
Annual Scholarships to Children under Deen Dayal SPARSH Yojana
ଷଷ୍ଠରୁ ନବମ ଶ୍ରେଣୀରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କୁ ବାର୍ଷିକ ଛାତ୍ର ବୃତ୍ତି ପ୍ରଦାନ କରିବା ପାଇଁ ଭାରତ ସରକାରଙ୍କ ଡାକ ବିଭାଗ ପକ୍ଷରୁ ଦୀନ ଦୟାଲ ସ୍ପର୍ଶ ଯୋଜନା(Deen Dayal SPARSH Yojana ) ଆରମ୍ଭ କରାଯାଇଛି । ସଉକ ଭାବେ ଡାକ ଟିକଟ ସଂଗ୍ରହ ଏବଂ ଗବେଷଣାକୁ ପ୍ରୋତ୍ସାହନ ଦେବା ଲାଗି ଏହି ଛାତ୍ର ବୃତ୍ତି(scholarship ) ଯୋଜନା ଆରମ୍ଭ କରାଯାଇଛି ।
ମାନ୍ୟତାପ୍ରାପ୍ତ ବିଦ୍ୟାଳୟରେ ଷଷ୍ଠରୁ ନବମ ଶ୍ରେଣୀରେ ପଢ଼ୁଥିବା ମେଧାବୀ ଛାତ୍ରଛାତ୍ରୀଙ୍କୁ ମାସିକ ୫୦୦ ଟଙ୍କା ଲେଖାଏଁ ଓ ବାର୍ଷିକ ୬ହଜାର ଟଙ୍କା ଦିଆଯିବ । ତେବେ ଛାତ୍ରଛାତ୍ରୀଙ୍କ ପାଠପଢ଼ାରେ ଭଲ ରେକର୍ଡ ରହିଥିବ ଏବଂ ସେ ଡାକ ଟିକଟ ସଂଗ୍ରହକୁ ସଉକ ଭାବେ ଗ୍ରହଣ କରିଥିବା ଆବଶ୍ୟକ ।
ଦୁଇ ସ୍ତରୀୟ ପ୍ରତିଯୋଗିତା ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ଚୟନ କରାଯିବ । ପ୍ରଥମ ସ୍ତରରେ ଡାକ ଟିକଟ ସଂଗ୍ରହ ଲିଖିତ ପ୍ରଶ୍ନୋତ୍ତର ପ୍ରତିଯୋଗିତା ଆୟୋଜନ କରାଯିବ ଏବଂ ଦ୍ବିତୀୟସ୍ତରରେ ଫିଲାଟେଲୀ ପ୍ରକଳ୍ପ ପାଇଁ ଚୂଡ଼ାନ୍ତ ଚୟନ କରାଯିବ । ନିର୍ଦ୍ଦିଷ୍ଟ ଡାକ ଡିଭିଜନରେ ଆବେଦନ ଗ୍ରହଣ କରିବାର ଶେଷ ତାରିଖ ହେଉଛି ୧୨.୦୮.୨୦୨୨। ଲିଖିତ ଫିଲାଟେଲି ପ୍ରଶ୍ନୋତ୍ତର (ସ୍ତର-୧)ର ଅସ୍ଥାୟୀ ତାରିଖ ହେଉଛି ୦୪.୦୯.୨୦୨୨ ।
ଛାତ୍ର ବୃତ୍ତି ଯୋଜନା, ଲିଖିତ ପ୍ରଶ୍ନୋତ୍ତର ପ୍ରତିଯୋଗିତାର ପାଠ୍ୟକ୍ରମ, ଫିଲାଟେଲି ପ୍ରକଳ୍ପ କାର୍ଯ୍ୟ ଆଦି odishapost.gov.inରେ ଉପଲବ୍ଧ ରହିଛି । ଅଧିକ ସୂଚନା ପାଇଁ ସମ୍ପୃକ୍ତ ଡାକ ଡିଭିଜନର ଡାକ କାର୍ଯ୍ୟାଳୟର ବରିଷ୍ଠ ଅଧୀକ୍ଷକ/ଅଧୀକ୍ଷକ, ସମ୍ବଲପୁର ଆଞ୍ଚଳିକ କାର୍ଯ୍ୟାଳୟ, ପିଏମଜି ବ୍ରହ୍ମପୁର ଏବଂ ଭୁବନେଶ୍ବରର ଓଡ଼ିଶା ସର୍କଲ ମୁଖ୍ୟ ମହାଡାକପାଳଙ୍କ ସହିତ ଯୋଗାଯୋଗ କରିବାକୁ ଡାକ ବିଭାଗ ପକ୍ଷରୁ କୁହାଯାଇଛି ।
ଝିଅମାନଙ୍କୁ ମିଳୁଛି ୨୫ ହଜାର ଟଙ୍କା ; ଜାଣନ୍ତୁ କେମିତି କରିବେ ଆବେଦନ
Share your comments