୍ଚ ହେବ ।
କେନ୍ଦ୍ର କୃଷିମନ୍ତ୍ରୀ କହିଛନ୍ତି, 6865 କୋଟି ଟଙ୍କା ଖର୍ଚ୍ଚରେ ଦେଶରେ 10 ହଜାର କୃଷି ଉତ୍ପାଦକ ସଂଗଠନ ନିର୍ମାଣ କାର୍ଯ୍ୟ ହୋଇସାରିଛି । ପାଖାପାଖି 85 ପ୍ରତିଶତ କ୍ଷୂଦ୍ର ଚାଷୀ ଅଛନ୍ତି, ଯେଉଁମାନେ ଏଫପିଓ ମାଧ୍ୟମରେ ଏକାଠି ହୋଇପାରିବେ । ସେମାନଙ୍କୁ ଉତ୍ତମ ବିହନ, ସାର ସହଜରେ ମିଳିପାରିବ । ଏଥିରୁ ଆୟ ବୃଦ୍ଧି ସହ ଉନ୍ନତ ଫସଲ ଅମଳ ହୋଇପାରିବ ।
ବୁଧବାର ତୋମାର ଇଣ୍ଡିଆନ କାଉନସିଲ ଫର ରିସର୍ଚ୍ଚ ଅନନ ଇଣ୍ଟରନ୍ୟାସନାଲ ଇକୋନୋମିକ ରିଲେସନ୍ସ ଓ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର ମିଳିତ ସମ୍ମିଳନୀକୁ ସମ୍ବୋଧିତ କରିବା ଅବସରରେ କହିଛନ୍ତି, କୃଷି ଭିତ୍ତିଭୂମି ପାଣ୍ଠି ଅନ୍ତର୍ଗତ ପ୍ରତିବର୍ଷ 3 ପ୍ରତିଶତ ଋୁଣ ସହାୟତା ଓ ଦୁଇ କୋଟି ଟଙ୍କା ଯାଏଁ କ୍ରେଡିଟ ଗ୍ୟାରେଣ୍ଟି ମିଳୁଛି । କେବଳ ସେତିକି ନୁହେଁ, ଏହା 2 କୋଟି ଟଙ୍କା ଋଣ ସୀମା ଉପରେ 7 ବର୍ଷ ପର୍ଯ୍ୟନ୍ତ ଋୁଣ ଛାଡ ଉପଲବ୍ଧ ରହିଛି ।
କେନ୍ଦ୍ରମନ୍ତ୍ରୀ କହିଛନ୍ତି, ସରକାର ବିଭିନ୍ନ ଅଞ୍ଚଳରେ କଷ୍ଟମ ହାୟରିଂ ସେଣ୍ଟର ତଥା ମେସିନ ବ୍ୟାଙ୍କ ବ୍ୟବସ୍ଥା କରିଛନ୍ତି । ଚାଷୀମାନଙ୍କୁ କୃଷି ଉପକରଣ ପାଇଁ ସବସିଡି ମଧ୍ୟ ଦିଆଯାଉଛି । ପ୍ରଥମେ କୃଷି କ୍ଷେତ୍ରରେ ଘରୋଇ ନିବେଶର ଦ୍ବାର ବନ୍ଦ ଥିଲା । ହେଲେ ବର୍ତ୍ତମାନ ଓୟାର ହାଉସ, କୋଲ୍ଡ ଷ୍ଟୋର, ପ୍ୟାକେଜିଂ ମେସିନ ଆଦିର ସୁବିଧା ଗାଁ ଗାଁକୁ ପହଞ୍ଚାଇବାର ଚେଷ୍ଟା କରାଯାଉଛି । ଏଥିପାଇଁ କୃଷି ତଥା ଏହା ହିତ ଜଡିତ କ୍ଷେତ୍ରରେ କେନ୍ଦ୍ର 1.5 ଲକ୍ଷ କୋଟି ଟଙ୍କାରୁ ଅଧିକ ସ୍ବତନ୍ତ୍ର ପ୍ୟାକେଜର ପ୍ରାବଧାନ କରିଛନ୍ତି ।
Share your comments